ଆଜାଦ କାଶ୍ମୀର
ଆଜାଦ କାଶ୍ମୀର (ଉର୍ଦ୍ଦୁ: آزاد جموں و کشمیر) ଆନୁଷ୍ଠାନିକ ଭାବରେ ଆଜାଦ ଜାମୁ ଓ କାଶ୍ମୀର ରାଜ୍ୟ ନାମରେ ମାନ୍ୟତା ପ୍ରାପ୍ତ ହେଲେ ମଧ୍ୟ ଏହା କେବଳ ଆଜାଦ କାଶ୍ମୀର ଭାବରେ ଜଣାଶୁଣା ।[୪] କାଶ୍ମୀର ଅଞ୍ଚଳର ପଶ୍ଚିମ ଭାଗରେ ଅବସ୍ଥିତ ଏହି ଅଞ୍ଚଳ ଏକ ସ୍ୱୟଂ ଶାସକ ସଂସ୍ଥା ଭାବରେ ପାକିସ୍ତାନ ଦ୍ୱାରା ପରିଚାଳିତ । ୧୯୪୭ ପରଠାରୁ ଭାରତ ଏବଂ ପାକିସ୍ତନ ମଧ୍ୟରେ ଏହି ଅଞ୍ଚଳ ଏକ ବିବାଦର ବିଷୟ ହୋଇଆସିଛି । ଆଜାଦ୍ କାଶ୍ମୀର, ଭାରତୀୟ ଉପମହାଦେଶର ଉତ୍ତର-ପଶ୍ଚିମ ଭାଗରେ କାଶ୍ମୀର ଅଞ୍ଚଳର ପାକିସ୍ତାନୀ ଦ୍ୱାରା ପରିଚାଳିତ ଅଞ୍ଚଳ । ଆଜାଦ (“ମୁକ୍ତ”) କାଶ୍ମୀର, ୧୯୪୭ ମସିହାରେ ଭାରତ ବିଭାଜନ ପରେ ସୃଷ୍ଟି ହୋଇଥିଲା । ଏହା ଏକ ପ୍ରଦେଶ କିମ୍ବା ପାକିସ୍ତାନର ଶାସନାଧୀନ ନୁହେଁ, ତେବେ ଏହାର ଏକ ତଥାକଥିତ ସରକାର ଅଛି ଯାହାକୁ ପାକିସ୍ତାନ “ସ୍ୱାଧୀନ” ଭାବରେ ମାନ୍ୟତା ଦିଏ । ବାସ୍ତବରେ ଏହା ଆର୍ଥିକ ଏବଂ ପ୍ରଶାସନିକ ଭାବେ ପାକିସ୍ତାନ ସହିତ ସଂଯୁକ୍ତ | ତେବେ ଜାମୁ କାଶ୍ମୀରକୁ ଭାରତର ଅଭିନ୍ନ ଅଙ୍ଗ ଭାବେ ଭାରତ ସରକାର ଭାରତ ବିଭାଜନ ସମୟରୁ ହିଁ ସ୍ପଷ୍ଟ କରିଅଛନ୍ତି ।
ଏହାର କ୍ଷେତ୍ରଫଳ ପ୍ରାୟ ୬୫୦ ବର୍ଗ ମାଇଲ (୧୬୮୦ ବର୍ଗ କିଲୋମିଟର) ଏବଂ ୨୦୧୭ ଜାତୀୟ ଜନଗଣନା ଅନୁଯାୟୀ ଏହାର ଜନସଂଖ୍ୟା ୪,୦୪,୫୩୬୬ |
ଆଜାଦ କାଶ୍ମୀରର ପ୍ରଶାସନ ପାକିସ୍ତାନର କାଶ୍ମୀର ବ୍ୟାପାର ମନ୍ତ୍ରଣାଳୟର ତଦାରଖ କରିଥାଏ ଏବଂ ଏହାର ମୁଖ୍ୟାଳୟ ମୁଜାଫରବାଦରେ ଅବସ୍ଥିତ, ଯାହା ଦକ୍ଷିଣ-ପଶ୍ଚିମ ଆବୋଟାବାଦ ସହ ସଡ଼କ ଦ୍ୱାରା ସଂଯୁକ୍ତ । ମିରପୁର ଏହି ଅଞ୍ଚଳର ଦକ୍ଷିଣ ଭାଗରେ ଏକ ପ୍ରମୁଖ ସହର |
ଇତିହାସ
ସମ୍ପାଦନା୧୯୪୭ ମସିହାରେ ଭାରତ ବିଭାଜନ ସମୟରେ, ବ୍ରିଟିଶମାନେ ଭାରତରେ ଥିବା ପ୍ରାଦେଶିକ ରାଜ୍ୟମାନଙ୍କ ଉପରେ ସେମାନଙ୍କର ଅଧିକାରକୁ ପରିତ୍ୟାଗ କରିବା ସହ ସେମାନଙ୍କୁ ଭାରତ କିମ୍ବା ପାକିସ୍ତାନରେ ଯୋଗଦେବା କିମ୍ବା ସ୍ଵାଧୀନ ରହିବାର ବିକଳ୍ପ ଦିଆଯାଇଥିଲା । ଜାମ୍ମୁ କାଶ୍ମୀରର ତତକାଳୀନ ମହାରାଜା ହରି ସିଂ ସ୍ଵାଧୀନ ରହିବାକୁ ସ୍ଥିର କରି ଏ ସମ୍ପର୍କିତ ଚୁକ୍ତିନାମା ସ୍ୱାକ୍ଷର କରିବାକୁ ପ୍ରସ୍ତାବ ଦେଇଥିଲେ ।[୫]
ଭାରତ ବିଭାଜନ ପରେ ପରେ ପଶ୍ଚିମ ପଞ୍ଜାବର ରାୱଲପିଣ୍ଡି ଡିଭିଜନ୍ ସୀମାବର୍ତ୍ତୀ ପୁଞ୍ଚରେ ମହାରାଜା ହରି ସିଂଙ୍କ ବିରୋଧରେ ଏକ ବିଦ୍ରୋହ ଆରମ୍ଭ ହୋଇଥିଲା । କାଶ୍ମୀରର ଡୋଗ୍ରା ମହାରାଜା, ହରି ସିଂ ଏବଂ ପୁଞ୍ଚ ଅଞ୍ଚଳର ମୁସଲମାନ ଜନସଂଖ୍ୟା ଏବଂ ପଡୋଶୀ ପଞ୍ଜାବ ମଧ୍ୟରେ ସାମାଜିକ-ରାଜନୈତିକ ତିକ୍ତତା ବୃଦ୍ଧି ପରେ ଏହା ଘଟିଥିଲା । ମହାରାଜାଙ୍କ ପ୍ରଶାସନ କୃଷକମାନଙ୍କ ଉପରେ ଅତ୍ୟଧିକ କର ଆଦାୟ କରିବା ମଧ୍ୟ ଅନ୍ୟତମ କାରଣ ଭାବେ ଜଣାଯାଏ । ତେବେ ପ୍ରଶାସନ ଏହି ବିଦ୍ରୋହକୁ ନିର୍ଦ୍ଦୟ ଭାବରେ ଦମନ କରିବା ଆରମ୍ଭ କରିଥିଲା । କିନ୍ତୁ ଦ୍ଵିତୀୟ ବିଶ୍ଵ ଯୁଦ୍ଧରୁ ଫେରିଥିବା ଅନେକ ସୈନିକମାନଙ୍କ ଦ୍ୱାରା ପରିପୂର୍ଣ୍ଣ ଏହି ଅଞ୍ଚଳର ଜନସଂଖ୍ୟା ମହାରାଜାଙ୍କ ସୈନ୍ୟ ବିରୁଦ୍ଧରେ ବିଦ୍ରୋହ କରି ପ୍ରାୟ ସମଗ୍ର ଜିଲ୍ଲା ଉପର ନିୟନ୍ତ୍ରଣ ହାସଲ କରିଥିଲେ ।[୬] ହିନ୍ଦୁ ଏବଂ ଶିଖମାନଙ୍କୁ ହିଂସାର ଶିକାର ହୋଇଥିଲେ । ବିଦ୍ରୋହରେ ଭାଗ ନେଇଥିବା ଆଜାଦ ଆର୍ମି ନାମକ ଏକ ସ୍ଥାନୀୟ ଦଳ କାଶ୍ମୀରର ଦକ୍ଷିଣ-ପଶ୍ଚିମସ୍ଥ ଏହି ଅଞ୍ଚଳକୁ ସ୍ଵାଧୀନ ଘୋଷଣା କରିବା ଦ୍ଵାରା ଅଜାଦ (ମୁକ୍ତ) ଜାମ୍ମୁ କାଶ୍ମୀର ୨୪ ଅକ୍ଟୋବର ୧୯୪୭ରେ ସୃଷ୍ଟି ହୋଇଥିଲା । ଆଜାଦ ସେନାରେ ପ୍ରାୟ ୫୦,୦୦୦ ପୁରୁଷ ଥିଲେ, ଯେଉଁଥିରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ବହୁ ପୂର୍ବତନ ସୈନିକ ସାମିଲ ହୋଇଥିବାବେଳେ ମୁସଲିମ ଲିଗ ଏହାକୁ ସହାୟତା କରିଥିଲା ।ଫଳରେ ମହାରାଜା ହରି ସିଂ ବିଦ୍ରୋହ ଦମନ କରିବାରେ ବିଫଳ ହୋଇଥିଲେ ।[୭]
