ଅଭୟ ଚରଣାରବିନ୍ଦ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ
ଅଭୟ ଚରଣାରବିନ୍ଦ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ (୦୧ ସେପ୍ଟେମ୍ବର ୧୮୯୬ – ୧୪ ନଭେମ୍ବର ୧୯୭୭) ଜଣେ ଗୌଡ଼ୀୟ ବୈଷ୍ଣବ ଧର୍ମଗୁରୁ ତଥା ଇସ୍କନର ପ୍ରତିଷ୍ଠାତା ଥିଲେ ।[୧] ଇସ୍କନର ସଦସ୍ୟମାନେ ଭକ୍ତିବେଦନ୍ତ ସ୍ୱାମୀଙ୍କୁ ଚୈତନ୍ୟଙ୍କ ପ୍ରତିନିଧି ଓ ଦୂତ ମନେକରନ୍ତି ।[୨]
ଅଭୟ ଚରଣାରବିନ୍ଦ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ | |
---|---|
In Devanagari | अभय चरणारविन्द भक्तिवेदान्त स्वामी प्रभुपाद |
ଅନ୍ୟାନ୍ୟ name(s) | ଅଭୟ ଚରଣାରବିନ୍ଦ, ଅଭୟ ଚରଣ ଦେ, ପ୍ରଭୁପାଦ |
ବ୍ୟକ୍ତିଗତ | |
ଜାତୀୟତା | ଭାରତୀୟ |
ଜନ୍ମ | ଅଭୟ ଚରଣ ଦେ ୧ ସେପ୍ଟେମ୍ବର ୧୮୯୬ କଲିକତା |
ମୃତ୍ୟୁ | ୧୪ ନଭେମ୍ବର ୧୯୭୭ ବୃନ୍ଦାବନ, ଭାରତ | (ବୟସ ୮୧)
ସମାଧି | ଭକ୍ତିବେଦାନ୍ତ ସ୍ୱାମୀଙ୍କ ସମାଧି, ବୃନ୍ଦାବନ |
Senior posting | |
ଅବସ୍ଥାପିତ | ବୃନ୍ଦାବନ, ଭାରତ |
ଉପାଧି | ଇସ୍କନର ସଂସ୍ଥାପକ ଆଚାର୍ଯ୍ୟ |
Period in office | ୧୯୬୬-୧୯୭୭ |
ପୂର୍ବ | ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଠାକୁର |
ଧାର୍ମିକ ବୃତ୍ତି | |
Initiation | ଦୀକ୍ଷା–1932, ସନ୍ନ୍ୟାସ–1959 |
Post | ଗୁରୁ, ସନ୍ନ୍ୟାସୀ, ସଂସ୍ଥାପକ- ଆଚାର୍ଯ୍ୟ |
ୱେବସାଇଟ | Official Website of ISKCON Official website of Prabhupada |
ସେ ଆଫ୍ରିକୀୟ-ଆମେରିକୀୟ ଲୋକଙ୍କ ବିରୋଧରେ ତାଙ୍କର ବର୍ଣ୍ଣବାଦୀ ମତ, ପ୍ରତାଡ଼ିତ ଜାତି ବିରୋଧୀ ଭେଦଭାବ, ଇହୁଦୀ-ବିରୋଧୀ ମତ, ମହିଳାମାନଙ୍କ ପ୍ରତି ଦ୍ୱେଷ ଏବଂ ଆଡଲ୍ଫ ହିଟଲରଙ୍କ ଅପରାଧକୁ ସମର୍ଥନ କରିବା ପାଇଁ ସମାଲୋଚନାର ଶିକାର ହୋଇଛନ୍ତି ।[୩][୪][୫]
