ଅମନାତ୍ୟ ଜନଜାତି

ଭାରତୀୟ ଆଦିବାସୀ (ଅନୁସୂଚିତ ଜନଜାତି)

ଅମନାତ୍ୟ ଓଡ଼ିଶାରେ ବସବାସ କରୁଥବା ଏକ ଭାରତୀୟ ଆଦିବାସୀ ଜନଜାତି । ପାରମ୍ପାରିକ ଭାବେ ଅମନାତ୍ୟ ଲୋକେ ଚାଷ, ମାଛ ଧରା, ମଜୁରୀ, ଜଙ୍ଗଲରୁ ସଂଗ୍ରହ ଆଦି ବୃତ୍ତିରେ ରହିଆସିଥିଲେ ।[୨]

ଅମନାତ୍ୟ ଜନଜାତି
ଅମାନାତ୍ୟା
ସଂଖ୍ୟାଧିକ ଜନସଂଖ୍ୟା ଥିବା ଅଞ୍ଚଳ
କୋରାପୁଟ ଜିଲ୍ଲା, ନବରଙ୍ଗପୁର ଜିଲ୍ଲା୨୮,୭୩୬
ଭାଷାସମୂହ
ଓଡ଼ିଆ
Footnotes
୨୦୧ ଜନଗଣନା[୧]

ନାମକରଣ ସମ୍ପାଦନା

ଅମନାତ୍ୟ ଶବ୍ଦଟି ଏକ ଓଡ଼ିଆ-ଭାଷୀ ଆଦିବାସୀ ଚାଷୀ ଜନଜାତିକୁ ସୂଚିତ କରିବା ପାଇଁ ବ୍ୟବହୃତ ହୁଏ । ସ୍ଥାନୀୟ ଲୋକ ବିଶ୍ୱାସ ଅନୁସାରେ ଅମନାତ୍ୟମାନେ ନିଜକୁ ପ୍ରଥମେ ରାମଙ୍କ ମନ୍ତ୍ରୀଙ୍କ ବଂଶଧର ମାନିଥାନ୍ତି । ଉକ୍ତ ମନ୍ତ୍ରୀ ପରେ ଚାଷକାମ କରୁଥିଲେ ।[୩]

ଜନସଂଖ୍ୟା ସମ୍ପାଦନା

୨୦୧୧ ଜନଗଣନା ଅନୁସାରେ ଅମନାତ୍ୟମାନଙ୍କର ମୋଟ ଜନସଂଖ୍ୟା ୨୮,୭୩୬ । ଏଥିମଧ୍ୟରୁ ୧୪,୫୩୨ ମହିଳା ଓ ୧୪,୨୦୪ ପୁରୁଷ ।[୨]

ଧର୍ମ ଓ ସଂସ୍କୃତି ସମ୍ପାଦନା

ଅମନାତ୍ୟମାନେ ସାଧାରଣତଃ ପ୍ରକୃତି ପୂଜାଚାର ଥିବା ନିଜର ସ୍ୱତନ୍ତ୍ର ଧର୍ମ ପାଳନ କରନ୍ତି । ସେମାନଙ୍କର ପ୍ରମୁଖ ପର୍ବପର୍ବାଣି ଏବଂ ରୀତିନୀତି ମଧ୍ୟରେ ପୁଷ୍‌ପୁନେଇଁ, ଆମନୁଆ, ଅଖିମୁଠି ଆଦି ପ୍ରଧାନ । ପୁଷ୍‌ପୁନେଇଁ (ପୌଷ ପୂର୍ଣ୍ଣିମା) ପୌଷମାସ (ଡିସେମ୍ବର-ଜାନୁଆରୀ) ମଧ୍ୟରେ ପାଳନ କରାଯାଇଥାଏ । ଏହା ଏକ ଅମଳ ପରବର୍ତ୍ତୀ ପର୍ବ । ଆମନୁଆ ଚୈତ୍ର (ମାର୍ଚ୍ଚ-ଅପ୍ରେଲ) ମାସରେ ପାଳିତ ଏକ ନୂଆ ଆମ୍ବ ଖିଆ ପର୍ବ । ଅଖିମୁଠି (ଅକ୍ଷୟ ତୃତୀୟା) ବୈଶାଖ (ଅପ୍ରେଲ-ମଇ) ମାସରେ ପାଳିତ ଓ ଏହା ପାଳନ ଜଣେ ପୂଜାରୀଙ୍କଦ୍ୱାରା ମଞ୍ଜି ବୁଣା ରୀତିନୀତିରୁ ଆରମ୍ଭ ହୋଇଥାଏ ।[୨]

ଆଧାର ସମ୍ପାଦନା

  1. "STATISTICAL PROFILE OF SCHEDULED TRIBES IN INDIA 2013" (PDF). www.tribal.nic.in. MINISTRY OF TRIBAL AFFAIRS STATISTICS DIVISION, Government of India. Archived (PDF) from the original on 12 July 2017. Retrieved 20 October 2021.
  2. ୨.୦ ୨.୧ ୨.୨ "Omanatya". SCSTRTI (Scheduled Castes and Scheduled Tribes Research and Training Institute). Retrieved 2022-08-28.
  3. "Odisha State Tribal Museum: Omanatya". Odisha State Tribal Museum. SCSTRTI. Archived from the original on 28 August 2022. Retrieved 28 August 2022.