ଅର୍ଚ୍ଚନା ନାୟକ (ସାହିତ୍ୟିକ)
ଭାରତୀୟ ଓଡ଼ିଆ-ଭାଷୀ ଲେଖକ
ଅର୍ଚ୍ଚନା ନାୟକ (ଜନ୍ମ: ୧୬ ଜୁଲାଇ ୧୯୪୭; ଜନ୍ମସ୍ଥାନ: ବାଲୁଗାଁ), ଜଣେ ଓଡ଼ିଆ କଥାଶିଳ୍ପୀ ।[୧] ଉପନ୍ୟାସ, ଗଳ୍ପ, ଗୀତିକବିତା, ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟ ଆଦି ବିଭିନ୍ନ ବିଭାଗରେ ଅର୍ଚ୍ଚନା ନିଜ ଲେଖନୀ ଚାଳନା କରିଛନ୍ତି ।
ଅର୍ଚ୍ଚନା ନାୟକ | |
---|---|
ଜନ୍ମ | ପବନପୁର, ବାଲୁଗାଁ | ୧୬ ଜୁଲାଇ ୧୯୪୭
ଜାତୀୟତା | ଭାରତୀୟ |
ଶିକ୍ଷା | ପିଏଚଡ଼ି |
ଶିକ୍ଷାନୁଷ୍ଠାନ | ଉତ୍କଳ ବିଶ୍ୱବିଦ୍ୟାଳୟ |
ୱେବସାଇଟ | http://www.drarchananayak.com/ |
ତାଙ୍କ ପିତାଙ୍କ ନାମ ହେଲା କ୍ଷେତ୍ରମୋହନ ନାୟକ ଓ ମାତାଙ୍କ ନାମ ହେଲା ପ୍ରେମଲତା ଦେବୀ । ସେ ରେଭେନ୍ସା ବାଳିକା ବିଦ୍ୟାଳୟରୁ ମାଟ୍ରିକ, ଶୈଳବାଳା ମହାବିଦ୍ୟାଳୟ ଓ ରେଭେନ୍ସା ମହାବିଦ୍ୟାଳୟରୁ ଉଚ୍ଚତର ଶିକ୍ଷା ଲାଭ କରିଥିଲେ । ୧୯୮୪ରେ ସେ 'ଓଡ଼ିଆ କାବ୍ୟରେ ଶିବ' ସଂପର୍କିତ ଗବେଷଣା କରି ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚଡ଼ି ଡିଗ୍ରୀ ଲାଭ କରିଥିଲେ । ଅର୍ଚ୍ଚନା ଆକାଶବାଣୀ କଟକର ଜଣେ ସ୍ୱୀକୃତିପ୍ରାପ୍ତ ଗୀତିକାର । ସେ ସାହିତ୍ୟ ପତ୍ରିକା ସାବିତ୍ରୀର ସମ୍ପାଦିକା ଓ ଆଧ୍ୟାତ୍ମିକ ପତ୍ରିକା ଆସ୍ପୃହାର ମୁଖ୍ୟ ସମ୍ପାଦିକା ।
ରଚନାବଳୀ
ସମ୍ପାଦନାଗଳ୍ପ
- କେତେ ଦୃଶ୍ୟ ୧୯୯୧
- ଅରଣ୍ୟ ଅଭିସାର ୧୯୯୫
- କୁହୁଡ଼ି ପକ୍ଷୀ ଓ ଅନ୍ୟାନ୍ୟ ଗଳ୍ପ ୧୯୯୭
- ଅନ୍ୟ ନାୟିକା
- ଅନ୍ୟ ନାୟିକା ଓ ଅନ୍ୟାନ୍ୟ କଥା
- ଭୁଲ ଠିକଣାରେ ଚିଠି
- ଶ୍ରମଣାର ପୃଥିବୀ
- ଚିତ୍ର ପ୍ରତିମା
- ସ୍ୱପ୍ନ ଗୋଧୂଳି
- କାଳ୍ପନିକ ସତ୍ୟ
- ଅର୍ଚ୍ଚନା ନାୟକଙ୍କ କଥାବିଚିତ୍ରା
- ଅର୍ଚ୍ଚନା ନାୟକଙ୍କ ସ୍ମରଣୀୟ ଗଳ୍ପ
- ଅର୍ଚ୍ଚନା ନାୟକଙ୍କ ନିର୍ବାଚିତ ଗଳ୍ପ
- ନକ୍ଷତ୍ରର ଭାଷା
- ସାକ୍ଷୀ ଠାକୁରାଣୀ
- କୁହୁଡ଼ି ପକ୍ଷୀ ଓ ସ୍ୱପ୍ନ ଗୋଧୂଳି (ଏକତ୍ର)
- ହଂସପ୍ରହରୀ ୨୦୧୩
- ଗନ୍ଧର୍ବ ବୀଣା
- ସୁମଣି ଚଉରା
- ମଣି ସନ୍ଧାନ ୨୦୧୯
- ଚିତ୍ରଲେଖାର ଚିତ୍ର ୨୦୨୦
- ରାଗ ଚନ୍ଦ୍ରିକା
- କଳ୍ପଲୋକର ଛାୟା
ଉପନ୍ୟାସ
- ରାଣୀ ଶ୍ୟାମାବତୀ ୨୦୧୯
- ସାତପଦ୍ମର ଦ୍ୱୀପ
- ସୀତା ୨୦୨୨ (ମନୋରମା ପବ୍ଲିଶର୍ସ)
ନାଟକ/ଏକାଙ୍କିକା
- ଯକ୍ଷିଣୀ ସମ୍ବାଦ - ୨୦୦୪ (ଶାଶ୍ୱତି ପ୍ରକାଶିନୀ)
- ଏକାଙ୍କିକା ସମଗ୍ର
- ଅଚିହ୍ନା ଆକାଶ - ୧୯୮୭ (ନାଳନ୍ଦା ପ୍ରକାଶନ)
- ଅମ୍ବପାଲ୍ଲୀ - ୧୯୯୨, ୨୦୧୨ (ଦିବ୍ୟଦୂତ ପ୍ରକାଶନୀ)
- ନୀଳପରୀ ଓ ଅନ୍ୟାନ୍ୟ ଏକାଙ୍କିକା ୧୯୯୫
ପ୍ରବନ୍ଧ/ସମାଲୋଚନା
- ପଣ୍ଡିତ ଗୋପବନ୍ଧୁ ଦାସ[୨]