ଜୀବନୀ
ସମ୍ପାଦନାବାଲ୍ୟ ଜୀବନ
ସମ୍ପାଦନାସେପ୍ଟେମ୍ବର ୧, ୧୮୯୬ରେ କଲିକତାରେ ଜନ୍ମିତ ଏହି ଧର୍ମଗୁରୁଙ୍କର ପିତୃମାତୃଦତ୍ତ ନାମ ଥିଲା ଅଭୟ ଚରଣ ଦେ ।[୬] ପ୍ରଭୁପାଦ ସ୍ୱାମୀଙ୍କ ପିତା ଗୌର ମୋହନ ଦେ ଓ ମାତା ରଜନୀ ଦେ ଉଭୟ ବୈଷ୍ଣବ ଥିଲେ । କମ୍ ବୟସରୁ ଅଭୟ କୃଷ୍ଣ ଆରାଧନା କରିବାକୁ ଭଲ ପାଉଥିଲେ । ନନ୍ଦୋତ୍ସବ ଦିନ ଜନ୍ମିତ ହୋଇଥିବାରୁ ବାପା ମାଁ ତାଙ୍କୁ ଶ୍ରଦ୍ଧାରେ ନନ୍ଦଦୁଲାଲ ନାମରେ ଡାକୁଥିଲେ । ନନ୍ଦଦୁଲାଲ ସାଥି ପିଲାଙ୍କ ସହ ଖେଳନା ରଥରେ ରଥଯାତ୍ରା ପାଳନ କରିବା ତଥା ସାଙ୍ଗ ମେଳରେ ସଂକୀର୍ତ୍ତନ ଓ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ଦର୍ଶନ କରିବା ଭଲ ପାଉଥିଲେ ।[୭]
ଶିକ୍ଷା
ସମ୍ପାଦନାକଲିକତାର ପ୍ରଖ୍ୟାତ ସ୍କଟିସ ଚର୍ଚ୍ଚ କଲେଜରେ ଶିକ୍ଷା ଲାଭ କରି ସେ ୧୯୨୦ ମସିହାରେ ଇଂରାଜୀ, ଅର୍ଥନୀତି ଏବଂ ଦର୍ଶନ ଶାସ୍ତ୍ରରେ ସ୍ନାତକ ଡିଗ୍ରୀ ହାସଲ କଲେ । ତତ୍କାଳୀନ ସମୟରେ ସ୍କଟିସ ଚର୍ଚ୍ଚ କଲେଜର ଅଧ୍ୟାପକ ବୃନ୍ଦ ଧାର୍ମିକ ଏବଂ ଶାନ୍ତ ସ୍ୱଭାବ ପାଇଁ ବେଶ ପରିଚିତ ଥିଲେ ଏବଂ କଲେଜର ଶିକ୍ଷାଦାନ ବ୍ୟବସ୍ଥା ଉତ୍ତମ ଥିଲା । କଲେଜ ପଢୁଥିବା ବେଳେ ଅଭୟ ଇଂରାଜୀ ସୋସାଇଟି ଏବଂ ସଂସ୍କୃତ ସୋସାଇଟିରେ ସଭ୍ୟ ଥିଲେ । ଅତଏବ କୁହାଯାଏ, ଏଭଳି ପରିବେଶ ପରବର୍ତ୍ତୀ ସମୟରେ ତାଙ୍କୁ ଧର୍ମଗୁରୁ ଭାବେ ନେତୃତ୍ୱ ନେବାର ଯୋଗ୍ୟତା ଅର୍ଜ୍ଜନ କରିବାରେ ସହାୟତା କରିଥିଲା । ୧୯୧୮ ମସିହାରେ ସେ ବିବାହ କରି ସାଂସାରିକ ଜୀବନ ଆରମ୍ଭ କରିଥିଲେ । କିଛିଦିନପାଇଁ ଡିପ୍ଲୋମା ପାଠ ଛାଡି ଗାନ୍ଧୀଙ୍କ ନେତୃତ୍ୱରେ ଭାରତର ସ୍ୱାଧୀନତା ଆନ୍ଦୋଳନରେ ଭାଗ ନେବା ପାଇଁ ସେ ଆଗେଇ ଆସିଥିଲେ । ସେ ମନେ କରିଥିଲେ, ଭାରତ ସ୍ୱାଧୀନ ହେବାପରେ ବେଦାନ୍ତର ବାର୍ତ୍ତା ପାଶ୍ଚାତ୍ୟରେ ପ୍ରଚାର କରିବା ଉଚିତ ହେବ ।
