ଅଶ୍ୱତୀ ତିରୁନାଲ ଗୌରୀ ଲକ୍ଷ୍ମୀ ବାଈ
ଅଶ୍ୱତୀ ତିରୁନାଲ ଗୌରୀ ଲକ୍ଷ୍ମୀ ବାଈ (ଜନ୍ମ 1945) ଭାରତୀୟ ରାଜ୍ୟ କେରଳର ପ୍ରାଚୀନ ଟ୍ରାଭାଙ୍କୋର ରାଜପରିବାରରେ ଜନ୍ମିତା ଜଣେ ମାଲାୟାଲାମ ଲେଖିକା । ସେ ୧୦ଟି ପୁସ୍ତକ ରଚନା କରିଛନ୍ତି । .[୧]
Aswathy Thirunal ଅଶ୍ୱତୀ ତିରୁନାଲ ଗୌରୀ ଲକ୍ଷ୍ମୀ ବାଈ | |
---|---|
ମୂଳନାମ | അശ്വതി തിരുനാൾ ഗൗരി ലക്ഷ്മിഭായി |
ଜନ୍ମ ଓ ଜନ୍ମସ୍ଥାନ | ଗୌରୀ ଲକ୍ଷ୍ମୀ ବାଈ ଟ୍ରାଭାଙ୍କୋର |
ଛଦ୍ମନାମ | ଗୌରୀ ଲକ୍ଷ୍ମୀ ବାଈ |
ବୃତ୍ତି | ଲେଖିକା |
ଭାଷା | ମାଲାୟାଲାମ |
ଜାତୀୟତା | ଭାରତ |
ନାଗରିକତା | ଭାରତୀୟ |
ଶିକ୍ଷା | ଅର୍ଥନୀତିରେ ସ୍ନାତକ |
ସମୟ | ୧୯୯୪–ବର୍ତ୍ତମାନ |
ସାହିତ୍ୟ କୃତି | The Dawn(1994), Kerala Temple Architecture: Some Notable Features (1997), Sree Padmanabha Swamy Temple(1998), Thulsi Garland(1998), The Mighty Indian Experience(2002), Budhadarśanaṃ: lēkhanaṅṅaḷ(2007), Glimpses of Kerala Culture(2011), Rudrakshamala(2014) etc. |
ଜୀବନସାଥୀ | Late. Sri Vishakham Nal Sukumaran Raja Raja Varma of Paliyakkara West Palace, Thiruvalla(m.1963-2005) |
ସନ୍ତାନ | Prince Pooruruttathi Thirunal Marthanda Varma, Prince Avittom Thirunal Adithya Varma and Princess Bharani Thirunal Lekha Parvathi Bayi (adopted in 1994) |
ସମ୍ପର୍କୀୟ | Lt. Col. G. V. Raja (father), Maharani Karthika Thirunal Lakshmi Bayi (mother), Maharajah Chithira Thirunal Balarama Varma (uncle), Uthradom Thirunal Marthanda Varma (uncle), Moolam Thirunal Rama Varma (brother) |
ସେ ଟ୍ରାଭାଙ୍କୋରର ଶେଷ ରାଜା ଚିଥିରା ତିରୁନାଲ ବଳରାମ ବର୍ମା ଓ ଉଥରାଦମ ତିରୁନାଲ ମାର୍ତ୍ତଣ୍ଡ ବର୍ମାଙ୍କ ସମ୍ପର୍କିତ ଭଉଣୀ ଥିଲେ । [୨]
