ଆନନ୍ଦ ମଞ୍ଜରୀ ଦେବୀ

ଓଡ଼ିଆ ରାଜନୀତିଜ୍ଞ

ଆନନ୍ଦ ମଞ୍ଜରୀ ଦେବୀ (୧ ନଭେମ୍ବର ୧୯୨୪ - ୧୫ ଅକ୍ଟୋବର ୧୯୯୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଏବଂ ପାଲ ଲହଡ଼ାର ରାଜକୁମାରୀ ତଥା ସୁକିନ୍ଦାର ରାଣୀ ଥିଲେ । ସେ ୧୯୫୧ ମସିହାରେ ଓଡ଼ିଶା ରାଜନୀତିରେ ଯୋଗ ଦେଇଥିଲେ ଏବଂ ଜନତା ଦଳ ଓ ଜନ କଂଗ୍ରେସର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ଆନନ୍ଦ ମଞ୍ଜରୀ ଦେବୀ ଓଡ଼ିଶା ବିଧାନ ସଭାରେ ଜଣେ ସଭ୍ୟା ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ସେ ୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସୁକିନ୍ଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଜନ କଂଗ୍ରେସ ଦଳର ପ୍ରତିନିଧି ଭାବରେ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ପରେ ୧୯୭୭ ମସିହାର ଓଡ଼ିଶା ବିଧାନ ସଭାରେ ପୁଣିଥରେ ସୁକିନ୍ଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଜନତା ଦଳର ପ୍ରତିନିଧି ଭାବରେ ନିର୍ବାଚିତ ହୋଇ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨]

ଆନନ୍ଦ ମଞ୍ଜରୀ ଦେବୀ
ବିଧାୟିକା: ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୧
ପୂର୍ବ ଅଧିକାରୀବାଇଧର ସିଂହ
ପର ଅଧିକାରୀସନାତନ ଦେଓ
ନିର୍ବାଚନ ମଣ୍ଡଳୀସୁକିନ୍ଦା
ବିଧାୟିକା: ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୦
ପୂର୍ବ ଅଧିକାରୀସନାତନ ଦେଓ
ପର ଅଧିକାରୀଶରତ ରାଉତ
ନିର୍ବାଚନ ମଣ୍ଡଳୀସୁକିନ୍ଦା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1924-11-01)୧ ନଭେମ୍ବର ୧୯୨୪
ମୃତ୍ୟୁ୧୫ ଅକ୍ଟୋବର ୧୯୯୯(1999-10-15) (ବୟସ ୭୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନ କଂଗ୍ରେସ
ଜୀବନ ସାଥୀରାଜା ପିତାମ୍ବର ଭୂପତି ହରିଚନ୍ଦନ ମହାପାତ୍ର
ସନ୍ତାନ୫ ପୁଅ ଓ ୪ ଝିଅ
ବାପା/ବୋଉଶରତ ଚନ୍ଦ୍ର ମୁନିପାଳ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଆନନ୍ଦ ମଞ୍ଜରୀ ଦେବୀ ୧୯୨୪ ମସିହାର ନଭେମ୍ବର ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୩] ସେ ପାଲ ଲହଡ଼ାର ୧୧ତମ ରାଜା ଶରତ ଚନ୍ଦ୍ର ପାଲଙ୍କ ପ୍ରଥମ କନ୍ୟା ଥିଲେ ।[୪] ତାଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍‌ରୁ କମ୍ ଥିଲା । ସେ ସୁକିନ୍ଦାର ରାଜା ପିତାମ୍ବର ଭୂପତି ହରିଚନ୍ଦନ ମହାପାତ୍ରଙ୍କୁ ବିବାହ କରିଥିଲେ ।[୫] ଏହି ଦମ୍ପତ୍ତିଙ୍କର ୫ଟି ପୁଅ ଓ ୪ଟି ଝିଅ ଥିଲେ ।

ରାଜନୈତିକ ଜୀବନ ସମ୍ପାଦନା

ଆନନ୍ଦ ମଞ୍ଜରୀ ଦେବୀ ୧୯୫୧ ମସିହାରେ ଓଡ଼ିଶା ରାଜନୀତିରେ ଯୋଗ ଦେଇଥିଲେ ।[୫] ସେ ଓଡ଼ିଶା ରାଜନୀତିରେ ଜନତା ଦଳ ଏବଂ ଜନ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଦୁଇଥର ବିଧାୟିକା ଭାବରେ କାର୍ଯ୍ୟ କରିଥିଲେ ।

୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଜନ କଂଗ୍ରସ ଦଳର ପ୍ରତିନିଧି ଭାବରେ ସୁକିନ୍ଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୬] ଏହି ବିଧାନ ସଭାରେ ସେ ୧୯୬୭ ମସିହାରୁ ୧୯୭୭ ମସିହାରେ ବିଧାନ ସଭା ଭଙ୍ଗ ହେବାଯାଏଁ ବିଧାୟିକା ଭାବରେ କାର୍ଯ୍ୟ କରିଥିଲେ ।

୧୯୭୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଜନତା ଦଳର ପ୍ରତିନିଧି ଭାବରେ ପୁଣିଥରେ ସୁକିନ୍ଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୭] ଏହି ବିଧାନ ସଭାରେ ସେ ୧୯୭୭ ମସିହାରୁ ୧୯୮୦ ମସିହାରେ ବିଧାନ ସଭା ଭଙ୍ଗ ହେବାଯାଏଁ କାର୍ଯ୍ୟ କରିଥିଲେ ।

ମୃତ୍ୟୁ ସମ୍ପାଦନା

ଆନନ୍ଦ ମଞ୍ଜରୀ ଦେବୀ ୧୯୯୯ ମସିହାର ଅକ୍ଟୋବର ମାସ ୧୫ ତାରିଖରେ ମୃତ୍ୟୁବରଣ କରିଥିଲେ ।[୮] ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ଡିସେମ୍ବର ୧୦, ୧୯୯୯ରେ ବିଧାନ ସଭା ଗୃହରେ ତାଙ୍କ ପାଇଁ ଶୋକ ସଭାର ଆୟୋଜନ କରାଯାଇଥିଲା ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ "Late Anandamanjari Debi". odishaassembly.nic.in. Odisha Assembly. Retrieved 17 March 2019.
  2. "Sukinda Assembly Constituency". www.onefivenine.com. Retrieved 2019-03-17.
  3. "MLA Anandamanjari Debi Profile | SUKINDA Constituency". www.odishahelpline.com. Retrieved 2019-03-17.
  4. "Mrutyunjay Pal Smruti Parisad, Pallahara, Angul (2019)". www.madvix.com (in ଇଂରାଜୀ). Archived from the original on 2020-08-08. Retrieved 2019-03-17.
  5. ୫.୦ ୫.୧ "PAL LAHARA". members.iinet.net.au. Archived from the original on 2019-01-05. Retrieved 2019-03-17.
  6. "Orissa Assembly Election Results in 1967". www.elections.in. Retrieved 2019-03-17.
  7. "Orissa Assembly Election Results in 1977". www.elections.in. Retrieved 2019-03-17.
  8. "MLA Anandamanjari Debi Profile | SUKINDA Constituency". naveenpatnaik.com. Archived from the original on 2017-06-23. Retrieved 2019-03-17.