ଅର୍ଧନାରୀଶ୍ୱର ହିନ୍ଦୁ ଦେବତା ଶିବ ଏବଂ ପାର୍ବତୀଙ୍କ (ଦେବୀ, ଶକ୍ତି ଏବଂ ଉମା ଭାବରେ ମଧ୍ୟ ଜଣା) ଏକ ମିଶ୍ରିତ ଉଭୟ ନାରୀ ପୁରୁଷ ଥିବା ରୂପ । ଅର୍ଧନାରୀଶ୍ୱର ରୂପକୁ ଅଧା ପୁରୁଷ ଏବଂ ଅଧା ମହିଳା ଭାବରେ ଚିତ୍ରିତ କରାଯାଇଛି ଓ ସମାନ ଭାବରେ ମଝିରେ ବିଭାଜନ କରାଯାଇଛି । ଡାହାଣ ଅଧା ସାଧାରଣତଃ ପୁରୁଷ ଭାବେ ଶିବ ଓ ତାହା ତାଙ୍କର ପାରମ୍ପାରିକ ଗୁଣକୁ ଚିତ୍ରଣ କରେ ।

ଅର୍ଦ୍ଧନାରୀଶ୍ୱର
ଅର୍ଦ୍ଧନାରୀଶ୍ୱର
Sanskrit TransliterationArdhanārīśvara
Affiliationଶିବପାର୍ବତୀଙ୍କ ସମାହାର
Weaponତ୍ରିଶୁଳ
Mountନନ୍ଦୀ (ସାଧାରଣତଃ), ବେଳେବେଳେ ଏକ ସିଂହ ସହ

ଅର୍ଧନାରୀଶ୍ୱର ମୂର୍ତ୍ତିସବୁ ପ୍ରଥମ ଶତାବ୍ଦୀରୁ ଆରମ୍ଭ କରି କୁଶାଣ ଶାସନ କାଳ ପର୍ଯ୍ୟନ୍ତ ମିଳିଥିଲା । ଏହାର ସଂକେତକଳା ବିକଶିତ ହୋଇ ଗୁପ୍ତ ଯୁଗରେ ସିଦ୍ଧ ହୋଇଥିଲା । ପୁରାଣ ଓ ବିଭିନ୍ନ ପ୍ରତିମାନ୍ୟାସ ଚୁକ୍ତି ଅର୍ଧନାରୀଶ୍ୱରର ପୁରାଣ ଏବଂ ସଂକେତକଳା ବିଷୟରେ ଉଲ୍ଲେଖ କରିଛନ୍ତି । ଅର୍ଧନାରୀଶ୍ୱର ସମଗ୍ର ଭାରତର ଅଧିକାଂଶ ଶିବ ମନ୍ଦିରରେ ଏକ ଲୋକପ୍ରିୟ ପ୍ରତିମାନ୍ୟାସ ରୂପରେ ରହିଛି । ତେବେ ଖୁବ କମ ମନ୍ଦିର କେବଳ ଏହି ଦେବତାଙ୍କ ପାଇଁ ସମର୍ପିତ ।

ଅର୍ଧନାରୀଶ୍ୱର ବ୍ରହ୍ମାଣ୍ଡର ପୁରୁଷ ଏବଂ ନାରୀ ଶକ୍ତିର (ପୁରୁଷପ୍ରକୃତି) ସଂଶ୍ଲେଷଣକୁ ପ୍ରତିନିଧିତ୍ୱ କରେ । କିଛି ବ୍ୟାଖ୍ୟା ଅନୁସାରେ ଏହା ଇଶ୍ୱରଙ୍କ ମହିଳା ନୀତି ଶକ୍ତି କିପରି ତାଙ୍କର ପୁରୁଷ ନୀତି ଶିବଠାରୁ ଅଭିନ୍ନ ତାହା ସୂଚୀତ କରିଥାଏ । ଆଉ ଏକ ଦୃଷ୍ଟିକୋଣ ଅନୁସାରେ ଅର୍ଧନାରୀଶ୍ୱର ଶିବଙ୍କ ସର୍ବବ୍ୟାପକ ପ୍ରକୃତିର ପ୍ରତୀକ ।