ଧର୍ମପ୍ରଚାର
ସମ୍ପାଦନା୧୯୨୨ମସିହାରେ ତାଙ୍କୁ ଯେତେବେଳେ ୨୬ବର୍ଷ ବୟସ, ଗୌଡ଼ୀୟ ମଠର ସଂସ୍ଥାପକ ତଥା ପ୍ରଖ୍ୟାତ ବିଦ୍ୱାନ ଶ୍ରୀଲ ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀଙ୍କ ସହ ତାଙ୍କର ଦେଖା ହୁଏ । ପରବର୍ତ୍ତୀ ସମୟରେ ଅଭୟ ତାଙ୍କରି ଶିଷ୍ୟତ୍ୱ ଗ୍ରହଣ କରିଥିଲେ ।[୮] ଗୁରୁଙ୍କ ଆଦେଶ ଥିଲା ସେ ପ୍ରଥମେ ପାଶ୍ଚାତ୍ୟରେ ପ୍ରଭୁ ଚୈତନ୍ୟଙ୍କ ବାଣୀର ପ୍ରଚାର କରନ୍ତୁ ।[୯] ଗୁରୁଙ୍କ ଆଦେଶ ପ୍ରକାରେ ଶ୍ରୀଲ ପ୍ରଭୁପାଦ ଭଗବତ ଗୀତାର ଏକ ଇଂରାଜୀ ଟୀକା ପ୍ରଣୟନ କଲେ । ପରେ ପରେ ଅର୍ଥାତ୍, ୧୯୪୪ରେ ସେ "back to Godhead" ନାମକ ଏକ ଇଂରାଜୀ ପାକ୍ଷିକ ପତ୍ରିକାର ପ୍ରକାଶନ କଲେ । ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଦର୍ଶନ ଏବଂ କୃଷ୍ଣଭକ୍ତିର ପ୍ରଚାର ନିମିତ୍ତ ଉକ୍ତ ପତ୍ରିକାର ଲେଖା, ସଂପାଦନା, ପତ୍ରିକା ଡିଜାଇନ, ସଂଶୋଧନ, ବିତରଣ ତଥା ପ୍ରକାଶନ ଏ ସମସ୍ତ ଦାୟିତ୍ୱ ସେ ନିଜେ ବହନ କରିଥିଲେ । ପତ୍ରିକାର ପ୍ରଥମ ସଂସ୍କରଣରେ ସେ ଲେଖିଥିଲେ:
୧୯୩୬ ମସିହାରୁ ଏ ଯାବତ୍ କୌଣସି ସମ୍ବଳ କିମ୍ବା ପ୍ରୋତ୍ସାହନ ବିନା ଏହି ଦୁଃସାହସିକ ଅଭିଯାନର ପ୍ରାରମ୍ଭ କରିବା କେବଳ ମୋର କଳ୍ପନା ଥିଲା, ତେବେ ଏ ଦିଗରେ କେହି ନିରୁତ୍ସାହିତ ନ କରିବାରୁ ମୁଁ ଏ ଅଭିଯାନର ଶୁଭାରମ୍ଭ କରୁଛି ।।
A. C. Bhaktivedanta Swami|Back to Godhead magazine (Vol.1, 1–4, 1944)
ଶ୍ରୀଲ ପ୍ରଭୁପାଦଙ୍କ ଭକ୍ତି ତଥା ଦର୍ଶନ ଶାସ୍ତ୍ରରେ ବ୍ୟୁତ୍ପତ୍ତିକୁ ସମ୍ମାନ ଜଣାଇ ଗୌଡ଼ୀୟ ବୈଷ୍ଣବ ସମାଜ ତାଙ୍କୁ ୧୯୪୭ ମସିହାରେ ଭକ୍ତିବେଦାନ୍ତ ଉପାଧିରେ ସମ୍ବର୍ଦ୍ଧିତ କରିଥିଲେ ।