ଆମ୍ବ୍ରିସେଣ୍ଟାନ
ଆମ୍ବ୍ରିସେଣ୍ଟାନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଲେଟେରିସ୍, ହେଉଛି ଫୁସଫୁସ ଉଚ୍ଚ ରକ୍ତଚାପ ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । [୧] ଏହା ବ୍ୟାୟାମ କରିବାର କ୍ଷମତାକୁ ଉନ୍ନତ କରେ ଏବଂ ଖରାପ ହେବାକୁ ମନ୍ଥର କରେ ।[୧] ଫୁସଫୁସ ଫାଇବ୍ରୋସିସ୍ ରୋଗୀଙ୍କ କ୍ଷେତ୍ରରେ ଏହା ଉପଯୋଗୀ ନୁହେଁ । [୧] ଏହା ପାଟିରେ ଦିଆଯାଏ । [୧]
Clinical data | |
---|---|
Trade names | Letairis, Volibris, Pulmonext, others |
AHFS/Drugs.com | monograph |
MedlinePlus | a612023 |
data |
|
Pregnancy category | |
Routes of administration | Oral |
Legal status | |
Legal status | |
Pharmacokinetic data | |
Bioavailability | Undetermined |
Protein binding | 99% |
Elimination half-life | 15 hours (terminal) |
Identifiers | |
| |
ECHA InfoCard | 100.184.855 |
Chemical and physical data | |
Formula | C22H22N2O4 |
Molar mass | ୩୭୮.୪୩ g·mol−1 |
3D model (JSmol) | |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଫୁଲା, ଦୃତ ହୃତ୍ପିଣ୍ଡ ଗତି, ମୁଣ୍ଡବିନ୍ଧା ଏବଂ କୋଷ୍ଠକାଠିନ୍ୟ ହୋଇପାରେ । [୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତହୀନତା, ଲାଲ ପଡ଼ିବା, କାନନାଦ ଏବଂ ଯକୃତ ସମସ୍ୟା ହୋଇପାରେ । [୨] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ । [୨] ଏହା ଏଣ୍ଡୋଥେଲିନ୍ ରିସେପ୍ଟରକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ, ବିଶେଷ ଭାବରେ ଏ ଏଣ୍ଡୋଥେଲିଆନ୍ ରିସେପ୍ଟର (ET A) ପ୍ରକାର । [୩]
୨୦୦୭ରେ ଆମେରିକାରେ ଏବଂ ୨୦୦୮ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଆମ୍ବ୍ରିସେଣ୍ଟାନ ଅନୁମୋଦିତ ହୋଇଥିଲା । [୪][୧] ଯୁକ୍ତରାଜ୍ୟରେ ମାସକୁ ଏହାର ଖର୍ଚ୍ଚ ୧୬୦୦ ପାଉଣ୍ଡ । [୨] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୫,୧୦୦ ଡଲାର ଅଟେ । [୫]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Ambrisentan Monograph for Professionals". Drugs.com (in ଇଂରାଜୀ). Archived from the original on 4 July 2021. Retrieved 21 July 2021.
- ↑ ୨.୦ ୨.୧ ୨.୨ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 195. ISBN 978-0-85711-369-6.
{{cite book}}
: CS1 maint: date format (link) - ↑ Vatter H, Seifert V (2006). "Ambrisentan, a non-peptide endothelin receptor antagonist". Cardiovasc Drug Rev. 24 (1): 63–76. doi:10.1111/j.1527-3466.2006.00063.x. PMID 16939634.
- ↑ "Volibris". Archived from the original on 23 July 2021. Retrieved 21 July 2021.
- ↑ "Ambrisentan Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 10 April 2021. Retrieved 21 July 2021.