ଅରୁଣ ସ୍ତମ୍ଭ

ପୁରୀ ଜଗନ୍ନାଥ ମନ୍ଦିର ସାମ୍ନାରେ ଥିବା ଧାର୍ମିକ ସ୍ତମ୍ଭ

ଅରୁଣ ସ୍ତମ୍ଭ (ସୂର୍ଯ୍ୟ ସ୍ତମ୍ଭ)[୧][୨] ଏକ ଷୋହଳ ପାର୍ଶ୍ୱ ବିଶିଷ୍ଟ ୩୪ ଫୁଟ (୧୦ ମିଟର) ଉଚ୍ଚ ଗୋଟା କଳା ମୁଗୁନି ପଥର ସ୍ତମ୍ଭ ଅଟେ, ଯାହାର ଶୀର୍ଷରେ ଅରୁଣଙ୍କର (ସୂର୍ଯ୍ୟଙ୍କ ସାରଥୀ) ମୂର୍ତ୍ତି ରହିଛି । ଏହା ପୁରୀ ଜଗନ୍ନାଥ ମନ୍ଦିରର ସିଂହଦ୍ୱାର (ପୂର୍ବପଟ ଦ୍ୱାର)ଠାରୁ ପ୍ରାୟ ୨୦ ଫୁଟ (୬.୧ ମିଟର) ଦୂରରେ ଅବସ୍ଥିତ ।[୩] ସ୍ତମ୍ଭରେ ସାମରିକ ଦୃଶ୍ୟ ଏବଂ ଅନ୍ୟାନ୍ୟ ଆକୃତିରେ ଖୋଦିତ ଏକ ଭବ୍ୟ ମୂଳଦୁଆ ରହିଛି । ଏହାର କ୍ୟାପିଟାଲକୁ ପଦ୍ମ ପାଖୁଡ଼ିର ଏକ ଶୃଙ୍ଖଳାଦ୍ୱାରା ଅଳଙ୍କୃତ କରାଯାଇଛି । ସ୍ତମ୍ଭ ଉପରେ ସୂର୍ଯ୍ୟ ଦେବତାଙ୍କୁ ପ୍ରାର୍ଥନା କରିବା ମୁଦ୍ରାରେ ଅରୁଣଙ୍କ ମୂର୍ତ୍ତି ରହିଛି । ସ୍ତମ୍ଭଟି ପ୍ରାୟ ୩୪ ଫୁଟ (୧୦.୫ ମିଟର) ଉଚ୍ଚତାରେ ରହିଛି ।[୪]

ଅରୁଣ ସ୍ତମ୍ଭ
ସିଂହଦ୍ୱାର ସମ୍ମୁଖରେ ଅରୁଣ ସ୍ତମ୍ଭ ଉପରେ ଅରୁଣ(ସୂର୍ଯ୍ୟଙ୍କ ସାରଥୀ)ଙ୍କ ପ୍ରତିମୂର୍ତ୍ତି
Religion
ଅନୁବନ୍ଧଗୁଡ଼ିକହିନ୍ଦୁ
ଦେବାଦେବୀଅରୁଣ
Location
ସ୍ଥାନଜଗନ୍ନାଥ ମନ୍ଦିର, ପୁରୀ, ଓଡ଼ିଶା
ଭୌଗଳିକ ଅବସ୍ଥିତି19°48′18″N 85°49′04″E / 19.8050°N 85.8179°E / 19.8050; 85.8179
Architecture
ପ୍ରତିଷ୍ଠାତାଦିବ୍ୟସିଂହ ଦେବ - ଦ୍ୱିତୀୟ
Specifications
ଉଚ୍ଚତା (ସର୍ବୋଚ୍ଚ)34 ft (10 m)
ଉପାଦାନକଳା ମୁଗୁନି ପଥର

