ଅରୁଣ କୁମାର ପଣ୍ଡା
ଭାରତୀୟ ଓଡ଼ିଆ ସାହିତ୍ୟିକ
ଅରୁଣ କୁମାର ପଣ୍ଡା (ଜନ୍ମ: ୨୭ ଜାନୁଆରୀ ୧୯୭୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଗବେଷକ ଓ ଶିଶୁ ସାହିତ୍ୟିକ । ସେ ୧୯୯୮ ମସିହାରେ ତାଙ୍କ ଶିଶୁ ସାହିତ୍ୟ ରଚନା ଅନ୍ଧାରରେ ଆଲୋକ ପାଇଁ ଓଡ଼ିଶା ବିଜ୍ଞାନ ଏକାଡେମୀ ପୁରସ୍କାର ପାଇଥିଲେ ।[୧]
ଅରୁଣ କୁମାର ପଣ୍ଡା | |
---|---|
ଜନ୍ମ | ତୋଟାପଡ଼ା, ଘଣ୍ଟେଶ୍ୱର, ଭଦ୍ରକ, ଓଡ଼ିଶା | ୨୭ ଜାନୁଆରୀ ୧୯୭୩
ଜାତୀୟତା | ଭାରତୀୟ |
ବୃତ୍ତି | ସରକାରୀ ଚାକିରି |
ଉଲ୍ଲେଖନୀୟ କୃତି | ଅନ୍ଧାରରେ ଆଲୋକ |
ପିତାମାତା | ଅନିରୁଦ୍ଧ ପଣ୍ଡା (ପିତା), ତିଲୋତ୍ତମା ପଣ୍ଡା (ମାତା) |
ପୁରସ୍କାର | ଓଡ଼ିଶା ବିଜ୍ଞାନ ଏକାଡ଼େମୀ ପୁରସ୍କାର |
ସଂକ୍ଷିପ୍ତ ଜୀବନୀ
ସମ୍ପାଦନାବୃତ୍ତିରେ ଯନ୍ତ୍ରୀ ଅରୁଣଙ୍କ ପିତା ଅନିରୁଦ୍ଧ ପଣ୍ଡା ଜଣେ ପାଲା ଗାୟକ ଥିଲେ । ଜଣେ ମେଧାବୀ ଛାତ୍ର ଭାବେ ସେ ପ୍ରାୟ ସମସ୍ତ ଶ୍ରେଣୀରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ । ମାଇନିଂ ଇଞ୍ଜିନିୟରିଂରେ ଡିପ୍ଲୋମା ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଓ ପିଏଚ୍ ଡି ଡିଗ୍ରୀ ଲାଭ କରି ସେ ସରକାରୀ ବୃତ୍ତିରେ ନିୟୋଜିତ ହେଲେ । ଇଞ୍ଜିନିୟରିଂ ଛାତ୍ର ଥିବାବେଳେ ତାଙ୍କର ଏକ ଗଳ୍ପ 'ଅନ୍ଧ-ମୁକ-ବଧିର' ଆକାଶବାଣୀ କଟକର ଯୁବବାଣୀ କାର୍ଯ୍ୟକ୍ରମରେ ପ୍ରସାରିତ ହୋଇଥିଲା । ସାହିତ୍ୟର ପ୍ରାୟ ପ୍ରତ୍ୟେକ ବିଭାଗରେ ସେ ଲେଖନୀ ଚାଳନା କରି ସୃଷ୍ଟି କରିଛନ୍ତି ଅର୍ଦ୍ଧ ଶତାଧିକ ପୁସ୍ତକ । ୨୦୦୮ରେ ସାର୍କ କବି ସମ୍ମିଳନୀରେ ଜଣେ ଓଡ଼ିଆ କବି ଭାବେ ପ୍ରତିନିଧିତ୍ୱ କରିଥିଲେ ।[୨][୩]
ରଚନାବଳୀ
ସମ୍ପାଦନାଜୀବନୀ
ସମ୍ପାଦନା
ବିଜ୍ଞାନସମ୍ପାଦନା
|
ଶିଶୁ ସାହିତ୍ୟସମ୍ପାଦନା
ଅନ୍ୟାନ୍ୟସମ୍ପାଦନା
|
ସମ୍ମାନ
ସମ୍ପାଦନା- ଓଡ଼ିଶା ବିଜ୍ଞାନ ଏକାଡେମୀ ପୁରସ୍କାର, ୧୯୯୮ (ଅନ୍ଧାରରେ ଆଲୋକ ପାଇଁ)
ଆଧାର
ସମ୍ପାଦନା- ↑ "Pranakrushna Parija Popular Science Award – Odisha Bigyan Academy" (in ଆମେରିକୀୟ ଇଂରାଜୀ). Retrieved 2024-12-09.
- ↑ https://dharitriepaper.in/edition/17197/chhutidina/page/9#
- ↑ https://dharitriepaper.in/edition/17041/chhutidina/page/14#