ଆଜନ୍ମ ସାଇଟୋମେଗାଲୋଭାଇରସସଂକ୍ରମଣ

ଗର୍ଭାବସ୍ଥାରେ ସଂକ୍ରମିତ ସାଇଟୋମେଗାଲୋଭାଇରସ

ଜନ୍ମ ସାଇଟୋମେଗାଲୋଭାଇରସ ( ସିସିଏମ‌ଭି ) ସଂକ୍ରମଣ ହେଉଛି ନବଜାତ ଶିଶୁଙ୍କର ସାଇଟୋମେଗାଲୋଭାଇରସ୍ (CMV) ସଂକ୍ରମଣ ।[] ଅଧିକାଂଶ କ୍ଷେତ୍ରରେ (ପ୍ରାୟ ୯୦%) ଏହାର କୌଣସି ଲକ୍ଷଣ ନ ଥାଏ ।[] [] କିଛି ଶିଶୁ ଛୋଟ ଆକାରରେ ଜନ୍ମ ହୁଅନ୍ତି।[] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ରାସ, ହଳଦିଆ ଆଖି, ବଡ଼ ଯକୃତ, ରେଟିନା ପ୍ରଦାହ କିମ୍ବା ବାତ ହୋଇପାରେ ।[] [] ପ୍ରାୟ ୨୦% ରୋଗୀଙ୍କର ଜଟିଳତା ଘଟିଥାଏ ଯେଉଁଥିରେ ଶ୍ରବଣ କିମ୍ବା ଦୃଷ୍ଟି ଶକ୍ତି ହରାଇବା, ବିକାଶ ଅକ୍ଷମତା କିମ୍ବା ଏକ ଛୋଟ ମୁଣ୍ଡ ଅନ୍ତର୍ଭୁକ୍ତ ହୋଇପାରେ ।[]

Congenital cytomegalovirus infection
CMV infection[]
Micrograph of a cytomegalovirus (CMV) infection of the placenta (CMV placentitis). The characteristic large nucleus of a CMV infected cell is seen off-centre at the bottom-right of the image. H&E stain
ବିଭାଗInfectious diseases
ଲକ୍ଷଣNo symptoms, small baby, rash, yellow eyes, large liver, retina inflammation, seizures[]
ଆକ୍ରାନ୍ତ ସମୟNewborn baby[]
କାରଣCytomegalovirus[]
ରୋଗ ନିର୍ଣ୍ଣୟ ପଦ୍ଧତିTests on urine, saliva, blood before age 3-weeks[]
ପ୍ରତିକାରHand washing, avoid touching saliva or urine of children[]
ପୁନଃପୌନିକCommon[]
ମୃତ୍ୟୁ ସାନ୍ଦ୍ରତା1% risk[]

ଜଣେ ମା ଗର୍ଭଧାରଣ ସମୟରେ ସାଇଟୋମେଗାଲୋ ଭୂରାଣୁ ସଂସ୍ପର୍ଶରେ ଆସିଲେ ଏହାକୁ ନିଜ ଗର୍ଭସ୍ଥ ଶିଶୁକୁ ଦେଇଥାଏ ।[] ଏହି ରୋଗରେ ପୁନଃ ସକ୍ରିୟ କିମ୍ବା ପୁନଃ ସଂକ୍ରମଣ ଏହି ରୋଗର କାରଣ ହୋଇପାରେ, ପ୍ରଥମ ଥର ସଂକ୍ରମଣରେ ପ୍ରାୟ ୩୨% ଅଧିକ ବିପଦ ରହିଥାଏ ।[] ପରବର୍ତ୍ତୀ ଗର୍ଭଧାରଣରେ ଯଦି ମା ସଂକ୍ରମିତ ହୁଏ ତେବେ ବିପଦ ସବୁଠାରୁ ଅଧିକ, ଯଦିଓ ପ୍ରାରମ୍ଭିକ ଗର୍ଭଧାରଣରେ ସଂକ୍ରମିତ ହେଲେ ଗୁରୁତର ରୋଗ ହେବାର ଆଶଙ୍କା ଅଧିକ ହୁଏ ।[] ଅଧିକାଂଶ ସଂକ୍ରମିତ ଗର୍ଭବତୀ ମହିଳାଙ୍କର କୌଣସି ଲକ୍ଷଣ ନ ଥାଏ, କେତେକ ରୋଗୀଙ୍କର ଗ୍ରନ୍ଥି ଜ୍ୱର ଭଳି ଲକ୍ଷଣ ହୁଏ ।[] [] ଜନ୍ମର ୩ ସପ୍ତାହ ପରେ ପରିସ୍ରା, ଲାଳ ଏବଂ ରକ୍ତ ପରୀକ୍ଷା ଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ [] ରକ୍ତ ପରୀକ୍ଷାରେ ଅଧିକ ଏଏଲଟି (ALT) କିମ୍ବା କମ୍ ପ୍ଲାଲେଟ୍ ପ୍ରକାଶ ପାଇପାରେ ।[]

