ଆଣ୍ଟୋନି ଜେରୋମ୍‌ ବାଲାର୍ଡ

ଆଣ୍ଟୋନି ଜେରୋମ୍‌ ବାଲାର୍ଡ ( ୩୦ ସେପ୍ଟେମ୍ବର ୧୮୦୨ - ୩୦ ଏପ୍ରିଲ ୧୮୭୬) ଜଣେ ଫରାସୀ ବୈଜ୍ଞାନିକ ଥିଲେ । ସେ ୧୮୦୨ ମସିହା ସେପ୍ଟେମ୍ବର ୩୦ ତାରିଖରେ ଦକ୍ଷିଣ ଫ୍ରାନସର ମଣ୍ଟ୍‌ପେଲିଅରରେ ଜନ୍ମ ଗ୍ରହଣ କରିଥିଲେ । ସେ ସ୍କୁଲ ଅଫ ଫାର୍ମାସିରୁ ୧୮୨୬ ମସିହାରେ ଡିଗୀ ପାଇବା ପରେ ରସାୟନ ଶାସ୍ତ୍ରର ଡେମନ୍‌ଷ୍ଟ୍ରେଟର ରୂପେ କାର୍ଯ୍ୟ ଆରମ୍ଭ କରିଥିଲେ। ୧୮୨୫ ମସିହାରେ ସମୁଦ୍ର ଜଳର ପରୀକ୍ଷଣ କଲାବେଳେ ସେ ଏକ ଗାଢ ଲାଲ୍‌ ରଙ୍ଗର ତରଳ ପଦାର୍ଥ ଆବିଷ୍କାର କରିଥିଲେ। ଏହାର ଧର୍ମ କ୍ଲୋରିନ୍‌ଆୟୋଡିନର ଧର୍ମ ସଙ୍ଗେ ସାମଞ୍ଜସ୍ୟ ରଖୁଥିଲା । ବାଲାର୍ଡ ଏହାକୁ ମୁରିଦ ନାମରେ ନାମକରଣ କରିଥିଲେ। ପରେ ଏହାକୁ ବ୍ରୋମିନ୍ ନାମରେ ନାମିତ କରାଯାଇଥିଲା । ୧୮୩୪ ମସିହାରେ ବାଲାର୍ଡ, ଡାଇକ୍ଲୋରାଇଡ୍ ଅକ୍ସାଇଡ୍‌ (Cl2O) ଓ କ୍ଲୋରିକ ଏସିଡ(HClO)ର ଆବିଷ୍କାର କରିଥିଲେ।

Antoine Jérôme Balard
Antoine Jérôme Balard
ଜନ୍ମ(1802-09-30)୩୦ ସେପ୍ଟେମ୍ବର ୧୮୦୨
ମୃତ୍ୟୁ୩୦ ଅପ୍ରେଲ ୧୮୭୬(1876-04-30) (ବୟସ ୭୩)
Paris
ଜାତୀୟତାFrench
ଜଣାଶୁଣାdiscovery of bromine
ପୁରସ୍କାର(ଗୁଡ଼ିକ)Royal Medal (1830)
ବିଜ୍ଞାନୀ ଜୀବନ
କ୍ଷେତ୍ରchemistry
ଆଦର୍ଶM.P.E. Berthelot

୧୮୩୩ ମସିହାରେ ମଣ୍ଟପେଲିଅର ବିଶ୍ୱ ବିଦ୍ୟାଳୟର ରସାୟନ ବିଭାଗର ପ୍ରଫେସର ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ୧୮୫୪ ମସିହାରେ ସେ କଲେଜ୍‌ ଡି ଫ୍ରାନ୍‌ସରେ ପ୍ରଫେସର ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ମୃତ୍ୟୁ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିଥିଲେ।

ପ୍ରାରମ୍ଭିକ ଜୀବନ ସମ୍ପାଦନ କରନ୍ତୁ

ଶିକ୍ଷା ଓ ଗବେଷଣା ସମ୍ପାଦନ କରନ୍ତୁ

ଶେଷ ଜୀବନ ସମ୍ପାଦନ କରନ୍ତୁ

ଆହୁରି ପଢନ୍ତୁ ସମ୍ପାଦନ କରନ୍ତୁ

  • Wisniak, Jaime (2004). "Antoine-Jerôme Balard. The discoverer of bromine" (PDF). Revista CENIC Ciencias Químicas. 35 (1).
  • Charlot, Colette (February 2008). "A.J. Balard, the bromium discoverer". Revue d'histoire de la pharmacie. France. 55 (356): 495–504. ISSN 0035-2349. PMID 18549189.
  • Charlot, Colette; Flahaut Jean (2003). "Antoine Jérôme Balard. The man". Revue d'histoire de la pharmacie. 51 (338): 251–64. PMID 14606485. {{cite journal}}: Cite has empty unknown parameter: |month= (help)

ଆଧାର ସମ୍ପାଦନ କରନ୍ତୁ

ଅଧିକ ତଥ୍ୟ ସମ୍ପାଦନ କରନ୍ତୁ