ଆମି ମନ୍ଦିର , ଭାରତୀୟ ରାଜ୍ୟ ବିହାରର ଦିଗବାରାଠାରେ ଅବସ୍ଥିତ ଥିବା ଏକା ଅତି ପ୍ରାଚୀନ ଦେବୀ ଦୂର୍ଗାଙ୍କ ଶକ୍ତି ପୀଠ [୧]। 

ଆମି ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtsaran
Location
ସ୍ଥାନDighwara
StateBihar
CountryIndia
Architecture
TypeMandir, Yagya Kund
Raja Daksha Prajapati
InscriptionsWall painting

ଦୁର୍ଗ ମନ୍ଦିର  ସମ୍ପାଦନା

ଗଙ୍ଗା ନଦୀର ତଟ ଅଞ୍ଚଳରେ ସବୁଦିଗରୁ ପ୍ରାଚୀର ଘେରା ଦୁର୍ଗ ମଧ୍ୟରେ ମନ୍ଦିରର ଅବସ୍ଥିତି । ଏହା ବନ୍ୟା ଅଧ୍ୟୁଷିତ ଶରଣ ଜିଲ୍ଲାରେ ରହିଛି । ଏହି ସ୍ଥଳରେ ଗଙ୍ଗା ଦକ୍ଷିଣ ଆଡକୁ ମୋଦୀ ଥାଏ ଓ ପ୍ରବଳ ବନ୍ୟା ସମୟରେ ମଧ୍ୟ ବନ୍ୟା ଜଳ ମନ୍ଦିର ନିକଟକୁ ଆସିନଥାଏ । ଏହା ନିକଟରେ ଥିବା ଭଗ୍ନ ଅଂଶରେ 1973 ମସିହାରେ ସରକାରଙ୍କ ପୁରାତତ୍ତ୍ୱ ବିଭାଗ ତରଫରୁ ଖନନ କରାଯାଇ ଥିଲା ଓ ଇଟା ନିର୍ମିତ ପ୍ରାଚୀର ପାଲ ବଂଶ ଦ୍ୱାର ନିର୍ମିତ ହେଇଥିଲା ବୋଲି ଜଣାପଡିଥିଲା । 

ହିନ୍ଦୁ  ପରମ୍ପରାରେ ଶକ୍ତି ଆରାଧନା ରେ  ଶକ୍ତି ସମବାହୁ ତ୍ରିଭୁଜକୁ ଭଗବାନ ବିଷ୍ଣୁଙ୍କ ସାଲେଗ୍ରାମ ଓ ଭଗବାନ ଶିବଙ୍କ ଶିବ ଲିଙ୍ଗା ସହ ସମାନ ମର୍ଯ୍ୟାଦା ଦିଆଯାଇଥାଏ । ଏହି ତରଭୁଜର କେନ୍ଦ୍ରକୁ ପ୍ରମବିକା ବା ଅମ୍ବିକା କୁହାଯାଇଥାଏ । ଏଠାରେ ଥିବା 3ଟି ଶିବ ମନ୍ଦିର ବୈଦ୍ୟନାଥ , ବିଶ୍ୱନାଥ ଓ ପଶୁପତି ନାଥଙ୍କ ମନ୍ଦିର ପରସ୍ପରଠାରୁ ସମାନ ଦୁରାତାରେ ରହି ସମବାହୁ ତ୍ରିଭୁଜ ସୃଷ୍ଟି କରିଥାଏ । ଏହାର ମଧ୍ୟ ସ୍ଥାନରେ ଅମ୍ବିକା ଆସ୍ଥାନ ରହିଛି ।  

ଏଠାରେ ରାଜା ସୂରଥ ଓ ସମାଧି ବୈଶ୍ୟ 3 ବର୍ଷ କାଳ ଉପାସନା କରି ମନୋସ୍କାମନା ପୂର୍ଣ ଲାଭ କରିଥିଲେ ବୋଲି କୁହାଯାଇଥାଏ । 

ଏଠାରେ ଆରାଧନା କାଲେ ମନୋସ୍କାମନା ପୂର୍ଣ[୨] ହୁଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି । 

ମୁଖ୍ୟ ପର୍ବ ସମୂହ  ସମ୍ପାଦନା

ନବରାତ୍ର  ସମ୍ପାଦନା

ଦେବୀ ଅମ୍ବିକା ଦୂର୍ଗାଙ୍କ ଭିନ୍ନାବତାର ହେଇଥିବାରୁ ଦେବୀଙ୍କ ନବରାତ୍ର ଉତଶବ ଏଠାରେ ରୀତି ଅନୁସାରେ ପାଳିତ ହୁଏ । ଗ୍ରାମରେ ସେହି ସମୟରେ ମେଳାର ଆୟୋଜନ ହେଇଥାଏ । 

ଶିବରାତ୍ରି  ସମ୍ପାଦନା

ଶିବରାତ୍ରି ଦିନ ଏଠାରେ ଖୁବ ଯାକ  ଜମକ ସହ ପାଳନ ହୁଏ । 

ଶିବ  ବବାହ  ସମ୍ପାଦନା

ଏଠାରେ ବହୁ ଆଡମ୍ବର ସହକାରେ ଶିବ ବିବାହ ଉତଶବ ପ୍ରତିବର୍ଷ ପାଳିତ ହେଇଥାଏ । ହିନ୍ଦୁ ରୀତି ଅନୁସାରେ ଶିବ ଓ ପାର୍ବତୀଙ୍କୁ ଶୋଭାଯାତ୍ରାରେ ଆଣି ବିବାହ  ପାଳନ କରାଯାଇଥାଏ । 

ଯାତାୟତ  ସମ୍ପାଦନା

ଆମି ଗ୍ରାମ ଜାତୀୟ ରାଜପଥ 57 ଉପରେ ରହିଛି । ଏଠାରେ ଭାରତୀୟ ରେଳବାଇର ଷ୍ଟେସନ ମଧ୍ୟ ରହିଛି । ଏଠାରୁ ନିକଟତମ ବିମାନ  ବନ୍ଦର ପାଟଣାର ଜୟପ୍ରକାଶ ନାରାୟଣ ବିମାନ ବନ୍ଦର 57  କିଲୋମିଟର ଦୂରରେ ଅବସ୍ଥିତ । 

ପୁନଶ୍ଚ ଦେଖଣା  ସମ୍ପାଦନା

ଆଧାର  ସମ୍ପାଦନା

ବାହାର ଲିଙ୍କ  ସମ୍ପାଦନା