ଅମିତାଭ ଘୋଷ
ଅମିତାଭ ଘୋଷ (ଜନ୍ମ ୧୧ ଜୁଲାଇ ୧୯୫୬)[୨] ଜଣେ ଭାରତୀୟ ଲେଖକ ଅଟନ୍ତି । ସେ ଇଂଗ୍ରାଜୀ ଭାଷାର ଐତିହାସିକ କାଳ୍ପନିକ ଲେଖକ ପାଇଁ ମଧ୍ୟ ଜଣାଶୁଣା । ସେ ୨୦୧୮ ମସିହାରେ ଭାରତର ସର୍ବୋଚ୍ଚ ସାହିତ୍ୟିକ ସମ୍ମାନ ୫୪ ତମ ଜ୍ଞାନପୀଠ ପୁରସ୍କାର ଜିତିଥିଲେ । ଘୋଷଙ୍କ ଉଚ୍ଚାଭିଳାଷୀ ଉପନ୍ୟାସଗୁଡ଼ିକ ଭାରତ ଏବଂ ଦକ୍ଷିଣ ପୂର୍ବ ଏସିଆର ଜାତୀୟ ତଥା ବ୍ୟକ୍ତିଗତ ପରିଚୟର ପ୍ରକୃତି ଅନୁସନ୍ଧାନ ପାଇଁ ଜଟିଳ କାହାଣୀ ରଣନୀତି ବ୍ୟବହାରର ପରିଚୟ ଦେଇଥାଏ ।[୩] ଉପନିବେଶବାଦ ଏବଂ ଜଳବାୟୁ ପରିବର୍ତ୍ତନ ଭଳି ବିଷୟ ଉପରେ ଆଲୋଚନା କରି ସେ ଅଣ-କାଳ୍ପନିକ ବିଷୟ ମଧ୍ୟ ଲେଖିଛନ୍ତି ।
ଅମିତାଭ ଘୋଷ Royal Society of Literature | |
---|---|
ଜନ୍ମ ଓ ଜନ୍ମସ୍ଥାନ | କଲିକତା, ପଶ୍ଚିମବଙ୍ଗ, ଭାରତ | ୧୧ ଜୁଲାଇ ୧୯୫୬
ବୃତ୍ତି | ଲେଖକ |
ଜାତୀୟତା | ଭାରତୀୟ[୧] |
ଶିକ୍ଷାନୁଷ୍ଠାନ | ଦିଲ୍ଲୀ ବିଶ୍ୱବିଦ୍ୟାଳୟ (ବି.ଏ., ଏମ.ଏ.) ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ (ପିଏଚ.ଡି.) |
ଶୈଳୀ | ଐତିହାସିକ କଳ୍ପନା |
ସାହିତ୍ୟ କୃତି | ଦି ଶ୍ୟାଡୋ ଲାଇନ, ଦି ଗ୍ଲାସ ପ୍ୟାଲେସ, ସି ଅଫ ପପିଜ୍, ରିଭର ଅଫ ସ୍ମୋକ, ଦି ହଙ୍ଗ୍ରି ଟାଇଡ, ଜଙ୍ଗଲ ନାମା |
ପୁରସ୍କାର | ଜ୍ଞାନପୀଠ ପୁରସ୍କାର ସାହିତ୍ୟ ଏକାଡେମୀ ପୁରସ୍କାର ଆନନ୍ଦ ପୁରସ୍କାର ଦାନ୍ ଡେଭିଡ ପୁରସ୍କାର ପଦ୍ମଶ୍ରୀ |
ଜୀବନସାଥୀ | ଦେବରାହ ବେକର (ସ୍ତ୍ରୀ) |
ୱେବସାଇଟ | |
www |
ଜୀବନ
ସମ୍ପାଦନାଅମିତାଭ ଘୋଷ ୧୧ ଜୁଲାଇ ୧୯୫୬ ମସିହାରେ କଲିକତାରେ ଜନ୍ମଗ୍ରହଣ କରିଥିଲେ । ସେ ଡେରାଡୁନର "ଦି ଡୁନ ସ୍କୁଲ"ରେ ଅଧ୍ୟୟନ କରିଥିଲେ । ସେ ଭାରତ, ବଙ୍ଗଳାଦେଶ ଏବଂ ଶ୍ରୀଲଙ୍କାରେ ବଡ ହୋଇଥିଲେ । ଡୁନ ସ୍କୁଲରେ ତାଙ୍କର ସମସାମୟିକ ଲେଖକ ବିକ୍ରମ ସେଟ୍ ଏବଂ ଐତିହାସିକ ରାମ ଗୁହା ଅନ୍ତର୍ଭୁକ୍ତ ଥିଲେ ।