[୧୦] ତେବେ ପରବର୍ତ୍ତୀ ସମୟରେ ଅର୍ଥାତ୍ ୧୯୬୭ ମସିହା ବେଳକୁ ତାଙ୍କରି ଶିଷ୍ୟଗଣ ତାଙ୍କୁ ସମ୍ମାନସୂଚକ ପ୍ରଭୁପାଦ (ଅର୍ଥାତ୍, ପ୍ରଭୁଙ୍କ ଚରଣାଶ୍ରିତ) ନାମରେ ପରିଚିତ କରାଇଲେ । ୧୯୫୦ ମସିହାରେ, ୫୪ ବର୍ଷ ବୟସରେ ସେ ବିବାହିତ ଜୀବନରୁ ଦୁରେଇ ଗଲେ ଏବଂ ଠିକ ଚାରିବର୍ଷ ପରେ ବାନପ୍ରସ୍ଥ ଗ୍ରହଣ କଲେ । ବୃନ୍ଦାବନସ୍ଥିତ ରାଧାଦାମୋଦର ମନ୍ଦିରରେ ରହି ବେଦାନ୍ତ ଦର୍ଶନ ଓ ଶ୍ରୀମଦ୍ ଭାଗବତମ୍ ଉପରେ ତାଙ୍କରି ଲେଖା ଓ ଅଧ୍ୟୟନ ଜାରି ରଖିଲେ ।
ଆମେରିକା ଯାତ୍ରା
ସମ୍ପାଦନା୧୯୬୫ରେ, ୭୦ ବର୍ଷ ବୟସରେ ଶ୍ରୀଲ ପ୍ରଭୁପାଦ ଗୁରୁଙ୍କ ଆଦେଶ ଅନୁସାରେ ଆମେରିକା ଯାତ୍ରା କଲେ । ଜଳଦୂତ ନାମକ ଜାହାଜରେ ଚାଳିଶ ଦିନର ଯାତ୍ରା କରି ଶେଷରେ ସେ ନିୟୁୟର୍କ ନଗରରେ ପହଞ୍ଚିଲେ । ନିୟୁୟର୍କରେ ପ୍ରାରମ୍ଭିକ ସମୟରେ ସେ ସଂକୀର୍ତ୍ତନ ଏବଂ ଭଗବତ ଗୀତା ସମ୍ପର୍କିତ ଶିକ୍ଷାଦାନ ଜାରି ରଖିଲେ । ବିଭିନ୍ନବର୍ଗର ଅନେକ ବିଦେଶୀ ଯୁବକ ତାଙ୍କର ଶିଷ୍ୱତ୍ୱ ଗ୍ରହଣ କରିଥିଲେ । ପରେ ୧୯୬୬ ମସିହା ଜୁଲାଇରେ ତାଙ୍କ ପ୍ରଚେଷ୍ଟା ଏବଂ ଶିଷ୍ୟଗଣଙ୍କ ସହଯୋଗରେ ସେଠାରେ ଇସ୍କନ ପ୍ରତିଷ୍ଠା ଲାଭ କଲା ।[୧୧] ଆନ୍ତର୍ଜାତିକ କୃଷ୍ଣଚେତନା ସଙ୍ଘ ବା "International Society for Krishna Consciousness" (ISKCON) ବା ଇସ୍କନ ଏକ ଗୌଡ଼ୀୟ ବୈଷ୍ଣବ ଧାର୍ମିକ ସଙ୍ଗଠନ । ଏହା ହରେକୃଷ୍ଣ ଆନ୍ଦୋଳନ ନାମରେ ମଧ୍ୟ ଖ୍ୟାତ ।[୧୨]ଗୀତାରେ ବର୍ଣ୍ଣିତ ଭକ୍ତିଯୋଗର ପ୍ରାଧାନ୍ୟକୁ ପ୍ରଚାର କରିବା ଏବଂ ଅଦ୍ୱୈତବାଦର ପ୍ରତିଷ୍ଠା ଏହି ପ୍ରତିଷ୍ଠାନର ଅନ୍ୟତମ ଲକ୍ଷ୍ୟ ।[୧୩] ଆମେରିକାରେ ତାଙ୍କ ଶିଷ୍ୟଗଣଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ନିୟୁୟର୍କରେ ଏକ ମନ୍ଦିର ଏବଂ ପରେ ୧୯୬୭ରେ ସାନ୍ ଫ୍ରାନ୍ସିସକୋ ନଗରରେ ଏକ କେନ୍ଦ୍ରର ପ୍ରତିଷ୍ଠା ହେଲା । ଏହିଠାରୁ ପ୍ରଭୁପାଦ ଆମେରିକାର ବିଭିନ୍ନ ସ୍ଥାନ ଭ୍ରମଣ କରି ସଂକୀର୍ତ୍ତନ, ବହି ବିତରଣ ତଥା ସର୍ବସାଧାରଣ ସ୍ଥଳରେ ଧାର୍ମିକ ବକ୍ତୃତାଦ୍ୱାରା ଗୌଡ଼ୀୟ ବୈଷ୍ଣ୍ଣବ ଧର୍ମର ପ୍ରଚାର କରିବା ଆରମ୍ଭ କରିଥିଲେ । ଆମେରିକାରେ ପହଞ୍ଚିବାର ପ୍ରଥମ ବାର ବର୍ଷ ମଧ୍ୟରେ ପ୍ରଭୁପାଦ ତାଙ୍କ ଲକ୍ଷ୍ୟ ପୂରଣ ଦିଗରେ ସଫଳତା ଲାଭ କରିଥିଲେ ।
