ଆଣ୍ଠୁ ସ୍ଥାନ‌ଚ୍ୟୁତି

ଆଣ୍ଠୁ ସ୍ଥାନ‌ଚ୍ୟୁତି (ଇଂରାଜୀ ଭାଷାରେ knee dislocation) ଏକ ପ୍ରକାର ଗଣ୍ଠି ଆଘାତ (knee injury) ଯେଉଁଥିରେ ଟିବିଆ (tibia) ଓ ଫିମର (femur) ମଧ୍ୟରେ ଥିବା ଗଣ୍ଠି (joint) ସ୍ଥାନ‌ଚ୍ୟୁତ ହୋଇଥାଏ ।[୩][୬] ଏହି ଆଘାତ ହେଲେ ଆଣ୍ଠୁ ଯନ୍ତ୍ରଣା (Knee pain), ଆଣ୍ଠୁ ବିକଳାଙ୍ଗ ଆଦି ଲକ୍ଷଣ ଦେଖାଯାଏ ଓ ଆଣ୍ଠୁ ଅସନ୍ତୁଳିତ ଥାଏ ।[୨] ଅଧିକ ଶକ୍ତ ଆଘାତ ହୋଇଥିଲେ ପ‌ପ୍ଲିଟିଆଲ ଧମନୀ ଆଘାତ (artery behind the knee), କମ୍ପାର୍ଟମେଣ୍ଟ ସିଣ୍ଡ୍ରୋମ ହୋଇପାରେ । [୩][୬][୭]

ଆଣ୍ଠୁ ସ୍ଥାନ‌ଚ୍ୟୁତି (Knee dislocation)
ବାମ ଆଣ୍ଠୁର ସାଧାରଣ ଏକ୍ସ-ରେ ଚିତ୍ରରେ ଆଣ୍ଠୁ ସ୍ଥାନ‌ଚ୍ୟୁତି ଦେଖାଯାଉଛି ।[୧]
ଲକ୍ଷଣଆଣ୍ଠୁ ଯନ୍ତ୍ରଣା (Knee pain), ଆଣ୍ଠୁ ବିକଳାଙ୍ଗ [୨]
କାରଣଆଘାତ[୩]
ରୋଗ ନିର୍ଣ୍ଣୟ ପଦ୍ଧତିଇତିହାସ, ଶାରୀରିକ ପରୀକ୍ଷା ଓ ମେଡିକାଲ ଇମେଜିଙ୍ଗ (medical imaging)[୪][୨]
ସଠିକ ରୋଗ ନିର୍ଣ୍ଣୟଫିମର ଅସ୍ଥିଭଗ୍ନ (Femur fracture), ଟିବିଆ ଅସ୍ଥିଭଗ୍ନ (tibial fracture), ପାଟେଲା ସ୍ଥାନ‌ଚ୍ୟୁତି (patellar dislocation), ଏସିଏଲ ଛିନ୍ନତା (ACL tear)[୫]
ଚିକିତ୍ସାପୁନଃସ୍ଥାପନ (Reduction), (splinting), ଅପରେଶନ[୬]
Prognosis୧୦% ରିସ୍କ ବିଚ୍ଛେଦନ (amputation)[୬]
ପୁନଃପୌନିକବର୍ଷକୁ ୧୦୦,୦୦୦ ଜଣରେ ଜଣେ [୩]

ପ୍ରାୟ ଅଧା ସଂଖ୍ୟକ ଲୋକ ପ୍ରମୁଖ (major trauma) ଓ ବାକି ଅଧା ଲୋକ ସାମାନ୍ୟ କାରଣରୁ ଏହି ଆଣ୍ଠୁ ସ୍ଥାନ‌ଚ୍ୟୁତି ଭୋଗ କରନ୍ତି ।[୩] ପ୍ରାୟ ଅଧା ସଂଖ୍ୟକ କେଶ୍‌ରେ ଡାକ୍ତରଖାନାକୁ ଯିବା ପୂର୍ବରୁ ଆପେ ଆପେ ପୁନଃସ୍ଥାପନ ହୋଇଯାଏ ।[୩] ଏଥିରେ ଆଣ୍ଟିରିଅର କ୍ରୁସିଏଟ ଲିଗାମେଣ୍ଟ (anterior cruciate ligament), ପୋଷ୍ଟିରିଅର କ୍ରୁସିଏଟ ଲିଗାମେଣ୍ଟ (posterior cruciate ligament), ମିଡିଆଲ (medial collateral ligament) ବା ଲାଟରାଲ କୋଲାଟରାଲ ଲିଗାମେଣ୍ଟ (lateral collateral ligament) ଛିଣ୍ଡିଯାଇଥାଏ ।[୩] ଆଙ୍କଲ-ବ୍ରାକିଆଲ ପ୍ରେସର ଇଣ୍ଡେକ୍ସ (ankle-brachial pressure index) ୦.୯ରୁ କମ୍ ଥାଏ ତେବେ ରକ୍ତନଳୀ ଆଘାତ ଚିହ୍ନଟ କରିବା ନିମନ୍ତେ ସିଟି ଆଞ୍ଜିଓଗ୍ରାଫି (CT angiography) କରିବାକୁ ସୁପାରିସ କରାଯାଏ ।[୩] ଅନ୍ୟଥା ବାରମ୍ବାର ଶାରୀରିକ ପରୀକ୍ଷା କଲେ (physical exams) ଯଥେଷ୍ଟ ହୋଇପାରେ । [୨]

