ଚୁଇଁ ସୀମା ପକ୍ଷୀ
ଚୁଇଁ ସୀମା ପକ୍ଷୀ (ଇଂରାଜୀ ଭାଷାରେ Temminck's stint, ଜୀବବିଜ୍ଞାନ ନାମ Calidris temminckii) ଏକ କ୍ଷୁଦ୍ରାକାର ଜଳପକ୍ଷୀ । ଏହି ପକ୍ଷୀର ଇଂରାଜୀ ସାଧାରଣ ନାମ ଓ ଜୀବବିଜ୍ଞାନ ନାମରେ ରହିଥିବା “ଟେମିନ୍କ୍” ଶବ୍ଦ ଓଲନ୍ଦାଜ ପ୍ରକୃତିବିତ୍ କନ୍ରାଡ୍ ଜାକବ୍ ଟେମିନ୍କ୍ଙ୍କ ସମ୍ମାନରେ ରଖାଯାଇଛି ।[୩] ଏହି ପ୍ରଜାତିର ନାମ ପୁରାତନ ଗ୍ରୀକ୍ ଶବ୍ଦ କାଲିଡ୍ରିସ୍ (kalidris) କିମ୍ବା ସ୍କାଲିଡ୍ରିସ୍ (skalidris)ରୁ ଗୃହୀତ ହୋଇଛି । ପ୍ରାଚୀନ ଗ୍ରୀକ୍ ଦାର୍ଶନିକ ଆରିଷ୍ଟୋଟଲ କିଛି ପାଉଁଶିଆ ଜଳପକ୍ଷୀଙ୍କ ପାଇଁ ଏହି ଶବ୍ଦର ବ୍ୟବହାର କରିଥିଲେ ।[୪]
ଚୁଇଁ ସୀମା ପକ୍ଷୀ | |
---|---|
ଚୁଇଁ ସୀମା ପକ୍ଷୀର ରଙ୍ଗ | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ଶ୍ରେଣୀ: | ଏଭସ |
Order: | Charadriiformes |
Family: | Scolopacidae |
Genus: | Calidris |
ଜାତି: | C. temminckii |
ବାଇନୋମିଆଲ ନାମ | |
Calidris temminckii (ୟୋହାନ୍ ଫିଲିପ୍ ଆକିଲିସ୍ ଲାଇସ୍ଲର୍, ୧୮୧୨)
| |
ଚୁଇଁ ସୀମା ପକ୍ଷୀର ଭୌଗୋଳିକ ବ୍ୟାପ୍ତି
ପ୍ରଜନନରତ ଅସ୍ଥାୟୀ ଯାତ୍ରା ସମୟ ପ୍ରଜନନରହିତ | |
Synonyms[୨] | |
ଏରୋଲିଆ ଟେମିନ୍କି (Erolia temminckii) |
ଆଫ୍ରିକୀୟ-ୟୁରେସୀୟ ପ୍ରବାସୀ ଜଳପକ୍ଷୀ ସଂରକ୍ଷଣ ବୁଝାମଣା (ଇଂରାଜୀରେ Agreement on the Conservation of African-Eurasian Migratory Waterbirds – AEWA) ଯେଉଁ ସବୁ ପକ୍ଷୀଙ୍କୁ ନିଜ ପରିସରଭୁକ୍ତ କରିଛି, ତନ୍ମଧ୍ୟରୁ ଚୁଇଁ ସୀମା ପକ୍ଷୀ ଅନ୍ୟତମ ।
ବର୍ଣ୍ଣନା
