ଆଇଜାକ ନିଉଟନ
ସାର ଆଇଜାକ ନିଉଟନ (୪ ଜାନୁଆରୀ ୧୬୪୩ – ୩୧ ମାର୍ଚ୍ଚ ୧୭୨୭) ଜଣେ ଇଂରେଜ ଭୌତିକବିଦ ଏବଂ ଗଣିତଜ୍ଞ ଥିଲେ । ସେ ଗତି, ଆଲୋକ, ମାଧ୍ୟାକର୍ଷଣ, ଏବଂ କାଲ୍କୁଲସ୍ରେ ନିଜର ନିୟମ ପାଇଁ ଜଣା । ୧୬୮୭ ରେ, ନିଉଟନ ଗୋଟିଏ ବହି ଫିଲୋସୋଫି ନାଚୁରାଲିସ ପ୍ରିନ୍ସିପିଆ ମାଥମେଟିକା (Philosophiae Naturalis Principia Mathematica) ଲେଖିଥିଲେ ଯେଉଁଥିରେ ସେ ତାଙ୍କର ସର୍ବବ୍ୟାପୀ ମାଧ୍ୟାକର୍ଷଣ ଏବଂ ଗତିର ତିନୋଟି ନିୟମବିଷୟରେ କହିଥିଲେ ।
ସାର୍ ଆଇଜାକ୍ ନିଉଟନ | |
---|---|
ଜନ୍ମ |
[NS: ୪ ଜାନୁୟାରୀ ୧୬୪୩] ଲିଙ୍କନ୍ସାୟାର୍, ଇଂଲଣ୍ଡ | ୨୫ ଡିସେମ୍ବର ୧୬୪୨
ମୃତ୍ୟୁ | ୨୦ ମାର୍ଚ୍ଚ ୧୭୨୭ [NS: ୩୧ ମାର୍ଚ୍ଚ ୧୭୨୭]0.3em ଇଂଲଣ୍ଡ | (ବୟସ ୮୪)
ଜାତୀୟତା | ଇଂରେଜ |
ଶିକ୍ଷାନୁଷ୍ଠାନ | ଟ୍ରିନିଟି ମହାବିଦ୍ଯାଳୟ, କେମ୍ବ୍ରିଜ୍ |
ପ୍ରସିଦ୍ଧି | ନ୍ଯୁଟନୀୟ ଗତି ମାଧ୍ଯାକର୍ଷଣ କାଲ୍କୁଲସ୍ ଆଲୋକ ବିଜ୍ଞାନ ଦ୍ୱିଘାତ ପ୍ରଗତି ନ୍ଯୁଟନୀୟ ପ୍ରଣାଳୀ ଫିଲୋସୋଫି ନାଚୁରାଲିସ ପ୍ରିନ୍ସିପିଆ ମାଥମେଟିକା |
ବିଜ୍ଞାନୀ ଜୀବନ | |
କ୍ଷେତ୍ର | ପଦାର୍ଥ ବିଜ୍ଞାନ, ଗଣିତ, ଜ୍ଯୋତିର୍ବିଜ୍ଞାନ, ସାଧାରଣ ଦର୍ଶନ, ରସାୟନ, ଖ୍ରୀଷ୍ଟୀୟ ଆଧ୍ଯାତ୍ମିକତା |
କର୍ମାନୁଷ୍ଠାନ | କେମ୍ବ୍ରିଜ୍ ବିଶ୍ୱବିଦ୍ଯାଳୟ ରାଜକୀୟ ସମାଜ |
ଶିକ୍ଷକୀୟ ଉପଦେଷ୍ଟା | ଆଇଜାକ୍ ବାରୋ[୧] ବେଞ୍ଜାମିନ୍ ପୁଲେନ୍[୨] |
ଜଣାଶୁଣା ଛାତ୍ର | ରୋଜର୍ କୋଟ୍ସ୍ ୱ୍ଇଲିୟମ୍ ହ୍ୱିଟ୍ସନ୍ |
ପ୍ରଭାବିତ କରିଥିଲେ | ହେନ୍ରୀ ମୁର୍ ପୋଲିସ୍ ବ୍ରେଦ୍ରେନ୍ |
ଆଦର୍ଶ | ନିକୋଲାସ୍ ଫାସିଓ ଡେ ଡୁଲିଅର୍ ଜନ୍ କିଲ୍ |
ଦସ୍ତଖତ | |
