ଅଦା ଶର୍ମା
ଅଦା ଶର୍ମା (ଜନ୍ମ: ୧୧ ମଇ ୧୯୯୧) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ, ତେଲୁଗୁ ଏବଂ ତାମିଲ ଭାଷା ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଅଦା ତାଙ୍କ ବିଦ୍ୟାଳୟ ଶିକ୍ଷା ଶେଷ କରିବା ପରେ ୨୦୦୮ରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ହିନ୍ଦୀ କଥାଚିତ୍ର ୧୯୨୦ ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ଅଦାଙ୍କୁ ଫିଲ୍ମଫେୟାରରେ ଶ୍ରେଷ୍ଠ ନବାଗତା ଭାବରେ ମନୋନୀତ କରାଯାଇଥିଲା ।[୨][୩] ପରେ ସେ ୨୦୧୪ରେ ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ପରେ ସେ କନ୍ନଡ଼ ଏବଂ ତାମିଲ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଅଦାଙ୍କ ଅଭିନୀତ ସଫଳତମ ହିନ୍ଦୀ ଚଳଚ୍ଚିତ୍ରଗୁଡ଼ିକ ହେଲା ୨୦୧୪ର ହସି ତୋ ଫସି, ୨୦୧୭ର କମାଣ୍ଡୋ ୨ । ଅଦାଙ୍କ ତେଲୁଗୁ କଥାଚିତ୍ର ଜଗତରେ ମଧ୍ୟ ଜଣେ ସଫଳ ଅଭିନେତ୍ରୀ ଭାବରେ ସ୍ଥାନ ପାଇଛନ୍ତି ।[୪]
ଅଦା ଶର୍ମା | |
---|---|
ଜନ୍ମ | ଅଦା ଶର୍ମା[୧] ୧୧ ମଇ ୧୯୯୧ |
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୦୮–ଏବେଯାଏଁ |
ପ୍ରାରମ୍ଭିକ ଜୀବନ
ସମ୍ପାଦନାଅଦା ଶର୍ମା ୧୧ ମଇ ୧୯୯୧ରେ ଏକ ତାମିଲ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ କେରଳର ପାଲାକ୍କଡ଼ରେ ଜନ୍ମ ହୋଇଥିଲେ ଏବଂ ମୁମ୍ବାଇରେ ବଡ଼ ହୋଇଥିଲେ ।[୧] ତାଙ୍କ ବାପା ଜଣେ ଜଳ ସେନାଧିକାରୀ ଏବଂ ମାଆ ଜଣେ ଶାସ୍ତ୍ରୀୟ ସଙ୍ଗୀତ ନର୍ତ୍ତକୀ ।[୧] ଅଦା ମୁମ୍ବାଇର ପାଲି ହିଲ୍ର ଅକ୍ଷିଅମ୍ କନ୍ଭେଣ୍ଟ ସ୍କୁଲରୁ ତାଙ୍କର ବିଦ୍ୟାଳୟ ଶିକ୍ଷା ଶେଷ କରିଥିଲେ ।[୫] ସେ ଦଶମ ଶ୍ରେଣୀରେ ପଢ଼ୁଥିବାବେଳେ ଅଭିନେତ୍ରୀ ହେବା ପାଇଁ ଇଚ୍ଛା କରିଥିଲେ ଏବଂ ସେ ସେତେବେଳ ହିଁ ବିଦ୍ୟାଳୟ ତ୍ୟାଗ କରିବାକୁ ଚାହିଁଥିଲେ, ମାତ୍ର ତାଙ୍କ ବାପାମାଆ ତାଙ୍କୁ ଅତିକମ୍ରେ ବିଦ୍ୟାଳୟ ଶିକ୍ଷା ଶେଷ କରିବା ପାଇଁ ପରାମର୍ଶ ଦେଇଥିଲେ ।[୬] ସେ ତାଙ୍କର ଦ୍ୱାଦଶ ଶ୍ରେଣୀ ଶିକ୍ଷା ପରେ, ପାଠପଢ଼ା ବନ୍ଦ କରିଥିଲେ ।[୭]
ଅଦା ତିନି ବର୍ଷ ବୟସରୁ ନୃତ୍ୟ କରୁଛନ୍ତି ଏବଂ ସେ ମୁମାଇର ନଟରାଜ ଗୋପୀ କ୍ରିଷ୍ଣା କଥକ ଡ୍ୟାନ୍ସ ଏକାଡେମିରୁ କଥକରେ ସ୍ନାତକ ହାସଲ କରିଛନ୍ତି ।[୪][୮] ସେ ମଧ୍ୟ ଯୁକ୍ତରାଷ୍ଟ୍ରରେ ୪ ମାସର ସାଲ୍ସା ନୃତ୍ୟ ଶିକ୍ଷା କରିଛନ୍ତି । ଏତଦ ବ୍ୟତୀତ ସେ ବେଲି ଡ୍ୟାନ୍ସିଂ ମଧ୍ୟ କରନ୍ତି ।[୬]
ଅଭିନୟ ଜୀବନ
ସମ୍ପାଦନାଅଦା ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିବା ପାଇଁ ଅନେକ ଜାଗରେ ଅଡିସନ୍ ଦେଇଥିଲେ । ମାତ୍ର ତାଙ୍କର କର୍ଲି ଚୁଟି ଏବଂ ଅଳ୍ପ ବୟସ ପାଇଁ ସେ ସବୁଥିରେ ବିଫଳ ହୋଇଥିଲେ ।[୯] ପରେ ସେ ୨୦୦୮ରେ ୧୯୨୦ ଚଳଚ୍ଚିତ୍ର ଜରିଆରେ ଅଭିନୟ ଆରମ୍ଭ କରିଥିଲେ ।[୩] ଏହାପରେ ସେ ୨୦୧୪ରେ ତେଲୁଗୁ କଥାଚିତର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ନିତିନ୍ଙ୍କ ସହ ହାର୍ଟ ଆଟାକ୍ ଚଳଚ୍ଚିତ୍ର ଜରିଆରେ ସେ ତେଲୁଗୁ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।[୧୦][୧୧] ୨୦୧୫ରେ ସେ ରାଣା ବିକ୍ରମ ଚଳଚ୍ଚିତ୍ର ଜରିଆରେ ସେ କନ୍ନଡ଼ କଥାଚିତ୍ର ଜଗତରେ ମଧ୍ୟ ପ୍ରବେଶ କରିଥିଲେ ।[୧୨] ୨୦୧୬ରେ ସେ ତାମିଲ ଚଳଚ୍ଚିତ୍ର ଇଧୁ ନାମ୍ମା ଅଲ୍ଲୁରେ ଅତିଥି କଳାକାର ଭାବରେ ଅଭିନୟ କରିଥିଲେ ।[୧୩]