[୪] ବିଦ୍ୟାଳୟରେ ଥିବାବେଳେ ସେ ନିୟମିତ ଭାବରେ ଦି ଡୁନ ସ୍କୁଲ ୱିକ୍ଲି ନାମାକ ସାପ୍ତାହିକ ପତ୍ରିକାରେ କାଳ୍ପନିକ ଏବଂ କବିତାରେ ଯୋଗଦାନ କରିଥିଲେ ଯୋଗଦାନ କରିଥିଲେ ଏବଂ ରାମ ଗୁହାଙ୍କ ସହିତ ଇତିହାସ ଟାଇମ୍ସ ପତ୍ରିକା ପ୍ରତିଷ୍ଠା କରିଥିଲେ ।[୫][୬][୭] ଡୁନ ପରେ ସେ ସେଣ୍ଟ ଷ୍ଟିଫେନ କଲେଜ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏବଂ ଦିଲ୍ଲୀ ସ୍କୁଲ ଅଫ୍ ଇକୋନୋମିକ୍ସରୁ ଡିଗ୍ରୀ ହାସଲ କରିଥିଲେ ।
ତା’ପରେ ସେ ନିଜର ଡି.ଫିଲ୍ ସମାପ୍ତ କରିବା ପାଇଁ ବ୍ରିଟିଶ ସାମାଜିକ ଆନ୍ଥ୍ରୋପୋଲୋଜିଷ୍ଟ ପିଟର ଲିଓନହର୍ଡଙ୍କ ତତ୍ତ୍ୱାବଧାନରେ ଅକ୍ସଫୋର୍ଡର ସେଣ୍ଟ ଏଡମୁଣ୍ଡ ହଲରେ ସାମାଜିକ ଆନ୍ଥ୍ରୋପୋଲୋଜିରେ ଇନଲାକ୍ସ ଫାଉଣ୍ଡେସନ୍ ସ୍କଲାରସିପ୍ ଜିତିଥିଲେ ।[୮] ୨୦୦୯ ମସିହାରେ, ସେ ରୟାଲ ସୋସାଇଟି ଅଫ୍ ସାହିତ୍ୟିକ ଭାବରେ ନିର୍ବାଚିତ ହୋଇଥିଲେ ।[୯] ୨୦୧୫ ମସିହାରେ ଘୋଷଙ୍କୁ ଫୋର୍ଡ ଫାଉଣ୍ଡେସନ ଆର୍ଟ ଅଫ୍ ଚେଞ୍ଜ୍ ଫେଲୋ ଭାବରେ ନାମିତ କରାଯାଇଥିଲା ।[୧୦]
ତାଙ୍କୁ 2007 ମସିହାରେ ଭାରତ ସରକାର ପଦ୍ମଶ୍ରୀ ପ୍ରଦାନ କରିଥିଲେ ।[୧୧]
ଘୋଷ ଆଇବିସ୍ ଟ୍ରିଲୋଜୀ ଉପରେ କାମ ଆରମ୍ଭ କରିବା ପାଇଁ ଭାରତ ଫେରିଥିଲେ ଯେଉଁଥିରେ ସି ଅଫ୍ ପପିସ୍ (୨୦୦୮),ରିଭର ଅଫ ସ୍ମୋକ (୨୦୧୧) ଏବଂ ଫ୍ଲଡ ଅଫ ଫାୟାର (୨୦୧୫) ଅନ୍ତର୍ଭୁକ୍ତ ଥିଲା ।
କାର୍ଯ୍ୟ
ସମ୍ପାଦନାଘୋଷ ଦି ସର୍କଲ୍ ଅଫ୍ ରିଜିନ୍ (୧୯୮୬ର ଡେବ୍ୟୁ ଉପନ୍ୟାସ), ଦି ଶ୍ୟାଡୋ ଲାଇନ୍ସ (୧୯୮୮), ଦି କୋଲକାତା କ୍ରୋମୋଜୋମ୍ (୧୯୯୫), ଦି ଗ୍ଲାସ୍ ପ୍ୟାଲେସ୍ (୨୦୦୦) ଏବଂ ଦି ହଙ୍ଗ୍ରି ଟାଇଡ୍ (୨୦୦୪)ର ଲେଖକ ଅଟନ୍ତି । ସି ଅଫ୍ ପପିସ୍ (୨୦୦୮), ଆଇବିସ୍ ଟ୍ରିଲୋଜୀର ପ୍ରଥମ ଭଲ୍ୟୁମ୍ ଥିଲା ଯାହା ୧୮୩୦ ଦଶକରେ ସେଟ୍ କରାଯାଇଥିଲା । ଘୋଷଙ୍କ ରିଭର ଅଫ ସ୍ମୋକ (୨୦୧୧), ଆଇବିସ୍ ଟ୍ରିଲୋଜୀର ଦ୍ୱିତୀୟ ଭଲ୍ୟୁମ୍ ଅଟେ । ତୃତୀୟ, ଫ୍ଲଡ ଅଫ ଫାୟାର,ଟ୍ରିଲୋଜୀକୁ ସମାପ୍ତ କରି, ସକରାତ୍ମକ ସମୀକ୍ଷା ପାଇଁ ୨୮ ମଇ ୨୦୧୫ ମସିହାରେ ପ୍ରକାଶିତ ହୋଇଥିଲା ।[୧୨] ତାଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରିଥିବା ଶ୍ୟାଡୋ ଲାଇନ୍ସ "ସାମ୍ପ୍ରଦାୟିକ ହିଂସା ଘଟଣା ଏବଂ ଏହାର ମୂଳ ଗଭୀର ଭାବରେ ଭାରତୀୟ ଉପମହାଦେଶର ସାମୂହିକ ମାନସିକତାରେ ବିସ୍ତାର କରିଛି।"[୧୩]
