ଅକସ୍ମାତ ନବଜାତ ଶିଶୁ ମୃତ୍ୟୁ ସିଣ୍ଡ୍ରୋମ

ଅକସ୍ମାତ ନବଜାତ ଶିଶୁ ମୃତ୍ୟୁ ସିଣ୍ଡ୍ରୋମ ( ଇଂରାଜୀରେ Sudden infant death syndrome (SIDS), ବା cot death ବା crib death) ଏକ ରୋଗ ଯେଉଁଥିରେ ଏକ ବର୍ଷରୁ କମ ବୟସର ଶିଶୁଙ୍କର ଅକାରଣ ଅକସ୍ମାତ ମୃତ୍ୟୁ ହୁଏ ।[୧] ତନ୍ନ ତନ୍ନ କରି ସମସ୍ତ ପରୀକ୍ଷା କରିସାରିବା ପରେ ଏପରିକି ଅଟୋପ୍ସି ପରେ ମଧ୍ୟ ମୃତ୍ୟୁର କୌଣସି କାରଣ ନ ମିଳିଲେ ଏହି ନାମ ଦିଆଯାଏ ।[୨] ସଂକ୍ଷେପରେ ଏହାକୁ ଏସ.ଆଇ.ଡି. କୁହାଯାଏ ଓ ଏହି ମୃତ୍ୟୁ ଶୟନ ସମୟରେ ହୁଏ ।[୩] ସ୍ୱାଭାବିକ ଭାବରେ ଏହି ମୃତ୍ୟୁ 00:00ରୁ 09:00 ଘଣ୍ଟା ସମୟରେ ହୁଏ ।[୪] ଏଥିରେ କୌଣସି ସଂଘର୍ଷର ଚିହ୍ନ ମିଳେନି ବା କୌଣସି ଶବ୍ଦ ଶୁଣାଯାଇ ନ ଥାଏ ।[୫]

ଅକସ୍ମାତ ନବଜାତ ଶିଶୁ ମୃତ୍ୟୁ ସିଣ୍ଡ୍ରୋମ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିPediatrics
ଆଇସିଡ଼ି-୧୦R95.
ଆଇସିଡ଼ି-୯-ସିଏମ୍798.0
ଓଏମ୍‌ଆଇଏମ୍272120
ରୋଗ ଡାଟାବେସ12633
ମେଡ଼ିସିନ-ପ୍ଲସ001566
ଇ-ମେଡ଼ିସିନemerg/407 ped/2171
Patient UKଅକସ୍ମାତ ନବଜାତ ଶିଶୁ ମୃତ୍ୟୁ ସିଣ୍ଡ୍ରୋମ
MeSHD013398

ଏସ.ଆଇ.ଡି. ରୋଗର କାରଣ ଜଣାଯାଇ ନାହିଁ ।[୬] କେତେକ ମିଶ୍ରିତ ଉପାଦାନ ଏହି ରୋଗ କରିଥାଇପାରେ ଯେପରିକି ଅନ୍ତର୍ନିହିତ ସ‌ହଜ ଆକ୍ରମଣର ଶିକାର, ନିର୍ଦ୍ଦିଷ୍ଟ ସମୟ ଓ ପରିବେଶ ଚାପ ।[୩][୬] ପରିବେଶ ସମ୍ବନ୍ଧୀୟ ଚାପ ମଧ୍ୟରେ ପେଟମାଡ଼ି ବା କଡ଼ମାଡ଼ି ଶୋଇବା, ଅତ୍ୟଧିକ ଉତ୍ତାପ ଓ ସିଗାରେଟ ଧୁମ୍ର ପ୍ରଭାବ ।[୬] ଗୋଟିଏ ଶେଯରେ ଶୋଇଲେ ଦୁର୍ଘଟଣାକ୍ରମେ ମୃତ୍ୟୁ ହୋଇପାରେ ।[୩] ୩୯ ସପ୍ତାହ ଗର୍ଭାଧାନ ପୂର୍ବରୁ ଜନ୍ମ ଲାଭ ମଧ୍ୟ ଏକ ସଙ୍କଟ ଜନ‌କ ଅବସ୍ଥା ହୋଇପାରେ ।[୭] ମୋଟ ନବଜାତ ଶିଶୁ ମୃତ୍ୟୁର ୮୦ % ଏହି ଏସ.ଆଇ.ଡି. ଯୋଗୁ ହୁଏ ଓ ଅନ୍ୟାନ୍ୟ କାରଣ ମଧ୍ୟରେ ସଂକ୍ରମଣ, ଜେନେଟିକ ବିଶୃଙ୍ଖଳା ଓ ହୃଦରୋଗ ହୋଇପାରେ । ଶିଶୁ ଶାରୀରିକ ଓ ଯୌନ ଉତ୍ପୀଡ଼ନ ଆକାରରେ ଶ୍ୱାସରୁଦ୍ଧ ହୋଇଥିଲେ ଭୂଲକ୍ରମେ ଏସ.ଆଇ.ଡି. ରୋଗ ନିର୍ଣ୍ଣୟ କରିହୋଇଯାଏ ଓ ଏହା ୫ %ରୁ କମ ହୁଏ ।[୩]