ଅଦାଙ୍କ ଅଭିନୀତ ସଫଳ ହିନ୍ଦୀ କଥାଚିତ୍ରଗୁଡ଼ିକ ହେଲା: ୨୦୧୪ର ହସି ତୋ ଫସି[୧୪][୧୫] ଏବଂ ୨୦୧୭ର କମାଣ୍ଡୋ ୨ ।[୧୬]
ଅଭିନୀତ କଥାଚିତ୍ର
ସମ୍ପାଦନା- ୨୦୦୮: ୧୯୨୦ (ହିନ୍ଦୀ)
- ୨୦୧୧: ଫିର୍ (ହିନ୍ଦୀ)
- ୨୦୧୩: ହମ୍ ହୈ ରାହି କାର୍ କେ (ହିନ୍ଦୀ)
- ୨୦୧୪: ହାର୍ଟ ଆଟାକ୍ (ତେଲୁଗୁ)
- ୨୦୧୪: ହସି ତୋ ଫସି (ହିନ୍ଦୀ)
- ୨୦୧୫: ସନ୍ ଅଫ୍ ସତ୍ୟ ମୂର୍ତ୍ତୀ (ତେଲୁଗୁ)
- ୨୦୧୫: ରାଣା ବିକ୍ରମ (କନ୍ନଡ଼)
- ୨୦୧୫: ସୁବ୍ରମଣ୍ୟମ୍ ଫର୍ ସେଲ୍ (ତେଲୁଗୁ)
- ୨୦୧୬: ଗରମ୍ (ତେଲୁଗୁ)
- ୨୦୧୬: କସନମ୍ (ତେଲୁଗୁ)
- ୨୦୧୬: ଇଧୁ ନାମା ଅଲ୍ଲୁ (ତାମିଲ)
- ୨୦୧୭: କମାଣ୍ଡୋ ୨ (ହିନ୍ଦୀ)
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Adah Sharma talks about her roots". The Times of India. Retrieved 21 May 2017.
- ↑ "Movie Review: 1920 | Bollywood.com : Entertainment news, movie, music and fashion reviews". Bollywood.com. Retrieved 21 May 2017.
- ↑ ୩.୦ ୩.୧ Nikhat Kazmi (2008-09-12). "1920 - Times Of India". Articles.timesofindia.indiatimes.com. Archived from the original on 2013-12-03. Retrieved 21 May 2017.
- ↑ ୪.୦ ୪.୧ M. Srinivas. "'I am luckier than my contemporaries'". The Hindu. Retrieved 21 May 2017.
- ↑ "Adah Sharma Biography". One India. Archived from the original on 27 April 2014. Retrieved 21 May 2017.
- ↑ ୬.୦ ୬.୧ "The success of Hasee toh phasee has put 1920 girl Adah Sharma firmly in the spotlight". The Telegraph. Retrieved 21 May 2017.
- ↑ "I have roots in Kerala: Adah Sharma". The Times of India. Retrieved 21 May 2017.
- ↑ "Interview with Adah Sharma". The Times of India. Retrieved 21 May 2017.
- ↑ "A chilly love yarn". The Hindu. Retrieved 21 May 2017.
- ↑ "Review : Heart Attack – Puri Mark Romance - 123telugu.com". 123telugu.com. Retrieved 21 May 2017.
- ↑ "Rising Star in Southern Skies". The New Indian Express. Archived from the original on 19 May 2015. Retrieved 21 May 2017.
- ↑ "Adah Sharma excited for her forthcoming films". The Indian Express. 8 April 2015. Retrieved 21 May 2017.
- ↑ Bhanage, Mihir (22 March 2016). "Adah Sharma to debut with Idhu Namma Aalu". The Hindu. The Hindu. Retrieved 21 May 2017.
- ↑ "Adah Sharma carries different looks in back to back releases". The Indian Express. 1 February 2014. Retrieved 21 May 2017.
- ↑ "Boxoffice". boxofficeindia.com. Archived from the original on 26 June 2015. Retrieved 21 May 2017.
- ↑ "Commando' sequel to go on floors on Wednesday in Mumbai". Mid Day. 17 February 2016. Retrieved 21 May 2017.
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଅଦା ଶର୍ମା