ଆପ୍ରେପିଟାଣ୍ଟ

କେମୋଥେରାପି ଜନିତ ଅଇ ଓ ବାନ୍ତିକୁ ବନ୍ଦ କରେ ।

ଆପ୍ରେପିଟାଣ୍ଟ, ଅନ୍ୟମାନଙ୍କ ମଧ୍ୟରେ ଏକ ବ୍ରାଣ୍ଡ ନାମରେ ବିକ୍ରି ହେଉଥିବା Emend, ଏକ ଔଷଧ ଯାହା କେମୋଥେରାପି ପ୍ରେରିତ ଅଇ ଓ ବାନ୍ତି ତ‌ଥା ଅସ୍ତ୍ରୋପଚାର ପରବର୍ତ୍ତୀ ଅଇ ଏବଂ ବାନ୍ତିକୁ ଅବରୋଧ ପାଇଁ ମଧ୍ୟ ବ୍ୟବହୃତ ଏକ ଔଷଧ | [୧] ଏହାକୁ ଓଣ୍ଡାନ୍‌ସେଟ୍ରନ୍ ଏବଂ ଡେକ୍ସାମେଥାଜୋନ ସହିତ ଏକତ୍ର ବ୍ୟବହାର କରାଯାଇପାରେ | [୨] ଏହା ପାଟିରେ ଦିଆଯାଏ | [୨]

ଆପ୍ରେପିଟାଣ୍ଟ
Structural formula of aprepitant
Ball-and-stick model of the aprepitant molecule
Clinical data
Trade namesEmend
SynonymsAdminister fosaprepitant dimeglumine
AHFS/Drugs.commonograph
MedlinePlusa604003
data
Pregnancy
category
  • AU: B1
  • US: B (No risk in non-human studies)
Routes of
administration
By mouth (capsules), intravenous
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
Pharmacokinetic data
Bioavailability60–65%
Protein binding>95%
MetabolismLiver (mostly CYP3A4- mediated; some contributions by CYP2C19 & CYP1A2)
Elimination half-life9–13 hours
ExcretionUrine (5%), faeces (86%)
Identifiers
  • 5-([(2R,3S)-2-((R)-1-[3,5-Bis(trifluoromethyl)phenyl]ethoxy)-3-(4-fluorophenyl)morpholino]methyl)-1H-1,2,4-triazol-3(2H)-one
ECHA InfoCard100.202.762 Edit this at Wikidata
Chemical and physical data
FormulaC23H21F7N4O3
Molar mass୫୩୪.୪୩ g·mol−1
3D model (JSmol)
  • FC(F)(F)c1cc(cc(c1)C(F)(F)F)[C@H](O[C@H]4OCCN(CC/2=N/C(=O)NN\2)[C@H]4c3ccc(F)cc3)C
  • InChI=1S/C23H21F7N4O3/c1-12(14-8-15(22(25,26)27)10-16(9-14)23(28,29)30)37-20-19(13-2-4-17(24)5-3-13)34(6-7-36-20)11-18-31-21(35)33-32-18/h2-5,8-10,12,19-20H,6-7,11H2,1H3,(H2,31,32,33,35)/t12-,19+,20-/m1/s1 checkY
  • Key:ATALOFNDEOCMKK-OITMNORJSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କାପଣ, ଭୋକ ହ୍ରାସ, ତରଳ ଝାଡ଼ା, ପେଟ ଯନ୍ତ୍ରଣା, ହିକ୍କା, କୁଞ୍ଚନତା, ନିମୋନିଆ ଏବଂ ରକ୍ତଚାପ ପରିବର୍ତ୍ତନ ହୋଇପାରେ | [୧] ଅନ୍ୟାନ୍ୟ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍‌ସିସ ଅନ୍ତର୍ଭୁକ୍ତ ହୋଇପାରେ | [୨] ଗର୍ଭାବସ୍ଥାରେ ବ୍ୟବହାର କ୍ଷତିକାରକ ମନେହୁଏ ନାହିଁ, କିନ୍ତୁ ଏହାର ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ | [୩] ଆପ୍ରେପିଟାଣ୍ଟ ଏକ ନିଉରୋକାଇନିନ-୧ ରିସେପ୍ଟର ଆଣ୍ଟାଗୋନିଷ୍ଟ ଶ୍ରେଣୀର ଔଷଧ ଅଟେ | [୨] ଏନ‌କେ୧ ସ‌ହିତ ପି ପଦାର୍ଥର ସଂଯୋଗକୁ ଏହା ଅବରୋଧ କରି କାର୍ଯ୍ୟକ୍ଷମ ହୁଏ | [୪]

୨୦୦୩ ମସିହାରେ ୟୁରୋପ ଓ ଯୁକ୍ତରାଷ୍ଟ୍ରରେ ଏହା ଡାକ୍ତରୀ ଚିକିତ୍ସାରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଛି ।[୪] [୨] । ଏହା ମର୍କ କମ୍ପାନୀଦ୍ୱାରା ପ୍ରସ୍ତୁତ ହୋଇଛି ।[୧] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ତାଲିକାରେ ଏହାର ନାମ ଅଛି ।[୫] ଯୁକ୍ତରାଷ୍ଟ୍ରରେ ଏହାର ଏକ ମାତ୍ରାର ମୂଲ୍ୟ ପ୍ରାୟ ୨୩୦ ଆମେରିକୀୟ ଡଲାର | [୬] ଯୁକ୍ତରାଜ୍ୟରେ ଏହାର ମୂଲ୍ୟ ପ୍ରାୟ ୧୬ ପାଉଣ୍ଡ | [୭] ଏହାର ଏକ ଇଞ୍ଜେକସନ ସଂସ୍କରଣ ମିଳୁଛି ଯାହା ଶିରାଭ୍ୟନ୍ତରରେ ଦିଆଯାଏ | [୨]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Aprepitant/Fosaprepitant Dimeglumine Monograph for Professionals". Drugs.com. Retrieved 13 October 2019.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Aprepitant/Fosaprepitant Dimeglumine Monograph for Professionals". Drugs.com (in ଇଂରାଜୀ). Retrieved 13 October 2019.
  3. "Aprepitant Use During Pregnancy". Drugs.com (in ଇଂରାଜୀ). Retrieved 13 October 2019.
  4. ୪.୦ ୪.୧ "Emend". European Medicines Agency (in ଇଂରାଜୀ). 17 September 2018. Retrieved 13 October 2019.
  5. World Health Organization (2019). World Health Organization model list of essential medicines: 21st list 2019. Geneva: World Health Organization. hdl:10665/325771. WHO/MVP/EMP/IAU/2019.06. License: CC BY-NC-SA 3.0 IGO.
  6. "Emend Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 13 October 2019.
  7. "Aprepitant | Medicinal forms | BNFc content published by NICE". webcache.googleusercontent.com. NICE. Retrieved 13 October 2019.