ଅକ୍ସାସିଲିନ, ଅନ୍ୟମାନଙ୍କ ମଧ୍ୟରେ ଏକ ବିକ୍ରୟ ନାମ ବ୍ୟାକ୍ଟୋସିଲ୍, ହେଉଛି ଏକ ଆଣ୍ଟିବାୟୋଟିକ୍ ଯାହା ଷ୍ଟ୍ରାଫିଲୋକୋକାଲ୍ ସଂକ୍ରମଣର ଚିକିତ୍ସା ତଥା ପ୍ରତିରୋଧ ପାଇଁ ବ୍ୟବହୃତ ହୁଏ ।[୧] ଏଥିରେ ଚର୍ମ, ଶ୍ୱାସକ୍ରିୟା, ପରିସ୍ରା ଏବଂ ରକ୍ତ ସଂକ୍ରମଣ ଅନ୍ତର୍ଭୁକ୍ତ ।[୧] ଏହା ଏକ ଶିରା କିମ୍ବା ମାଂସପେଶୀରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ ।[୧]

ଅକ୍ସାସିଲିନ
Clinical data
Trade namesBactocill
AHFS/Drugs.commonograph
MedlinePlusa685020
Identifiers
  • (2S,5R,6R)-3,3-dimethyl-6-[(5-methyl-3-phenyl-
    1,2-oxazole-4-carbonyl)amino]-7-oxo-4-thia-1-
    azabicyclo[3.2.0]heptane-2-carboxylic acid
ECHA InfoCard100.000.577 Edit this at Wikidata
Chemical and physical data
FormulaC19H19N3O5S
Molar mass୪୦୧.୪୪ g·mol−1
3D model (JSmol)
Density1.49 g/cm3
Boiling point686.8 °C (1,268.2 °F)
  • [H][C@]12SC(C)(C)[C@@H](N1C(=O)[C@H]2NC(=O)C1=C(C)ON=C1C1=CC=CC=C1)C(O)=O
  • InChI=1S/C19H19N3O5S/c1-9-11(12(21-27-9)10-7-5-4-6-8-10)15(23)20-13-16(24)22-14(18(25)26)19(2,3)28-17(13)22/h4-8,13-14,17H,1-3H3,(H,20,23)(H,25,26)/t13-,14+,17-/m1/s1 ☒N
  • Key:UWYHMGVUTGAWSP-JKIFEVAISA-N ☒N
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକ୍ସନ ସ୍ଥାନରେ ଯନ୍ତ୍ରଣା ଏବଂ ପ୍ରଦାହ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍ସିସ୍ ଏବଂ କ୍ଲୋଷ୍ଟ୍ରିଡିଅମ ଡିଫିସିଲ ସଂକ୍ରମଣ ଅନ୍ତର୍ଭୁକ୍ତ ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର ସହିତ କ୍ଷତିର କୌଣସି ପ୍ରମାଣ ନାହିଁ, ଯଦିଓ ଏହିପରି ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[୨] ଏହା ପେନିସିଲିନ ଶ୍ରେଣୀର ଔଷଧ ।[୧]

ଅକ୍ସାସିଲିନ ୧୯୬୦ ମସିହାରେ ପେଟେଣ୍ଟ ହୋଇଥିଲା ଏବଂ ୧୯୬୨ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୩] ଯୁକ୍ତରାଷ୍ଟ୍ରରେ ୨ ଗ୍ରାମ ବିଶିଷ୍ଟ ୧୦ ମାତ୍ରା ଔଷଧର ମୂଲ୍ୟ ୨୦୨୧ ମସିହା ସୁଦ୍ଧା ପ୍ରାୟ ୪୫ ଡଲାର ଥିଲା ।[୪] ୩୯ଟି ଦେଶ ମଧ୍ୟରୁ୨୦୧୭ ସୁଦ୍ଧା ୬ଟି ଦେଶରେ ଉପଲବ୍ଧ ଥିଲା ।[୫]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Oxacillin Monograph for Professionals". Drugs.com (in ଇଂରାଜୀ). Archived from the original on 12 August 2021. Retrieved 10 November 2021.
  2. "Oxacillin (Bactocill) Use During Pregnancy". Drugs.com (in ଇଂରାଜୀ). Archived from the original on 5 December 2020. Retrieved 10 November 2021.
  3. Fischer J, Ganellin CR (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 490. ISBN 9783527607495. Archived from the original on 2017-09-08. Retrieved 2021-07-17.
  4. "Oxacillin Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 18 January 2021. Retrieved 10 November 2021.
  5. Pulcini, C; Mohrs, S; Beovic, B; Gyssens, I; Theuretzbacher, U; Cars, O; ESCMID Study Group for Antibiotic Policies (ESGAP), ReAct Working Group on Old, Antibiotics. (January 2017). "Forgotten antibiotics: a follow-up inventory study in Europe, the USA, Canada and Australia". International journal of antimicrobial agents. 49 (1): 98–101. doi:10.1016/j.ijantimicag.2016.09.029. PMID 27887966.