ଆଟୋଭାକୋନ/ ପ୍ରୋଗୁଆନିଲ

ଏହା ଦୁଇଟି ମ୍ୟଲେରିଆ ବିରୋଧୀ ଔଷଧ ଆଟୋଭାକୋନ୍ ଏବଂ ପ୍ରୋଗୁଆନିଲର ମିଶ୍ରଣ ।

ଆଟୋଭାକୋନ/ ପ୍ରୋଗୁଆନିଲ, ଏକ ବେପାର ନାମ ମଲାରୋନ୍, ହେଉଛି ଦୁଇଟି ମ୍ୟଲେରିଆ ବିରୋଧୀ ଔଷଧ ଆଟୋଭାକୋନ୍ ଏବଂ ପ୍ରୋଗୁଆନିଲର ମିଶ୍ରଣ । [୨] ଏହା କ୍ଲୋରୋକାଇନ୍ -ପ୍ରତିରୋଧକ ମ୍ୟାଲେରିଆ ସମେତ ମ୍ୟାଲେରିଆର ଚିକିତ୍ସା ତଥା ପ୍ରତିରୋଧ ପାଇଁ ବ୍ୟବହୃତ ହୁଏ । [୩] [୨] ଗୁରୁତର କିମ୍ବା ଜଟିଳ ମ୍ୟାଲେରିଆ ପାଇଁ ଏହା ସୁପାରିଶ କରାଯାଏ ନାହିଁ। [୨] ଏହା ପାଟିରେ ଦିଆଯାଏ । [୨]

ଆଟୋଭାକୋନ/ ପ୍ରୋଗୁଆନିଲ
Combination of
AtovaquoneAntimalarial medication
ProguanilAntimalarial medication
Clinical data
Trade namesMalarone, Malanil, others
AHFS/Drugs.commonograph
data
Pregnancy
category
  • US: C (Risk not ruled out)
Routes of
administration
By mouth
Legal status
Legal status
  • UK: POM (Prescription only)
  • ℞ (Prescription only)
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ବାନ୍ତି, ତରଳ ଝାଡ଼ା, କାଶ, ଏବଂ ଗଲୁ ହୋଇପାରେ । [୨] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍ସିସ୍, ଷ୍ଟିଭେନ୍ସ - ଜନସନ ସିଣ୍ଡ୍ରୋମ, ହାଲୁସିନେସନ ଏବଂ ଯକୃତ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ। [୨] [୪] ଗର୍ଭଧାରଣ ସମୟରେ କିମ୍ବା ସ୍ତନ୍ୟପାନ କରାଇବା ଶିଶୁ ପାଇଁ ନିରାପଦ କି ନୁହେଁ ତାହା ଅସ୍ପଷ୍ଟ ରହିଛି। [୫] ଖରାପ ବୃକ୍‌କ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କଠାରେ ମ୍ୟାଲେରିଆକୁ ରୋକିବା ପାଇଁ ପରାମର୍ଶ ଦିଆଯାଇନଥାଏ । [୪] ମ୍ୟାଲେରିଆରେ ମାଇଟୋକଣ୍ଡ୍ରିଆର କାର୍ଯ୍ୟରେ ବାଧା ସୃଷ୍ଟି କରି ଆଟୋଭାକୋନ୍ କାର୍ଯ୍ୟ କରୁଥିବାବେଳେ ଡିହାଇଡ୍ରୋଫୋଲେଟ୍ ରିଡକ୍ଟେଜ୍ ଅବରୋଧ କରି ପ୍ରୋଗୁଆନିଲ୍ କାର୍ୟଯକ୍ଷମ ହୁଏ । [୨]

୨୦୦୦ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଆଟୋଭାକୋନ୍ / ପ୍ରୋଗୁଆନିଲ୍ ଅନୁମୋଦିତ ହୋଇଥିଲା । [୨] ଏହ ଏକ ସାଧାରଣ ଔଷଧ ଭାବରେ ୨୦୧୧ ମସିହାରୁ ଉପଲବ୍ଧ ।[୬] ଯୁକ୍ତରାଷ୍ଟ୍ରରେ ଏହାର ଏକ ମାତ୍ରା ପିଛା ହୋଲସେଲ ମୂଲ୍ୟ ୨.୮୨ ଡଲାର ରହିଛି । [୭] ଯୁକ୍ତରାଜ୍ୟରେ ୨୦୧୯ରୁ ଏହାର ଡୋଜ ପିଛା ମୂଲ୍ୟ £ ୨.୧୦ ରହିଛି । [୪]

ଆଧାର ସମ୍ପାଦନା

  1. "Glaxo Smith Kline monograph on MALARONE". Archived from the original on 2016-03-24. Retrieved 2012-08-03.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Atovaquone and Proguanil Hydrochloride Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 12 September 2019.
  3. Nakato, Halima; Vivancos, Roberto; Hunter, Paul R. (2007-11-01). "A systematic review and meta-analysis of the effectiveness and safety of atovaquone–proguanil (Malarone) for chemoprophylaxis against malaria". Journal of Antimicrobial Chemotherapy (in ଇଂରାଜୀ). 60 (5): 929–936. doi:10.1093/jac/dkm337. ISSN 0305-7453. PMID 17848375. Archived from the original on 2021-08-29. Retrieved 2016-05-03.
  4. ୪.୦ ୪.୧ ୪.୨ British national formulary : BNF 76 (76 ed.). Pharmaceutical Press. 2018. p. 604. ISBN 9780857113382.
  5. "Atovaquone / proguanil Use During Pregnancy". Drugs.com (in ଇଂରାଜୀ). Archived from the original on 16 August 2019. Retrieved 12 September 2019.
  6. "Generic Malarone Availability". Drugs.com (in ଇଂରାଜୀ). Archived from the original on 16 August 2019. Retrieved 12 September 2019.
  7. "NADAC as of 2019-09-11 | Data.Medicaid.gov". Centers for Medicare and Medicaid Services (in ଇଂରାଜୀ). Archived from the original on 2019-12-30. Retrieved 12 September 2019.