ଅଲ୍ଲାଃ ଜିଲାଇ ବାଇ

ଭାରତୀୟ ଗାୟିକା

ଆଲ୍ଲାଃ ଜିଲାଇ ବାଇ (୧ ଫେବୃଆରୀ ୧୯୦୨ - ୩ ନଭେମ୍ବର ୧୯୯୨) ରାଜସ୍ଥାନର ଜଣେ ଲୋକଗୀତ ଗାୟିକା ଥିଲେ ।[୧]

ଅଲ୍ଲାଃ ଜିଲାଇ ବାଇ
୨୦୦୩ ମସିହାରେ ଭାରତୀୟ ଷ୍ଟାମ୍ପ୍‌ରେ ଅଲ୍ଲାଃ ଜିଲାଇ ବାଇ
Background information
ଜନ୍ମ(1902-02-01)୧ ଫେବୃଆରୀ ୧୯୦୨
ଜୟସିଂଙ୍ଗ ଦେଶର ମାଗ୍ର, ବିକାନେର, ବିକାନେର ରାଜ୍ୟ, ବ୍ରିଟିଶ ଭାରତ
ମୃତ୍ୟୁ୩ ନଭେମ୍ବର ୧୯୯୨(1992-11-03) (ବୟସ ୯୦)
ଶୈଳୀଲୋକଗୀତ, ଲୋକ ସଙ୍ଗୀତ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

୧୯୦୨ ମସିହାର ଫେବୃଆରୀ ୧ ତାରିଖରେ ରାଜସ୍ଥାନର ଉତ୍ତର-ପଶ୍ଚିମରେ ଅବସ୍ଥିତ ବିକାନେରରେ ଏକ ଗାୟକ ପରିବାରରେ ଜନ୍ମଗ୍ରହଣ କରିଥିଲେ ଜିଲାଇ ବାଇ ।[୧] ୧୦ ବର୍ଷ ବୟସରେ ସେ ମହାରାଜା ଗଙ୍ଗା ସିଂହଙ୍କର ଦରବାରରେ ଗୀତ ଗାଉଥିଲେ ।[୨] ସେ ଉସ୍ତାଦ୍ ହୁସେନ୍ ବକ୍ସ୍ ଖାନ୍ ଏବଂ ପରେ ଅଛନ୍ ମହାରାଜଙ୍କଠାରୁ ଗୀତ ଶିକ୍ଷା ଗ୍ରହଣ କରିଥିଲେ ।[୧]

ସଙ୍ଗୀତ ଜୀବନ ସମ୍ପାଦନା

ସେ ମାଣ୍ଡ, ଠୁମ୍ରି, ଖୟାଲ୍ ଏବଂ ଦାଦ୍ରା ଆଦି ତାଳରେ ନିପୂଣା ଥିଲେ । ତାଙ୍କ ଗାଇଥିବା ଗୀତଗୁଡ଼ିକ ମଧ୍ୟରୁ କେସରିଆ ବାଲାମ ହେଉଛି ଏକ ଜଣାଶୁଣା ଗୀତ ।[୧] ୧୯୮୨ ମସିହାରେ ଭାରତ ସରକାର ତାଙ୍କୁ କଳା କ୍ଷେତ୍ରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ, ଯାହାକି ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର ମଧ୍ୟରୁ ଗୋଟିଏ ।[୩] ତାଙ୍କୁ ଲୋକ ସଂଗୀତ ପାଇଁ ୧୯୮୮ ମସିହାରେ ସଂଗୀତ ନାଟକ ଏକାଡେମୀ ପୁରସ୍କାର ମଧ୍ୟ ଦିଆଯାଇଥିଲା ଏବଂ ୨୦୧୨ ମସିହାରେ ତାଙ୍କୁ ରାଜସ୍ଥାନ ରତ୍ନ ପ୍ରଦାନ କରାଯାଇଥିଲା ।[୨]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "Allah Jilai Bai". www.mapsofindia.com. Retrieved 2020-03-08.
  2. ୨.୦ ୨.୧ "Govt names seven for Rajasthan Ratna award". The Times of India (in ଇଂରାଜୀ). 2012-03-31. Retrieved 2023-01-12.
  3. Padma Shri Awardees. india.gov.in

ବାହାର ଲିଙ୍କ ସମ୍ପାଦନା