ଅସିତ କବି
ଅସିତ କବି (୦୩ ଜୁଲାଇ ୧୯୩୫ - ୨୯ ଅପ୍ରେଲ ୧୯୯୯) ଜଣେ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ସାହିତ୍ୟିକ ଓ ସ୍ୱୀକୃତିପ୍ରାପ୍ତ ଗୀତିକାର ଥିଲେ । ଗଳ୍ପ, ପ୍ରବନ୍ଧ, ସମାଲୋଚନା ଆଦି ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ସେ ନିଜର ଅବଦାନ ଛାଡ଼ି ଯାଇଛନ୍ତି ।[୧]
ଅସିତ କବି | |
---|---|
ଜନ୍ମ | |
ମୃତ୍ୟୁ | ୨୯ ଅପ୍ରେଲ ୧୯୯୯ | (ବୟସ ୬୩)
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି | ସାହିତ୍ୟିକ,ଅଧ୍ୟାପକ |
ଉଲ୍ଲେଖନୀୟ କୃତି | ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଇତିହାସ, ଓଡ଼ିଆ ସାହିତ୍ୟ ସମାଲୋଚନାର ଇତିହାସ |
ସନ୍ତାନ | ତନ୍ମୟ କବି |
ପିତାମାତା(s) | ଶାରଦା ପ୍ରସନ୍ନ କବି (ପିତା), ଶାରଦା କବି (ମାତା) |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
ଜୀବନୀ
ସମ୍ପାଦନାଅସିତ ୧୯୩୫ ମସିହାରେ ଓଡ଼ିଶାର ବିଚ୍ଛିନ୍ନାଞ୍ଚଳ ଷଢ଼େଇକଳା ରେ ଜନ୍ମଗ୍ରହଣ କରିଥିଲେ । ଷଢ଼େଇକଳାର ନୃପରାଜ ହାଇସ୍କୁଲରୁ ମାଟ୍ରିକ ପାଶ୍ କରିବା ପରେ ବାରିପଦା ପୂର୍ଣ୍ଣଚନ୍ଦ୍ର କଲେଜରୁ ଇଣ୍ଟରମିଡ଼ିଏଟ୍ ପାଶ୍ କଲେ । ସେ ସମୟରେ ଷଢ଼େଇକଳା ଓ ଖରସୁଆଁକୁ ଓଡ଼ିଶାରେ ମିଶାଇବା ପାଇଁ ଆନ୍ଦୋଳନ ଚାଲିଥିଲା । ସେଥିରେ ସେ ସଂପୃକ୍ତ ହେବାରୁ ପୋଲିସର ସନ୍ଦେହ ପରିସରକୁ ଆସିଗଲେ । ଫଳରେ ସେ ଅନ୍ୟ ନେତାମାନଙ୍କ ସହ ଲୁଚି କଟକ ପଳାଇ ଆସିଲେ । କଟକ ଆସି ଖ୍ରୀଷ୍ଟ କଲେଜରେ ସ୍ନାତକ ଓ ପରେ ରେଭେନସାରେ ସ୍ନାତକୋତ୍ତର ପଢ଼ିଲେ । ରେଭେନସାରେ ପଢ଼ିଲାବେଳେ ସେ ଦୈନିକ ଗଣତନ୍ତ୍ରର ସହକାରୀ ସଂପାଦକର ଦାୟିତ୍ୱ ତୁଲାଇଥିଲେ । ପରେ ଗବେଷଣା ପାଇଁ ବିଶ୍ୱଭାରତୀ ଶାନ୍ତିନିକେତନ ଗଲେ । ମାତ୍ର ଗୋଟିଏ ବର୍ଷ ପରେ ଅଧ୍ୟାପକ ଚାକିରୀ ପାଇ ଓଡ଼ିଶା ଫେରିଆସିଲେ । ପ୍ରଶାସକ ରୂପେ ରେଭେନସା ଓ ଢେଙ୍କାନାଳ ମହାବିଦ୍ୟାଳୟର ଅଧ୍ୟକ୍ଷ ପଦକୁ ଉନ୍ନୀତ ହୋଇଥିଲେ । ସେ ରାଜ୍ୟ ସିଲେକ୍ସନ ବୋର୍ଡ଼ର ମେମ୍ବର ସେକ୍ରେଟାରୀ ପଦରେ ଥିବାବେଳେ ଅବସର ଗ୍ରହଣ କଲେ । ଏହା ବ୍ୟତୀତ ସେ ଦୁଇଥର ଉତ୍କଳ ବିଶ୍ୱବିଦ୍ୟାଳୟ ସିନେଟ୍ ଓ ସିଣ୍ଡିକେଟକୁ ନିର୍ବାଚିତ ହୋଇଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟର ଫାଇନାନ୍ସ କମିଟି, ଆକାଉଣ୍ଟସ କମିଟି ଓ ଏକାଡ଼େମିକ କାଉନସିଲର ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।[୨] ତାଙ୍କ ପୁତ୍ର ତନ୍ମୟ କବି ଜଣେ ସାହିତ୍ୟିକ ।[୩]
ସାହିତ୍ୟ ସର୍ଜନା
ସମ୍ପାଦନାଅସିତ ଓଡ଼ିଆ ସାହିତ୍ୟର ଜଣେ ବହୁସ୍ରାବୀ ସ୍ରଷ୍ଟା । ସ୍ୱରଚିତ ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଇତିହାସ ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲେ ।[୪][୫] ରେଭେନସାରେ ଅଧ୍ୟାପନା ସମୟରେ ସେ ଫକୀରମୋହନ ସାହିତ୍ୟରେ ସମକାଳୀନ ସମାଜର ଚିତ୍ର ଶୀର୍ଷକ ପ୍ରବନ୍ଧ ଲେଖି ପିଏଚ୍ ଡ଼ି ପାଇଥିଲେ ।[୬]
ପ୍ରବନ୍ଧ/ସମାଲୋଚନା
ସମ୍ପାଦନା- ଗଙ୍ଗାଧର ଜୀବନୀ ୧୯୬୨
- ପ୍ରଣୟ ବଲ୍ଲରୀ ଓ ଗଙ୍ଗାଧର ୧୯୭୨
- ଓଡ଼ିଆ ସାହିତ୍ୟରେ ଗଙ୍ଗାଧର ୧୯୫୯
