ଓଡ଼ିଶା (ନାମ ପରିବର୍ତ୍ତନ) ଅଧିନିୟମ, ୨୦୧୧
(The Orissa (Alteration of Name) Act, 2011ରୁ ଲେଉଟି ଆସିଛି)
ଓଡ଼ିଶା (ନାମ ପରିବର୍ତ୍ତନ) ଅଧିନିୟମ, ୨୦୧୧ ମାଧ୍ୟମରେ ସରକାରୀ ସ୍ତରରେ ଓଡ଼ିଶାର ଇଂରାଜୀ ନାମ Orissaରୁ Odishaକୁ ପରିବର୍ତ୍ତନ କରାଯାଇଛି ।[୧] ଏହା ଫଳରେ Oriya ମଧ୍ୟ ପରିବର୍ତ୍ତନ ହୋଇ Odia ହୋଇଛି ।
ଅଧିନିୟମ ବିଷୟରେ
ସମ୍ପାଦନାଓଡ଼ିଶାର ପ୍ରକୃତ ଇଂରାଜୀ ବନାନ "Odisha" ହୋଇଥିବା ସ୍ଥଳେ ଭାରତୀୟ ସମ୍ବିଧାନ ତଥା ଅନ୍ୟାନ୍ୟ ସରକାରୀ କାଗଜପତ୍ରରେ "Orissa" ଲିପିବଦ୍ଧ ଥିଲା । ଉଚ୍ଚାରଣ ଦୃଷ୍ଟିରୁ ଏହା ଓଡ଼ିଶା ନ ହୋଇ ଓରିଶା ହୋଇଥିବାରୁ ଏହାର ପରିବର୍ତ୍ତନ ପାଇଁ ଅନେକ ଦାବୀ ହୋଇ ଆସୁଥିଲା । ପରିଶେଷରେ ଓଡ଼ିଶା ସରକାର ଆଇନଗତ ପ୍ରକ୍ରିୟା ମାଧ୍ୟମରେ ଏହି ଅଧିନିୟମଦ୍ୱାରା ଏହାର ପରିବର୍ତ୍ତନ କରାଇଥିଲେ ।[୨]ରାଜ୍ୟ କ୍ୟାବିନେଟ ଏ ସଂକ୍ରାନ୍ତରେ ଏକ ପ୍ରସ୍ତାବ ଜୁନ ୨୦୦୮ରେ ଗ୍ରହଣ କରିବା ପରେ ରାଜ୍ୟ ବିଧାନ ସଭାରେ ଏହି ପ୍ରସ୍ତାବ ଅଗଷ୍ଟ ୨୦୦୮ରେ ଗୃହୀତ ହୋଇ ପାର୍ଲିଆମେଣ୍ଟରେ ଅନୁମୋଦନ ପାଇଁ ପଠାଯାଇଥିଲା ।[୩] ୨୩ ସେପ୍ଟେମ୍ବର ୨୦୧୧ରେ ବିଲଟି ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇ ଆଇନରେ ପରିଣତ ହୋଇଛି ।[୪]
- ଅଧିନିୟମର ଧାରା ୩ ଅନୁଯାୟୀ ଏହି ଅଧିନିୟମ ବିଜ୍ଞପ୍ତି ଭାବେ ପ୍ରକାଶ ପାଇବା ଦିନଠାରୁ ଓଡ଼ିଶା ରାଜ୍ୟର ନାମ Orissa ପରିବର୍ତ୍ତେ Odisha ଭାବେ ମାନ୍ୟ ହେବ ।
- ଅଧିନିୟମର ଧାରା ୪ ପ୍ରକାରେ ଭାରତୀୟ ସମ୍ବିଧାନର ଧାରା ୧୬୪(୧)ରେ Orissa ପରିବର୍ତ୍ତିତ ହୋଇ Odisha ହେବ ।
- ଅଧିନିୟମର ଧାରା ୬ ପ୍ରକାରେ ଭାରତୀୟ ସମ୍ବିଧାନର ପ୍ରଥମ ପରିଶିଷ୍ଟର "THE STATES" ଶିର୍ଷକର ଦଶମ ଧାଡିରେ Name ତଳକୁ Orissa ପରିବର୍ତ୍ତିତ ହୋଇ Odisha ହେବ ।
- ଅଧିନିୟମର ଧାରା ୭ ପ୍ରକାରେ ଭାରତୀୟ ସମ୍ବିଧାନର ଚତୁର୍ଥ ପରିଶିଷ୍ଟର "TABLE" ଶିର୍ଷକର ଚତୁର୍ଦ୍ଦଶ ଧାଡିର ଦ୍ୱିତୀୟ ସ୍ତମ୍ଭରେ Orissa ପରିବର୍ତ୍ତିତ ହୋଇ Odisha ହେବ ।
ଘଟଣାକ୍ରମ
ସମ୍ପାଦନା- ବହୁଦିନରୁ ବୁଦ୍ଧିଜୀବି ମହଲରେ Orissa ତଥା Oriyaର ସଂଶୋଧନ ପାଇଁ ଦାବୀ ହୋଇଆସୁଥିଲା ।
- ଓଡ଼ିଶା କ୍ୟାବିନେଟରେ ଏ ସଂକ୍ରାନ୍ତ ଏକ ପ୍ରସ୍ତାବ ପ୍ରଥମ ଥର ପାଇଁ ଜୁନ ୨୦୦୮ରେ ଗୃହୀତ ହେଲା ।