କିମ୍ବଦନ୍ତୀ ସମ୍ପାଦନା

ଜଗନ୍ନାଥ ମନ୍ଦିରର ଇତିହାସ ମାଦଳ ପାଞ୍ଜି ହିସାବରେ, ଭୋଇ ରାଜା ଦିବ୍ୟସିଂହ ଦେବ ଦ୍ୱିତୀୟଙ୍କ ଶାସନ କାଳରେ କୋଣାର୍କ (ସୂର୍ଯ୍ୟ ମନ୍ଦିର)ରୁ ମରାଠା ଗୁରୁ 'ବ୍ରହ୍ମଚାରୀ ଗୋସାଇଁ' ଅରୁଣ ସ୍ତମ୍ଭକୁ ଆଣି ସିଂହଦ୍ୱାର ସମ୍ମୁଖରେ ସ୍ଥାପନ କରିଥିଲେ ।[୫] ୧୮୧୫ ମସିହା ଅପ୍ରେଲ ୨୬ ତାରିଖରେ କଲିନ୍ ମାକେଞ୍ଜିଙ୍କ କଳାକାରମାନେ ପୁରୀ ସ୍ତମ୍ଭର ଏକ ରେଖାଚିତ୍ର ପ୍ରସ୍ତୁତ କରିଥିଲେ । ଅଷ୍ଟାଦଶ ଶତାବ୍ଦୀର ଶେଷ ତ୍ରୈମାସରେ କୋଣାର୍କରୁ ପୁରୀକୁ ଏହି ସ୍ତମ୍ଭ ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି । କୋଣାର୍କ ମନ୍ଦିରର ମୂଳ ମନ୍ଦିର ଧ୍ୱଂସ ପରେ ସେଠାରେ କୌଣସି ଦେବାଦେବୀଙ୍କୁ ପୂଜାକରାଯାଉ ନାହିଁ । ବୈଦିକ କାଳରୁ ସୂର୍ଯ୍ୟଙ୍କୁ ବିଷ୍ଣୁଙ୍କ ସହ ସମାନ ବୋଲି ଗ୍ରହଣ କରାଯାଏ । ତେଣୁ ପୁରୀର ବିଷ୍ଣୁ-ଜଗନ୍ନାଥଙ୍କ ମନ୍ଦିର ସମ୍ମୁଖରେ ରଖିବା ଯଥେଷ୍ଟ ଉପଯୁକ୍ତ ଥିଲା।[୬]

ଅପରପକ୍ଷରେ ଆଉ କେତେକଙ୍କ ମତରେ ପ୍ରଥମ ନରସିଂହ ଦେବ ୧୩୦୦ ଖ୍ରୀଷ୍ଟାବ୍ଦରେ ଏହାକୁ ଶ୍ରୀମନ୍ଦିର ସମ୍ମୁଖରେ ସ୍ଥାପନ କରିଥିଲେ ।[୭]

ଗ୍ୟାଲେରୀ ସମ୍ପାଦନା

ଆଧାର ସମ୍ପାଦନା

  1. Bonding with the Lord: Jagannath, Popular Culture and Community Formation (in ଇଂରାଜୀ). Bloomsbury Publishing. 2019-11-18. ISBN 978-93-88414-53-1.
  2. Behera, Karuna Sagar (1996). Konarak: Religion, history, and architecture (in ଇଂରାଜୀ). Aryan Books International. ISBN 978-81-7305-074-9.
  3. Das, J. P. (1994). Diurnal Rites and Other Poems (in ଇଂରାଜୀ). Sahitya Akademi. ISBN 978-81-7201-533-6.
  4. Manti, J. C. (2014-08-22). The Saga of Jagannatha and Badadeula at Puri (: Story of Lord Jagannatha and his Temple) (in ଇଂରାଜୀ). Vij Books India Pvt Ltd. ISBN 978-93-82652-45-8.
  5. Das, Suryanarayan (2010). Lord Jagannath (in ଇଂରାଜୀ). Sanbun Publishers. ISBN 978-93-80213-22-4.
  6. Behera, Karuna Sagar (2005). KONARK - THE BLACK PAGODA (in ଇଂରାଜୀ). Publications Division Ministry of Information & Broadcasting. ISBN 978-81-230-2997-9.
  7. "ଜ୍ୟୋତିର ପ୍ରତୀକ 'ଅରୁଣ ସ୍ତମ୍ଭ'; ଜାଣନ୍ତୁ କ'ଣ ରହିଛି ପୌରାଣିକ କଥାବସ୍ତୁ". Odisha Sambad (in ଆମେରିକୀୟ ଇଂରାଜୀ). 2019-12-24. Retrieved 2023-06-20.