- ଛଅଟି ମହାଦେଶର ବିଭିନ୍ନ ସହର ପ୍ରାୟ ଚଉଦ ଥର ପରିଭ୍ରମଣ କରି ସେ ଧାର୍ମିକ ବକ୍ତୃତା ପ୍ରଦାନ କରିଥିଲେ ।
- ଅନେକ ଶିଷ୍ୟ ଗ୍ରହଣ କରି ସନ୍ନ୍ୟାସ ଦିକ୍ଷୀତ କରାଇଥିଲେ
- ପାଶ୍ଚାତ୍ୟରେ ବୈଦିକ ଗୁରୁକୁଳ ପ୍ରଥାର ପ୍ରଚାର ତଥା ପ୍ରସାର କରାଇପାରିଥିଲେ
- ଭକ୍ତିବେଦାନ୍ତ କୁକ୍ ଟ୍ରଷ୍ଟ ପ୍ରତିଷ୍ଠାର ମୂଳଦୁଆ ପକାଇଥିଲେ[୧୪][୧୫]
- ନିଉ ଭର୍ଜିନିଆରେ ଧାର୍ମିକ କଲୋନୀ ନୂତନ ବୃନ୍ଦାବନର ପ୍ରତିଷ୍ଠା[୧୬]
- ବେଦାନ୍ତ ତଥା ଦର୍ଶନ ସଂପର୍କିତ ଅଶୀରୁ ଅଧିକ ବହିର ରଚନା କରିଥିଲେ
- ପାଶ୍ଚାତ୍ୟରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ତଥା ରଥଯାତ୍ରାର ପ୍ରଚଳନ କରାଇଥିଲେ
- ଇସ୍କନ ମାଧ୍ୟମରେ ପାଶ୍ଚାତ୍ୟରେ ଭକ୍ତିଯୋଗର ସଫଳ ପ୍ରଚାର ତଥା ପ୍ରସାର କରିପାରିଥିଲେ
ମତ
ସମ୍ପାଦନାଦାସପ୍ରଥା
ସମ୍ପାଦନାସ୍ୱାମୀ କହିଥିଲେ ଯେ ଆଫ୍ରିକୀୟ-ଆମେରିକୀୟ ଲୋକମାନେ ଦାସପ୍ରଥା ଭିତରେ ରହିବା ଉଚିତ୍ ।
"କଳାମାନେ ଦାସ ଥିଲେ । ସେମାନେ ନିୟନ୍ତ୍ରଣରେ ଥିଲେ । ଏବଂ ଯେହେତୁ ସେମାନଙ୍କୁ ସମାନ ଅଧିକାର ଦେଇଛ, ସେମାନେ ବିଚଳିତ, ସବୁଠାରୁ ଅଶାନ୍ତ, ସର୍ବଦା ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରୁଛନ୍ତି, ଅସଂସ୍କୃତ ଏବଂ ମଦ୍ୟପ ହୋଇରହିଛନ୍ତି । ସେମାନଙ୍କୁ କ'ଣ ପ୍ରଶିକ୍ଷଣ ମିଳିଛି? ସେମାନଙ୍କୁ ସମାନ ଅଧିକାର ମିଳିଛି କି? ସେମାନଙ୍କୁ ଦାସ ଭାବରେ ନିୟନ୍ତ୍ରଣରେ ରଖିବା ଭଲ କିନ୍ତୁ ସେମାନଙ୍କୁ ପର୍ଯ୍ୟାପ୍ତ ଖାଦ୍ୟ, ପର୍ଯ୍ୟାପ୍ତ କପଡ଼ା ଦେବା ବ୍ୟତୀତ ଅଧିକ ଦେବା କଥା ନୁହେଁ । ତା'ହେଲେ ସେମାନେ ସନ୍ତୁଷ୍ଟ ହେବେ ।[୧୭]
