ଆଫ୍ରିକାନ ଟିକ ବାଇଟ ଫିଭର
ଆଫ୍ରିକାନ ଟିକ ବାଇଟ ଫିଭର ବା ଏଟିବିଏଫ (ଇଂରାଜୀ ଭାଷାରେ African tick bite fever/ ATBF) ଏକ ଜୀବାଣୁ ସଂକ୍ରମଣ (bacterial infection) ରୋଗ ଯାହା ଟିକ (tick) କାମୁଡ଼ିବା ଯୋଗୁ ବ୍ୟାପିଥାଏ ।[୧] ଜ୍ୱର, ମୁଣ୍ଡ ବିନ୍ଧା, ମାଂସପେଶୀ ଯନ୍ତ୍ରଣା ଓ ରାସ ଆଦି ଏ ରୋଗରେ ଦେଖାଯାଏ ।[୧] ଟିକ କାମୁଡ଼ା ସ୍ଥାନଟି ଲାଲ ଦେଖାଯାଏ ଓ ଏହାର ମଧ୍ୟ ଭାଗଟି କଳା ପଡ଼ିଥାଏ ।[୧] ଟିକ କାମୁଡ଼ିବାର ୪୦୧୦ଦିନ ପରେ ରୋଗ ଆରମ୍ଭ ହୁଏ ।[୨] ଏହି ରୋଗ ପ୍ରାୟ ଜଟିଳ ହୁଏନାହିଁ, କ୍ୱଚିତ୍ୱ ରିଆକ୍ଟିଭ ଆର୍ଥ୍ରାଇଟିସ (joint inflammation) ହୁଏ ।[୩][୪] କେତେକ ଲୋକଙ୍କର କୌଣସି ଲକ୍ଷଣ ଦେଖାଯାଏ ନାହିଁ । [୨]
ଆଫ୍ରିକାନ ଟିକ ବାଇଟ ଫିଭର (African tick bite fever) | |
---|---|
ବିଭାଗ | ସଂକ୍ରାମକ ରୋଗ (Infectious disease |
ଲକ୍ଷଣ | ଜ୍ୱର, ମୁଣ୍ଡ ବିନ୍ଧା, ମାଂସପେଶୀ ଯନ୍ତ୍ରଣା [୧] |
ଆକ୍ରାନ୍ତ ସମୟ | କାମୁଡ଼ାର ୪-୧୦ ଦିନ ପରେ [୨] |
କାରଣ | ରିକେଟସିଆ ଆଫ୍ରିକି (Rickettsia africae), ଟିକ ସାହାଯ୍ୟରେ ବ୍ୟାପିଥାଏ ।[୩] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଅନୁଯାୟୀ, କଲଚର (culture) କରି ଓ ପଲିମରେଜ ଚେନ ରିଆକସନ (PCR) ବା ଇମ୍ମୁନୋଫ୍ଲିରିସେନ୍ସ (immunofluorescence) ସାହାଯ୍ୟରେ ନିଶ୍ଚିତ କରାଯାଏ ।[୪][୩] |
ପ୍ରତିକାର | ଟିକ କାମୁଡ଼ା ପ୍ରତି ସତର୍କ [୧] |
ଔଷଧ | ଡକ୍ସିସାଇକ୍ଲିନ, କ୍ଲୋରାମ୍ଫେନିକଲ୍, ଆଜିଥ୍ରୋମାଇସିନ [୩][୪] |
Prognosis | ଉତ୍ତମ[୩] |
ପୁନଃପୌନିକ | ସବ-ସାହାରା ଯାଉଥିବା ଲୋକଙ୍କୁ ସାଧାରଣତଃ ହୁଏ (sub-Saharan Africa)[୩] |
ମୃତ୍ୟୁ ସାନ୍ଦ୍ରତା | ରିପୋର୍ଟ ହୋଇନାହିଁ[୪] |
ରିକେଟସିଆ ଆଫ୍ରିକି (Rickettsia africae) ଜୀବାଣୁ ଯୋଗୁ ଏହି ରୋଗ ହୁଏ ।[୩] ଆମ୍ବଲିଓମା ଟିକ (tick) ସାହାଯ୍ୟରେ ଏ ରୋଗ ବ୍ୟାପିଥାଏ ।[୩] ବଡ଼ ଘାସ ବା ବୁଦାରେ ଏହି ଟିକ ବାସ କରନ୍ତି । [୩] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଇପାରେ । [୪] କଲଚର (culture) କରି ଓ ପଲିମରେଜ ଚେନ ରିଆକସନ (PCR) ବା ଇମ୍ମୁନୋଫ୍ଲିରିସେନ୍ସ (immunofluorescence) ସାହାଯ୍ୟରେ ନିଶ୍ଚିତ କରାଯାଏ । [୩]
ଏହି ରୋଗ ବିରୁଦ୍ଧରେ କୌଣସି ଟିକା (vaccine) ପ୍ରସ୍ତୁତ ହୋଇନାହିଁ । [୧] ଟିକ କାମୁଡ଼ା ନିବାରଣ ନିମନ୍ତେ ଚର୍ମକୁ ସବୁବେଳେ ଡିଇଇଟି (DEET) ବା ପେର୍ମେଥ୍ରିନ (permethrin) ମିଶ୍ରତ କପଡ଼ା ଘୋଡ଼େଇ ରଖାଯାଏ ।[୧] ଏହାର ଚିକିତ୍ସା ସମ୍ପର୍କୀୟ ପ୍ରମାଣ ଅତ୍ୟନ୍ତ ସୀମିତ ।[୩] ଡକ୍ସିସାଇକ୍ଲିନ ଔଷଧ ଦେଲେ କିଛି ଉପକାର ମିଳେ ।[୩] କ୍ଲୋରାମ୍ଫେନିକଲ୍, ଆଜିଥ୍ରୋମାଇସିନ ମଧ୍ୟ ବ୍ୟବହାର କରାଯାଇପାରେ । [୩][୪] ବିନା ଚିକିତ୍ସାରେ ରୋଗ ଉପଶମ ହୋଇଯାଏ । [୪]
