ଅନଙ୍ଗ କୁମାର ପଟ୍ଟନାୟକ

ଉଚ୍ଚତମ ନ୍ୟାୟାଳୟର ବିଚାରପତି

ଅନଙ୍ଗ କୁମାର ପଟ୍ଟନାୟକ ( ଜନ୍ମ ୩ ଜୁନ ୧୯୪୯) ଜଣେ ଭାରତୀୟ ବିଚାରପତି ତଥା ଭାରତର ଉଚ୍ଚତମ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ।[୧]

ସଂକ୍ଷିପ୍ତ ଜୀବନୀ ସମ୍ପାଦନା

ଜଷ୍ଟିସ ପଟ୍ଟନାୟକ ୩ ଜୁନ୍ ୧୯୪୯ରେ ଜନ୍ମଗ୍ରହଣ କରିଥିଲେ । ଭାରତୀୟ ବ୍ୟବସାୟୀ ଗୋପାଳ ଚନ୍ଦ୍ର ପଟ୍ଟନାୟକ ଏବଂ ଶାନ୍ତିଲତା ପଟ୍ଟନାୟକଙ୍କ ସେ ପୁତ୍ର । ସେ ରାୟପୁରର ରାଜକୁମାର କଲେଜରୁ ଶିକ୍ଷାଲାଭ କଲାପରେ ରାଜନୀତି ବିଜ୍ଞାନରେ ସମ୍ମାନ ସହ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ । ତା’ପରେ ସେ କଟକସ୍ଥିତ ମଧୁସୂଦନ ଆଇନ କଲେଜରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ସେ ୧୯୭୬ରେ ଗ୍ରୁପ୍ ଷ୍ଟଡି ଏକ୍ସଚେଞ୍ଜ୍ ପ୍ରୋଗ୍ରାମରେ ରୋଟାରୀ ଫାଉଣ୍ଡେସନ୍ଦ୍ୱାରା ମନୋନୀତ ହୋଇ ଆମେରିକାର ଅନୁଷ୍ଠାନ ତଥା ଏହାର ଲୋକଙ୍କ ଅଧ୍ୟୟନ ପାଇଁ ଆମେରିକାର ନ୍ୟୁ ଜର୍ସି ଯାଇଥିଲେ ।[୧]

ବୃତ୍ତି ସମ୍ପାଦନା

ସେ ୧୯୭୪ ମସିହାରେ ଓଡ଼ିଶାର ଷ୍ଟେଟ ବାର କାଉନସିଲରେ ନାମ ଲେଖାଇଥିଲେ । ଜଣେ ଆଡଭୋକେଟ ଭାବରେ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ । ସେ ଭାରତର ସୁପ୍ରିମକୋର୍ଟରେ ମଧ୍ୟ ଅନେକ ପ୍ରସଙ୍ଗରେ ହାଜର ହୋଇ ଜାବାବ ସୁଆଲ କରିଥିଲେ । ବାଣିଜ୍ୟିକ ଆଇନ ଏବଂ ସାମ୍ବିଧାନିକ ଆଇନ ଉପରେ ତାଙ୍କର ବେଶ ଦକ୍ଷତା ଥିଲା । ୧୯୮୯ରୁ ୧୯୯୦ ପର୍ଯ୍ୟନ୍ତ ସେ ଓଡ଼ିଶା ରାଜ୍ୟ ସଡକ ପରିବହନ ନିଗମର ସ୍ଥାୟୀ ପରାମର୍ଶଦାତା ତଥା ୧୯୯୦ରୁ ୧୯୯୪ ମଧ୍ୟରେ ଓଡ଼ିଶା ସରକାରଙ୍କ ବାଣିଜ୍ୟିକ କର ବିଭାଗର ବରିଷ୍ଠ ପରାମର୍ଶଦାତା ଥିଲେ । ୧୩ ଜାନୁଆରୀ ୧୯୯୪ରେ ସେ ଓଡ଼ିଶା ଉଚ୍ଚ ନ୍ୟାୟାଲୟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ ।[୨]

ଆଧାର ସମ୍ପାଦନା

  1. ୧.୦ ୧.୧ "Hon'ble Mr. Justice A.K. Patnaik". web.archive.org. 9 August 2013. Archived from the original on 9 August 2013. Retrieved 2 March 2022.{{cite web}}: CS1 maint: bot: original URL status unknown (link)
  2. "Former Judge | Orissa High Court, Cuttack". orissahighcourt.nic.in. Retrieved 2 March 2022.