- ଓଡ଼ିଆ କାବ୍ୟରେ ଶିବ ୧୯୯୫
- ନିର୍ବାଚିତ ପ୍ରବନ୍ଧ
- ଭାରତର ଲୋକକଥା
- ସମୀକ୍ଷା ସଞ୍ଚୟନ
- ପ୍ରବନ୍ଧ ଭାରତୀ
- ଶବ୍ଦର ସ୍ୱାକ୍ଷର ୨୦୨୪
- ଦୃଷ୍ଟି ଓ ଦିଗନ୍ତ (ନବଦିଗନ୍ତ ପବ୍ଲିକଶନ୍)
- ପୃଥିବୀର ନିୟତି ଓ ସମୂହ ଯୋଗ (ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ, କଟକ)
ଗୀତିକବିତା
- ଜହ୍ନରାତ୍ରି ବର୍ଷାରାତି - ୧୯୯୯ (ଅନନ୍ୟା ପ୍ରକାଶନ)
- କଇଁଫୁଲର ଗୀତି
- ଗୀତି ଶତକ ୨୦୨୪
- ଗୀତି-ପ୍ରଣତି
ଅନୁବାଦ/ଜୀବନୀ
- ଶ୍ରୀ ଅରବିନ୍ଦ ଓ ନୂତନ ପୃଥିବୀ - ୨୦୦୭ (କଟକ ଷ୍ଟୁଡେଣ୍ଟସ ଷ୍ଟୋର)
- ଶ୍ରୀ ଅରବିନ୍ଦ
- ଅତିମାନବ : ସମ୍ଭାବନା ଓ ପ୍ରତିଶ୍ରୁତି (ଯୁଗ୍ମ: ମହାପାତ୍ର ନୀଳମଣୀ ସାହୁ)
- ରୁରୁ ପ୍ରିୟମ୍ବଦା ଅରବିନ୍ଦ - ୨୦୦୩ (ଗ୍ରନ୍ଥମନ୍ଦିର)
- ଯୁଗାବତାର ଶ୍ରୀମା ଶ୍ରୀଅରବିନ୍ଦ
- ଜାତୀୟ ଚେତନାର ଉଦଗାତା ମଧୁସୁଦନ
- ସୌରଦୀପ୍ତ ପଥର ଯାତ୍ରୀ ମହାପାତ୍ର ନୀଳମଣୀ ସାହୁ
ଶିଶୁ ସାହିତ୍ୟ
- ରାଜୁ ଓ ପରୀ
ସଂପାଦନା/ସଂକଳନ
- ନିର୍ବାଚିତ ରଚନାବଳୀ : ବିଶ୍ୱନାଥ କର
- କୁନ୍ତଳା କୁମାରୀ ଚୟନିକା[୩]
- ଓଡ଼ିଆ ଭକ୍ତି ସଙ୍ଗୀତ - ୨୦୦୭ (କେନ୍ଦ୍ର ସାହିତ୍ୟ ଏକାଡେମୀ)
ସମ୍ମାନ ଓ ପୁରସ୍କାର
ସମ୍ପାଦନାଆଧାର
ସମ୍ପାଦନା- ↑ Sahitya Akademi (2006). Annual Report. Sahitya Akademi.
- ↑ Pritish Acharya (11 March 2008). National Movement and Politics in Orissa, 1920-1929. SAGE Publications. pp. 111–. ISBN 978-93-5280-260-9.
- ↑ D. S. Rao (2004). Five Decades: The National Academy of Letters, India : a Short History of Sahitya Akademi. Sahitya Akademi. pp. 125–. ISBN 978-81-260-2060-7.
- ↑ "କଥାଶିଳ୍ପୀ ଡକ୍ଟର ଅର୍ଚ୍ଚନା ନାୟକ ପାଇବେ 'ସାହିତ୍ୟ ଭାରତୀ ସମ୍ମାନ'". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 10 March 2024. Retrieved 10 March 2024.
- ↑ "କଥା ଝରକା". କଥା ପତ୍ରିକା (ଜୁନ ୨୦୨୩): ୪୭. 28 June 2023. Retrieved 28 June 2023.
- ↑ "ଡ.ଅର୍ଚ୍ଚନା ନାୟକ ପାଇବେ 'ସତ୍ୟବାଦୀ ସାରସ୍ୱତ ସମ୍ମାନ'". www.samajalive.in. ସମାଜ. Retrieved 8 May 2019.
- ↑ Valerie Henitiuk; Supriya Kar (12 December 2016). Spark of Light: Short Stories by Women Writers of Odisha. Athabasca University Press. pp. 235–. ISBN 978-1-77199-167-4.