ଉତ୍ତମ ରୂପେ ହାତ ଧୋଇଲେ ଏବଂ ଛୋଟ ପିଲାମାନଙ୍କର ଲାଳ କିମ୍ବା ପରିସ୍ରାକୁ ଛୁଇଁବା ଏଡ଼େଇ ଦେଲେ ସଂକ୍ରମଣର ସମ୍ଭାବନା କମିଯାଏ ।[] ପ୍ରଭାବିତ ଶିଶୁମାନଙ୍କୁ ଛଅ ମାସ ପର୍ଯ୍ୟନ୍ତ ଭାଲଗାନିକ୍ଲୋଭିର ଦେଲେ କିଛି ଲାଭ ହୋଇପାରେ, ଯଦିଓ ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ ।[] [] ଗାନିକ୍ଲୋଭିର ଏହାର ଅନ୍ୟ ଏକ ବିକଳ୍ପ ।[] ପ୍ରଭାବିତମାନଙ୍କ ମଧ୍ୟରେ ରୁଟିନ୍ ଶ୍ରବଣ ଏବଂ ଦର୍ଶନ ପରୀକ୍ଷା କରିବାକୁ ସୁପାରିଶ କରାଯାଏ ।[]

ବିଶ୍ୱବ୍ୟାପୀ ଏହି ଅବସ୍ଥା ସାଧାରଣ ଅଟେ ଏବଂ ସମ୍ଭବତଃ କମ ରିପୋର୍ଟ ହୋଇଥାଏ ।[] କାନାଡ଼ା, ଯୁକ୍ତରାଷ୍ଟ୍ର ଏବଂ ପଶ୍ଚିମ ୟୁରୋପରେ ଏହା ପ୍ରାୟ ୨୦୦ ଶିଶୁଙ୍କ ମଧ୍ୟରୁ ଜଣଙ୍କୁ ପ୍ରଭାବିତ କରୁଥିବା ଆକଳନ କରାଯାଇଛି ।[] [] ସ୍ୱଳ୍ପ ଏବଂ ମଧ୍ୟମ ଆୟକାରୀ ଦେଶ ମାନଙ୍କରେ ଏହି ହାର ତିନି ଗୁଣ ଅଧିକ ।[] ପ୍ରଭାବିତଙ୍କ ମଧ୍ୟରୁ ପ୍ରାୟ ୧% ମୃତ୍ୟୁ ଘଟିଥାଏ ।[] ଏହ ଅବସ୍ଥା ପ୍ରଥମେ ୧୯୬୦ ଦଶକରେ ସ୍ପଷ୍ଟ ଭାବରେ ବର୍ଣ୍ଣନା କରାଯାଇଥିଲା; [] ଯଦିଓ ସନ୍ଦେହଜନକ ମାମଲା ୧୯୩୦ ଦଶକରୁ ଘଟିଛି ।[] ସ୍ୱଳ୍ପ ଏବଂ ମଧ୍ୟମ ଆୟ ଦେଶରେ ଅର୍ଥନୈତିକ ବୋଝ ଅଧିକ ହେବା ଦେଖଯାଏ ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ "Prevent the spread of CMV". Centers for Disease Control and Prevention (in ଆମେରିକୀୟ ଇଂରାଜୀ). 27 May 2022. Archived from the original on 7 August 2010. Retrieved 25 August 2023.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ Domachowske, Joseph; Suryadevara, Manika (2020). "26. Congenital and perinatal infections". Clinical Infectious Diseases Study Guide: A Problem-Based Approach (in ଇଂରାଜୀ). Switzerland: Springer. pp. 164–165. ISBN 978-3-030-50872-2. Archived from the original on 2023-06-30. Retrieved 2023-06-10.
  3. ୩.୦ ୩.୧ ୩.୨ ୩.୩ ୩.୪ Ssentongo, P; Hehnly, C; Birungi, P; Roach, MA; Spady, J; Fronterre, C; Wang, M; Murray-Kolb, LE; Al-Shaar, L (2 August 2021). "Congenital Cytomegalovirus Infection Burden and Epidemiologic Risk Factors in Countries With Universal Screening: A Systematic Review and Meta-analysis". JAMA network open. 4 (8): e2120736. doi:10.1001/jamanetworkopen.2021.20736. PMID 34424308. Archived from the original on 26 August 2023. Retrieved 26 August 2023.
  4. ୪.୦ ୪.୧ ୪.୨ van Zuylen, WJ; Hamilton, ST; Naing, Z; Hall, B; Shand, A; Rawlinson, WD (December 2014). "Congenital cytomegalovirus infection: Clinical presentation, epidemiology, diagnosis and prevention". Obstetric medicine. 7 (4): 140–6. doi:10.1177/1753495X14552719. PMID 27512442.
  5. ୫.୦ ୫.୧ Jones, hristine E.; Heath, Paul T.; Le Doare, Kirsty (2021). "24. GBS and CMV vaccines in pipeline development". In Vesikari, Timo; Damme, Pierre Van (eds.). Pediatric Vaccines and Vaccinations: A European Textbook (in ଇଂରାଜୀ) (Second ed.). Switzerland: Springer. pp. 283–288. ISBN 978-3-030-77172-0. Archived from the original on 2023-10-19. Retrieved 2023-09-20.
  6. ୬.୦ ୬.୧ "Congenital CMV Infection | CDC". www.cdc.gov (in ଆମେରିକୀୟ ଇଂରାଜୀ). 29 September 2022. Archived from the original on 18 May 2023. Retrieved 6 September 2023.
  7. Thigpen, J (1 August 2020). "Congenital Cytomegalovirus-History, Current Practice, and Future Opportunities". Neonatal network : NN. 39 (5): 293–298. doi:10.1891/0730-0832.39.5.293. PMID 32879045.
  8. Ho, Monto (June 2008). "The history of cytomegalovirus and its diseases". Medical Microbiology and Immunology. 197 (2): 65–73. doi:10.1007/s00430-007-0066-x.