୨୧ ଅକ୍ଟୋବରରେ, ମହାରାଜାଙ୍କ ଶାସନରୁ ମୁକ୍ତି ପାଇବା ପାଇଁ ଉତ୍ତର-ପଶ୍ଚିମ ସୀମାନ୍ତ ପ୍ରଦେଶର ହଜାର ହଜାର ପାଶ୍ଚୁନ ଆଦିବାସୀ ଜାମ୍ମୁ କାଶ୍ମୀରରେ ପ୍ରବେଶ କରିଥିଲେ । ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇଥିବା ଅଭିଜ୍ଞ ସାମରିକ ନେତାମାନେ ସେମାନଙ୍କର ନେତୃତ୍ୱ ନେଇଥିଲେ । ମହାରାଜାଙ୍କ ଭୁଶୁଡ଼ି ପଡ଼ିଥିବା ସୈନ୍ୟ ବାହିନୀ ଏହି ଆକ୍ରମଣକୁ ସହ୍ୟ କରିପାରିନଥିଲେ। ଏହି ଆକ୍ରମଣକାରୀମାନେ ରାଜ୍ୟର ରାଜଧାନୀ ଶ୍ରୀନଗରଠାରୁ ମାତ୍ର କୋଡ଼ିଏ ମାଇଲ ଉତ୍ତର-ପଶ୍ଚିମ ମୁଜାଫରବାଦ ଏବଂ ବାରାମୁଲ୍ଲା ସହରକୁ କାବୁ କରିଥିଲେ । ୨୪ ଅକ୍ଟୋବରରେ, ମହାରାଜା ଭାରତକୁ ସାମରିକ ସହାୟତା ପାଇଁ ଅନୁରୋଧ କରିଥିଲେ । ତଦନୁସାରେ, ୨୬ ଅକ୍ଟୋବର ୧୯୪୭ରେ, ମହାରାଜା ହରି ସିଂ ଏକ ଇନଷ୍ଟ୍ରୁମେଣ୍ଟ ଅଫ୍ ଆକ୍ସେସନ୍ ସ୍ୱାକ୍ଷର କରି ପ୍ରତିରକ୍ଷା, ବାହ୍ୟ ବ୍ୟାପାର ଏବଂ ଯୋଗାଯୋଗ ନିୟନ୍ତ୍ରଣକୁ ଭାରତ ସରକାରଙ୍କୁ ହସ୍ତାନ୍ତର କରିଥିଲେ । ସର୍ଦ୍ଦର ପଟେଲଙ୍କ ଆଦେଶରେ ଭାରତୀୟ ସୈନ୍ୟମାନଙ୍କୁ ତୁରନ୍ତ ଶ୍ରୀନଗରରୁ ଉଡ଼ାଣ ଯୋଗେ କାଶ୍ମୀର ପଠାଯାଇଥିଲା । ସେତେବେଳକୁ ଆଜାଦ ଆର୍ମୀ ଓ ସର୍ଦ୍ଦର ଇବାହିମ ଖାନ ଆଜାଦ କାଶ୍ମୀର ଗଠନ ଘୋଷଣା କରିସାରିଥିଲେ । ଏହା ପରେ ଭାରତୀୟ ସେନା କାଶ୍ମିରରେ ପହଞ୍ଚି ଆଜାଦ୍ ସେନା, ପୁଖ୍ଟୁନ୍ ବାହିନୀ ଏବଂ ଗିଲ୍ଗିଟିସ୍, ଏବଂ ପରେ ବାଲ୍ଟିସ୍ ଏବଂ ମେ ୧୯୪୮ରୁ ପାକିସ୍ତାନୀ ସେନାକୁ ବିରୋଧ କରିଥିଲେ । ପରବର୍ତ୍ତୀ ସମୟରେ ପାକିସ୍ତାନ ଏଥିରେ ହସ୍ତକ୍ଷେପ କରିଥିଲା । ଭାରତୀୟ ଏବଂ ପାକିସ୍ତାନୀ ସୈନ୍ୟବାହିନୀ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା । ଯୁଦ୍ଧ ଶେଷରେ ପାକିସ୍ତାନ ସେନା ପଛଘୁଞ୍ଚା ଦେବାକୁ ବାଧ୍ୟ ହେଲେ, ତେବେ ଦୁଇ ଦେଶ ମଧ୍ୟରେ ନିୟନ୍ତ୍ରଣର ଦୁଇଟି କ୍ଷେତ୍ର ସ୍ଥିର ହେଲା ଏହାର ମଧ୍ୟବର୍ତ୍ତୀ ସୀମାରେଖା ସହିତ ଯାହା ବର୍ତ୍ତମାନ "ଲାଇନ୍ ଅଫ୍ କଣ୍ଟ୍ରୋଲ୍" ଭାବରେ ଜଣାଶୁଣା।
ପରେ, ବିବାଦର ସମାଧାନ ପାଇଁ ଭାରତ ମିଳିତ ଜାତିସଂଘ ନିକଟକୁ ଯିବାପରେ କାଶ୍ମୀରର ଭବିଷ୍ୟତକୁ ନେଇ ଏକ ଜନମତ ସଂଗ୍ରହ ରଖିବା ସପକ୍ଷରେ ନିଷ୍ପତ୍ତି ନିଆଯାଇଥିଲା । ଅବଶ୍ୟ, ଉଭୟ ପକ୍ଷରେ ସେପରି କୌଣସି ଜନମତ ସଂଗ୍ରହ ଅନୁଷ୍ଠିତ ହୋଇ ନାହିଁ । କାରଣ ଏହାର ପୂର୍ବ ସର୍ତ୍ତ ଅନୁସାରେ କାଶ୍ମୀରର ଅକ୍ତିଆର କରିଥିବା କିଛି କିଛି ଅଂଶରୁ ଭାରତ ଓ ପାକିସ୍ତାନ ନିଜ ନିଜ ସୈନ୍ୟ ପ୍ରତ୍ୟାହାର କରିବା ଆବଶ୍ୟକ ଥିଲା ଯାହା କେବେ ହୋଇନଥିଲା | ୧୯୪୯ ମସିହାରେ, କାଶ୍ମୀରର ଭାରତୀୟ ଏବଂ ପାକିସ୍ତାନୀ ନିୟନ୍ତ୍ରିତ ଅଂଶକୁ ପୃଥକ କରୁଥିବା ଏକ ସୀମାରେଖା ନିଶ୍ଚିତ କରାଯାଇଥିଲା ।
୧୯୪୯ ଯୁଦ୍ଧ ବିରତି-ଚୁକ୍ତି ପରେ ପାକିସ୍ତାନ ସରକାର କାଶ୍ମୀରର ଉତ୍ତର ଏବଂ ପଶ୍ଚିମ ଭାଗକୁ ନିମ୍ନଲିଖିତ ଦୁଇଟି ପୃଥକ ନିୟନ୍ତ୍ରିତ ରାଜନୈତିକ ଅଞ୍ଚଳରେ ବିଭକ୍ତ କରିଥିଲେ; ତେବେ, ଏହି ଉଭୟ ଅଞ୍ଚଳ ପାକିସ୍ତାନ ଦ୍ୱାରା ପରିଚାଳିତ ।
୧) ଆଜାଦ ଜାମ୍ମୁ ଓ କାଶ୍ମୀର (AJK) - ସଂକୀର୍ଣ୍ଣ ଦକ୍ଷିଣ ଭାଗ ବିସ୍ତୀର୍ଣ୍ଣ ପ୍ରାୟ ୨୫୦ ମାଇଲ (୪୦୦ କିଲୋମିଟର) ୟାହା ୧୦ ରୁ ୪୦ ମାଇଲ (୧୬ ରୁ ୬୪ କିଲୋମିଟର) ଦୈର୍ଘ୍ୟ ମଧ୍ୟରେ ବ୍ୟାପ୍ତ ।
୨) ଗିଲ୍ଗିଟ - ବାଲତିସ୍ତାନ, (ପୂର୍ବରୁ ଫେଡେରାଲ୍ ଆଡମିନିଷ୍ଟ୍ରେଡ୍ ଉତ୍ତର କ୍ଷେତ୍ର) (FANA) କୁହାଯାଉଥିଲା - AJK ର ଉତ୍ତରରେ ଅପେକ୍ଷାକୃତ ବୃହତ୍ତର ଅଞ୍ଚଳ ଯାହାର କ୍ଷେତ୍ରଫଳ ପ୍ରାୟ ୭୨,୪୯୬ ବର୍ଗ କିଲୋମିଟର (୨୭,୯୯୧ ବର୍ଗ ମାଇଲ୍); ଏହାକୁ ଅଗଷ୍ଟ ୨୯, ୨୦୦୯ରେ ଆନୁଷ୍ଠାନିକ ଭାବରେ ସମ୍ପୂର୍ଣ୍ଣ ସ୍ଵୟଂ ଶାସନ କ୍ଷମତା ପ୍ରଦାନ କରାଯାଇଥିଲା।[୮]
ଶାସନ ବ୍ୟବସ୍ଥା
ସମ୍ପାଦନାଆଜାଦ ଜାମ୍ମୁ ଓ କାଶ୍ମୀର (AJK) ନାମମାତ୍ର ଏକ ସ୍ୱୟଂ ଶାସିତ ରାଷ୍ଟ୍ର ।[୯] ତେବେ ୧୯୪୯ ମସିହାରୁ ଭାରତୀୟ ଏବଂ ପାକିସ୍ତାନୀ ସୈନ୍ୟବାହିନୀ ମଧ୍ୟରେ ଅସ୍ତ୍ରବିରତି ହେବା ପରଠାରୁ ପାକିସ୍ତାନ ଏହାକୁ ପାକିସ୍ତାନରେ ଅନ୍ତର୍ଭୁକ୍ତ ନକରି ମଧ୍ୟ ରାଜ୍ୟ ଉପରେ ନିୟନ୍ତ୍ରଣ ରଖିଛି ।[୧୦] ଆଜାଦ କାଶ୍ମୀରର ନିଜସ୍ୱ ନିର୍ବାଚିତ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବିଧାନସଭା, ଉଚ୍ଚ ନ୍ୟାୟାଳୟ (ଆଜାମ ଖାନଙ୍କୁ ବର୍ତ୍ତମାନର ମୁଖ୍ୟ ବିଚାରପତି ଭାବରେ) ଏବଂ ସରକାରୀ ପତାକା ରହିଛି।