ନାରୀ
ସମ୍ପାଦନାନାରୀମାନଙ୍କ ବିଷୟରେ ସ୍ୱାମୀଙ୍କ ରଚନା ଅଧିକାଂଶ ଭାବେ ନାରୀ-ଦ୍ୱେଷ ବୋଲି ବିବେଚନା କରାଯାଏ । ତାଙ୍କର କିଛି ମତ ହେଉଛି:
"ମହିଳାମାନେ ସାଧାରଣତଃ ବେଶୀ ବୁଦ୍ଧିମତୀ ନୁହନ୍ତି ।"[୩]
"ସାଧାରଣତଃ ଜଣେ ମହିଳାଙ୍କୁ ପୁରୁଷ ଜଣେ ଆକ୍ରମଣ କଲେ — ତାଙ୍କ ସ୍ୱାମୀ କିମ୍ବା ଅନ୍ୟ କୌଣସି ପୁରୁଷ — ସେ ଅତ୍ୟଧିକ କାମାତୁର ହୋଇ ସେ ଆକ୍ରମଣକୁ ଉପଭୋଗ କରନ୍ତି ।"[୩]
ଗ୍ରନ୍ଥସୂଚୀ
ସମ୍ପାଦନାଇସ୍କନର ପ୍ରତିଷ୍ଠାତା ଶ୍ରୀଲ ଭକ୍ତିବେଦାନ୍ତ ସ୍ୱାମୀ ତାଙ୍କରି ଲେଖା ଏବଂ ଶ୍ରୀମଦ୍ ଭଗବତ ଗୀତା, ଚୈତନ୍ୟ ଚରିତାମୃତ ଭଳି ଗ୍ରନ୍ଥର ଅନୁବାଦ ମାଧ୍ୟମରେ ପାଶ୍ଚାତ୍ୟରେ ଗୌଡ଼ୀୟ ବୈଷ୍ଣବ ମତବାଦର ବହୂଳ ପ୍ରଚାର କରିଛନ୍ତି । ତାଙ୍କ ପ୍ରକାଶିତ ବହିଗୁଡିକୁ ତାଙ୍କରି ଅନବଦ୍ୟ ଅବଦାନ ବୋଲି କୁହାଯାଇପାରେ । ସେ ଭଗବତ ଗୀତା ସମେତ ବେଦ, ବେଦାନ୍ତ ଓ ଭକ୍ତି ସଂପର୍କିତ ଅଶୀରୁ ଅଧିକ ବହିର ଅନୁବାଦ ତଥା ଟୀକା ପ୍ରସ୍ତୁତ କରିଛନ୍ତି ।[୧୩] ତାଙ୍କ ପ୍ରକାଶିତ Bhagavad-gita As It Is, ତିରିଶ ଭାଗରେ ପ୍ରକାଶିତ Srimad-Bhagavatam ଏବଂ ସତର ଭାଗରେ ପ୍ରକାଶିତ Sri Chaitanya-charitamrita ଗୋଟିଏ ଗୋଟିଏ କାଳଜୟୀ ରଚନା । ତାଙ୍କରି ବହିସବୁର ପ୍ରକାଶନ ନିମିତ୍ତ ୧୯୭୨ ମସିହାରେ ଭକ୍ତିବେଦାନ୍ତ ବୁକ୍ ଟ୍ରଷ୍ଟ ପ୍ରତିଷ୍ଠିତ ହେଲା । ବର୍ତ୍ତମାନ ଏହି ସବୁ ଗ୍ରନ୍ଥର ଅନୁବାଦ ଛଅସ୍ତରୀରୁ ଅଧିକ ଭାଷାରେ ଉପଲବ୍ଧ । ଏସବୁ ଇସ୍କନର ପବିତ୍ର ଗ୍ରନ୍ଥ ରୂପେ ବିବେଚିତ ।
ଅନୁବାଦ ଓ ଟୀକା
ସମ୍ପାଦନା- Bhagavad-Gītā As It Is (1968) ISBN 0-89213-134-9
- Isha Upanishad|Śrī Īśopaniṣad (1969) ISBN 0-89213-280-9
- Bhagavata Purana|Śrīmad-Bhāgavatam (1972–77) ISBN 84-86883-07-5 (Vols.)
