ଅଦା ଶର୍ମା

ଭାରତୀୟ ଅଭିନେତ୍ରୀ
(ଆଧା ଶର୍ମାରୁ ଲେଉଟି ଆସିଛି)

ଅଦା ଶର୍ମା (ଜନ୍ମ: ୧୧ ମଇ ୧୯୯୧) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ, ତେଲୁଗୁ ଏବଂ ତାମିଲ ଭାଷା ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଅଦା ତାଙ୍କ ବିଦ୍ୟାଳୟ ଶିକ୍ଷା ଶେଷ କରିବା ପରେ ୨୦୦୮ରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ହିନ୍ଦୀ କଥାଚିତ୍ର ୧୯୨୦ ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ଅଦାଙ୍କୁ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ନବାଗତା ଭାବରେ ମନୋନୀତ କରାଯାଇଥିଲା ।[୨][୩] ପରେ ସେ ୨୦୧୪ରେ ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ପରେ ସେ କନ୍ନଡ଼ ଏବଂ ତାମିଲ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଅଦାଙ୍କ ଅଭିନୀତ ସଫଳତମ ହିନ୍ଦୀ ଚଳଚ୍ଚିତ୍ରଗୁଡ଼ିକ ହେଲା ୨୦୧୪ର ହସି ତୋ ଫସି, ୨୦୧୭ର କମାଣ୍ଡୋ ୨ । ଅଦାଙ୍କ ତେଲୁଗୁ କଥାଚିତ୍ର ଜଗତରେ ମଧ୍ୟ ଜଣେ ସଫଳ ଅଭିନେତ୍ରୀ ଭାବରେ ସ୍ଥାନ ପାଇଛନ୍ତି ।[୪]

ଅଦା ଶର୍ମା
୨୦୧୪ର ଲ୍ୟାକ୍‌ମି ଫ୍ୟାସନ ଉଇକ୍‌ରେ ଅଦା
Born
ଅଦା ଶର୍ମା[୧]

(1991-05-11) ୧୧ ମଇ ୧୯୯୧ (ବୟସ ୩୨)
ପାଲାକ୍କଡ଼, କେରଳ, ଭାରତ
Nationalityଭାରତୀୟ
Occupationଅଭିନେତ୍ରୀ
Years active୨୦୦୮–ଏବେଯାଏଁ

ପ୍ରାରମ୍ଭିକ ଜୀବନ ସମ୍ପାଦନା

ଅଦା ଶର୍ମା ୧୧ ମଇ ୧୯୯୧ରେ ଏକ ତାମିଲ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ କେରଳର ପାଲାକ୍କଡ଼ରେ ଜନ୍ମ ହୋଇଥିଲେ ଏବଂ ମୁମ୍ବାଇରେ ବଡ଼ ହୋଇଥିଲେ ।[୧] ତାଙ୍କ ବାପା ଜଣେ ଜଳ ସେନାଧିକାରୀ ଏବଂ ମାଆ ଜଣେ ଶାସ୍ତ୍ରୀୟ ସଙ୍ଗୀତ ନର୍ତ୍ତକୀ ।[୧] ଅଦା ମୁମ୍ବାଇର ପାଲି ହିଲ୍‌ର ଅକ୍ଷିଅମ୍ କନ୍‌ଭେଣ୍ଟ ସ୍କୁଲ‌ରୁ ତାଙ୍କର ବିଦ୍ୟାଳୟ ଶିକ୍ଷା ଶେଷ କରିଥିଲେ ।[୫] ସେ ଦଶମ ଶ୍ରେଣୀରେ ପଢ଼ୁଥିବାବେଳେ ଅଭିନେତ୍ରୀ ହେବା ପାଇଁ ଇଚ୍ଛା କରିଥିଲେ ଏବଂ ସେ ସେତେବେଳ ହିଁ ବିଦ୍ୟାଳୟ ତ୍ୟାଗ କରିବାକୁ ଚାହିଁଥିଲେ, ମାତ୍ର ତାଙ୍କ ବାପାମାଆ ତାଙ୍କୁ ଅତିକମ୍‌ରେ ବିଦ୍ୟାଳୟ ଶିକ୍ଷା ଶେଷ କରିବା ପାଇଁ ପରାମର୍ଶ ଦେଇଥିଲେ ।[୬] ସେ ତାଙ୍କର ଦ୍ୱାଦଶ ଶ୍ରେଣୀ ଶିକ୍ଷା ପରେ, ପାଠପଢ଼ା ବନ୍ଦ କରିଥିଲେ ।[୭]

ଅଦା ତିନି ବର୍ଷ ବୟସରୁ ନୃତ୍ୟ କରୁଛନ୍ତି ଏବଂ ସେ ମୁମାଇର ନଟରାଜ ଗୋପୀ କ୍ରିଷ୍ଣା କଥକ ଡ୍ୟାନ୍ସ ଏକାଡେମିରୁ କଥକରେ ସ୍ନାତକ ହାସଲ କରିଛନ୍ତି ।[୪][୮] ସେ ମଧ୍ୟ ଯୁକ୍ତରାଷ୍ଟ୍ରରେ ୪ ମାସର ସାଲ୍‌ସା ନୃତ୍ୟ ଶିକ୍ଷା କରିଛନ୍ତି । ଏତଦ ବ୍ୟତୀତ ସେ ବେଲି ଡ୍ୟାନ୍ସିଂ ମଧ୍ୟ କରନ୍ତି ।[୬]

