ଅଣଚାଶ ପବନ

ମୃତ୍ୟୁ ସମୟ ପାଖେଇ ଆସିଲେ ମୁହଁରୁ ଯେଉଁ ଶବ୍ଦ ବାହାରେ ତାକୁ ଅଣଚାଶ ପବନ କୁହାଯାଏ ।

ଅଣଚାଶ ପବନ, (ଇଂରାଜୀ ଭାଷାରେ Death rattle, terminal respiratory secretions), ଅନ୍ୟ ନାମ ମୃତ୍ୟୁ ଘଣ୍ଟି, ମୃତ୍ୟୁ ଶବ୍ଦ ଭାବରେ ମଧ୍ୟ ଜଣାଶୁଣା, କୁହାଯାଏ ଯେତେବେଳେ ଶ୍ୱାସକ୍ରିୟା ଶବ୍ଦ ବ‌ହୁତ ଜୋରରେ ଶୁଣାଯାଏ ଓ ଏହା ମୃତ୍ୟୁ ନିକଟବର୍ତ୍ତୀ ଲୋକମାନଙ୍କଠାରେ ବାରମ୍ବାର ଘଟେ ।[୨] ଏହା ଘଣ୍ଟା ଘଣ୍ଟା ଧରି ରହିପାରେ ଏବଂ ସାଧାରଣତଃ କିଛି ଘଣ୍ଟାରୁ କିଛି ଦିନ ମଧ୍ୟରେ ମୃତ୍ୟୁ ହୁଏ ।[୩] ପରିବାର ଏବଂ ଯତ୍ନ ନେଉଥିବା ବ୍ୟକ୍ତିମାନଙ୍କ ପାଇଁ ଏହା କଷ୍ଟପ୍ରଦ ହୁଏ ।[୨]

ଅଣଚାଶ ପବନ
Terminal respiratory secretions, terminal secretions[୧]
ବିଭାଗPalliative care
ଲକ୍ଷଣNoisy breathing[୨]
ଆକ୍ରାନ୍ତ ସମୟNear death[୨]
କାରଣAirway secretions, inability to swallow[୩][୪]
ସଠିକ ରୋଗ ନିର୍ଣ୍ଣୟChoking, brain injuries, amyotrophic lateral sclerosis (ALS)[୪]
ଔଷଧScopolamine, hyoscyamine, glycopyrrolate, atropine[୪]
ଚିକିତ୍ସାReassurance, repositioning, decreasing fluids, suctioning the mouth, anticholinergics[୩][୪]
ପୁନଃପୌନିକ25 to 90%[୨]

ମୃତ୍ୟୁ ସମୟ ପାଖ ହୋଇ ଆସିଲେ ଗିଳିବା ଶକ୍ତି ଚାଲିଯାଏ ଓ ଲାଳ ତଥା ଶ୍ୱାସନଳୀରେ ଜାତ ହେଉଥିବା ସ୍ରାବ ଜମୁଥିବାରୁ ଏହି ଶବ୍ଦ ସୃଷ୍ଟି ହେଉଥିବା ବିଶ୍ୱାସ କରାଯାଏ ।[୩][୪] ଏହାକୁ କେହି କେହି ଭୁଲରେ ଗଳା ରୁଦ୍ଧ କ‌ହନ୍ତି । ମସ୍ତିଷ୍କ ଆଘାତ ଓ ଆମାୟୋଟ୍ରୋଫିକ୍ ଲାଟେରାଲ ସ୍କ୍ଲେରୋସିସ୍ ରୋଗରେ ଏହିପରି ଶବ୍ଦ ବାହାରିଥାଏ ।

ପରିବାର ଲୋକାଙ୍କୁ ଆଶ୍ୱାସନା, ରୋଗୀର ପାର୍ଶ୍ୱ ପରିବର୍ତ୍ତନ, କମ୍ ତରଳ ପଦାର୍ଥ ଦେବା, ପାଟି ସକସନ କରିବା ଓ ଆଣ୍ଟିକଲିନର୍ଜିକ ଔଷଧ ଦେଇ ଉପଚାର କରାଯାଏ ।[୩][୪] ଆଣ୍ଟିକଲିନର୍ଜିକ ଔଷଧ ମଧ୍ୟରେ ହାୟୋସିନ, ହାୟୋସ୍ୟାମିନ, ଗ୍ଲାଇକୋପାଇରୋଲେଟ ବା ଆଟ୍ରୋପିନ ଦିଆଯାଇପାରେ । ଏହି ଉପଚାର ପରିବାରର ଲୋକ ବା ସାହାଯ୍ୟକାରୀ ଲୋକମାନେ କରନ୍ତି । ୨୫%ରୁ ୯୦% ଲୋକଙ୍କର ଏହି ଅଣଚାଶ ହୁଏ ।[୨]

ଆଧାର ସମ୍ପାଦନା

  1. Clinical Working Party (December 2010). "Guidelines for the management of respiratory secretions in an imminently dying patient" (PDF). Eastern Metropolitan Region Palliative Care Consortium (Victoria). Archived from the original (PDF) on 3 May 2013. Retrieved 13 April 2014.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ Wee, B.; Hillier, R. (2008). Wee, B. (ed.). "Interventions for noisy breathing in patients near to death". Cochrane Database of Systematic Reviews (1): CD005177. doi:10.1002/14651858.CD005177.pub2. PMC 6478131. PMID 18254072.
  3. ୩.୦ ୩.୧ ୩.୨ ୩.୩ ୩.୪ Cobbs, Elizabeth L; et al. "When Death Is Near". MSD Manuals. MSD Manuals (Consumer Version). Archived from the original on 1 November 2022. Retrieved 14 March 2016.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ Bickel, Katherine; Arnold, Robert. "# 109 Death Rattle and Oral Secretions, 2nd ed". Fast Facts. End-of-Life/Palliative Education Resource Center. Archived from the original on 1 November 2022. Retrieved 4 September 2017.