ନିଉଟନ ପ୍ରଥମ ପ୍ରାୟୋଗିକପ୍ରତିଫଳନ ଦୂରବୀକ୍ଷଣ ୧୬୬୮ରେ ତିଆରି କରିଥିଲେ; ସେ ମଧ୍ୟ ଆଲୋକ ଉପରେ ଗୋଟିଏ ତତ୍ତ୍ୱ ପ୍ରଦାନ କରିଥିଲେ ଯେ ଗୋଟିଏ ପ୍ରିଜିମ ଧଳା ଆଲୋକକୁ ଇନ୍ଦ୍ରଧନୁରେ ପରିଣତ କରେ । ସେ ମଧ୍ୟ ଗଟଫ୍ରେଡ଼ ଲେଇବିଞ୍ଜ୍ଙ୍କୁ ସାହାଯ୍ୟ କରିଥିଲେ କାଲକୁଲସ ତିଆରି କରିବା ପାଇଁ । ଆଲବର୍ଟ୍ ଆଇନ୍ଷ୍ଟାଇନ୍ଙ୍କ ଆପେକ୍ଷିକ ତତ୍ତ୍ୱ ପୂର୍ବରୁ ନିଉଟନଙ୍କ ଆଲୋକ, ଗତି ଓ ମାଧ୍ୟାକର୍ଷଣ ନିୟମ ଭୌତିକ ଶାସ୍ତ୍ରରେ ଅତ୍ୟଧିକ ପ୍ରଚଳିତ ଥିଲା ।
ବାଲ୍ୟ ଜୀବନ
ସମ୍ପାଦନାଆଇଜାକ୍ ନିଉଟନ ୪ ଜାନୁୟାରୀ ୧୬୪୩ରେ (ସେହି ବର୍ଷ ଗାଲିଲିଓ ଗାଲିଲି ମୃତ୍ୟୁବରଣ କରିଥିଲେ) ଲିଙ୍କନ୍ସାୟାର୍, ଇଂଲଣ୍ଡରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ତାଙ୍କ ଜନ୍ମର ତିନି ମାସ ପୂର୍ବରୁ ମୃତ୍ୟୁବରଣ କରିଥିଲେ । ଆଇଜାକ୍ ତିନି ବର୍ଷର ହୋଇଥିବା ବେଳେ ତାଙ୍କ ମାତା ପୁନର୍ବିବାହ କଲେ ତେଣୁ ସେ ତାଙ୍କ ଜେଜେ ମା'ଙ୍କ ପାଖରେ ରହିଲେ । ଚାଷବାସରେ ଆଗ୍ରହି ନ ଥିବାରୁ ସେ ପାଠ ପଢିବା ପାଇଁ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଗଲେ । କୁହାଯାଏ ଯେ ନିଉଟନ ଯେତେବେଳେ ଗୋଟିଏ ସେଓ ଗଛ ତଳେ ବସି ପଢୁଥିଲେ ଗୋଟିଏ ସେଓ ଆସି ତାଙ୍କ ମୁଣ୍ଡ ଉପରେ ପଡ଼ିଲା । ଏହି ଘଟଣା ମାଧ୍ୟାକର୍ଷଣ ପାଇଁ ପ୍ରେରଣା ଦେଲା ।
ପ୍ରଥମ କାମ
ସମ୍ପାଦନାନିଉଟନ ବ୍ରହ୍ମାଣ୍ଡର ସଂରଚନା ଗଣିତ ମାଧ୍ୟମରେ କରିଥିଲେ । ସେ ଗତି ଓ ମାଧ୍ୟାକର୍ଷଣର ନିୟମ ବୁଝାଇଥିଲେ । କୌଣସି ବସ୍ତୁ ଉପରେ କିଛି ବଳ ପ୍ରୟୋଗ ହେଲେ ହେଉଥିବା ପରିଣାମ ଏହି ନିୟମମାନେ ବୁଝାନ୍ତି । କେମ୍ବ୍ରିଜ୍ର ଟ୍ରିନିଟି ମହାବିଦ୍ୟାଳୟରେ ଅଧ୍ୟାପକ ଥିବା ସମୟରେ ୧୬୮୭ରେ ସେ ତାଙ୍କର ପ୍ରସିଦ୍ଧ ପୁସ୍ତକ ପ୍ରିନ୍ସିପିଆ ପ୍ରକାଶ କରିଥିଲେ । ପ୍ରିନ୍ସିପିଆରେ ସେ ଗତିର ତିନିଟି ମୂଳ ନିୟମ ବୁଝାଇଥିଲେ । ପରେ ସେ ମାଧ୍ୟାକର୍ଷଣ ତତ୍ତ୍ୱ କହିଥିଲେ । ସମସ୍ତ ବସ୍ତୁକୁ ତଳକୁ ଟାଣୁଥିବା ବଳ ହେଉଛି ମଧ୍ୟାକର୍ଷଣ । ଟେବୁଲ୍ ଉପରୁ ପଡୁଥିବା କଲମ ଚଟାଣରେ ପଡ଼ିବ, ଛାତ ଉପରେ ନୁହେଁ । ନିଉଟନ ନିଜ ପୁସ୍ତକରେ ନିୟମମାନଙ୍କର ବ୍ୟବହାର କରି ପ୍ରମାଣ କଲେ ଯେ ସୂର୍ଯ୍ୟ ଚତୁର୍ପାର୍ଶ୍ୱରେ ଗ୍ରହମାନଙ୍କର ଗତିପଥ ଗୋଲ ନୁହେଁ, ବରଂ ଅଣ୍ଡାକୃତି ।
ଗତିର ତିନୋଟି ନିୟମ
ସମ୍ପାଦନାନିମ୍ନଲିଖିତ ଗୁଡ଼ିକ ଗତିର ତିନୋଟି ନିୟମ ଅଟନ୍ତି ।
ପ୍ରଥମ ନିୟମ (ଜଡ଼ତାର ନିୟମ)
ସମ୍ପାଦନାନିଉଟନଙ୍କର ଗତିର ପ୍ରଥମ ନିୟମ ଅନୁଯାୟୀ, କୌଣସି ବସ୍ତୁ ସ୍ଥିର ଥିଲେ ସ୍ଥିର ରୁହେ ଏବଂ ଗତିଶୀଳ ଥିଲେ ସରଳରେଖାରେ ସମବେଗରେ ଗତି କରେ, ଯେ ପର୍ଯ୍ୟନ୍ତ କିଛି ଟଣା ବା ଠେଲା ବଳ ତା ଉପରେ ପ୍ରୟୋଗ ହୋଇ ନାହିଁ । ଏ କଥା ବୁଝିବା ପାଇଁ ସହଜ ଯେ କୌଣସି ଠେଲା ବା ଟଣା ବଳ ବିନା ରକେଟ୍ ଗତି କରିବ ନାହିଁ । କିନ୍ତୁ ବିନା କାରକରେ ବସ୍ତୁ ଗତି କରିବ ବୋଲି ବୁଝିବା କଷ୍ଟ । ରକେଟ୍ କଥା ପୁଣି ଚିନ୍ତା କରାଯାଉ । ରକେଟ୍ ରହିବା ପୂର୍ବରୁ ଯଦି ଜଣେ ରକେଟ୍ରୁ ଲମ୍ଫ ଦିଏ, କ'ଣ ହେବ ? ରକେଟ୍ ମହାକାଶ ପର୍ଯ୍ୟନ୍ତ ଯାତ୍ରା କରିବ । କୌଣସି ବସ୍ତୁର ସ୍ଥିର ରହିବା ଅଥବା ସରଳରେଖାରେ ସମବେଗରେ ଗତି କରିବାର ପ୍ରବଣତାକୁ ଜଡତା କୁହାଯାଏ ।
ଦ୍ୱିତୀୟ ନିୟମ (ତ୍ୱରଣର ନିୟମ)
ସମ୍ପାଦନାଦ୍ୱିତୀୟ ନିୟମ ବସ୍ତୁ ଉପରେ ପ୍ରଯୁକ୍ତ ବଳ ବିଷୟରେ ପର୍ଯ୍ୟବେଷିତ । ବସ୍ତୁ ସେହି ଦିଗକୁ ଗତି କରେ ଯେଉଁ ଦିଗକୁ ବଳ ପ୍ରୟୋଗ ହୁଏ । ଜଣେ ସାଇକେଲରେ ବସି ପେଡାଲ୍ ମାରିଲେ ଗତି କରିବା ଆରମ୍ଭ କରେ । ସାଇକେଲକୁ କେହି ଯଦି ପଛରୁ ଠେଲେ, ଗତି ବଢିଯାଏ । କେହି ପଛରୁ ଟାଣିଲେ, ଗତି କମିଯାଏ । ଚାଳକ ହ୍ୟାଣ୍ଡଲ୍ ମୋଡିଲେ, ସାଇକେଲର ଦିଗ ବଦଳେ ।
ତୃତୀୟ ନିୟମ (ପାରସ୍ପରିକ କ୍ରିୟାର ନିୟମ)
ସମ୍ପାଦନାପ୍ରତ୍ୟେକ କ୍ରିୟାର ସମାନ ବିପରୀତ ପ୍ରତିକ୍ରିୟା ଥିବା କଥା ତୃତୀୟ ନିୟମ କହେ । ଆମେ ଭାର ଉଠାଇବା ବେଳେ ଉପରକୁ ବଳ ପ୍ରୟୋଗ କରୁ । ଭାର ସମାନ ବଳ ନିମ୍ନ ଦିଗରେ ପ୍ରୟୋଗ କରୁଥିବାରୁ ଓଜନିଆ ଲାଗେ । ଭାର ଉଠାଳୀର ଗୋଡରୁ ଚଟାଣକୁ ଓଜନ ସଂଚରିତ ହୁଏ । ଚଟାଣ ସେହି ସମାନ ବଳ ଉପରକୁ ଛାଡେ । ଯଦି ଚଟାଣ ଉପରକୁ କମ୍ ବଳ ପ୍ରୟୋଗ କରନ୍ତା, ତେବେ ଭାର ତଳକୁ ଖସି ପଡନ୍ତା । ଯଦି ଏହା ଅଧିକ ବଳ ପ୍ରୟୋଗ କରନ୍ତା, ତେବେ ଭାର ଉଠାଳୀ ପକ୍ଷୀ ଶାବକ ଭଳି ଉପରକୁ ଉଡି ଯାଇ ପୁଣି ଖସି ପଡନ୍ତା ।
ମାଧ୍ୟାକର୍ଷଣ ନିୟମର ଆବିଷ୍କାର
ସମ୍ପାଦନାଆମେ ଯେତେବେଳେ ଆଇଜାକ୍ ନିଉଟନଙ୍କୁ ମନେ ପକାଉ, ସେ ଗଛ ତଳେ ବସି ପଡନ୍ତା ସେଓକୁ ଦେଖୁଥିବାର ଛବି ଆମ ମନରେ ସୃଷ୍ଟି ହୁଏ । କେହି କେହି ଭାବନ୍ତି ଯେ ସେଓ ତାଙ୍କ ମୁଣ୍ଡ ଉପରେ ପଡ଼ିଥିଲା । ଯେଉଁ ବଳ ସମସ୍ତ ବସ୍ତୁକୁ ତଳକୁ ଟାଣେ ନିଉଟନ ତାକୁ ମାଧ୍ୟାକର୍ଷଣ ବୋଲି କହିଥିଲେ । ସେ ଭାବିଥିଲେ ଯେ ମାଧ୍ୟାକର୍ଷଣ କୌଣସି ଦୁଇଟି ବସ୍ତୁ, ଯଥା ପୃଥିବୀ ଓ ସେଓ ମଧ୍ୟରେ ଥିବା ଆକର୍ଷଣ ବଳ । ତାଙ୍କ ମତରେ ବେଶି ବସ୍ତୁତ୍ୱ ଥିବା ବସ୍ତୁ ବେଶି ବଳ ପ୍ରୟୋଗ କରେ, ଛୋଟ ବସ୍ତୁକୁ ନିଜ ଆଡକୁ ଟାଣେ । ସେଥିପାଇଁ ପୃଥିବୀ ସବୁ ବସ୍ତୁକୁ ନିଜ ଆଡକୁ ଟାଣେ । ସେଓ ତଳକୁ ପଡ଼ିବା, ମଣିଷମାନେ ଉପରେ ନ ଉଡିବା ପଛରେ ମଧ୍ୟ ଏହି କାରଣ ରହିଛି ।
ଆଇଜାକ୍ ନିଉଟନ ମାଧ୍ୟାକର୍ଷଣ ବିଷୟରେ ପରୀକ୍ଷା ନିରିକ୍ଷା କରିଥିଲେ । ତାଙ୍କ ପୂର୍ବରୁ ଲୋକେ ଭାବୁଥିଲେ ଯେ ପୃଥିବୀ ନିକଟତର ବସ୍ତୁ ହିଁ ଖସିପଡ଼େ । କିନ୍ତୁ ନ୍ୟୁଟନ କହିଲେ ଯେ ମାଧ୍ୟାକର୍ଷଣ ପୃଥିବୀ ଓ ଏହା ଉପରେ ଥିବା ବସ୍ତୁ ଭିତରେ ସୀମିତ ନୁହେଁ । ଯଦି ମାଧ୍ୟାକର୍ଷଣକୁ ଜହ୍ନ ଓ ଆଗକୁ ବିସ୍ତାର କରାଯାଏ ?
