ଅରୁଣ କୁମାର ପଟ୍ଟନାୟକ

ଓଡ଼ିଆ ରାଜନୀତିଜ୍ଞ

ଅରୁଣ କୁମାର ପଟ୍ଟନାୟକ (୨୦ ଅଗଷ୍ଟ ୧୯୫୨ - ୧୨ ସେପ୍ଟେମ୍ବର ୧୯୯୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୯୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଖଣ୍ଡପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଅରୁଣ କୁମାର ପଟ୍ଟନାୟକ
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୫
ପୂର୍ବ ଅଧିକାରୀବିଭୁତି ଭୂଷଣ ସିଂହ ମର୍ଦ୍ଦରାଜ
ପର ଅଧିକାରୀବିଭୁତି ଭୂଷଣ ସିଂହ ମର୍ଦ୍ଦରାଜ
ନିର୍ବାଚନ ମଣ୍ଡଳୀଖଣ୍ଡପଡ଼ା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1952-08-20)ଅଗଷ୍ଟ ୨୦, ୧୯୫୨
ମୃତ୍ୟୁ୧୨ ସେପ୍ଟେମ୍ବର ୧୯୯୬(1996-09-12) (ବୟସ ୪୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ
ଜୀବନ ସାଥୀବିଜୟଲକ୍ଷ୍ମୀ ପଟ୍ଟନାୟକ
ବାପା/ବୋଉବ୍ରଜ ସୁନ୍ଦର ପଟ୍ଟନାୟକ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଅରୁଣ କୁମାର ପଟ୍ଟନାୟକ ୧୯୫୨ ମସିହାର ଅଗଷ୍ଟ ମାସ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ବ୍ରଜ ସୁନ୍ଦର ପଟ୍ଟନାୟକ ଏବଂ ପତ୍ନୀଙ୍କ ନାମ ବିଜୟଲକ୍ଷ୍ମୀ ପଟ୍ଟନାୟକ ଜଣେ ଓଡ଼ିଶା ରାଜନୀତିଜ୍ଞା, ଯିଏକି ୧୨ଶ ଓ ୧୩ଶ ଓଡ଼ିଶା ବିଧାନ ସଭାରେ ବିଧାୟିକା ଭାବରେ କାର୍ଯ୍ୟ କରିଛନ୍ତି ।[୧] ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।[୧]

ରାଜନୈତିକ ଜୀବନ ସମ୍ପାଦନା

ଅରୁଣ ଓଡ଼ିଶା ରାଜନୀତିରେ ଜନତା ଦଳର କାର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ଅରୁଣ କୁମାର ପଟ୍ଟନାୟକ ୧୯୯୬ ମସିହାର ସେପ୍ଟେମ୍ବର ମାସ ୧୨ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୪୪ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Shri Aruna Kumar Pattanaik". odishaassembly.nic.in. Odisha Assembly. Retrieved 14 April 2020.