ଅଭିରାମ ପରମହଂସ (ଜଗତ୍ ଗୁରୁ ଠାକୁର ଶ୍ରୀ ଶୀ ଅଭିରାମ ପରମହଂସ ଦେବ, ବିନୋରୀ, ଶ୍ରୀ ଠାକୁର, ସତ୍ୟ ନାରାୟଣ ସ୍ୱାମୀ) ଓଡ଼ିଶାରେ ଜନ୍ମିତ ଜଣେ ହିନ୍ଦୁ ଧର୍ମଗୁରୁ ।[୧][୨]

ଅଭିରାମ ପରମହଂସ
ଜନ୍ମ(1904-01-18)୧୮ ଜାନୁଆରୀ ୧୯୦୪
ମୃତ୍ୟୁ୧୯୬୩
ପିତାମାତା(s)ସତ୍ୟବାଦୀ ପଟ୍ଟନାୟକ, ରାଧା ଦେବୀ
ୱେବସାଇଟabhiramparamahansa.com

ଜୀବନୀ ସମ୍ପାଦନା

ସେ ୧୮ ଜାନୁଆରୀ ୧୯୦୪ ଦିନ ପୁରୀ ଜିଲ୍ଲା ଅନ୍ତର୍ଗତ ଭୋଇପଡ଼ା (କରମଳା) ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ଜନ୍ମ ତିଥି ଅନୁସାରେ ତ୍ରିବେଣୀ ଅମାବାସ୍ୟା ଦିନ ହୋଇଥିଲା ।[୩] ତାଙ୍କ ପିତାଙ୍କର ନାମ ଥିଲା ସତ୍ୟବାଦୀ ପଟ୍ଟନାୟକ ଓ ମାତା ଥିଲେ ରାଧାଦେବୀ । ଏହି ଗାଁ ଦୟା, ଭାର୍ଗବୀ ଓ ଲୁଣା ନଦୀର ତଟଦେଶରେ ଅବସ୍ଥିତ ଓ ସେଠାରେ ଅଭିରାମ ପରମହଂସଙ୍କର ଶାନ୍ତି ଆନନ୍ଦାଶ୍ରମ ଅବସ୍ଥିତ । ଏଗାର ବର୍ଷ ବୟସରେ ବ୍ରହ୍ମଗିରି ନିକଟସ୍ଥ ଖାଣ୍ଡବ ବନରେ ସେ ଧ୍ୟାନ ଅଭ୍ୟାସ କଲେ। ସେଠାରେ ସେ ବନଦୁର୍ଗା, ପୂର୍ଣ୍ଣମାସୀଙ୍କର ଉପାସନା ମଧ୍ୟ କରିଥିଲେ । ୧୯୬୩ ମସିହାରେ ତାଙ୍କର ପରଲୋକ ଘଟିଥିଲା ।[୪]

ଆଧ୍ୟାତ୍ମିକ ଗୁରୁ ସମ୍ପାଦନା

ଅଭିରାମ ପରମହଂସ ଜଣେ ଆଧ୍ୟାତ୍ମିକ ଗୁରୁ ଭାବରେ ଆଧ୍ୟାତ୍ମିକ ଶିକ୍ଷା ଦେଉଥିଲେ ।

ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ ସମ୍ପାଦନା

ସେ ଏକମାତ୍ର ଓଡ଼ିଆ ସନ୍ଥ ହିସାବରେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଭାଗନେଇଥିଲେ ।

ସାହିତ୍ୟ କୃତି ସମ୍ପାଦନା

ପୌରାଣିକ ସମ୍ପାଦନା

ତାଙ୍କ ରଚିତ ଗଜେନ୍ଦ୍ର ସ୍ତୁତିରେ ଭାଗବତର ଗଜଉଦ୍ଧାରଣ ପ୍ରସଙ୍ଗ ବର୍ଣ୍ଣନା କରିଥିଲେ ।[୫]

ଦେଶଭକ୍ତିମୂଳକ ରଚନା ସମ୍ପାଦନା

ଅଭିରାମ ‘କଳି ଭାଗବତ’ ନାମକ ଏକ ଗ୍ରନ୍ଥ ରଚନା କରିଥିଲେ । କଟକ ଜିଲ୍ଲାର ଇଚ୍ଛାପୁର ଗ୍ରାମରେ ଥିଲାବେଳେ ସେ ଏହି ପୁସ୍ତକର ପ୍ରଥମ ଛଅଟି ଅଧ୍ୟାୟ ରଚନା କରିଥିଲେ। ଏଥିରେ ଇଂରେଜମାନଙ୍କର ଅତ୍ୟାଚାର ବିରୋଧରେ ସମାଲୋଚନା ବର୍ଣ୍ଣିତ । ଏଇ ଛଅଟି ଅଧ୍ୟାୟ ଶଶି ଭୂଷଣ ରଥଙ୍କଦ୍ୱାରା ପ୍ରକାଶିତ ହୋଇଥିଲା ଓ ତାଙ୍କର ବ୍ରହ୍ମପୁରସ୍ଥ ଆଶା ପ୍ରେସରେ ଛପା ହୋଇଥିଲା। ସ୍ୱାଧୀନତା ସଂଗ୍ରାମ କାଳୀନ ସ୍ଥିତିରେ ଏହା ସାଧାରଣ ଜନମାନସକୁ ପ୍ରଭାବିତ କରିଥିଲା । ଭାରତର ରାଜନୈତିକ ସ୍ଥିତିର ଭବିଷ୍ୟତ ସମ୍ବନ୍ଧରେ ମଧ୍ୟ ସେ ଏଥିରେ ଉଲ୍ଲେଖ କରିଥିଲେ । ମହାତ୍ମା ଗାନ୍ଧୀ, ତତ୍କାଳୀନ ଇଂରେଜ ରାଜା ଜର୍ଜ - ପଞ୍ଚମ ଓ ସତ୍ୟାଗ୍ରହୀମାନଙ୍କର ବକ୍ତବ୍ୟ ଏଥିରେ ସନ୍ନିବେଶିତ ।

ଆଧାର ସମ୍ପାଦନା

  1. Orissa (India) (1966). Orissa District Gazetteers: Puri. Superintendent, Orissa Government Press.
  2. "ଆର୍କାଇଭ୍ କପି" (PDF). Orissa Review. Govt of Odisha (Jan 2005). Archived from the original on 5 February 2021. Retrieved 5 February 2021. {{cite journal}}: Cite has empty unknown parameter: |1= (help)CS1 maint: bot: original URL status unknown (link)
  3. Cuttack, One Thousand Years. Cuttack City Millennium Celebrations Committee, The Universe. 1990.
  4. Niranjan Mohanty (1987). The Philosophy of Thakur Sri Abhiram Paramahamsa. Sriguru Prakasani.
  5. "ଅଭିରାମ ପରମହଂସ ଦେବ". www.sambad.in. ଇଷ୍ଟର୍ଣ୍ନ ମିଡ଼ିଆ. Retrieved 5 February 2021.