ଆଧାର
ସମ୍ପାଦନା- ↑ "Kashmir profile". BBC News. November 26, 2014. Archived from the original on July 16, 2015. Retrieved July 24, 2015.
- ↑ Tahir, Pervez. "Education spending in AJK". The Express Tribune. Archived from the original on March 20, 2022. Retrieved December 8, 2022.
- ↑ "Sub-national HDI - Area Database - Global Data Lab". hdi.globaldatalab.org. Archived from the original on September 23, 2018. Retrieved March 15, 2020.
- ↑ "Azad Kashmir | Definition of Azad Kashmir by Oxford Dictionary on Lexico.com also meaning of Azad Kashmir". web.archive.org. 2020-10-23. Retrieved 2024-11-19.
- ↑ "The J&K conflict: A Chronological Introduction - India Together". www.indiatogether.org. Retrieved 2024-11-19.
- ↑ Bose 2003, pp. 32–33.
- ↑ Zutshi 2018, p. 118.
- ↑ "Pakistan grants full autonomy to northern areas | Pakistan Daily". web.archive.org. 2011-06-13. Retrieved 2024-11-19.
- ↑ IPSweb (2006-09-01). "Status of AJK in Political Milieu". Institute of Policy Studies (in ଆମେରିକୀୟ ଇଂରାଜୀ). Retrieved 2024-11-19.
- ↑ "Azad Jammu and Kashmir - Introduction:". web.archive.org. 2007-09-27. Retrieved 2024-11-19.