ଅଦିତି ଭାଗବତ

ଭାରତୀୟ ଅଭିନେତ୍ରୀ

ଅଦିତି ଭାଗବତ (ଜନ୍ମ: ୧୮ ଜାନୁଆରୀ ୧୯୮୧) ଜଣେ ଭାରତୀୟ ଅଭିନେତ୍ରୀ ତଥା ଆନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧିଲାଭ କରିଥିବା କଥକଲାବଣୀ ନର୍ତ୍ତକୀ, ନୃତ୍ୟ ଗୁରୁ ଓ ନୃତ୍ୟ ନିର୍ଦ୍ଦେଶିକା । ସେ ସାରା ବିଶ୍ୱରେ ଏକଲା ଓ ବିଭିନ୍ନ ଭାରତୀୟ କଳାକାରମାନଙ୍କ ସହିତ ବିଭିନ୍ନ ମଞ୍ଚରେ ନୃତ୍ୟ ପରିବେଷଣ କରନ୍ତି ।[]

ଅଦିତି ଭାଗବତ
୨୦୧୨ ମସିହାରେ ଅଦିତି ଭାଗବତ
ଜନ୍ମ (1981-01-18) ୧୮ ଜାନୁଆରୀ ୧୯୮୧ (ବୟସ ୪୩)
ଶିକ୍ଷାନୁଷ୍ଠାନଗନ୍ଧର୍ବ ମହାବିଦ୍ୟାଲୟ
ବୃତ୍ତି
ଅଭିନେତ୍ରୀ
ସକ୍ରିୟ ବର୍ଷ୧୯୯୩–ଏବେଯାଏଁ
ୱେବସାଇଟhttp://www.aditibhagwat.com/

ପ୍ରାରମ୍ଭିକ ଜୀବନ

ସମ୍ପାଦନା

ଅଳ୍ପ ବୟସରୁ ଅଦିତି ନୃତ୍ୟ ତଥା ସଙ୍ଗୀତ କ୍ଷେତ୍ରରେ ଶିକ୍ଷା ଗ୍ରହଣ କରିବା ଆରମ୍ଭ କରିଥିଲେ । ତାଙ୍କ ମାଆ ଶାସ୍ତ୍ରୀୟ ସଙ୍ଗୀତ ଗାୟିକା ରାଗିଣୀ ଭାଗବତ ତାଙ୍କର ପ୍ରେରଣା ଥିଲେ ।[]

ନୃତ୍ୟ ଜୀବନ

ସମ୍ପାଦନା

ସେ ପ୍ରଥମେ ରୋଶନ କୁମାରୀ ଓ ନନ୍ଦିତା ପୁରୀଙ୍କ ତତ୍ତ୍ୱାବଧାନରେ ଜୟପୁର ନୃତ୍ୟଶୈଳୀରେ ପ୍ରଶିକ୍ଷଣ ନେଇଥିଲେ । ସେ ଝେଲମ ପରଞ୍ଜାପେଙ୍କ ଠାରୁ ଓଡ଼ିଶୀ ନୃତ୍ୟରେ ପ୍ରଶିକ୍ଷଣ ନେଇଥିଲେ ଏବଂ ପରବର୍ତ୍ତୀ ସମୟରେ ଅଭିନୟ (ଅଭିବ୍ୟକ୍ତି/ଭାବଭଙ୍ଗୀ) ଓ ଆଦା ଶିକ୍ଷା ଗ୍ରହଣ କରିଥିଲେ । ତାଙ୍କ ଅଭିନୟ ଓ ଆଦା ପାଇଁ ସେ ବେଶ୍ ପ୍ରସିଦ୍ଧ । ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ୟାନ୍ସର ଅଧିନରେ ଥିବା ଗନ୍ଧର୍ବ ମହାବିଦ୍ୟାଳୟରୁ ସେ ନୃତ୍ୟରେ ସ୍ନାତକ କରିଛନ୍ତି ।[]

ତାଙ୍କ ପାଠ ପଢ଼ାବେଳେ, ସେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଓ କଳା ସହିତ ବିଭିନ୍ନ ପ୍ରକାରର ପରୀକ୍ଷଣ କରିଥିଲେ ଏବଂ ସଫଳ ଭାବରେ ଜାଜ୍ ଓ ବିଭିନ୍ନ ପାଶ୍ଚାତ୍ୟ ନୃତ୍ୟଶୈଳୀକୁ ପରିବେଷଣ କରିଥିଲେ ।[] ସେ କାର୍ତ୍ତିକ ଓ ଗୌତମ ବ୍ୟାଣ୍ଡ୍ ସହିତ ଫ୍ରାନ୍ସରେ ବିଜିନେସ୍ କ୍ଲାସ୍ ରେଫ୍ୟୁଜିରେ କଥକ ଓ ଇଲେକ୍ଟ୍ରୋନିକ୍ ସଙ୍ଗୀତର ମିଶ୍ରଣ ନୃତ୍ୟ ପରିବେଷଣ କରିଥିଲେ । ସେ ସେ ନ୍ୟୁ-ୟର୍କରେ ଇସ୍ୟୁ ପ୍ରୋଜେକ୍ଟ ସହିତ ମଧ୍ୟ ଯୋଡ଼ି ହୋଇଥିଲେ ।[]