ପ୍ରତିମାନ୍ୟାସ ସମ୍ପାଦନା

୧୬ଶ ଶତାବ୍ଦୀର ସଂକେତକଳା କାର୍ଯ୍ୟ ଅଧିକାଂଶ ଦକ୍ଷିଣ ଭାରତରେ ରଚିତ[୧][୨] ଶିଳ୍ପରତ୍ନ, ମତ୍ସ୍ୟ ପୁରାଣ ଏବଂ ଆଗମ ପାଠ୍ୟରେ (ଯଥା ଅଂଶୂମଦଭେଦଗମ, କାମିକାଗମ, ସୁପ୍ରେଦାଗମ ଏବଂ କରଣଗମ) ଅର୍ଧନାରୀଶ୍ୱରର ପ୍ରତିମାନ୍ୟାସ ବର୍ଣ୍ଣନା କରିଛନ୍ତି । ଶରୀରର ଡାହାଣ ଉଚ୍ଚ ପାର୍ଶ୍ୱ ସାଧାରଣତଃ ପୁରୁଷ ଶିବ[୩] ଏବଂ ବାମ ହେଉଛି ମହିଳା ପାର୍ବତୀ । ଶକ୍ତି ପଥରେକିଛି ବିରଳ ଚିତ୍ରରେ ନାରୀକୁ ପ୍ରଭାବଶାଳୀ କରି ଡାହାଣ ପାର୍ଶ୍ୱରେ ରଖାଯାଇଥାଏ । ପ୍ରତିମାରେ ସାଧାରଣତଃ ଚାରି, ତିନି କିମ୍ବା ଦୁଇଟି ବାହୁ ରହିଥିଲେ ମଧ୍ୟ କ୍ୱଚିତ ଆଠଟି ବାହୁ ସହିତ ଚିତ୍ରିତ ମଧ୍ୟ କରାଯାଇଥାଏ । ତିନୋଟି ବାହୁ କ୍ଷେତ୍ରରେ ପାର୍ବତୀ ପାର୍ଶ୍ୱରେ କେବଳ ଗୋଟିଏ ବାହୁ ଅଛି, ଯାହା ମୂର୍ତ୍ତିରେ କମ ଭୂମିକାକୁ ପ୍ରଦର୍ଶନ କରିଥାଏ ।

ଟୀକା ସମ୍ପାଦନା

  1. Rao p. 323
  2. Collins p.77
  3. Goldberg pp. 145–8

ଆଧାର ସମ୍ପାଦନା

  • Collins, Charles Dillard (1988). The iconography and ritual of Śiva at Elephanta. SUNY Press. ISBN 0-88706-773-5.
  • Chakravarti, Mahadev (1986). The concept of Rudra-Śiva through the ages. Motilal Banarsidass Publ. ISBN 81-208-0053-2.
  • Daniélou, Alain (1992). Gods of love and ecstasy: the traditions of Shiva and Dionysus. Inner Traditions International. ISBN 0-89281-374-1.
  • Dehejia, Harsha V. (1997). Pārvatīdarpaṇa: an exposition of Kāśmir Śaivism through the images of Śiva and Parvati. Motilal Banarsidass Publ. ISBN 81-208-1484-3.
  • Goldberg, Ellen (2002). The Lord who is half woman: Ardhanārīśvara in Indian and feminist perspective. SUNY Press. ISBN 0-7914-5325-1.
  • Garg, Ganga Ram, ed. (1992). Encyclopaedia of the Hindu world. Vol. 3: Ar-Az. Concept Publishing Company. ISBN 81-7022-376-8.
  • Kramrisch, Stella (1981). The Presence of Siva. Princeton University Press. ISBN 0-691-01930-4.
  • Rao, T.A. Gopinatha (1916). Elements of Hindu iconography. Vol. 2: Part I. Madras: Law Printing House.
  • Srinivasan, Doris Meth (1997). Many Heads, Arms, and Eyes: Origin, Meaning, and Form of Multiplicity in Indian Art. BRILL. OCLC 208705592.
  • Swami Parmeshwaranand (2004). "Ardhanārīśvara". Encyclopaedia of the Śaivism. Vol. 1. Sarup & Sons. ISBN 81-7625-427-4.
  • Yadav, Neeta (2000). Ardhanārīśvara in art and literature. D.K. Printworld. ISBN 81-246-0169-0.

ବାହାର ଲିଙ୍କ ସମ୍ପାଦନା