ସମ୍ପାଦନାଏହି ଜଳପକ୍ଷୀମାନେ ଆକାରରେ ଛୋଟ ଓ ଏମାନଙ୍କ ଦୈର୍ଘ୍ୟ ୧୩.୫-୧୫ ସେଣ୍ଟିମିଟର ହୋଇଥାଏ । ଆକାରରେ ଏମାନେ ସୀମା ପକ୍ଷୀ ପରି କିନ୍ତୁ ସୀମା ତୁଳନାରେ ଏମାନଙ୍କ ଗୋଡ଼ କ୍ଷୁଦ୍ରତର ଓ ଡେଣା ଦୀର୍ଘତର । ଚୁଇଁ ସୀମାର ଗୋଡ଼ ହଳଦିଆ ରଙ୍ଗର । ଲାଞ୍ଜରେ ଥିବା ପରର ବାହାର ପଟ ଧଳା ରଙ୍ଗର ହୋଇଥାଏ । ସୀମା ପକ୍ଷୀ କ୍ଷେତ୍ରରେ ଗୋଡ଼ ଓ ଲାଞ୍ଜ ପରର ବାହ୍ୟ ଅଂଶ ଯଥାକ୍ରମେ କଳା ଓ ପାଉଁଶିଆ ରଙ୍ଗର ହୋଇଥାଏ ।
ଏହି ପକ୍ଷୀର ଦେହର ରଙ୍ଗ ଅବସନ୍ନ ବା ଫିକା । ଏହାର ଦେହର ଉପର ପଟ ଓ ମୁଣ୍ଡର ରଙ୍ଗ ମାଟିଆ । ଛାତି ଅଂଶଟି ଟିକେ ଗାଢ଼ ମାଟିଆ ବା କଳା ରଙ୍ଗର । ପେଟ ଓ ଦେହର ନିମ୍ନାଂଶ ଧଳା ରଙ୍ଗର । ପ୍ରଜନନ କାଳରେ ଅଣ୍ଡିରାମାନଙ୍କ ରଙ୍ଗ ଉଜ୍ଜ୍ୱଳ ମାଟିଆ ରଙ୍ଗର ହୋଇଥାଏ । ଶୀତ ଦିନରେ ଏମାନଙ୍କ ରଙ୍ଗ ପ୍ରାୟ ହୁରୁଡ଼ ପକ୍ଷୀ ପରି ହୋଇଯାଏ ।
ଏମାନେ ଉଚ୍ଚ ସ୍ୱରରେ ତୀବ୍ର ଓ କମ୍ପମାନ ଧ୍ୱନିବିଶିଷ୍ଟ ରାବ ପକାଇଥାନ୍ତି ।
ପ୍ରଜନନ
ସମ୍ପାଦନାଚୁଇଁ ସୀମା ପକ୍ଷୀର ପ୍ରଜନନ ପରିବାସ ହେଲା ୟୁରୋପ ଓ ଏସିଆର ମେରୁବୃତ୍ତସ୍ଥ ଟାଇଗା ଅଞ୍ଚଳର ସନ୍ତସନ୍ତିଆ ଓ କର୍ଦ୍ଦମମୟ ଭୂମି । ଦକ୍ଷିଣ ସ୍କାଣ୍ଡିନେଭିଆ ଓ ବେଳେବେଳେ ସ୍କଟଲାଣ୍ଡରେ ମଧ୍ୟ ଏମାନେ ପ୍ରଜନନ କରୁଥିବାର ଦେଖିବାକୁ ମିଳିଛି । ଏହାର ଉଡ଼ିବା ଅବସ୍ଥାରେ ପ୍ରଦର୍ଶନ କରିବା ଏକ ସ୍ୱତନ୍ତ୍ର ପ୍ରଜନନ ବ୍ୟବହାର । ଚୁଇଁ ସୀମାର ବସା ଭୂମିରେ ହିଁ ରହିଥାଏ । ନିଜ ବସାରେ ମାଈ ପକ୍ଷୀ ୩-୪ଟି ଅଣ୍ଡା ଦେଇଥାଏ । ଚୁଇଁ ସୀମା ପକ୍ଷୀ ପ୍ରବାସ କରିବା ପସନ୍ଦ କରେ । ଶୀତ ଋତୁରେ ଏହି ପକ୍ଷୀ କ୍ରାନ୍ତୀୟ ଆଫ୍ରିକା, ଭାରତୀୟ ଉପମହାଦେଶ ଓ ଦକ୍ଷିଣ-ପୂର୍ବ ଏସିଆକୁ ପ୍ରବାସ ପାଇଁ ଚାଲିଆସିଥାଏ ।
