ହିନ୍ଦୁ ପୁରାଣ ମହାଭାରତର ବର୍ଣ୍ଣନା ଅନୁସାରେ ଅମ୍ବା ହେଉଛନ୍ତି କାଶୀରାଜାଙ୍କ ଜ୍ୟେଷ୍ଠା କନ୍ୟା ତଥା ଅମ୍ବିକା ଏବଂ ଅମ୍ବାଳିକାଙ୍କ ଭଉଣୀ ।[] ଅମ୍ବା କୁରୁ ରାଜକୁମାର ଭୀଷ୍ମଙ୍କଦ୍ୱାରା ଅପହରଣ ହେବାପରେ ଏବଂ ତାଙ୍କ ଦୁର୍ଭାଗ୍ୟ ପାଇଁ ଭୀଷ୍ମଙ୍କୁ ହିଁ ଦାୟୀ କରିଥିଲେ । ଏହି ଅପମାନର ପ୍ରତିଶୋଧ ନେବା ହିଁ ତାଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ ହେଲା ଏବଂ ସେ ଏଥିପାଇଁ ବରପ୍ରାପ୍ତ ହେବାପାଇଁ ସେ କଠୋର ତପ ସାଧନା କରିଥିଲେ । ପରବର୍ତ୍ତୀ ସମୟରେ ସେ ବରପ୍ରାପ୍ତ ପୂର୍ବକ ରାଜା ଦ୍ରୁପଦଙ୍କ ଝିଅ ତଥା ଦ୍ରୌପଦୀଙ୍କ ଭଉଣୀ ଶିଖଣ୍ଡୀ ଭାବରେ ଜନ୍ମ ହୋଇଥିଲେ ।

ସଂସ୍କୃତ ଭାଷାରେ 'ଅମ୍ବା' ହେଉଛି ସାଧାରଣ ଭାବେ ବ୍ୟବହୃତ ଏକ ଶବ୍ଦ ଏବଂ ଏହାର ସାଧାରଣ ଅର୍ଥ ହେଉଛି ମାତା, ତେବେ ବୈଦିକ ସଂସ୍କୃତି କ୍ଷେତ୍ରରେ ଏହି ଶବ୍ଦ ବେଦମାନଙ୍କର ମାତା ଭାବରେ ମଧ୍ୟ ବ୍ୟବହୃତ ହୋଇଥାଏ ।

ପୃଷ୍ଠଭୂମି

ସମ୍ପାଦନା

ମହାଭାରତର 'ଆଦି ପର୍ବ'ରେ କାଶୀ ରାଜ୍ୟରେ ଅମ୍ବାଙ୍କ ସ୍ୱୟଂବର ବିଷୟରେ ବର୍ଣ୍ଣନା କରାଯାଇଛି । ଶାଲ୍ୱ ରାଜକୁମାର ଏବଂ ଅମ୍ବା ଗୁପ୍ତରେ ପ୍ରେମ କରୁଥିଲେ ଏବଂ ଅମ୍ବା ତାଙ୍କ ବେକରେ ବରମାଳା ପିନ୍ଧାଇବାକୁ ପ୍ରତିଶ୍ରୁତି ଦେଇଥିଲେ । ତିନି ରାଜକୁମାରୀଙ୍କ ସ୍ୱୟଂବର ସଭାକୁ ଭୀଷ୍ମଙ୍କୁ ଡକାଯାଇ ନ ଥିଲା । ତେବେ ଭୀଷ୍ମ ଏହି ତିନି ରାଜକୁମାରୀଙ୍କ ସ୍ୱୟଂବର ବିଷୟରେ ଜାଣିଲେ ଏବଂ ତାଙ୍କ ସାବତ ଭାଇ ବିଚିତ୍ରବୀର୍ଯ୍ୟଙ୍କ ପାଇଁ ରାଜକୁମାରୀଙ୍କୁ ଜିତିବା ପାଇଁ ସ୍ୱୟଂବରକୁ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ଭୀଷ୍ମ ରାଜକନ୍ୟାଙ୍କୁ ସାଥିରେ ନେଇଯିବାର ଇଚ୍ଛା ଘୋଷଣା କରନ୍ତେ ଏକତ୍ରିତ ହୋଇଥିବା ଅନ୍ୟା ରାଜାମାନେ ତାଙ୍କୁ ଅଟକାଇବାକୁ ଚେଷ୍ଠା କରିଥିଲେ । ଭୀଷ୍ମ ରାଜକୁମାରୀମାନଙ୍କୁ ତାଙ୍କ ରଥରେ ବାଧ୍ୟ କରି ବସାଇ ସେଠାରୁ ଚାଲିଆସିଲେ । ଭୀଷ୍ମଙ୍କ ସହ ଯେଉଁ ଯୁଦ୍ଧ ହେଲା ସେଥିରେ ଅନ୍ୟମାନେ ପରାସ୍ତ ହେଲେ । ଅମ୍ବାଙ୍କ ଭାବୀ ପତି ଶାଲ୍ୱ ରାଜକୁମାର ମଧ୍ୟ ଭୀଷ୍ମଙ୍କ ସହ ଯୁଦ୍ଧ କରି ପରାସ୍ତ ତଥା ଆହତ ହୋଇଥିଲେ । ତେବେ ଅମ୍ବାଙ୍କ ଅନୁରୋଧକ୍ରମେ ଭୀଷ୍ମ ତାଙ୍କ ଜୀବନ ରକ୍ଷା କରିଥିଲେ । ଅମ୍ବାଙ୍କ ନିଜ ଅଭିଳାଷ ବିଷୟରେ ଜାଣି ନ ଥିବାରୁ ଭୀଷ୍ମ ହସ୍ତିନାପୁରକୁ ଯାଇ ମାତା ସତ୍ୟବତୀଙ୍କ ସମ୍ମୁଖରେ ତିନି ରାଜକୁମାରୀଙ୍କୁ ଉପସ୍ଥାପନ କଲେ । ଅମ୍ବା ଭୀଷ୍ମ ଏବଂ ବ୍ରାହ୍ମଣ ପରିଷଦ ନିକଟକୁ ଯାଇ ପ୍ରକାଶ କରିଥିଲେ ଯେ ସେ ଏବଂ ଶାଲ୍ୱ ପରସ୍ପରକୁ ଭଲ ପାଉଛନ୍ତି ଏବଂ ସେ ତାଙ୍କୁ ସ୍ୱୟଂବରରେ ତାଙ୍କ ସ୍ୱାମୀ ଭାବରେ ବାଛିବାକୁ ଯାଉଛନ୍ତି । ଭୀଷ୍ମ ଏକଥା ଜାଣିବା ପରେ ସ୍ୱୀକାର କରିଛନ୍ତି ଯେ ତାଙ୍କର ଯୁକ୍ତି ଠିକ୍ ଏବଂ ତାଙ୍କୁ ସମ୍ମାନର ସହ ଶାଲ୍ୱଙ୍କ ନିକଟକୁ ପଠାଇଦେଇ ଅମ୍ବିକା ଏବଂ ଅମ୍ବାଳିକାଙ୍କୁ ବିଚିତ୍ରବୀର୍ଯ୍ୟଙ୍କ ସହ ବିବାହ କରାଇଥିଲେ ।[]

