ଅନ୍ନେ ଅଞ୍ଜୟା

ଭାରତୀୟ ସ୍ୱାଧୀନତା ସଂଗ୍ରାମୀ

ଅନ୍ନେ ଅଞ୍ଜୟା (୧୯୦୫ – ୧୯୭୫) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ତଥା ଆନ୍ଧ୍ରପ୍ରଦେଶର ଜଣେ ରାଜନେତା ଥିଲେ ।[୧] ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବରେ ସେ ଅନେକ ଆନ୍ଦୋଳନରେ ଯୋଗ ଦେଇଥିଲେ ଏବଂ କାରାବରଣ କରିଥଲେ ।[୨]

ଅନ୍ନେ ଅଞ୍ଜୟା
ଜନ୍ମ୧୯୦୫
ମୁଦୁନୁରୁ, କ୍ରିଷ୍ଣା, ଆନ୍ଧ୍ର ପ୍ରଦେଶ
ମୃତ୍ୟୁ୨୨ ଜୁନ ୧୯୭୫(1975-06-22) (ବୟସ ୬୯–୭୦)
ବୃତ୍ତି(ସମୂହ)ସ୍ୱାଧୀନତା ସଂଗ୍ରାମୀ
ରାଜନେତା

ଜନ୍ମ ସମ୍ପାଦନା

ସେ ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାର ମୁଦୁନୁରୁ ଗ୍ରାମରେ ୧୯୦୫ ମସିହାରେ ଜନ୍ମଗ୍ରହଣ କରିଥିଲେ ।[୩]

ସ୍ୱାଧୀନତା ସଂଗ୍ରାମରେ ଅବଦାନ ସମ୍ପାଦନା

ସେ ଜଣେ ସ୍ୱେଚ୍ଛାସେବୀ ଭାବରେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ । ଅସହଯୋଗ ଆନ୍ଦୋଳନ ସମୟରେ ୧୯୨୦ ମସିହାରେ ସେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ବାଲ୍ମିକୀ ଆଶ୍ରମର ପ୍ରତିଷ୍ଠା କରିଥିଲେ । ମହାତ୍ମା ଗାନ୍ଧୀଙ୍କଦ୍ୱାରା ଆରମ୍ଭ କରାଯାଇଥିବା ଲବଣ ସତ୍ୟଗ୍ରହରେ ସେ ଅଂଶଗ୍ରହଣ କରିଥିବାବେଳେ ତାଙ୍କୁ ଗିରଫ କରାଯାଇଥିଲା ଓ ସେ ୬ ମାସ କାରାଗାରରେ ଥିଲେ । ୧୯୪୨ ମସିହାରେ ଭାରତ ଛାଡ଼ ଆନ୍ଦୋଳନ ସମୟରେ ପୁଣିଥରେ ତାଙ୍କୁ ଗିରଫ କରାଯାଇଥିଲା ।[୨]

ସେ ମହାତ୍ମା ଗାନ୍ଧୀଙ୍କର ଜଣେ ଅନୁଗାମୀ ଥିଲେ ଏବଂ ହାଇଦ୍ରାବାଦ ଅଞ୍ଚଳରେ ଅନେକ କେନ୍ଦ୍ର ପ୍ରତିଷ୍ଠା କରି ଖଦିକୁ ଲୋକପ୍ରିୟ କରାଇଥିଲେ । ସେ ଜଣେ କମ୍ୟୁନିଷ୍ଟ ରାଜନେତା ଏବଂ ଫରୱାର୍ଡ ବ୍ଲକର ଜଣେ ସଦସ୍ୟ ଭାବରେ ସ୍ୱାଧୀନତା ପରେ ରାଜନୀତିରେ ସକ୍ରିୟ ଥିଲେ ।[୨]

ମୃତ୍ୟୁ ସମ୍ପାଦନା

୧୯୭୫ ମସିହାର ଜୁନ ୨୨ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଆଧାର ସମ୍ପାଦନା

  1. India, The Hans (2017-02-04). "An atheist Gandhian turns 100". www.thehansindia.com (in ଇଂରାଜୀ). Retrieved 2023-10-02.
  2. ୨.୦ ୨.୧ ୨.୨ N. Innaiah (1982). The birth and death of political parties in India. Innaiah. p. 54. Retrieved 9 January 2012.
  3. Mahotsav, Amrit. "Government Repression During Quit India Movement in Krishna". Azadi Ka Amrit Mahotsav, Ministry of Culture, Government of India (in English). Retrieved 2023-10-02.{{cite web}}: CS1 maint: unrecognized language (link)