ଆନ୍ତର୍ଜାତୀୟ ନାଟ୍ୟ ଅନୁଷ୍ଠାନ

ଆନ୍ତର୍ଜାତୀୟ ନାଟ୍ୟ ଅନୁଷ୍ଠାନ ବିଶ୍ୱର ସର୍ବବୃହତ ପରିବେଷଣ କଳା ଅନୁଷ୍ଠାନ । ଏହା ୧୯୪୮ ମସିହାରେ[୨] ୟୁନେସ୍କୋ ସହାୟତାରେ ବିଭିନ୍ନ କଳାକାରମାନଙ୍କଦ୍ୱାରା ପ୍ରତିଷ୍ଠା କରାଯାଇଥିଲା ।[୩] ପରିବେଷଣ କଳାପାଇଁ ସମର୍ପିତ ଏହି ଅନୁଷ୍ଠାନ ୟୁନେସ୍କୋର ଶାନ୍ତି, ପାରସ୍ପାରିକ ବୁଝାମଣା ତଥା ବିନା ଜାତୀ ଧର୍ମ ବର୍ଣ୍ଣ ଓ ବୟସ ଭିତ୍ତିରେ ସାଂସ୍କୃତିକ ପରିପ୍ରକାଶକୁ ଅଗ୍ରାଧିକାର ଦେଇଥାଏ । ଏହି ଅନୁଷ୍ଠାନ କଳା ଶିକ୍ଷା ଓ ବିଭିନ୍ନ ଅନୁଷ୍ଠାନ ମଧ୍ୟରେ ଅନୁବନ୍ଧନ ଦିଗରେ ମଧ୍ୟ କାର୍ଯ୍ୟ କରିଥାଏ ।[୪] ଏହା ଆନ୍ତର୍ଜାତୀୟ ନୃତ୍ୟ ଦିବସ ଓ ବିଶ୍ୱ ନାଟ୍ୟ ଦିବସ ପ୍ରତିବର୍ଷ ପ୍ୟାରିସଠାରେ ପାଳନ କରିଥାଏ ।[୫][୬]


ଆନ୍ତର୍ଜାତୀୟ ନାଟ୍ୟ ଅନୁଷ୍ଠାନ‌
ସଙ୍ଗଠନଜାତିସଂଘର ବିଶେଷ ଅନୁଷ୍ଠାନ
Acronymsଆଇଟିଆଇ
ମୂଖ୍ୟଟୋବିୟାସ ବିୟାନକୋନ
ନିର୍ଦ୍ଦେଶକ
ପ୍ରତିଷ୍ଠା1948; ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୦" । ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୦" । (1948), ପ୍ରାଗ[୧]
ମୂଖ୍ୟ କାର୍ଯ୍ୟାଳୟପ୍ୟାରିସ, ଫ୍ରାନ୍ସ
ୱେବସାଇଟwww.iti-worldwide.org

ଲକ୍ଷ୍ୟ ସମ୍ପାଦନା

ଅନୁଷ୍ଠାନଟି ନିଜ ଲକ୍ଷ୍ୟପୁରଣ ଦିଗରେ ନିମ୍ନ ପଦକ୍ଷେପ ନେଇଥାଏ :