ସ୍ଥାନ‌ଚ୍ୟୁତ ଗଣ୍ଠି ଥିଲେ ପୁନଃସ୍ଥାପନ (Reduction) କରି ସ୍ପିଣ୍ଟ (splinting) ଦିଆଯାଏ;[୬] ଓ ଏହା ସିଡେସନ (procedural sedation) ଦେଇ କରାଯାଏ ।[୨] ଧମନୀ କ୍ଷତିଗ୍ରସ୍ତ ହୋଇଥିଲେ ସଙ୍ଗେ ସଙ୍ଗେ ଅପରେଶନ କରାଯାଏ ।[୩] ଏକାଧିକ ଅପରେଶନ ଆବଶ୍ୟକ ହୋଇପାରେ । [୬] ପ୍ରାୟ ୧୦% କେଶ୍‌ରେ ବିଚ୍ଛେଦନ ବା ଆମ୍ପୁଟେସନ (amputation) ଆବଶ୍ୟକ ହୁଏ ।[୬]

ବର୍ଷକୁ ଏକ ଲକ୍ଷ ଲୋକରେ ଜଣକର ଆଣ୍ଠୁ ସ୍ଥାନ‌ଚ୍ୟୁତି ହୁଏ ।[୩] ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କର ଅଧିକ ହୁଏ ।[୨] ଅଳ୍ପ ବୟସ୍କ ଯୁବକମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[୨] ଖ୍ରୀ:ପୂ: ୨୦ରେ ମେଗେସ ଅଫ ସିଡନ (Meges of Sidon) ଏହାର ବର୍ଣ୍ଣନା କରିଥିଲେ ।[୮]

ଆଧାର ସମ୍ପାଦନା

  1. Duprey, K; Lin, M (February 2010). "Posterior knee dislocation". The western journal of emergency medicine. 11 (1): 103–4. PMID 20411095.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ Boyce, RH; Singh, K; Obremskey, WT (December 2015). "Acute Management of Traumatic Knee Dislocations for the Generalist". The Journal of the American Academy of Orthopaedic Surgeons. 23 (12): 761–8. doi:10.5435/JAAOS-D-14-00349. PMID 26493970.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ Maslaris, A; Brinkmann, O; Bungartz, M; Krettek, C; Jagodzinski, M; Liodakis, E (22 February 2018). "Management of knee dislocation prior to ligament reconstruction: What is the current evidence? Update of a universal treatment algorithm" (PDF). European journal of orthopaedic surgery & traumatology : orthopedie traumatologie. doi:10.1007/s00590-018-2148-4. PMID 29470650.(subscription required)
  4. Lachman, JR; Rehman, S; Pipitone, PS (October 2015). "Traumatic Knee Dislocations: Evaluation, Management, and Surgical Treatment". The Orthopedic clinics of North America. 46 (4): 479–93. doi:10.1016/j.ocl.2015.06.004. PMC 5299179. PMID 26410637.
  5. Eiff, M. Patrice; Hatch, Robert L. (2011). Fracture Management for Primary Care E-Book (in ଇଂରାଜୀ). Elsevier Health Sciences. p. ix. ISBN 1455725021.
  6. ୬.୦ ୬.୧ ୬.୨ ୬.୩ ୬.୪ ୬.୫ ୬.୬ Bryant, Brandon; Musahl, Volkar; Harner, Christopher D. (2011). "59. The Dislocated Knee". In W. Norman Scott (ed.). Insall & Scott Surgery of the Knee E-Book (in ଇଂରାଜୀ) (5th ed.). Elsevier Churchill Livingstone. p. 565. ISBN 978-1-4377-1503-3.
  7. Medina, O; Arom, GA; Yeranosian, MG; Petrigliano, FA; McAllister, DR (September 2014). "Vascular and nerve injury after knee dislocation: a systematic review". Clinical Orthopaedics and Related Research. 472 (9): 2621–9. doi:10.1007/s11999-014-3511-3. PMC 4117866. PMID 24554457.
  8. Elliott, James Sands (1914). Outlines of Greek and Roman Medicine (in ଇଂରାଜୀ). Creatikron Company. p. 76. ISBN 9781449985219.