ଘୋଷଙ୍କ ଗୁନ୍ ଆଇସଲ୍ୟାଣ୍ଡ, ୨୦୧୯ ମସିହାରେ ପ୍ରକାଶିତ ହୋଇଥିଲା, ଏହା ଜଳବାୟୁ ପରିବର୍ତ୍ତନ ଏବଂ ମାନବ ସ୍ଥାନାନ୍ତରଣ ସହିତ ଜଡିତ ଥିଲା । ଏହି ପୁସ୍ତକ ସମାଲୋଚକମାନଙ୍କଦ୍ୱାରା ପ୍ରଶଂସା କରାଯାଇଥିଲା ।[୧୪] ୨୦୨୧ ମସିହାରେ ଘୋଷ ନିଜର ପ୍ରଥମ ପୁସ୍ତକ, "ଜଙ୍ଗଲ ନାମା" ନାମରେ ପ୍ରକାଶ କରିଥିଲେ, ଯାହା ବନ୍ ବିବିର ସୁନ୍ଦରବନ କିମ୍ବଦନ୍ତୀ ବିଷୟରେ ଅନୁସନ୍ଧାନ କରିଥିଲା ।[୧୫]
ପୁରସ୍କାର ଏବଂ ସ୍ୱୀକୃତି
ସମ୍ପାଦନାଅମିତାଭ ଘୋଷ "ଶ୍ୟାଡୋ ଲାଇନ୍ସ" ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ଆନନ୍ଦ ପୁରସ୍କର ଜିତିଥିଲେ ।[୧୬] ୧୯୯୭ ମସିହାରେ ସେ "ଦି କୋଲକାତା କ୍ରୋମୋଜୋମ୍" ପାଇଁ ଆର୍ଥର୍ ସି କ୍ଲାର୍କ ପୁରସ୍କାର ଲାଭ କରିଥିଲେ ।[୧୭] ୨୦୦୮ ମସିହାର ମ୍ୟାନ୍ ବୁକର୍ ପୁରସ୍କାର ପାଇଁ "ସି ଅଫ୍ ପପିସ୍"କୁ ସର୍ଟଲିଷ୍ଟ କରାଯାଇଥିଲା ।[୧୮] ୨୦୧୧ ମସିହାରେ ମ୍ୟାନ ଏସିଆନ ଲିଟେରାରୀ ପୁରସ୍କାର ପାଇଁ "ରିଭର ଅଫ ସ୍ମୋକ୍"କୁ ସର୍ଟଲିଷ୍ଟ କରାଯାଇଥିଲା । ଭାରତ ସରକାର ତାଙ୍କୁ ୨୦୦୭ ମସିହାରେ ପଦ୍ମଶ୍ରୀ ନାଗରିକ ସମ୍ମାନ ପ୍ରଦାନ କରିଥିଲେ ।[୧୯]
ଘୋଷ ୨୦ ନଭେମ୍ବର ୨୦୧୬ ମସିହାରେ ମୁମ୍ବାଇ ଲିଟଫେଷ୍ଟ ଟାଟା ସାହିତ୍ୟ ଲାଇଭରେ ଆଜୀବନ ସଫଳତା ପୁରସ୍କାର ଗ୍ରହଣ କରିଥିଲେ ।[୨୦] ଡିସେମ୍ବର ୨୦୧୮ ମସିହାରେ ତାଙ୍କୁ ୫୪ ତମ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ ଏହି ସମ୍ମାନ ପାଇଁ ମନୋନୀତ ହୋଇଥିବା ସମୟରେ ସେ ଇଂରାଜୀରେ ପ୍ରଥମ ଭାରତୀୟ ଲେଖକ ଥିଲେ ।[୨୧]
ଆଧାର
ସମ୍ପାଦନା- ↑ Gupte, Masoom (25 ନଭେମ୍ବର 2016). "The heroic tale of great entrepreneurs is nonsense: Amitav Ghosh". The Economic Times. Archived from the original on 28 ନଭେମ୍ବର 2016. Retrieved 25 ଅପ୍ରେଲ 2017.
