ପ୍ରତ୍ୟେହ ସକାଳ ସମୟରେ ଶ୍ରୀଜୀଉମାନଙ୍କ ମଙ୍ଗଳ ଆଳତି ଓ ମଇଲମ ନୀତି ଶେଷ ହେବା ପରେ ଅବକାଶ (ସ୍ନାନ) ନୀତି ହୋଇଥାଏ । ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁଯାୟୀ ଏହି ବେଶର ନିର୍ଧାରିତ ସମୟ ହେଉଛି ସକଳା ୬ ଟାରୁ ୬ :୩୦ମିନିଟ । [] ସଧାରଣତଃ ଠାକୁରମାନଙ୍କ ଦନ୍ତମାର୍ଜନ ଓ ସ୍ନାନ ବିଧିକୁ ଅବକାଶ କୁହାଯାଏ । [] ପୂର୍ବ ରାତ୍ରର ବଡ଼ସିଂହାର ବେଶରେ ରତ୍ନ ସିଂହାସନସ୍ଥ ଦାରୁ ବିଗ୍ରହମାନଙ୍କ ପରିଧାନ କରିଥିବା ଗୀତ ଗୋବିନ୍ଦ ଖଣ୍ଡୁଆ ବସ୍ତ୍ର ଓ ପୁଷ୍ପ ଅଳଙ୍କାର ଇତ୍ୟାଦି ମଙ୍ଗଳ ଆଳତି ନୀତି ଶେଷ ହେବା ପରେ ମଇଲମ (ଓଲାଗି) ହୋଇଥାଏ । ପୁଷ୍ପାଳକ ସେବକ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ତିନି ବିଗ୍ରହଙ୍କୁ ତିନିଗୋଟି ତଡ଼ପ ଓ ସୁଦର୍ଶନଙ୍କୁ ଏକ ଗୋଟି ତଡ଼ପ ବସ୍ତ୍ର ଏବଂ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ଦୁଇଟି ଉତ୍ତରୀୟ ବସ୍ତ୍ର ଲାଗି କରନ୍ତି । ଏହି ତଡ଼ପ ଓ ଉତ୍ତରୀୟ ସୂତା ବସ୍ତ୍ରଗୁଡିକ ପାରମ୍ପାରିକ କୁଶଳୀ ବୁଣାକାରମାନଙ୍କଦ୍ୱାରା ଏକ ନିର୍ଦ୍ଧିଷ୍ଟ ମାପରେ ନିର୍ମିତ ହୋଇଥାଏ । []

ଇତିହାସ

ସମ୍ପାଦନା

ଜନଶ୍ରୁତି ଅନୁଯାୟୀ ଏହି ବେଶର ପ୍ରବର୍ତ୍ତନ ହେଉଛନ୍ତି ଆଚାର୍ଯ୍ୟ ଶଙ୍କର । ଖ୍ରୀଷ୍ଟୀୟ ନବମ ଶତାବ୍ଦୀରେ ଯଯାତିଙ୍କ ରାଜତ୍ୱ ସମୟରେ ଏହି ବେଶର ପ୍ରଚଳନ ହୋଇଥିବାର ଅନୁମାନ କରାଯାଏ । []

ଅବକାଶ ବେଶ କାର୍ଯ୍ୟ ଶେଷ ହେବା ପରେ ଠାକୁରମାନଙ୍କ ଦନ୍ତ ମାର୍ଜନ ଓ ସ୍ନାନ ନୀତି ହୋଇଥାଏ । ମୂଖପଖାଳ ସେବକଙ୍କ ଅବାହନ କ୍ରମେ ତିନିଜଣ ପୁଷ୍ପାଳକ ସେବକ ରତ୍ନ ସିଂହାସନ ତଳେ ପୂର୍ବରୁ ପ୍ରସ୍ତୁତ ଥିବା ସୁଗନ୍ଧି ଜଳକୁ ପଞ୍ଚୋପଚାରରେ ପୂଜା କରିଥାନ୍ତି । ସୂଚନାଯୋଗ୍ୟ ଯେ ମହାପ୍ରଭୁଙ୍କ ବାଡ଼ର ସ୍ନାନ ପୂଜା ଭିତରଚ୍ଛ ମହାପାତ୍ର କରିଥାନ୍ତି ଏବଂ ଅନ୍ୟ ଦୁଇ ଜଣ ପାଳିଆ ପୁଷ୍ପାଳକ ବଳଭଦ୍ର ଓ ସୁଭଦ୍ରାଙ୍କ ବାଡ଼ରେ ସ୍ନାନ ପୂଜା କରିଥାନ୍ତି । ଏହି ସମୟରେ ତିନି ଗୋଟି ରୂପା ପିଙ୍ଗଣରେ ପ୍ରସ୍ତୁତ କର୍ପୂର ଓ ସୁବାସିତ ପୁଷ୍ପ ପଡ଼ିଥିବା ଜଳରେ ଠାକୁରମାନଙ୍କୁ ମୁଖ ମାର୍ଜନ,ଦନ୍ତନ ମାର୍ଜନ ଇତ୍ୟାଦି ନୀତି ସଂପାଦିତ ହୋଇଥାଏ । ଅବକାଶ ନୀତି ପରେ ଶ୍ରୀବିଗ୍ରହମାନଙ୍କ ମଇଲମ ଓ ବେଶ ହୋଇଥାଏ। ଏହାପରେ ସର୍ବ ସାଧାରଣ ଭକ୍ତ ତଥା ଦର୍ଶନାର୍ଥୀମାନେ ରତ୍ନ ସିଂହାସନ ନିକଟକୁ ଯାଇ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କରିଥାନ୍ତି । []

  1. ୧.୦ ୧.୧ http://www.iskcondesiretree.net/profiles/blogs/jagannath-vesha-with-details-1
  2. "ଆର୍କାଇଭ୍ କପି". Archived from the original on 2013-01-17. Retrieved 2012-12-26. {{cite web}}: Cite has empty unknown parameter: |1= (help)
  3. http://orissa.gov.in/e-magazine/Orissareview/2012/June/engpdf/14-24.pdf
  4. "ଆର୍କାଇଭ୍ କପି". Archived from the original on 2015-06-12. Retrieved 2012-12-26. {{cite web}}: Cite has empty unknown parameter: |1= (help)

ବାହାର ତଥ୍ୟ

ସମ୍ପାଦନା