ଅମରେନ୍ଦ୍ର ମାଧବ ଦାଶ

ଓଡ଼ିଆ କବି

ଅମରେନ୍ଦ୍ର ମାଧବ ଦାଶ (ଜନ୍ମ: ୧୯୭୮) ଜଣେ କବି ।[୧] ସେ ନିଜ କାବ୍ୟଗ୍ରନ୍ଥ "କାନ୍ଦ କାନ୍ଦ ମଣିଷ" ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ "ଯୁବ ପୁରସ୍କାର" ଲାଭ କରିଛନ୍ତି ।

ଅମରେନ୍ଦ୍ର ମାଧବ ଦାଶ
Born୧୯୭୮
Nationalityଭାରତୀୟ

ଅମରେନ୍ଦ୍ର, ୧୯୭୮ମସିହାରେ ଅନୁଗୋଳ ଜିଲ୍ଲାର ତାଳଚେରରେ ଜନ୍ମଗ୍ରହଣ କରିଥିଲେ । ଚତୁର୍ଥ/ପଞ୍ଚମ ଶ୍ରେଣୀରେ ପଢ଼ିବା ବେଳରୁ ସେ କବିତା ଲେଖିବା ଆରମ୍ଭ କରିଥିଲେ । ଅଷ୍ଟମ ଶ୍ରେଣୀରେ ପଢ଼ିବା ବେଳକୁ ସ୍କୁଲ ପତ୍ରିକା "ବ୍ରାହ୍ମୀ"ରେ ତାଙ୍କର କବିତା ପ୍ରକାଶ ପାଇଥିଲା । ଯୁକ୍ତ ଦୁଇ ପଢିଲାବେଳକୁ କଲେଜ ପତ୍ରିକାରେ ପ୍ରକାଶ ପାଇଥିଲା କବିତା "ଫେରିଆସ ବାପୁ" । ଏହି କବିତା ତାଙ୍କୁ କଲେଜ ତଥା ତାଳଚେର ସହରରେ "କବି"ର ପରିଚିତି ଆଣିଦେଇଥିଲା ।

କବିତାଗ୍ରନ୍ଥ ସମ୍ପାଦନା

  • ତୋ ପାଇଁ(୨୦୦୬)
  • ଢେର ରାତି ହେଲାଣୀ(୨୦୧୦)
  • କାନ୍ଦ କାନ୍ଦ ମଣିଷ(୨୦୧୩)
  • ଚିତ୍ର ଆଙ୍କୁଥିବା ପୁଅ(୨୦୧୪)
  • ଶବ୍ଦ(୨୦୧୭)

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ଯୁବ ପୁରସ୍କାର(ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ପ୍ରଦତ୍ତ)[୨]

ଆଧାର ସମ୍ପାଦନା

  1. http://odishan.com/16627
  2. "ପହିଲି ପୁଲକ". ଧରିତ୍ରୀ ସାହିତ୍ୟାୟନ ନଭେମ୍ବର ୧୧-୨୪ ପୃଷ୍ଠା ୮. Retrieved 13 November 2017.