ଅବସର ବେଉରିଆ
ଅବସର ବେଉରିଆ ଓଡ଼ିଶାରେ ଜନ୍ମିତ ଜଣେ ଭାରତୀୟ ରାଷ୍ଟ୍ରଦୂତ ଥିଲେ । ସେ ଜାପାନରେ ଗୁରୁତ୍ୱପୂର୍ଣ୍ଣ ଭାରତୀୟ କୂଟନୈତିକ ମିଶନ, ପୂର୍ବତନ ସୋଭିଏତ ୟୁନିୟନ, ଆମେରିକା, ସଂଯୁକ୍ତ ଆରବ ଏମିରେଟ୍ସ, ମିଆଁମାର, ଶ୍ରୀଲଙ୍କା ଏବଂ ମାଡାଗାସ୍କର ଆଦି ସାତଟି ଦେଶରେ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଥିଲେ । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ କାର୍ଯ୍ୟ ମଧ୍ୟରେ ସେ ନନ-ଆଲାଇନମେଣ୍ଟ ଶିଖର ସମ୍ମିଳନୀ, ରାଜ୍ୟଗୋଷ୍ଠୀ ସରକାର ମୁଖ୍ୟ ସମ୍ମିଳନୀ ଏବଂ ଜି-୭୭ ସମ୍ମିଳନୀ ଇତ୍ୟାଦି ସମେତ ଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ ଆନ୍ତର୍ଜାତୀୟ ଆଲୋଚନାରେ ଭାରତର ପ୍ରତିନିଧି ଦଳର ସଦସ୍ୟ ଭାବରେ ଯୋଗଦେଇଥିଲେ । ସେ ଓଡ଼ିଶା ମହାବୋଧି ସୋସାଇଟିର ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ । ସେ ପାଞ୍ଚଟି ପୁସ୍ତକ ରଚନା କରିବା ସହ ଓଡ଼ିଆ ଅଧ୍ୟୟନ ଏବଂ ଗବେଷଣା ଅନୁଷ୍ଠାନ ଆନୁକୁଲ୍ୟରେ ଏଆଇସିଟିଇ ପାଇଁ ୨୦ଟି ଇଞ୍ଜିନିୟରିଂ ପୁସ୍ତକକୁ ଓଡ଼ିଆ ଭାଷାରେ ଅନୁବାଦ କରିଥିଲେ ।[୧][୨] ଜଣେ ଚିତ୍ରଶିଳ୍ପୀ ଭାବରେ ସେ ଅନେକ ଜଣାଶୁଣା ଚିତ୍ରକଳା ସୃଷ୍ଟି କରିଥିଲେ । ତାଙ୍କର କଳାକୃତି ଲଳିତ କଳା ଏକାଡେମୀରେ ପ୍ରଦର୍ଶିତ ହେଉଛି । ସେ ଯତୀନ ଦାସ ସେଣ୍ଟର ଅଫ ଆର୍ଟ ସହ ମଧ୍ୟ ଜଡ଼ିତ ଥିଲେ । [୩]
ଅବସର ବେଉରିଆ | |
---|---|
ଜନ୍ମ | ଅବସର ବେଉରିଆ |
ମୃତ୍ୟୁ | |
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ |
ପ୍ରସିଦ୍ଧି | ଭାରତୀୟ ପ୍ରଶାସନିକ ଅଧିକାରୀ, ବୈଦେଶିକ ସଚିବ |
ଜୀବନୀ
ସମ୍ପାଦନାଶିକ୍ଷା
ସମ୍ପାଦନାସେ ରେଭେନ୍ସା କଲେଜ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ । ଉଚ୍ଚଶିକ୍ଷା ପରେ ସେ ଅଧ୍ୟାପକ ଭାବରେ ଚାକିରି ଆରମ୍ଭ କରିଥିଲେ । ତା'ପରେ ଜଣେ ବ୍ୟାଙ୍କ ଅଧିକାରୀ ଥିଲେ । ପରେ ସେ ଭାରତୀୟ ବୈଦେଶିକ ସେବାରେ ଯୋଗଦେଇଥିଲେ । ଭାରତୀୟ ବୈଦେଶିକ ସେବାରୁ ଅବସର ନେବା ପରେ ସେ ଓଡ଼ିଶା ଫେରି ସାହିତ୍ୟ ରଚନା ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପରେ ଜଡ଼ିତ ଥିଲେ ।[୧]
ଦେହାନ୍ତ
ସମ୍ପାଦନା୨୦୨୨ ମସିହା ନଭେମ୍ବର ୧୬ ତାରିଖରେ ଭୁବନେଶ୍ୱରଠାରେ ତାଙ୍କର ୮୦ ବର୍ଷ ବୟସରେ ଦେହାନ୍ତ ହୋଇଥିଲା ।[୧]
ରଚନାବଳୀ
ସମ୍ପାଦନା- Bhitarkanika: The Mesmerising Mangrove (ଇଂରାଜୀରେ)
- From Myanmar to Madagascar (ଇଂରାଜୀରେ)
- Chilika: the celestial lake (ଇଂରାଜୀରେ)
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Former diplomat Abasar Beuria passes away, tributes pour in". The New Indian Express. Retrieved 2022-12-14.
- ↑ Service, Pragativadi News (2022-11-17). "Abasar Beuria, Former Indian Ambassador From Odisha, Passes Away". Pragativadi (in ଆମେରିକୀୟ ଇଂରାଜୀ). Retrieved 2022-12-14.
- ↑ "Abasar Beuria, Ambassador & beyond | Sambad English Abasar Beuria, Ambassador & beyond" (in ଆମେରିକୀୟ ଇଂରାଜୀ). 2022-11-21. Retrieved 2022-12-14.