ଅରୁଣ କୁମାର ସାହୁ (ଭାରତୀୟ ବୈଦେଶିକ ସେବା)
ଅରୁଣ କୁମାର ସାହୁ ଜଣେ ଭାରତୀୟ ବୈଦେଶିକ ସେବା ଅଧିକାରୀ ।[୧] ବର୍ତ୍ତମାନ ସେ ଭାରତର ରାଷ୍ଟ୍ରଦୂତ ଭାବରେ ବୁଲଗେରିଆଠାରେ କାର୍ଯ୍ୟରତ ।[୨] ବୈଦେଶିକ ସେବା ଭିନ୍ନ, ଜଣେ ସାହିତ୍ୟିକ ଭାବରେ ମଧ୍ୟ ତାଙ୍କର ପରିଚିତି ରହିଛି ।
ଅରୁଣ କୁମାର ସାହୁ | |
---|---|
ଜନ୍ମ | ଅରୁଣ କୁମାର ସାହୁ ୧୪ ଅଗଷ୍ଟ ୧୯୬୮ ପାଲୁଣିପଡ଼ା, ତିଳେଇବଣି, ଦେବଗଡ଼ |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ |
ପ୍ରସିଦ୍ଧି | ଭାରତୀୟ ବୈଦେଶିକ ସେବା ଅଧିକାରୀ |
ପିତାମାତା | ବନମାଳୀ ସାହୁ, ସରୋଜିନୀ ସାହୁ |
ବୈଦେଶିକ ସେବା
ସମ୍ପାଦନାଅରୁଣ, ୧୯୯୬ ମସିହାରେ ଭାରତୀୟ ବୈଦେଶିକ ସେବାରେ ଯୋଗଦାନ କରିଥିଲେ । ସେ ବେଜିଂ, ଲଣ୍ଡନ, ତେହେରାନ, କାନାଡ଼ା ଆଦି ସ୍ଥାନରେ କାମ କରିଛନ୍ତି । ସେ ଭାରତୀୟ୍ ସାଂସ୍କୃତିକ ସମ୍ବନ୍ଧ ପରିଷଦର (ଆଇସିସିଆର) ଉପ-ମହାନିର୍ଦ୍ଦେଶକ ଓ ବିଦେଶ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଭାବର କାର୍ଯ୍ୟ କରିଛନ୍ତି । ସେ ତ୍ରିନିଦାଦ ଆଣ୍ଡ ଟୋବାଗୋରେ ଭାରତର ରାଷ୍ତ୍ରଦୂତ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।[୩] ୨୦୨୪ ମସିହା ଡିସେମ୍ବର ମାସରେ ସେ ବୁଲଗେରିଆରେ ଭାରତର ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ ହୋଇଥିଲେ ।[୪]
ବ୍ୟକ୍ତିଗତ ଜୀବନ
ସମ୍ପାଦନାଅରୁଣ, ୧୯୬୮ ମସିହା ଅଗଷ୍ଟ ୧୪ ତାରିଖରେ ଦେବଗଡ଼ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ତିଳେଇବଣି ବ୍ଲକର ପାଲୁଣିପଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଡାକ୍ତର ବନମାଳୀ ସାହୁ ଓ ମାତାଙ୍କ ନାମ ସରୋଜିନୀ ସାହୁ । ପିତା ବନମାଳୀ ସାହୁ ଦୁର୍ଗମ ଅଞ୍ଚଳରେ ଲୋକଙ୍କର ସ୍ୱାସ୍ଥ୍ୟସେବାରେ ବ୍ରତୀ ଥିଲେ । ଦୁର୍ଗମ ଅଞ୍ଚଳ ଯୋଗୁ, ପିଲାଦିନେ ଅରୁଣଙ୍କ ଶିକ୍ଷାଦିକ୍ଷାରେ ଅସୁବିଧା ହେଉଥିଲା । ପ୍ରାଥମିକ ଶିକ୍ଷା ସ୍ଥାନୀୟ ସ୍କୁଲର ସମାପ୍ତ କରି ସେ ସମ୍ବଲପୁରର ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲ ଓ ରେଭେନ୍ସା କଲିଜିଏଟ ସ୍କୁଲରୁ ବିଦ୍ୟାଳୟ ଶିକ୍ଷା ହାସଲ କରିଥିଲେ । ପରେ ସେ ରେଭେନ୍ସା ମହାବିଦ୍ୟାଳୟ ଓ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭ କରିଥିଲେ ।[୫]
ପିତା ବନମାଳୀ ସାହୁଙ୍କ ସ୍ମୃତିରେ ଅରୁଣ, ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିବର୍ଷ ରାଜ୍ୟସ୍ତରୀୟ ଡକ୍ଟର ବନମାଳୀ ସାହୁ ସ୍ମାରକୀ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜନ କରି, କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥାନ୍ତି ।
ରଚନାବଳୀ
ସମ୍ପାଦନାଗଦ୍ୟ
ସମ୍ପାଦନା- ଯାଯାବରର ଯାତ୍ରା
- ବିଶ୍ୱ ଇତିହାସର ଯୁଦ୍ଧ
- ଆକାଶର ଲୁହ
- ଚିରା ମଲାଟ
ପଦ୍ୟ
ସମ୍ପାଦନା- ଶୂନ୍ୟର ସନ୍ତୁଳନ
ଇଂରାଜୀ ଭାଷାରେ
ସମ୍ପାଦନା- ଇରୁଆନା ଆଣ୍ଡ ଅଦର ପୋଏମ୍ସ
- ତ୍ରିନିଦାଦ ଆଣ୍ଡ ଟୋବାଗୋ : ଏ ଡିପ୍ଲୋମାଟ୍ସ କଲ୍ଚରାଲ ଏକ୍ସପେଡିସନ[୬]
ଆଧାର
ସମ୍ପାଦନା- ↑ "Shri Arun Kumar Sahu has been concurrently accredited as the next High Commissioner of India to the Commonwealth of Dominica, with residence in Port of Spain". Ministry of External Affairs, Government of India. 6 January 2020. Retrieved 31 December 2024.
- ↑ Sethy, Itishree (19 December 2024). "Odia IFS Arun Kumar Sahu Appointed Ambassador to Republic of Bulgaria". Pragativadi. Retrieved 31 December 2024.
- ↑ "Mr. Arun Kumar Sahu, IFS, Counsellor (Political & Culture), Embassy of India, Beijing". KSOM. 1 February 2011. Retrieved 31 December 2024.
- ↑ "Shri Arun Kumar Sahu appointed as the next Ambassador of India to the Republic of Bulgaria". Ministry of External Affairs, Government of India. 18 December 2024. Retrieved 31 December 2024.
- ↑ Nayak, Subadh (18 December 2024). "Odia IFS Arun Kumar Sahu appointed India's next Ambassador to Republic of Bulgaria". KalingaTV. Retrieved 31 December 2024.
- ↑ The Samaja ePaper https://samajaepaper.in/imageview_51_28122024212828356_4_83_29-12-2024_3_i_1_sf.html. Retrieved 31 December 2024.
{{cite web}}
: Missing or empty|title=
(help)