ସବ-ସାହାରା ଯାଉଥିବା ଲୋକଙ୍କୁ ସାଧାରଣତଃ ସବ-ସାହାରା ଆଫ୍ରିକା (sub-Saharan Africa), ୱେଷ୍ଟ ଇଣ୍ଡିଜ (West Indies) ଓ ଓସେନିଆ (Oceania) ଦେଶମାନଙ୍କରେ ଏହି ରୋଗ ଦେଖାଯାଏ ।[୧][୫] ସବ-ସାହାରା ଯାଉଥିବା ଲୋକଙ୍କୁ ପରିବ୍ରାଜକମାନଙ୍କୁ ସାଧାରଣତଃ ଏହି ରୋଗ ହୁଏ ।[୩] ଅଧିକାଂଶ ସଂକ୍ରମଣ ନଭେମ୍ବର ଓ ଏପ୍ରିଲ ମାସ ମଧ୍ୟରେ ହୁଏ । [୧] ଏ ରୋଗ ମହାମାରୀ ଆକାର ଧାରଣ କରିପାରେ ।[୪] ସନ ୧୯୧୧ରେ ପ୍ରଥମେ ଏହି ରୋଗର ବର୍ଣ୍ଣନା ଦେଖିବାକୁ ମିଳେ ।[୩] ଏହି ଆଫ୍ରିକାନ ଟିକ ବାଇଟ ଫିଭର ରୋଗକୁ ସ୍ପଟେଡ ଫିଭର (spotted fever) ରୋଗ ଅନ୍ତର୍ଭୁକ୍ତ କରାଯାଏ । [୫] ଏହାକୁ ଭୁଲକ୍ରମେ ମେଡିଟେରାନିଆନ ଫିଭର (Mediterranean spotted fever) କୁହାଯାଉଥିଲା ।[୩]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "African Tick-Bite Fever". wwwnc.cdc.gov (in ଆମେରିକୀୟ ଇଂରାଜୀ). March 2013. Archived from the original on 6 October 2017. Retrieved 28 October 2017.
- ↑ ୨.୦ ୨.୧ ୨.୨ Jeremy Farrar; Peter Hotez; Thomas Junghanss; Gagandeep Kang; David Lalloo; Nicholas J. White (2013). Manson's Tropical Diseases. Elsevier Health Sciences. p. 279. ISBN 9780702051029.
- ↑ ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ ୩.୧୪ ୩.୧୫ Jensenius, M; Fournier, PE; Kelly, P; Myrvang, B; Raoult, D (September 2003). "African tick bite fever". The Lancet. Infectious Diseases. 3 (9): 557–64. doi:10.1016/s1473-3099(03)00739-4. PMID 12954562.
- ↑ ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ ୪.୭ Jensenius, Mogens; Fournier, Pierre-Edouard; Raoult, Didier (2004-11-15). "Rickettsioses and the international traveler". Clinical Infectious Diseases. 39 (10): 1493–1499. doi:10.1086/425365. ISSN 1537-6591. PMID 15546086.
- ↑ ୫.୦ ୫.୧ "Imported Spotted Fevers". www.cdc.gov (in ଆମେରିକୀୟ ଇଂରାଜୀ). April 2017. Archived from the original on 29 October 2017. Retrieved 28 October 2017.