- Chaitanya Charitamrita|Caitanya-caritāmṛta (1974) ISBN 0-912776-50-1 (Vols.)
- Rupa Goswami|The Nectar of Instruction (1975) ISBN 0-912776-85-4
ଶ୍ରୀଲ ପ୍ରଭୁପାଦଙ୍କ ଜୀବନକାଳ ମଧ୍ୟରେ ପ୍ରକାଶିତ ଅନ୍ୟାନ୍ୟ ବହିମାନଙ୍କର ଏକ ଅସମ୍ପୂର୍ଣ୍ଣ ତାଲିକା:
- Easy Journey to Other Planets (1970)
- Kṛṣṇa Consciousness: The Topmost Yoga System (1970)
- Beyond Birth and Death (1972)
- The Perfection of Yoga (1972)
- Kṛṣṇa, the Reservoir of Pleasure (1972)
- On the Way to Kṛṣṇa (1973)
- Rāja-vidyā: The King of Knowledge (1973)
- Elevation to Kṛṣṇa Consciousness (1973)
- Kṛṣṇa Consciousness: The Matchless Gift (1974)
- Perfect Questions, Perfect Answers (1977)
- Teachings of Maharshi Kapila, the Son of Devahūtī
ପ୍ରଭୁପାଦଙ୍କ ମରଣୋତ୍ତର ପ୍ରକାଶିତ ବହି
ସମ୍ପାଦନା- Light of the Bhāgavata (1978)
- Teachings of Queen କୁନ୍ତୀ (1978) ISBN 0-89213-102-0
- Life comes from life (1978) ISBN 0-89213-100-4
- Search for liberation (1981)
- Chant and be happy (1982) ISBN 0-89213-118-7
- Coming back : the science of reincarnation (1982) ISBN 0-89213-114-4
- Dialectic spiritualism (1985)
- Path of perfection (1989) ISBN 0-89213-103-9
- Narada Bhakti Sutra (1991) ISBN 0-89213-273-6
- Mukunda-mālā-stotra (1989) ISBN 0-89213-275-2
- The Hare Krsna challenge (1990)
- A second chance (1991)
- The journey of self discovery (1991)
- Laws of nature : an infallible justice (1991) ISBN 0-89213-272-8
- Renunciation Through Wisdom (1992)
- Quest for Enlightenment (1993)
- The Nectar of Book Distribution (1993)
- The Path of Yoga (1995)
- Message of Godhead (1996?)