ନିଉଟନ ଦୁଇଟି ବସ୍ତୁର ଆକର୍ଷଣ ବଳ ନିର୍ଣ୍ଣୟ କରିବା ପାଇଁ ଏକ ସୂତ୍ର ଉଦ୍ଭାବନ କଲେ । ଏହି ସୂତ୍ର ବ୍ୟବହାର କରି ଜହ୍ନର ପରିକ୍ରମଣ ପାଇଁ ଆବଶ୍ୟକ ବଳ ନିର୍ଣ୍ଣୟ କଲେ । ଏହାକୁ ସେଓ ଖସାଉଥିବା ବଳ ସହିତ ତୁଳନା କଲେ । ପୃଥିବୀ ଠାରୁ ଜହ୍ନର ଦୂରତା ଓ ଅଧିକ ବସ୍ତୁତ୍ୱ ଥିବା କଥା ହିସାବକୁ ନେଇ ସେ ଜାଣିଲେ ଯେ ଉଭୟ କ୍ଷେତ୍ରରେ ବଳ ସମାନ । ପୃଥିବୀର ମାଧ୍ୟାକର୍ଷଣ ଜହ୍ନକୁ ଏକ ପରିକ୍ରମଣ ବଳୟରେ ଧରି ରଖେ ।
ନିଉଟନଙ୍କଦ୍ୱାରା ଉଦ୍ଭାବିତ ଏହି ସୂତ୍ରକୁ ମାଧ୍ୟାକର୍ଷଣ ନିୟମ କୁହାଯାଏ ।
ପ୍ରଭାବ
ସମ୍ପାଦନାବିଶ୍ୱବ୍ରହ୍ମାଣ୍ଡ ଉପରେ ଥିବା ଧାରଣାକୁ ଆଇଜାକ୍ ନିଉଟନ ବଦଳାଇ ଦେଇଥିଲେ । ତାଙ୍କ ପୂର୍ବରୁ କେହି କହି ପାରିନଥିଲେ କାହିଁକି ଗ୍ରହମାନେ ପରିକ୍ରମଣ ପଥରେ ତିଷ୍ଟି ରହନ୍ତି । ସେମାନଙ୍କୁ କିଏ ଧରି ରଖେ ? ଆଇଜାକ୍ ନିଉଟନଙ୍କ ପୂର୍ବରୁ ଧାରଣା ଥିଲା ଯେ ଏକ ଅଦୃଶ୍ୟ ଢାଲ ଗ୍ରହମାନଙ୍କୁ ଧରି ରଖିଛି । ଆଇଜାକ୍ ପ୍ରମାଣ କଲେ ଯେ ସେମାନଙ୍କୁ ସୂର୍ଯ୍ୟଙ୍କ ମାଧ୍ୟାକର୍ଷଣ ଧରି ରଖିଛି । ମାଧ୍ୟାକର୍ଷଣ ଉପରେ ଦୂରତ୍ୱ ଓ ବସ୍ତୁତ୍ୱର ପ୍ରଭାବ ମଧ୍ୟ ସେ ବୁଝାଇଥିଲେ । ଗ୍ରହମାନଙ୍କର ପରିକ୍ରମଣ ପଥ ଅଣ୍ଡାକୃତି ବୋଲି ଜାଣିବାରେ ସେ ପ୍ରଥମ ନ ଥିଲେ । ସେ ଏହାର କାର୍ଯ୍ୟକାରିତା ବୁଝାଇଥିଲେ ।
ଆଲ୍ବର୍ଟ୍ ଆଇନ୍ଷ୍ଟାଇନ୍ କହୁଥିଲେ ଯେ ନିଉଟନଙ୍କ ମାଧ୍ୟାକର୍ଷଣ ନିୟମ ସମ୍ପୂର୍ଣ୍ଣ ସଠିକ୍ ନୁହେଁ । ନିଉଟନ କରିଥିବା ଅନେକ କଥା ସେ ସୁଧାରି ଥିଲେ ।
ମୃତ୍ୟୁ
ସମ୍ପାଦନାଲଣ୍ଡନରେ ୩୧ ମାର୍ଚ୍ଚ ୧୭୨୭ରେ ଆଇଜାକ୍ ନିଉଟନ ମୃତ୍ୟୁବରଣ କରିଥିଲେ । ତାଙ୍କୁ ୱେଷ୍ଟ୍ମିନିଷ୍ଟର୍ ଆବେ'ରେ ସମାଧି ଦିଆଗଲା ।
ଆଧାର
ସମ୍ପାଦନା- ↑ Mordechai Feingold, Barrow, Isaac (1630–1677), Oxford Dictionary of National Biography, Oxford University Press, September 2004; online edn, May 2007; accessed 24 February 2009; explained further in Mordechai Feingold " Newton, Leibniz, and Barrow Too: An Attempt at a Reinterpretation"; Isis, Vol. 84, No. 2 (June, 1993), pp. 310–338
- ↑ Dictionary of Scientific Biography, Newton, Isaac, n.4