- ଓଡ଼ିଆ ସାହିତ୍ୟରେ ନନ୍ଦକିଶୋର ୧୯୫୬
- ତପସ୍ୱିନୀ ଓ କବି ଗଙ୍ଗାଧର ୧୯୭୨[୭]
- ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଇତିହାସ ୧୯୭୮[୮]
- ଓଡ଼ିଆ ସାହିତ୍ୟସମାଲୋଚନାର ଇତିହାସ ୧୯୯୪[୯]
- ମୋ ଦୃଷ୍ଟିରେ ଚିଲିକା
- ବରେଣ୍ୟ ଲେଖକ ଦୟାନିଧି
- ପଶ୍ଚିମ ଓଡ଼ିଶାର କେତୋଟି ପ୍ରତିଭା
- ଫକୀର ମୋହନଙ୍କ କୃତିରେ ସମକାଳୀନ ସମାଜଚିତ୍ର ୧୯୮୫[୧୦]
ଗଳ୍ପ
ସମ୍ପାଦନା- ଶରବ୍ୟ ୧୯୬୦
- ରକ୍ତର ବିଳାପ
- ମାଟି ଓ ଆକାଶ ୧୯୬୨[୧୧]
- କଥା କୁଞ୍ଜ
ସମ୍ପାଦନା
ସମ୍ପାଦନାସମ୍ମାନ ଓ ପୁରସ୍କାର
ସମ୍ପାଦନା- ବିଷୁବ ମିଳନ ପୁରସ୍କାର, ୧୯୬୮
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ପ୍ରବନ୍ଧ ଓ ସମାଲୋଚନା)
- ଗୋପୀନାଥ ନନ୍ଦ ସମ୍ମାନ, ୧୯୯୫
- ନନ୍ଦକିଶୋର ସାରସ୍ୱତ ସମ୍ମାନ, ୧୯୯୪
- ଝଙ୍କାର ପୁରସ୍କାର, ୧୯୮୬
- ଉତ୍କଳ ପାଠକ ସଂସଦ ସମ୍ମାନ, ୧୯୭୭
ଆଧାର
ସମ୍ପାଦନା- ↑ ପଣ୍ଡା ଓ ମହାପାତ୍ର, ଶ୍ରୀହରି ଓ ରାଜକିଶୋର (୨୦୨୨). ମୟୂରଭଞ୍ଜିଆ ସାରସ୍ୱତ ସାଧକ. ଝାଞ୍ଜିରିମଙ୍ଗଳା, କଟକ: ସାଇ ଯମୁନା.
- ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ, ୧ମ ଭାଗ. ନୁଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୭୫. ISBN 81-903352-1-9.
- ↑ chrome-extension://efaidnbmnnnibpcajpcglclefindmkaj/https://tulasiwomenscollege.org.in/uplfile/175_Odia_Webinar_07.8.20.pdf
- ↑ http://odishasahityaakademi.org/English/sahitya-award2.php
- ↑ ସିଂହ, ବିଜୟାନନ୍ଦ (୨୦୦୪). ଓଡ଼ିଆ ଲେଖକ ପରିଚୟ. ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡ଼େମୀ. pp. ୫୯. ISBN 81-7586-097-9.
- ↑ ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୬୩୧-୩୨, ୭୩୫, ୮୬୧. ISBN 81-7400-331-2.
- ↑ http://oaob.nitrkl.ac.in/135/
- ↑ https://archive.org/details/odia-prabandha-sahityara-itihasa-1985/odia-prabandha-sahityara-itihasa-1985/
- ↑ http://library.suniv.ac.in/cgi-bin/koha/opac-detail.pl?biblionumber=5494
- ↑ https://koha.iitbbs.ac.in/cgi-bin/koha/opac-search.pl?q=ccl=au%3A%E0%A4%A8%E0%A4%BF%E0%A4%B0%E0%A5%8D%E0%A4%AE%E0%A4%B2%E0%A4%BE%20%2F%20and%20su-to%3ALiterature%20and%20su-to%3AOdia%20literature%20and%20au%3A%E0%AC%85%E0%AC%9C%E0%AD%80%E0%AC%AC%E0%AC%95%E0%AC%B0%20%E0%AC%85%E0%AC%9F%E0%AD%8D%E0%AC%9F%E0%AC%B9%E0%AC%BE%E0%AC%B8%20%2F&sort_by=relevance_dsc&limit=available
- ↑ https://archive.org/details/mati-o-akasa-1962
- ↑ http://oaob.nitrkl.ac.in/view/creators/Kabi=3AAsit=3A=3A.html
- ↑ https://library.kksgovwc.org/search-books?page=923