- ↑ Ghosh, Amitav Archived 5 August 2011 at the Wayback Machine., Encyclopædia Britannica
- ↑ "Brittanica". Archived from the original on 6 September 2015.
- ↑ Nicholas Wroe (23 ମଇ 2015). "Amitav Ghosh: 'There is now a vibrant literary world in India – it all began with Naipaul'". The Guardian. Archived from the original on 26 ମଇ 2015. Retrieved 27 ମଇ 2015.
- ↑ The Pioneer. "'Dosco' Amitav Ghosh celebrates his 60th Birthday". Dailypioneer.com. Archived from the original on 26 March 2019. Retrieved 2019-03-26.
- ↑ "Of nature, cricket, literature and history". The Statesman. 29 October 2017.
- ↑ Ramachandra Guha (2013-09-12). "Ramachandra Guha on Twitter: "On the 25th anniversary of Amitav Ghosh's superb The Shadow Lines, a toast to History Times, the school magazine we worked on together."". Twitter.com. Retrieved 2019-03-26.
- ↑ "A scholarship worth going after". The Times of India. 17 ଜାନୁଆରୀ 2002. Archived from the original on 8 ଜାନୁଆରୀ 2016. Retrieved 27 ମଇ 2015.
- ↑ "Royal Society of Literature All Fellows". Royal Society of Literature. Archived from the original on 5 March 2010. Retrieved 8 August 2010.
- ↑ "The Art of Change: Meet our visiting fellows". Ford Foundation (in ଇଂରାଜୀ). Retrieved 2019-10-29.
- ↑ "National Portal of India" (PDF). Retrieved 17 October 2008.[dead link]ଛାଞ୍ଚ:Cbignore
- ↑ Clark, Alex (5 ଜୁନ 2015). "Flood of Fire by Amitav Ghosh review – the final instalment of an extraordinary trilogy". The Guardian. Archived from the original on 2 ଫେବୃଆରୀ 2017. Retrieved 11 ଡିସେମ୍ବର 2016.
- ↑ rajnishmishravns (2013-01-26). "Amitav Ghosh's The Shadow Lines as an Indian English Novel | rajnishmishravns". Rajnishmishravns.wordpress.com. Retrieved 2019-03-26.
- ↑ Alam, Rumaan. "Review | With 'Gun Island,' Amitav Ghosh turns global crises into engaging fiction". Washington Post (in ଇଂରାଜୀ). Retrieved 2019-12-22.
- ↑ Rakshit, Nobonita (2021-10-08). "Abstract Knowledge, Embodied Experience: Towards a Literary Fieldwork in the Humanities". Rupkatha Journal on Interdisciplinary Studies in Humanities (in ଆମେରିକୀୟ ଇଂରାଜୀ). 13 (3). doi:10.21659/rupkatha.v13n3.31. ISSN 0975-2935.
- ↑ "Amitav Ghosh". Fantasticfiction.co.uk. Archived from the original on 31 ମଇ 2012. Retrieved 28 ମଇ 2012.
- ↑ "Arthur C. Clarke Award |". Clarkeaward.com. Retrieved 28 May 2012.[permanent dead link]
- ↑ "First-timers Seeking Booker glory". BBC News. 9 ସେପ୍ଟେମ୍ବର 2008. Archived from the original on 3 ଡିସେମ୍ବର 2009.
- ↑ "Padma Awards" (PDF). Ministry of Home Affairs, Government of India. 2015. Archived from the original (PDF) on 15 October 2015. Retrieved 21 July 2015.
- ↑ "Amitav Ghosh gets life-time achievement award at Lit Fest". Archived from the original on 20 ଡିସେମ୍ବର 2016. Retrieved 19 ଡିସେମ୍ବର 2016.
- ↑ "Author Amitav Ghosh honoured with 54h Jnanpith award". The Times of India. Retrieved 14 December 2018.