ଏକ ବର୍ଷ ବୟସରୁ କମ ଶିଶୁକୁ ପିଠିପଟେ ଶୁଆଇବା ଏସ.ଆଇ.ଡି. ରୋଗର ସବୁଠାରୁ ପ୍ରଭାବଶାଳୀ ପ୍ରତିଷେଧକ ଉପାୟ ।[୭] ଯତ୍ନ ନେଉଥିବା ଲୋକଠାରୁ ଦୂରରେ ଟାଣୁଆ ବିଛଣା, ସାମାନ୍ୟ ଥଣ୍ଡା ଆବ‌ହାୱା, ଶାନ୍ତକାରୀ ଔଷଧ ଓ ଧୁଆଁଠାରୁ ଦୂରରେ ରଖିବା ଏହାର ଅନ୍ୟାନ୍ୟ ପ୍ରତିଷେଧ ବ୍ୟବସ୍ଥା ମଧ୍ୟରେ ଯାଏ ।[୮] ସ୍ତନ୍ୟପାନଟିକାକରଣ ଏହାର ପ୍ରତିଷେଧ କାମ କରିପାରେ ।[୮][୯] ଅବସ୍ଥାନ‌କାରୀ ଯନ୍ତ୍ର, ଶିଶୁ ମନିଟର ଓ ପଙ୍ଖା ଚାଳନା ଏହାର ଉପକାରରେ ଆସିବା ପ୍ରମାଣ ନାହିଁ ।[୮][୯] ଶିଶୁର କୌଣସି ସାକ୍ଷୀ ନ ଥାଇ, ପରୀକ୍ଷା ନ କରି ହଠାତ ମୃତ୍ୟୁ ହେଉଥିବା ଯୋଗୁ ଶୋକଗ୍ରସ୍ତ ପରିବାରକୁ ଆଶ୍ୱାସନା ଦେବା ନିତାନ୍ତ ଆବଶ୍ୟକ ।[୩]

ବିକାଶଶୀଳ ଦେଶମାନଙ୍କରେ ଏସ.ଆଇ.ଡି. ରୋଗର ହାର ଏକ ହଜାରରୁ ଦଶ ହଜାରରେ ଗୋଟିଏ ଥାଏ ।[୩] ପୃଥିବୀରେ ସନ ୧୯୯୦ରେ ୨୨,୦୦୦ ମୃତ୍ୟୁ ହୋଇଥିବା ବେଳେ ସନ ୨୦୧୩ରେ ୧୫,୦୦୦ ମୃତ୍ୟୁ ହୋଇଛି ।[୧୦] ଆମେରିକାରେ ସନ ୨୦୧୧ରେ ଏକ ବର୍ଷରୁ କମ ଶିଶୁ ମୃତ୍ୟୁରେ ଏସ.ଆଇ.ଡି. ରୋଗ ତୃତୀୟ ସ୍ଥାନ ଅଧିକାର କରିଥିଲା ।[୧୧]ଏକ ମାସରୁ ଏକ ବର୍ଷ ବୟସ ମଧ୍ୟରେ ମୃତ୍ୟୁର ଏହା ଏକ ସାଧାରଣ କାରଣ ।[୭] ଛଅ ମାସ ବୟସ ପୂର୍ବରୁ ୯୦ % ମୃତ୍ୟୁ ହୁଏ ଓ ୨ରୁ ୪ ମାସ ମଧ୍ୟରେ ବାରମ୍ବାର ସର୍ବାଧିକ ହୁଏ ।[୩][୭] ଝିଅଙ୍କ ଅପେକ୍ଷା ପୁଅମାନଙ୍କର ଏହା ଅଧିକ ହୁଏ ।[୭]

ଆଧାର ସମ୍ପାଦନା

  1. "Sudden Infant Death Syndrome (SIDS): Overview". www.nichd.nih.gov. 27 June 2013. Retrieved 9 March 2015.
  2. "Centers for Disease Control and Prevention, Sudden Infant Death". Retrieved March 13, 2013.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ Kinney HC, Thach BT (2009). "The sudden infant death syndrome". N. Engl. J. Med. 361 (8): 795–805. doi:10.1056/NEJMra0803836. PMC 3268262. PMID 19692691.
  4. Optiz, Enid Gilbert-Barness, Diane E. Spicer, Thora S. Steffensen ; foreword by John M. (2013). Handbook of pediatric autopsy pathology (Second edition. ed.). New York, NY: Springer New York. p. 654. ISBN 9781461467113.{{cite book}}: CS1 maint: multiple names: authors list (link)
  5. Scheimberg, edited by Marta C. Cohen, Irene (2014). The Pediatric and perinatal autopsy manual. p. 319. ISBN 9781107646070. {{cite book}}: |first1= has generic name (help)CS1 maint: multiple names: authors list (link)
  6. ୬.୦ ୬.୧ ୬.୨ "What causes SIDS?". www.nichd.nih.gov/. 12 April 2013. Retrieved 9 March 2015.
  7. ୭.୦ ୭.୧ ୭.୨ ୭.୩ ୭.୪ "How many infants die from SIDS or are at risk for SIDS?". www.nichd.nih.gov. 19 November 2013. Retrieved 9 March 2015.
  8. ୮.୦ ୮.୧ ୮.୨ Moon RY, Fu L (July 2012). "Sudden infant death syndrome: an update". Pediatrics in review / American Academy of Pediatrics. 33 (7): 314–20. doi:10.1542/pir.33-7-314. PMID 22753789.
  9. ୯.୦ ୯.୧ "How can I reduce the risk of SIDS?". www.nichd.nih.gov/. 22 August 2014. Retrieved 9 March 2015.
  10. GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. doi:10.1016/S0140-6736(14)61682-2. PMID 25530442. {{cite journal}}: |first1= has generic name (help)CS1 maint: numeric names: authors list (link)
  11. Hoyert DL, Xu JQ (2012). "Deaths: Preliminary data for 2011" (PDF). National vital statistics reports. National Center for Health Statistics. 61 (6): 8.