  • ନାଟକ, ନୃତ୍ୟ ଓ ସଙ୍ଗୀତ ଆଦି ପରିବେଷଣ କଳା ଦିଗରେ ହେଉଥିବା କାମକୁ ପ୍ରୋତ୍ସାହିତ କରିଥାଏ ।
  • ଅନ୍ତର୍ଦେଶୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପରିବେଷଣ କଳାର ବିଭିନ୍ନ ବିଭାଗରେ କାମ କରୁଥିବା ଅନୁଷ୍ଠାନମାନଙ୍କ ମଧ୍ୟରେ ସହଯୋଗ ବୃଦ୍ଧିଦିଗରେ କାର୍ଯ୍ୟ କରିଥାଏ ।
  • ବିଭିନ୍ନ ଦେଶରେ ନିଜର ଅନୁଷ୍ଠାନର କାର୍ଯ୍ୟାଳୟ ଖୋଲିଥାଏ ।
  • ପରିବେଷଣ କଳା ଉପରେ ପର୍ଯ୍ୟବସିତ ବିଭିନ୍ନ ଦସ୍ତାବିଜ ସଂଗ୍ରହ କରିଥାଏ ।
  • 'ଥିଏଟର ଅଫ ନେସନସ' ପ୍ରତିଷ୍ଠା, 'ଥିଏଟ୍ରିକାଲ କଂଗ୍ରେସ'କୁ ସହଯୋଗ ବିଭିନ୍ନ ଉତ୍ସବ, ପ୍ରଦର୍ଶନୀ ଆଦି କାର୍ଯ୍ୟ କରିଥାଏ ।
  • ପରିବେଷଣ କଳାରେ ଥିବା କଳାକାରମାନଙ୍କ ସ୍ୱାର୍ଥରକ୍ଷା ଦିଗରେ କାର୍ଯ୍ୟ କରିଥାଏ ।

ଅନୁଷ୍ଠାନ ସମ୍ପାଦନା

ଏହି ଅନୁଷ୍ଠାନର ନିଜର ୯୨ଟି ସେଣ୍ଟର ରହିଛି । ପ୍ରତି ସେଣ୍ଟରରେ ସେହି ଦେଶରେ ପରିବେଷଣ କଳା ଦିଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ରହିଥାନ୍ତି । ଏହି ସେଣ୍ଟରଗୁଡ଼ିକ ଉଭୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ କାର୍ଯ୍ୟ କରନ୍ତି ।[୭]


ଏହି ଅନୁଷ୍ଠନରେ ବିଭିନ୍ନ ସମିତିମାନ ରହିଛି । ସେଗୁଡିକ ପରିବେଷଣ କଳାର ବିଶେଷ ବିଭାଗରେ କାର୍ଯ୍ୟ କରନ୍ତି । ସେଥି ମଧ୍ୟରୁ 'ଦ କମୁନିକେସକ କମିଟି', 'ଦ ଇଣ୍ଟରନେସନାଲ ମନୋଡ୍ରାମା ଫୋରମ', 'ଦ ଇଣ୍ଟରନେସନାଲ ଡ୍ୟାନ୍ସ କମିଟି' ଆଦି ଅନ୍ୟତମ ।[୮]

ଆଧାର ସମ୍ପାଦନା

  1. "UNESCO history". UNESCO. Retrieved 23 April 2010.
  2. International theatre institute: Formation, 1947-1948. 1948.
  3. Awde, Nick. "ITI Congress, Segovia: Britain returns to the fold of world theatre". The Stage. Retrieved 2018-09-18.
  4. "Archived copy". Archived from the original on 2012-05-05. Retrieved 2012-01-03.{{cite web}}: CS1 maint: archived copy as title (link)
  5. http://portal.unesco.org/culture/en/ev.php-URL_ID=33393&URL_DO=DO_TOPIC&URL_SECTION=201.html
  6. http://portal.unesco.org/culture/en/ev.php-URL_ID=26680&URL_DO=DO_TOPIC&URL_SECTION=201.html
  7. "Archived copy". Archived from the original on 2011-12-31. Retrieved 2012-01-03.{{cite web}}: CS1 maint: archived copy as title (link)
  8. Irving Brown (Consulting Bibliographer); Rosabel Wang (Consulting Bibliographer); Don Rubin (General Editor) (11 October 2013). World Encyclopedia of Contemporary Theatre: Volume 6: Bibliography and Cumulative Index. Routledge. pp. 8–. ISBN 978-1-136-11900-2. {{cite book}}: |author3= has generic name (help)

ବାହାର ଆଧାର ସମ୍ପାଦନା