- Civilization and Transcendence (1998) ISBN 0-89213-298-1
- Dharma: The Way of Transcendence (1998)
- Srila Prabhupada Slokas (1998)
- Beyond Illusion and Doubt (1999)
- Introduction to Bhagavad-gītā (2005)
- A Shower of Divine Compassion (2008)
- Collected Lectures on Bhagavad-gita As It Is (7 volumes)
- Collected Lectures on Srimad-Bhagavatam (11 volumes)
- Collected Teachings of A.C.Bhaktivedanta Swami (7 volumes)
- Conversations with Srila Prabhupada (37 volumes)
- Srila Prabhupada Siksamrta (3 volumes)
- Srila Prabhupada's Letters (5 volumes)
- The Pioneer Years: Back to Godhead, 1944–1960
- The Jaladuta Diary
- The Spiritual Master and the Disciple
- The Beginning-The 1966 New York Journal
- Sri Namamrta-The Nectar of the Holy Name
- Srila Prabhupada's original League of Devotees 'Srimad Bhagwatam' reprint
ବଙ୍ଗଳା ଭାଷାରେ ଲିଖିତ ବହି
ସମ୍ପାଦନା- Geetār-gan
- Vairāgya-vidyā
- Buddhi-yoga
- Bhakti-ratna-boli
ଆଧାର
ସମ୍ପାଦନା- ↑ Melton, John Gordon. Hare Krishna. www.britannica.com. Archived from the original on 16 June 2008. Retrieved 9 April 2015.
{{cite encyclopedia}}
:|work=
ignored (help) - ↑ Satsvarupa dasa Goswami (1968). Prabhupada: Messenger of The Supreme Lord. India: Bhaktivedanta Book Trust Publications. pp. vi. ISBN 978-8189574307.
- ↑ ୩.୦ ୩.୧ ୩.୨ ୩.୩ Bryant, E.; Ekstrand, M. (2004). The Hare Krishna Movement: The Postcharismatic Fate of a Religious Transplant. Columbia University Press. pp. 350–377. ISBN 978-0-231-50843-8. Archived from the original on 22 April 2023. Retrieved 24 February 2023.
- ↑ ୪.୦ ୪.୧ Rochford, E.B. (2007). Hare Krishna Transformed. New and Alternative Religions. New York University Press. p. 126. ISBN 978-0-8147-7688-9. Archived from the original on 1 March 2023. Retrieved 1 March 2023.
- ↑ Scheck, Frank (2017-06-21). "'Hare Krishna! The Mantra, the Movement and the Swami Who Started It All': Film Review". The Hollywood Reporter. Archived from the original on 1 March 2023. Retrieved 1 March 2023.
- ↑ Jones, Constance (2007). Encyclopedia of Hinduism. New York: Infobase Publishing. pp. 77–78. ISBN 0-8160-5458-4.
- ↑ "An Overview of the Life of A.C. Bhaktivedanta Swami Prabhupada - See more at: gaudiyahistory.com/an-overview-of-the-life-of-a-c-bhaktivedanta-swami-prabhupada/#sthash.ZOteZ0Dm.dpuf". Archived from the original on 11 September 2015. Retrieved 30 August 2015.
- ↑ "A. C. Bhaktivedanta Swami Prabhupada". thefamouspeople.com. Retrieved 24 August 2015.
- ↑ Knapp, Stephen. "His Divine Grace A. C. Bhaktivedanta Swami Prabhupada". Retrieved 30 August 2015.
- ↑ "Biography of Srila Prabhupada". krishna.com. Retrieved 24 August 2015.[permanent dead link]
- ↑ "Founder-Acharya". iskcon.org. Archived from the original on 24 October 2018. Retrieved 24 August 2015.
- ↑ "About ISKCON". Retrieved 15 August 2015.[permanent dead link]
- ↑ ୧୩.୦ ୧୩.୧ "Prabhupada". Archived from the original on 29 August 2015. Retrieved 30 August 2015.
- ↑ Cole & Dwayer 2007, p. 25
- ↑ "About Bhaktivedanta Book Trust". www.Krishna.com. Archived from the original on 2008-05-30. Retrieved 2008-05-30. (self published source)
- ↑ Shinn & Bromley 1987, p. 124 now a tourist attraction. "New Vrindavan in West Virginia, on the other hand, is a close-knit community, has a strong sense of common purpose."
- ↑ Bryant, E.; Ekstrand, M. (2004). The Hare Krishna Movement: The Postcharismatic Fate of a Religious Transplant. Columbia University Press. pp. 113–125. ISBN 978-0-231-50843-8. Archived from the original on 22 April 2023. Retrieved 24 February 2023.