ବିଶ୍ୱ ଜନସଂଖ୍ୟା ଦିବସ

(World Population Dayରୁ ଲେଉଟି ଆସିଛି)

ବିଶ୍ୱ ଜନସଂଖ୍ୟା ଦିବସ ବିଶ୍ୱସାରା ପ୍ରତିବର୍ଷ ଜୁଲାଇ ମାସ ୧୧ ତାରିଖ ଦିନ ପାଳିତ ହୁଏ । ଜନସଂଖ୍ୟା ବୃଦ୍ଧି ଜନିତ ସମସ୍ୟା ସଂପର୍କରେ ବିଶ୍ୱ ସ୍ତରରେ ସଚେତନତା ସୃଷ୍ଟି କରିବା ଏହାର ପ୍ରାଥମିକ ଲକ୍ଷ୍ୟ ।[୧]

ଇତିହାସ ସମ୍ପାଦନା

ଉକ୍ତ କାର୍ଯ୍ୟକ୍ରମ ୧୯୮୯ ମସିହାରେ ସଂଯୁକ୍ତ ରାଷ୍ଟ୍ର ବିକାଶ କାର୍ଯ୍ୟକ୍ରମର ଗଭର୍ଣ୍ଣିଂ କାଉନସିଲଦ୍ୱାରା ପ୍ରଥମେ ଅନୁମୋଦିତ ହୋଇଥିଲା । ଜନସଂଖ୍ୟା ବୃଦ୍ଧି କ୍ରମରେ ହିସାବ କଲେ, ଜୁଲାଇ ୧୧, ୧୯୮୭ ଦିନ ବିଶ୍ୱ ଜନସଂଖ୍ୟା ଆନୁମାନିକ ପାଞ୍ଚଶହ କୋଟି ହେଲା । ଏହି ତଥ୍ୟକୁ ଭିତ୍ତିକରି, ସାର୍ବଜନିକ ହିତରେ ଜୁଲାଇ ୧୧ ତାରିଖକୁ ବିଶ୍ୱ ଜନସଂଖ୍ୟା ଦିବସ ଭାବେ ପାଳନ କରିବାପାଇଁ ନିଷ୍ପତ୍ତି ନିଆଯାଇଛି । ସାରା ବିଶ୍ୱରେ ଜନସଂଖ୍ୟା ବୃଦ୍ଧି ସମ୍ବନ୍ଧିତ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବା ସହ ଲୈଙ୍ଗିକ ସମାନତା, ପରିବାର ନିୟୋଜନ, ମାତୃ ସ୍ୱାସ୍ଥ୍ୟ ତଥା ମାନବାଧିକାର ଇତ୍ୟାଦି ବିଷୟରେ ଜନସଚେତନତା ସୃଷ୍ଟି କରିବା ହେଉଛି ଜନସଂଖ୍ୟା ଦିବସ ପାଳନର ଉଦ୍ଦେଶ୍ୟ ।

ସାଧାରଣ ସଚେତନତା ସତ୍ତ୍ୱେ ବିଶ୍ୱ ସ୍ତରରେ ପ୍ରତି ୧୪ ମାସରେ ଜନସଂଖ୍ୟା ଏକ ଶହ କୋଟି ହାରରେ ବୃଦ୍ଧି ହେଉଅଛି । ୬ ଫେବୃଆରୀ ୨୦୧୬ ସୁଦ୍ଧା ବିଶ୍ୱ ଜନସଂଖ୍ୟା ୭୪୦ କୋଟିରେ ପହଞ୍ଚି ସାରିଲାଣି ।[୨] ଅତଏବ ଜନସଂଖ୍ୟା ବୃଦ୍ଧି ରୋକିବା ଦିଗରେ ସମୟୋପଯୋଗୀ ପଦକ୍ଷେପ ନ ନେଲେ ଏହା ବିଭିନ୍ନ ଉନ୍ନୟାନମୂଳକ ଯୋଜନା କାର୍ଯ୍ୟକାରୀ କରିବା ଦିଗରେ ଏକ ପ୍ରତିବନ୍ଧକ ରୂପେ ଦେଖାଦେବ ।

ଆଧାର ସମ୍ପାଦନା

  1. "World Population Day". www.timeanddate.com (in ଇଂରାଜୀ). Retrieved 26 November 2018.
  2. "Population by Country (2018) - Worldometers". www.worldometers.info (in ଇଂରାଜୀ). Retrieved 26 November 2018.

ବାହାର ଆଧାର ସମ୍ପାଦନା