ଯେତେବେଳେ ଅମ୍ବା ସୂଚନା ଦେଲେ ଯେ ସେ ରାଜା ଶାଲ୍ୱଙ୍କୁ ତାଙ୍କ ସ୍ୱାମୀ ଭାବରେ ଗ୍ରହଣ କରିଛନ୍ତି, ସେତେବେଳେ ବିଚିତ୍ରବୀର୍ଯ୍ୟ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ । ଭୀଷ୍ମ ତାଙ୍କୁ ରାଜା ଶାଲ୍ୱଙ୍କ ନିକଟକୁ ପଠାଇଲେ । ଅପମାନରେ ଜର୍ଜରିତ ରାଜା ଶାଲ୍ୱ କିନ୍ତୁ ଅମ୍ବାଙ୍କୁ ଗ୍ରହଣ କଲେ ନାହିଁ, ତେଣୁ ସେ ହସ୍ତିନାପୁରକୁ ଫେରି ଭୀଷ୍ମଙ୍କୁ କହିଲେ, "ହେ ଆର୍ଯ୍ୟ! ତୁମେ ମୋତେ ବଳପୂର୍ବକ ଆଣିଛ, ତେଣୁ ତୁମେ ମୋତେ ବିବାହ କର ।" ବିବାହ ନ କରିବା ନିମନ୍ତେ ପ୍ରତିଜ୍ଞାବଦ୍ଧ ହେତୁ ଭୀଷ୍ମ ତାଙ୍କ ଅନୁରୋଧ ଗ୍ରହଣ କରିନଥିଲେ । ଅମ୍ବା ଏଥିରେ ମର୍ମାହତ ତଥା କ୍ରୋଧିତ ହୋଇ ଭୀଷ୍ମଙ୍କୁ କହିଲେ ଯେ ତାଙ୍କ ଅପମାନର କାରଣ ହେତୁ ସେ ହିଁ ଭୀଷ୍ମଙ୍କ ମୃତ୍ୟୁର କାରଣ ହେବେ । କ୍ରୋଧରେ ଜର୍ଜରିତ ଅମ୍ବା ଏହାପରେ ପିତାଙ୍କ ଗୃହକୁ ନ ଯାଇ ସେ ପର୍ଶୁରାମଙ୍କ ନିକଟକୁ ଯାଇ ତାଙ୍କ ଯନ୍ତ୍ରଣା ବିଷୟରେ କହିବା ସହ ତାଙ୍କୁ ଏଥି ନିମିତ୍ତ ସାହାଯ୍ୟ ମାଗିଥିଲେ । ପର୍ଶୁରାମ ଅମ୍ବାଙ୍କୁ କହିଲେ, "ବ୍ୟସ୍ତ ହୁଅ ନାହିଁ, ମୁଁ ତୁମକୁ ଭୀଷ୍ମଙ୍କ ସହିତ ବିବାହ କରାଇବି ।" ତାଙ୍କୁ ଡାକିବା ପାଇଁ ପର୍ଶୁରାମ ଭୀଷ୍ମଙ୍କୁ ପଠାଇଥିଲେ କିନ୍ତୁ ଭୀଷ୍ମ ତାଙ୍କ ନିକଟକୁ ଯାଇ ନଥିଲେ । ଏଥିରେ କ୍ରୋଧିତ ହୋଇ ପରଶୁରାମ ଭୀଷ୍ମଙ୍କ ନିକଟରେ ପହଞ୍ଚିଥିଲେ ଏବଂ ଦୁଇ ବୀରଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ଆରମ୍ଭ ହୋଇଥିଲା । ଉଭୟ ଅଦ୍ଭୁତପୂର୍ବ ଯୋଦ୍ଧା ଥିଲେ, ତେଣୁ ବିଜୟ ଏବଂ ପରାଜୟ ସ୍ଥିର ହୋଇପାରିଲା ନାହିଁ । ସର୍ବଶେଷରେ, ନାରଦ ମୁନି ତଥା ଦେବତାମାନେ ହସ୍ତକ୍ଷେପ କରି ଏହି ଯୁଦ୍ଧକୁ ସମାପ୍ତ କଲେ । ନିରାଶ ହୋଇ ଅମ୍ବା ଜଙ୍ଗଲରେ ଅନୁତାପ କରିବାକୁ ଯାଇଥିଲେ, ଯେଉଁଠାରେ ସେ ମହାଦେବଙ୍କୁ ସନ୍ତୁଷ୍ତ କରିବାକୁ ଘୋର ତପସ୍ୟା କରିଥିଲେ । ମହାଦେବ ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ତାଙ୍କ ସମ୍ମୁଖରେ ଉପସ୍ଥିତ ହେଲେ ଏବଂ ସେ ହିଁ ପରବର୍ତ୍ତୀ ଜୀବନରେ ଭୀଷ୍ମଙ୍କ ମୃତ୍ୟୁ ଘଟାଇବେ ବୋଲି ବର ପ୍ରଦାନ କରିଥିଲେ । ଏହି ବରକୁ ପ୍ରାପ୍ତ କରି ଅମ୍ବା ଆତ୍ମ ଦାହ କରି ପରବର୍ତ୍ତୀ ଜୀବନରେ ରାଜା ଦ୍ରୁପଦଙ୍କ ଘରେ ଶିଖଣ୍ଡି ଭାବରେ ଜନ୍ମଗ୍ରହଣ କରିଥିଲେ । କୁରୁକ୍ଷେତ୍ର ଯୁଦ୍ଧରେ ଶିଖଣ୍ଡି ହିଁ ଭୀଷ୍ମଙ୍କ ମୃତ୍ୟୁ ଘଟାଇଥିଲେ, କାରଣ କୃଷ୍ଣ ସେଦିନ ଶିଖଣ୍ଡିଙ୍କୁ ଅର୍ଜୁନ ରଥର ସମ୍ମୁଖ ଭାଗରେ ଉଭା କରାଇଥିଲେ ଏବଂ ଭୀଷ୍ମ ଶିଖଣ୍ଡିଙ୍କ ପୂର୍ବ ଜନ୍ମ ବୃତ୍ତାନ୍ତ ଜାଣି ଥିବାରୁ ସେ ଜଣେ ସ୍ତ୍ରୀ ବିରୋଧରେ ଅସ୍ତ୍ର ଉଠାଇବାକୁ ମନା କରିଦେଇଥିଲେ । ସୁଯୋଗ ପାଇବା ମାତ୍ରେ ଅର୍ଜ୍ଜୁନ ଭୀଷ୍ମଙ୍କ ଉପରେ ଶରବୃଷ୍ଟି କରିବାକୁ ଲାଗିଲେ, ଯେଉଁଥିପାଇଁ ଭୀଷ୍ମ ଆଘାତ ପାଇ ପୃଥିବୀ ଉପରେ ଟଳିପଡିଲେ ।[]

  1. "The story of Amba | Mahabharata Stories, Summary and Characters from Mahabharata". www.mahabharataonline.com. Archived from the original on 29 September 2021. Retrieved 9 December 2020.
  2. Garrett, John. "A Classical Dictionary of India". www.books.google.co.in (in ଇଂରାଜୀ). Atlantic Publishers & Distri. Retrieved 9 December 2020.
  3. "Gender as the ultimate weapon". The Hindu (in Indian English). 13 July 2017. Retrieved 9 December 2020.