ଜନ୍ମ ଓ ଶିକ୍ଷା
ସମ୍ପାଦନାଅଶ୍ୱତୀ ମହାରାଣୀ ଟ୍ରାଭାଙ୍କୋର ରାଜପରିବାରର କାର୍ତ୍ତିକ ତିରୁନାଲ ଲକ୍ଷ୍ମୀ ବାଈଙ୍କ ତୃତୀୟ କନ୍ୟା ଥିଲେ । ତାଙ୍କର ପୁତ୍ରକନ୍ୟାମାନେ ହେଲେ ଅଭିତ୍ତମ ତିରୁନାଲ ରାମ ବର୍ମା, ପୁନମ ତିରୁନାଲ ଗୌଡ଼ୀୟ ପାର୍ବତୀ ବାଈ ଓ ମୁଲାମ ତିରୁନାଲ ରାମ ବର୍ମା ଥିଲେ । ସେ ନିଜ ଗୃହରେ ଆଙ୍ଗ୍ଲୋ-ଇଣ୍ଡିଆନ ଶିକ୍ଷକଙ୍କଦ୍ୱାରା ଶିକ୍ଷାଲାଭ କରିଥିଲେ । ସ୍କୁଲଶିକ୍ଷା ପରେ ସେ ଥିରୁଅନନ୍ତପୁରମ କଲେଜରେ ଅର୍ଥନୀତିରେ ଡିଗ୍ରୀ ଲାଭକରିଥିଲେ । [୩]
ବିବାହ
ସମ୍ପାଦନା୧୯୬୩ ମସିହାରେ ୧୮ ବର୍ଷ ବୟଶରେ ସେ ବିବାହ କରିଥିଲେ । ତାଙ୍କ ସ୍ୱାମୀ ତିରୁଭଲ୍ଲ ରାଜପରିବାରର ବିଶାଖାମ ନଳ ସୁକୁମାରନ ରାଜା ରାଜ ବର୍ମାଙ୍କୁ ବିବାହ କରିଥିଲେ । ତାଙ୍କ ସ୍ୱାମୀଙ୍କର ୨୦୦୫ ମସିହାରେ ଏକ କାର ଦୁର୍ଘଟଣାରେ ଦେହାନ୍ତ ହେଇଥିଲା । [ଆଧାର ଲୋଡ଼ା]
ରଚନାବଳୀ
ସମ୍ପାଦନାଅଶ୍ୱତୀ ଟ୍ରାଭାଙ୍କୋରରେ ମନ୍ଦିର, କେରଳର ମନ୍ଦିରମାନଙ୍କ କଳା ସ୍ଥାପତ୍ୟ, ଦୁଇଟି ଇଂରାଜୀ କବିତା ପୁସ୍ତକ, ଅନେକ ପ୍ରବନ୍ଧ ଓ ଭାରତୀୟ କଳା ଓ ସଂସ୍କୃତି ଉପରେ ଲେଖାମାନ ରଚନା କରିଛନ୍ତି । ତାଙ୍କ ଲେଖାଗୁଡ଼ିକ ବିଭିନ୍ନ ଜର୍ଣ୍ଣାଲ ଓ ପୁସ୍ତକ ଆକାରରେ ମୁଦ୍ରିତ ହୋଇଛି । ତାଙ୍କ ପୁସ୍ତକଗୁଡ଼ିକ ମାଲାୟାଲମ ଭାଷାରେ ମଧ୍ୟ ଅନୁଦିତ ହେଇଥିଲା । ତାଙ୍କର "ଶ୍ରୀ ପଦ୍ମନାଭ ସ୍ୱାମୀ ମନ୍ଦିର" ପୁସ୍ତକଟି ବହୁଳ ଆଦୃତ ହେଇଥିଲା ।[୪]
ଆଧାର
ସମ୍ପାଦନା- ↑ SANTHANAM, KAUSALYA. "Writer with a royal lineage". THE HINDU. Retrieved 4 December 2014.
- ↑ Express, Express News Service (25 February 2014). "New Book by Aswathi Thirunal". THE NEW INDIA EXPRESS. Retrieved 2 April 2014.
- ↑ SANTHANAM, KAUSALYA. "Writer with a royal lineage". THE HINDU. Retrieved 4 December 2014.
- ↑ Express, Express News Service. "New Book by Aswathi Thirunal". THE NEW INDIA EXPRESS. Retrieved 2 April 2014.