ବିଭିନ୍ନ କଳାକାରଙ୍କ ସହିତ ପରିବେଷଣ ଦ୍ୱାରା ତାଙ୍କର କଳାରେ ବିକାଶ ହୁଏ ବୋଲି ସେ ମତ ଦେଇଛନ୍ତି ।[] ଦି ହିନ୍ଦୁ ଖବରକାଗଜ ଦ୍ୱାରା ତାଙ୍କର କଥକ ନୃତ୍ୟକୁ "ମାଷ୍ଟ୍ରି ଅଫ୍ ଆଇଡମ୍" ଭାବରେ ଦର୍ଶାଯାଇଥିଲା ।[]

ପୁରସ୍କାର ଓ ସମ୍ମାନ

ସମ୍ପାଦନା

ତାଙ୍କୁ କଲ୍‌ଚରାଲ୍ ଏକ୍ସଚେଞ୍ଜ ପ୍ରୋଗ୍ରାମ୍ 'ୱାନ୍ ବିଟ୍' ଦ୍ୱାରା ୨୦୧୨ ମସିହାରେ ସମ୍ମାନଜନକ ଇଉନାଇଟେଡ୍ ଷ୍ଟେଟସ୍ ଡିପାର୍ଟମେଣ୍ଟ ଅଫ୍ ଷ୍ଟେଟ୍‌ସ୍ ଫେଲୋସିପ୍ ମିଲିଥିଲା । ମି-ମରାଠୀ ଲାଇଭ୍ ଇ-ପେପର୍‌ରେ ନୃତ୍ୟକଳାର ବିଭିନ୍ନ ଦିଗ ଉପରେ ପ୍ରକାଶିତ ସ୍ତମ୍ଭରେ ସ୍ଥାନିତ ହୋଇଥିଲେ, ଯାହାକି ୧୩ ସେପ୍ଟେମ୍ବର ୨୦୧୫ରୁ ସପ୍ତାହିକ ଭାବରେ ପ୍ରକାଶିତ ହୋଇଥିଲା ।[]

ଅଭିନୀତ କଥାଚିତ୍ରି

ସମ୍ପାଦନା
  1. ଟ୍ରାଫିକ୍ ସିଗ୍‌ନାଲ୍ (ହିନ୍ଦୀ, ୨୦୦୭, ଅତିଥି କଳାକାର)
  2. ଚାଲୁ ନବରା ଭୋଲି ବାଇକୋ (ମରାଠୀ, ୨୦୦୮)
  3. ଅଦଲା ବଦ୍‌ଲି (ମରାଠୀ, ୨୦୦୮)
  4. ମାନ୍ୟା ସଜ୍ଜାଣାna (ମରାଠୀ, ୨୦୦୮)
  5. ତାହାଣ (ମରାଠୀ, ୨୦୦୮)
  6. ସୁମ୍ବାରଣ (ମରାଠୀ, ୨୦୦୯)
  7. ମାଇହୋ (ହିନ୍ଦୀ, ୨୦୧୨, ସ୍ୱତନ୍ତ୍ର ଭୂମିକା)
  8. ଶାସନ (ମରାଠୀ, ୨୦୧୬)
  9. ଆର୍ସା (ଆନ୍ତର୍ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର, ୨୦୧୬)
  1. "Aditi Bhagwat". Found Sound Nation. Archived from the original on 2015-07-03. Retrieved 2015-07-10.
  2. ୨.୦ ୨.୧ Khanzada, Farida (19 March 2014). "Ghungroo Beats". The Indian Express. Retrieved 25 July 2015.
  3. ୩.୦ ୩.୧ "Rod Williams' Options". Issue Project Room. 19 January 2011. Retrieved 25 July 2015.
  4. Rohter, Larry (3 October 2012). "A United Nations of Music". The New York Times. Retrieved 25 July 2015.
  5. Bal, Harish (20 November 2014). "Many Hues of Artistry". The Hindu. Retrieved 25 July 2015.
  6. "Mi Marathi Live E-paper - Read Mimarathi Marathi Online Newspaper, Mumbai, India". epaper.mimarathilive.com. Retrieved 2015-09-20.[permanent dead link]