ଆନେନସେଫାଲି
ଆନେନସେଫାଲି (ଇଂରାଜୀ ଭାଷାରେ Anencephaly) ରୋଗରେ ମସ୍ତିଷ୍କ ଏବଂ ଖପୁରିର ଅଧିକାଂଶ ଭାଗ ଅନୁପସ୍ଥିତ ଥାଏ ଯାହା ଶିଶୁର ପ୍ରାରମ୍ଭିକ ବିକାଶ ସମୟର ତ୍ରୁଟି ଯୋଗୁ ସମ୍ଭବ ହୋଇଥାଏ ।[୨] ଏହି ରୋଗଗ୍ରସ୍ଥ ଅବସ୍ଥାରେ ଶିଶୁମାନେ ଅନ୍ଧ, ବଧିର, ଚେତାଶୂନ୍ୟ ଓ ଯନ୍ତ୍ରଣା ଅନୁଭବ କରିବାରେ ଅସମର୍ଥ ହୁଅନ୍ତି ।[୧] ଶ୍ୱାସକ୍ରିୟା ରିଫ୍ଲେକ୍ସ ଓ ଶବ୍ଦ ତଥା ସ୍ପର୍ଶ ପ୍ରତିକ୍ରିୟା ଉପସ୍ଥିତ ରହିପାରେ।[୧]
Anencephaly | |
---|---|
ବିଭାଗ | Medical genetics; pediatrics |
ଲକ୍ଷଣ | Blind, deaf, unconscious, unable to feel pain[୧] |
ଆକ୍ରାନ୍ତ ସମୟ | Embryonic development[୨] |
ବିପଦ କାରକ | Folate deficiency, antiepileptic medication, diabetes, excessive vitamin A, hyperthermia during pregnancy[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | Before birth: Suspected based on high levels of alpha fetoprotein in the mother, confirmed by ultrasound[୨] After birth: Examination[୨] |
ପ୍ରତିକାର | Folic acid supplementation[୨] |
ଚିକିତ୍ସା | Supportive care[୧] |
Prognosis | Extremely poor[୩] |
ପୁନଃପୌନିକ | 1 in 7,500 births (USA)[୪] |
ଗର୍ଭାବସ୍ଥାରେ ଫୋଲେଟ ଅଭାବ, ଆଣ୍ଟିଏପିଲେପ୍ଟିକ ଔଷଧ, ମଧୁମେହ, ଅତ୍ୟଧିକ ଜୀବସାର କ ଏବଂ ଗର୍ଭ ସମୟରେ ଅଧିକ ଉତ୍ତାପ ଭଳି ଅନେକ କାରଣରୁ ଏହା ଘଟୁଥିବାର ବିଶ୍ୱାସ କରାଯାଏ | [୨] ଏହା ଏକ ପ୍ରକାର ନିଉରାଲ ଟ୍ୟୁବ ଦୋଷରୁ ହୁଏ ।[୨] ନିଉରାଲ ଟ୍ୟୁବର ଶେଷ ମୁଣ୍ଡ ବନ୍ଦ ହେବାରେ ବିଫଳତା ଯୋଗୁ ଏହା ହୁଏ ।[୧] ଜନ୍ମ ପୂର୍ବରୁ ମାତାର ଆଲଫାଫିଟୋପ୍ରୋଟିନ ସ୍ତର ଅଧିକ ଥିଲେ ଏହି ରୋଗ ସନ୍ଦେହ କରାଯାଇପାରେ ଓ ଅଲଟ୍ରାସାଉଣ୍ଡ କରି ନିଶ୍ଚିତ କରାଯାଇଥାଏ।[୨]
ଫୋଲିକ ଏସିଡ ପରିପୂରକ ଦେଇ ଏହି ରୋଗ ପ୍ରତିରୋଧ କରାଯାଇପାରେ ।[୨] ଯଦି ସମ୍ଭବ ହୁଏ, ଗର୍ଭଧାରଣ ସମୟରେ ଭାଲପ୍ରୋଏଟ ଭଳି ଆଣ୍ଟି ଏପିଲେପ୍ଟିକ୍ ନ ଦେବା ଉଚିତ୍।[୨] ଚିକିତ୍ସାରେ ସହାୟକ ଯତ୍ନ ଆବଶ୍ୟକ ହୁଏ ।[୧] ଜୀବନ୍ତ ଜନ୍ମ ହେଲେ ମଧ୍ୟ ଅଧିକାଂଶ ଶିଶୁ ଜନ୍ମ ହେବାର କିଛି ଘଣ୍ଟା କିମ୍ବା ଦିନ ମଧ୍ୟରେ ମରିଯାଆନ୍ତି | [୧] ଯୁକ୍ତରାଷ୍ଟ୍ରରେ ପ୍ରତି ୭,୫୦୦ ଜନ୍ମ ମଧ୍ୟରୁ ପ୍ରାୟ ଜଣେ ପ୍ରଭାବିତ ହୁଅନ୍ତି ।[୪]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ଆଧାର ଭୁଲ: ଅଚଳ
<ref>
ଚିହ୍ନ;NINDS2020
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ Tafuri, SM; Lui, F (January 2020). "Embryology, Anencephaly". PMID 31424828.
{{cite journal}}
: Cite journal requires|journal=
(help) - ↑ "Anencephaly Information Page | National Institute of Neurological Disorders and Stroke". www.ninds.nih.gov. Retrieved 10 January 2021.
- ↑ ୪.୦ ୪.୧ "Anencephaly". NORD (National Organization for Rare Disorders). Retrieved 10 January 2021.