ଅଗାଧୁ ଭଞ୍ଜ

ଭାରତୀୟ ଓଡ଼ିଆ କବି ଓ ପାଲାଗାୟକ

ଅଗାଧୁ ଭଞ୍ଜ (ଜନ୍ମ: ୩୧ ଅଗଷ୍ଟ ୧୯୩୨) ଜଣେ ଓଡ଼ିଆ କବି ଓ ପାଲାଗାୟକ ଥିଲେ । ବୈଶାଳିନୀ ତାଙ୍କର ଲୋକପ୍ରିୟ ଖଣ୍ଡକାବ୍ୟ ।

ସଂକ୍ଷିପ୍ତ ଜୀବନୀ

ସମ୍ପାଦନା

ଅଗାଧୁ ଭଞ୍ଜ ନୟାଗଡ଼ ଜିଲ୍ଲାର ମଝିଆଁଖଣ୍ଡ ଗ୍ରାମରେ ପିତା ରଘୁନାଥ ଭଞ୍ଜ ଓ ମାତା ରମାମଣି ଭଞ୍ଜଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ । ଚାଷବାସକୁ ନିଜର କୌଳିକ ବୃତ୍ତି ରୂପେ ଗ୍ରହଣ କରି ନେଇଥିବା ଅଗାଧୁ ଏକାଧାରରେ ଥିଲେ ଜଣେ ଶିଶୁ ସାହିତ୍ଯିକ, ପାଲା ଓ ଦାସକାଠିଆ ଗାୟକ, କଥାକାର ତଥା କବି ।[] ତା୧୬ ଜୁନ୍ ୨୦୦୭ରେ ତାଙ୍କର ମୃତ୍ୟୁ ଘଟିଥିଲା ।

ରଚନାବଳୀ

ସମ୍ପାଦନା
  • ଠେଙ୍ଗା (ଉପନ୍ୟାସ)
  • ନୀଳାଦ୍ରିଶ ବିଳାଶ (ଛନ୍ଦକାବ୍ଯ)
  • ବାବା କମଳେଶ୍ୱର
  • ବୈଶାଳିନୀ (ଛନ୍ଦକାବ୍ଯ)
  • ସଂକୀର୍ତ୍ତନ ଅର୍ଘ୍ୟସ୍ଥାଳୀ
  • ସତ୍ୟମ୍ବଦା
  • ଚଉପଦୀ ରତ୍ନମାଳା
  • ଚକାଡୋଳା ଭକ୍ତିମାଳା
  • ପଣିକିଆ ପଦ୍ୟାବଳୀ (ଛାତ୍ରଛାତ୍ରୀଙ୍କ ନିମନ୍ତେ)
  • ଗୁଣନ ଖନ୍ଦାରେ ଜାଣିବା ଧନ୍ଦା (ଛାତ୍ରଛାତ୍ରୀଙ୍କ ନିମନ୍ତେ)
  • ପ୍ରମୋଦ ପ୍ରତିମା (ଛନ୍ଦକାବ୍ଯ)
  • ବିନ୍ଧା ଛିଟିକା (ବ୍ୟଙ୍ଗ)
  • କାରଗିଲ୍ ଗୀତିକା
  • ମା' ଖିଲାମୁଣ୍ଡା (ଖଣ୍ଡ କାବ୍ୟ)
  • ଓଡ଼ିଆ ଷୋଳପାଲା
  • ଅଣଚାଷ ଭଜନ
  • ନୟାଗଡ଼ ଜିଲ୍ଲା ଗୌରବ ଗୀତିକା
  • ରଣପୁର ସ୍ମୃତି ସମ୍ଭାର
  • ବିଦଗ୍ଧ ବାରବୁଲା (ଆତ୍ମଜୀବନୀ)
  • ଓଡ଼ିଶାରେ ଦି' ଗୋଡ଼ିଆଙ୍କ ଦାଉ

ସମ୍ମାନ ଓ ପୁରସ୍କାର

ସମ୍ପାଦନା

ସେ ସମୁଦାୟ ୨୩ଟି ଅନୁଷ୍ଠାନରୁ ସମ୍ମାନୀତ ହୋଇଥିଲେ ।

  • ସମ୍ଭବ - ନୟାଗଡ଼
  • ପଲ୍ଲୀ ପ୍ରତିଭା - ଗଡ଼ମାଣତୀର, ଖୋର୍ଦ୍ଧା
  • କୌଶଲ୍ୟା ସ୍ମାରକୀ ସାହିତ୍ୟ ଅନୁଷ୍ଠାନ - ସୋନପୁର
  • ତୁଳସୀ ସାହିତ୍ୟ ସଂସଦ - ଗଡ଼ବାଣୀକିଲୋ
  • ଉପେନ୍ଦ୍ର ଭଞ୍ଜ ସାଂସ୍କୃତିକ ପ୍ରତିଷ୍ଠାନ - ଓଡ଼ଗାଁ
  1. "ରେଫରେନ୍‌ସ୍-୪ | ଓଡ଼ିଆ ବିଭବ Odia Bibhaba". odiabibhaba.in. Retrieved 2024-09-05.