ଅର୍ଦଶିର ତାରାପୋର
ଏହି ପୃଷ୍ଠାଟି ଏବେ ତିଆରି ଚାଲିଛି ଓ ଏକ ନୂଆ ଉଇକିପିଡ଼ିଆ ଲେଖା ଭାବରେ ବ୍ୟବହାର ଓ ବଦଳ କରାଯାଉଅଛି । ଯଦି ଲେଖକ ଜଣକ ବଦଳ ଦ୍ଵନ୍ଦ, ଅଦରକାରୀ ପ୍ରକ୍ରିୟା, ବିପଥଗାମୀ ଚେଷ୍ଟା ଓ ଅନ୍ୟାନ୍ୟ ଦ୍ଵନ୍ଦକୁ ଏଡ଼ାଇବା ନିମନ୍ତେ କେଉଁଠି ସମ୍ଭବ ବୋଲି ପଚାରି ଥାନ୍ତି, ତେବେ ପୃଷ୍ଠାଟିରେ କିଛି ବଦଳାନ୍ତୁ ନାହିଁ ବା ତାହାକୁ ଲିଭାଇବା ପାଇଁ ବାଛନ୍ତୁ ନାହିଁ ଯେହେତୁ ଏହା ଲେଖାର ଆରମ୍ଭ ଅବସ୍ଥାରେ ଅଛି । ଯଦି ଲେଖାଟି କେଇ ଘଣ୍ଟାଧରି ବଦଳା ଯାଇନାହିଁ ତେବେ ଏହି ଛାଞ୍ଚଟିକୁ ବାହାର କରିଦିଅନ୍ତୁ |
ଲ୍ୟୁଟେନାଣ୍ଟ କର୍ଣ୍ଣେଲ ଅର୍ଦଶିର ବୁର୍ଜୋରଜୀ ତାରାପୋର, ପବୀଚ (୧୮ ଅଗଷ୍ଟ ୧୯୨୩ - ୧୬ ସେପ୍ଟେମ୍ବର ୧୯୬୫) ଭାରତୀୟ ସେନାର ଜଣେ ଅଧିକାରୀ ଥିଲେ ଏବଂ ସାହସିକତା ପାଇଁ ଭାରତର ସର୍ବୋଚ୍ଚ ପୁରସ୍କାର ପରମବୀର ଚକ୍ର ପାଇଥିଲେ । ପୁନାରେ ପାଠପଢ଼ା ସାରି ସେ ହାଇଦ୍ରାବାଦ ସେନାରେ ଯୋଗ ଦେଇଥିଲେ ଏବଂ ଜାନୁଆରୀ ୧୯୪୨ରେ ନିଯୁକ୍ତି ପାଇଥିଲେ । ଆରମ୍ଭରେ ସେ ପଦାତିକ ବାହିନୀରେ ଯୋଗ ଦେଇଥିଲେ ହେଁ ପରେ ତାଙ୍କୁ ପ୍ରଥମ ହାଇଦ୍ରାବାଦ ଇମ୍ପେରିଆଲ୍ ସର୍ଭିସ୍ ଲାନ୍ସର୍ସ ନାମକ ଏକ ସୁରକ୍ଷା ରେଜିମେଣ୍ଟକୁ ବଦଳି କରାଯାଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ତାରାପୁରରେ ମଧ୍ୟପ୍ରାଚ୍ୟରେ କାର୍ଯ୍ୟା କରିଥିଲେ ।
ଏ. ବି. ତାରାପୋର | |
---|---|
ଜନ୍ମ | ବମ୍ବେ, ବମ୍ବେ ପ୍ରେସିଡେନ୍ସୀ, ବ୍ରିଟିଶ ଭାରତ (ବର୍ତ୍ତମାନର ମୁମ୍ବାଇ, ମହାରାଷ୍ଟ୍ର, ଭାରତ) | ୧୮ ଅଗଷ୍ଟ ୧୯୨୩
ମୃତ୍ୟୁ | ୧୬ ସେପ୍ଟେମ୍ବର ୧୯୬୫ ଚାୱିନ୍ଦା, ପାକିସ୍ତାନ | (ବୟସ ୪୨)
ନିଯୁକ୍ତିଦାତା | Hyderabad State India |
ସେବା/ | Hyderabad Army Indian Army |
କାର୍ଯ୍ୟକାଳ | ୧୯୪୦–୧୯୫୧ (Hyderabad Army) 1951–1965 (Indian Army) |
ପଦବୀ | Lieutenant colonel |
ସେବା ସଂଖ୍ୟା | IC-5565[୧][୨] |
ସେନା ବିଭାଗ | Hyderabad Lancers Poona Horse |
ସଂଘର୍ଷ/ଯୁଦ୍ଧ | |
ପୁରସ୍କାର | Param Vir Chakra |
୧୯୪୮ ମସିହାରେ ହାଇଦ୍ରାବାଦ ରାଜ୍ୟ ଭାରତରେ ଯୋଗ ହେବା ପରେ ତାରାପୋର ଭାରତୀୟ ସେନାରେ ଯୋଗ ଦେବା ପାଇଁ ମନୋନୀତ ହୋଇଥିଲେ । ୧୯୫୧ ମସିହା ଏପ୍ରିଲ ମାସରେ ସେ ପୁନର୍ବାର ନିଯୁକ୍ତି ପାଇଥିଲେ ଏବଂ ପୁନା ହର୍ସ ରେଜିମେଣ୍ଟର ୧୭ତମ ବାଟାଲିୟନରେ ନିୟୋଜିତ ହୋଇଥିଲେ । ପରେ ସେ ଯୁକ୍ତରାଜ୍ୟରେ ସେଞ୍ଚୁରିଆନ୍ ଟ୍ୟାଙ୍କରେ ଏକ ପ୍ରଶିକ୍ଷଣ ପାଠ୍ୟକ୍ରମରେ ଯୋଗ ଦେଇଥିଲେ । ୧୯୬୫ର ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ୧୭ ହର୍ସ ସିଆଲକୋଟରେ ଯୁଦ୍ଧକାର୍ଯ୍ୟ ଦେଖିଥିଲା । ତାରାପୋର ସେପ୍ଟେମ୍ବର ୧୧ରୁ ୧୬ ସେପ୍ଟେମ୍ବର ମଧ୍ୟରେ ଅନେକ ଟ୍ୟାଙ୍କ ଯୁଦ୍ଧରେ ରେଜିମେଣ୍ଟର ନେତୃତ୍ୱ ନେଇଥିଲା ଏବଂ ସେପ୍ଟେମ୍ବର ୧୬ରେ ବୁତୁର-ଡୋଗରାନ୍ଦିଠାରେ ଏଭଳି ଏକ ଯୁଦ୍ଧରେ ସହିଦ ହୋଇଥିଲେ । ତାଙ୍କ ନେତୃତ୍ୱରେ ରେଜିମେଣ୍ଟ ୬୦ଟି ପାକିସ୍ତାନୀ ଟ୍ୟାଙ୍କ ନଷ୍ଟ କରିଥିବା ବେଳେ ଭାରତୀୟମାନେ ୯ଟି ଟ୍ୟାଙ୍କ ହରାଇଥିଲେ ।
ଆଧାର
ସମ୍ପାଦନା- ↑ Chakravorty 1995, p. 77.
- ↑ "Lt Col Ardeshir Burzorji Tarapore". Gallantry Awards, Ministry of Defence. Government of India. Archived from the original on 19 ଜାନୁଆରୀ 2018. Retrieved 17 ମଇ 2018.