ଅଭିନୟ ଜୀବନ ସମ୍ପାଦନା

ଅଦା ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିବା ପାଇଁ ଅନେକ ଜାଗରେ ଅଡିସନ୍ ଦେଇଥିଲେ । ମାତ୍ର ତାଙ୍କର କର୍ଲି ଚୁଟି ଏବଂ ଅଳ୍ପ ବୟସ ପାଇଁ ସେ ସବୁଥିରେ ବିଫଳ ହୋଇଥିଲେ ।[୯] ପରେ ସେ ୨୦୦୮ରେ ୧୯୨୦ ଚଳଚ୍ଚିତ୍ର ଜରିଆରେ ଅଭିନୟ ଆରମ୍ଭ କରିଥିଲେ ।[୩] ଏହାପରେ ସେ ୨୦୧୪ରେ ତେଲୁଗୁ କଥାଚିତର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ନିତିନ୍‌ଙ୍କ ସ‌ହ ହାର୍ଟ ଆଟାକ୍ ଚଳଚ୍ଚିତ୍ର ଜରିଆରେ ସେ ତେଲୁଗୁ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।[୧୦][୧୧] ୨୦୧୫ରେ ସେ ରାଣା ବିକ୍ରମ ଚଳଚ୍ଚିତ୍ର ଜରିଆରେ ସେ କନ୍ନଡ଼ କଥାଚିତ୍ର ଜଗତରେ ମଧ୍ୟ ପ୍ରବେଶ କରିଥିଲେ ।[୧୨] ୨୦୧୬ରେ ସେ ତାମିଲ ଚଳଚ୍ଚିତ୍ର ଇଧୁ ନାମ୍ମା ଅଲ୍ଲୁରେ ଅତିଥି କଳାକାର ଭାବରେ ଅଭିନୟ କରିଥିଲେ ।[୧୩]

ଅଦାଙ୍କ ଅଭିନୀତ ସଫଳ ହିନ୍ଦୀ କଥାଚିତ୍ରଗୁଡ଼ିକ ହେଲା: ୨୦୧୪ର ହସି ତୋ ଫସି[୧୪][୧୫] ଏବଂ ୨୦୧୭ର କମାଣ୍ଡୋ ୨ ।[୧୬]

ଅଭିନୀତ କଥାଚିତ୍ର ସମ୍ପାଦନା

  • ୨୦୦୮: ୧୯୨୦ (ହିନ୍ଦୀ)
  • ୨୦୧୧: ଫିର୍ (ହିନ୍ଦୀ)
  • ୨୦୧୩: ହମ୍ ହୈ ରାହି କାର୍ କେ (ହିନ୍ଦୀ)
  • ୨୦୧୪: ହାର୍ଟ ଆଟାକ୍ (ତେଲୁଗୁ)
  • ୨୦୧୪: ହସି ତୋ ଫସି (ହିନ୍ଦୀ)
  • ୨୦୧୫: ସନ୍ ଅଫ୍ ସତ୍ୟ ମୂର୍ତ୍ତୀ (ତେଲୁଗୁ)
  • ୨୦୧୫: ରାଣା ବିକ୍ରମ (କନ୍ନଡ଼)
  • ୨୦୧୫: ସୁବ୍ରମଣ୍ୟମ୍ ଫର୍ ସେଲ୍ (ତେଲୁଗୁ)
  • ୨୦୧୬: ଗରମ୍ (ତେଲୁଗୁ)
  • ୨୦୧୬: କସନମ୍ (ତେଲୁଗୁ)
  • ୨୦୧୬: ଇଧୁ ନାମା ଅଲ୍ଲୁ (ତାମିଲ)
  • ୨୦୧୭: କମାଣ୍ଡୋ ୨ (ହିନ୍ଦୀ)

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Adah Sharma talks about her roots". The Times of India. Retrieved 21 May 2017.
  2. "Movie Review: 1920 | Bollywood.com : Entertainment news, movie, music and fashion reviews". Bollywood.com. Retrieved 21 May 2017.
  3. ୩.୦ ୩.୧ Nikhat Kazmi (2008-09-12). "1920 - Times Of India". Articles.timesofindia.indiatimes.com. Archived from the original on 2013-12-03. Retrieved 21 May 2017.
  4. ୪.୦ ୪.୧ M. Srinivas. "'I am luckier than my contemporaries'". The Hindu. Retrieved 21 May 2017.
  5. "Adah Sharma Biography". One India. Archived from the original on 27 April 2014. Retrieved 21 May 2017.
  6. ୬.୦ ୬.୧ "The success of Hasee toh phasee has put 1920 girl Adah Sharma firmly in the spotlight". The Telegraph. Retrieved 21 May 2017.
  7. "I have roots in Kerala: Adah Sharma". The Times of India. Retrieved 21 May 2017.
  8. "Interview with Adah Sharma". The Times of India. Retrieved 21 May 2017.
  9. "A chilly love yarn". The Hindu. Retrieved 21 May 2017.
  10. "Review : Heart Attack – Puri Mark Romance - 123telugu.com". 123telugu.com. Retrieved 21 May 2017.
  11. "Rising Star in Southern Skies". The New Indian Express. Archived from the original on 19 May 2015. Retrieved 21 May 2017.
  12. "Adah Sharma excited for her forthcoming films". The Indian Express. 8 April 2015. Retrieved 21 May 2017.
  13. Bhanage, Mihir (22 March 2016). "Adah Sharma to debut with Idhu Namma Aalu". The Hindu. The Hindu. Retrieved 21 May 2017.
  14. "Adah Sharma carries different looks in back to back releases". The Indian Express. 1 February 2014. Retrieved 21 May 2017.
  15. "Boxoffice". boxofficeindia.com. Archived from the original on 26 June 2015. Retrieved 21 May 2017.
  16. "Commando' sequel to go on floors on Wednesday in Mumbai". Mid Day. 17 February 2016. Retrieved 21 May 2017.

ଅଧିକ ତ‌ଥ୍ୟ ସମ୍ପାଦନା