- ଅଗଷ୍ଟ ୨୮, ୨୦୦୮ରେ ଓଡ଼ିଶା ବିଧାନ ସଭାରେ ଏହି ପ୍ରସ୍ତାବ ପାରିତ ହୋଇ କେନ୍ଦ୍ରର ଅନୁମୋଦନ ନିମିତ୍ତ ପଠାଗଲା ।
- ବିଲଟିକୁ ପି ଚିଦାମ୍ବରମ ଲୋକ ସଭାରେ ପେସ କଲେ ।
- ବିଲଟି ୯ ନଭେମ୍ବର ୨୦୧୦ରେ ଲୋକ ସଭାରେ ପାରିତ ହୋଇ ରାଜ୍ୟ ସଭାକୁ ପଠାଗଲା ।
- ବିଲଟି ରାଜ୍ୟସଭାରେ ୨୪ ମାର୍ଚ ୨୦୧୧ରେ ପାରିତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ନିମିତ୍ତ ପଠାଗଲା ।[୫]
- ବିଲଟି ୨୩ ସେପ୍ଟେମ୍ବର ୨୦୧୧ରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇ ଆଇନରେ ପରିଣର ଦେଲା ଏବଂ ୧ ନଭେମ୍ବର ୨୦୧୧ରେ କେନ୍ଦ୍ରୀୟ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଲା ।[୫]
- କେନ୍ଦ୍ରୀୟ ବିଜ୍ଞପ୍ତି ଅନୁସାରେ ଆଇନଟି ୧ ନଭେମ୍ବର ୨୦୧୧ରୁ ଲାଗୁ ହେଲା ।
- କେନ୍ଦ୍ରୀୟ ବିଜ୍ଞପ୍ତି ଆଧାରରେ ଏହା ପୁଣି ଓଡ଼ିଶା ଗେଜେଟରେ ୧୨ ମାର୍ଚ ୨୦୧୨ରେ ରାଜ୍ୟ ବିଜ୍ଞପ୍ତି ଭାବେ ପ୍ରକାଶିତ ହେଲା ।[୬]
ଆଧାର
ସମ୍ପାଦନା- ↑ "THE ORISSA (ALTERATION OF NAME) ACT, 2011" (PDF). www.indiacode.nic.in. Retrieved 28 August 2018.
- ↑ "Orissa's new name is Odisha - Times of India". The Times of India. Retrieved 28 August 2018.
- ↑ "Orissa resolves to change state name to Odisha". India Today (in ଇଂରାଜୀ). Retrieved 28 August 2018.
- ↑ "Act 15 of 2011" (PDF). www.lawsofindia.org. Archived from the original (PDF) on 28 August 2018. Retrieved 28 August 2018.
- ↑ ୫.୦ ୫.୧ "Frrom Orissa to Odisha" (PDF). www.magaine.odisha.gov.in. Archived from the original (PDF) on 29 August 2018. Retrieved 29 August 2018.
- ↑ "LAW DEPARTMENT NOTIFICATION The 29th February 2012" (PDF). www.govtpress.odisha.gov.in. Archived from the original (PDF) on 29 August 2018. Retrieved 29 August 2018.
ବାହାର ଆଧାର
ସମ୍ପାଦନାଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |