ତିଳୋତ୍ତମା ଖୁଣ୍ଟିଆ
ଓଡ଼ିଆ ଅଭିନେତ୍ରୀ
(Tilottama Khuntiaରୁ ଲେଉଟି ଆସିଛି)
ତିଳୋତ୍ତମା ଖୁଣ୍ଟିଆ (ମୃତ୍ୟୁ: ୧୨ ଅକ୍ଟୋବର ୨୦୨୨) ଜଣେ ଓଡ଼ିଆ ଅଭିନେତ୍ରୀ ଥିଲେ । ସେ ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ଅଭିନୟ କରୁଥିଲେ । ତୁଳସୀ, ସିନ୍ଦୂର ବିନ୍ଦୁ, କେମିତି ଏ ବନ୍ଧନ ଭଳି ଓଡ଼ିଆ ଧାରାବାହିକରେ ସେ ଅଭିନୟ କରିଥିଲେ ।
ତିଳୋତ୍ତମା ଖୁଣ୍ଟିଆ | |
---|---|
ମୃତ୍ୟୁ | ୧୨ ଅକ୍ଟୋବର ୨୦୨୨ | (୫୭ ବର୍ଷ)
ବୃତ୍ତି | (ଓଡ଼ିଆ) ଅଭିନେତ୍ରୀ |
ବୈବାହିକ-ସାଥୀ | ହିମାଂଶୁ ସାମଲ |
ସନ୍ତାନ | ଅନୁଭୂତି ସାମଲ ଦେବୀକା ଅରୁନ୍ଧତୀ ସାମଲ |
ପରିବାର
ସମ୍ପାଦନାତିଳୋତ୍ତମା ଖୁଣ୍ଟିଆ ଓଡ଼ିଆ ନାଟ୍ୟ ନିର୍ଦ୍ଦେଶକ ହିମାଂଶୁ ସାମଲଙ୍କୁ ବିବାହ କରିଥିଲେ । ତାଙ୍କ ସାନ ଝିଅ ଦେବୀକା ଅରୁନ୍ଧତୀ ସାମଲ ଜଣେ ଅଭିନେତ୍ରୀ ଭାବରେ ଓଡ଼ିଆ କଥାଚିତ୍ର ଓ ଧାରାବାହିକରେ ଅଭିନୟ କରୁଛନ୍ତି ।[୧]
ଅଭିନୟ ଜୀବନ
ସମ୍ପାଦନାତିଳୋତ୍ତମା ଖୁଣ୍ଟିଆ ଓଡ଼ିଆ ଧାରାବାହିକରେ ମା' ଭୂମିକାରେ ଅଭିନୟ କରୁଥିଲେ । ସେ ଇଟିଭି ଓଡ଼ିଆର ଧାରାବାହିକ ତୁଳସୀ, ତରଙ୍ଗ ଟିଭିର ଧାରାବାହିକ ସିନ୍ଦୂର ବିନ୍ଦୁ, କେମିତି ଏ ବନ୍ଧନ ଆଦି ଧାରାବାହିକରେ ମା' ଭୂମିକାରେ ଅଭିନୟ କରିଥିଲେ ।[୨]
ଅଭିନୀତ ଧାରାବାହିକ
ସମ୍ପାଦନାଧାରାବାହିକ | ଚେନାଲ | ଭୂମିକା |
---|---|---|
ତୁଳସୀ | ଇଟିଭି ଓଡ଼ିଆ | |
ସିନ୍ଦୂର ବିନ୍ଦୁ | ତରଙ୍ଗ ଟିଭି | |
କେମିତି ଏ ବନ୍ଧନ |
ମୃତ୍ୟୁ
ସମ୍ପାଦନାତିଳୋତ୍ତମା ଖୁଣ୍ଟିଆ ୨୦୨୨ ମସିହାର ଅକ୍ଟୋବର ୧୨ ତାରିଖରେ ମୃତ୍ୟୁବରଣ କରିଥିଲେ । ହୃଦୟ ଓ କିଡନିଜନିତ ରୋଗରେ ସେ ୨ ବର୍ଷ ଧରି ପୀଡ଼ିତ ଥିଲେ ଏବଂ ୫୭ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୩]
ଆଧାର
ସମ୍ପାଦନା- ↑ "ସତର ବର୍ଷ ବୟସରେ ପରଦାରେ 'ଜେଜେ ମା' ବନିଥିଲେ ଏହି ନାୟିକା". ସମ୍ବାଦ. sambad.in. 13 October 2017. Archived from the original on 7 May 2021. Retrieved 28 December 2022.
- ↑ "Odia Film and TV actress Tilottama Khuntia passes away". KalingaTV (in English). Bhubaneswar. 12 October 2022. Archived from the original on 21 November 2022. Retrieved 28 December 2022.
{{cite news}}
: CS1 maint: unrecognized language (link) - ↑ Pattnaik, Sagarika (13 October 2022). "ପରଲୋକରେ ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆ - Dharitri". Dharitri Odia News. ଭୁବନେଶ୍ୱର. Archived from the original on 28 December 2022. Retrieved 28 December 2022.