ଏମାନଙ୍କ ପ୍ରଜନନ ଓ ପାଳନ ବ୍ୟବହାର ମଧ୍ୟ ସ୍ୱତନ୍ତ୍ର । ଉଭୟ ମାଈ ଓ ଅଣ୍ଡିରା ପୃଥକ ଭାବେ ଦୁଇଟି ଭିନ୍ନ ସ୍ଥାନରେ ଅଣ୍ଡା ଉଷୁମାନ୍ତି । ଅଣ୍ଡିରାମାନେ ଏକ କ୍ଷୁଦ୍ର କ୍ଷେତ୍ର ନିୟନ୍ତ୍ରଣ କରନ୍ତି ଓ ସେଥିରେ ପ୍ରଥମେ ଅଣ୍ଡା ଦେଇ ସାରିଥିବା ମାଈ ସହ ମିଳନ କ୍ରିୟା କରନ୍ତି । ମାଈଟି ପୁଣି ଅନ୍ୟ ଜଣେ ଅଣ୍ଡିରାର କ୍ଷେତ୍ରକୁ ଯାଇ ମିଳନ କ୍ରିୟା କରେ, ଅଣ୍ଡା ଦିଏ ଓ ତାକୁ ଉଷୁମାଏ । ଅଣ୍ଡିରାମାନେ ମଧ୍ୟ ବିଭିନ୍ନ ମାଈଙ୍କ ସହ ମିଳନ କରନ୍ତି ଓ ନିଜ ପ୍ରଥମ ସାଥୀ ଦେଇଥିବା ପ୍ରଥମ ଅଣ୍ଡା ଉଷୁମାନ୍ତି ।
ନେଦରଲାଣ୍ଡରେ ଚୁଇଁ ସୀମା ଓ ସୀମା ପକ୍ଷୀଙ୍କ ମିଶ୍ରିତ ବା ସଂକର ପ୍ରଜାତି ମଧ୍ୟ ଚିହ୍ନଟ କରାଯାଇଛି ।[୫]
ଆହାର
ସମ୍ପାଦନାନରମ କାଦୁଅ ଓ ସନ୍ତସନ୍ତିଆ ସ୍ଥାନରେ ଥିବା ଛୋଟ ଗୁଳ୍ମମୟ ସ୍ଥାନରୁ ଏମାନେ ନିଜ ଖାଦ୍ୟ ଖୁଣ୍ଟି ଖାଉଥାନ୍ତି । ଏମାନେ ପ୍ରାୟତଃ କୀଟପତଙ୍ଗ ଓ ଛୋଟ ଅମେରୁଦଣ୍ଡୀ ଜୀବଙ୍କୁ ଆହରଣ କରିଥାନ୍ତି । ଖାଇବା ସମୟରେ ଏମାନଙ୍କ ବ୍ୟବହାର ମୂଷା ପରି । ଜଳାଶୟ ତଟରେ ଧୀରେ ଧୀରେ ଚାଲି ଏମାନେ ନିଜ ଖାଦ୍ୟ ଖୋଜନ୍ତି । ଅନ୍ୟ ଜଳପକ୍ଷୀଙ୍କ ପରି ଏମାନେ ବଡ଼ ଦଳରେ ରହିବା ପସନ୍ଦ କରନ୍ତି ନାହିଁ ; ତେଣୁ କ୍ୱଚିତ୍ ଏମାନଙ୍କ ଦଳ ଦେଖିବାକୁ ମିଳେ ।
ଚିତ୍ର ଗ୍ୟାଲେରି
ସମ୍ପାଦନା-
ଭାରତର ପଶ୍ଚିମବଙ୍ଗରେ ବର୍ଦ୍ଧମାନ ଜିଲ୍ଲାରେ ପ୍ରଜନନରହିତ ଚୁଇଁ ସୀମାର ଦେହର ରଙ୍ଗ
-
ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରେ ପ୍ରଜନନରହିତ ଚୁଇଁ ସୀମାର ଦେହର ରଙ୍ଗ
-
ଚୁଇଁ ସୀମା ଚଢ଼େଇ
-
କ୍ରସଲେ ଆଇଡି ଗାଇଡ୍ ଚିତ୍ର
ଆଧାର
ସମ୍ପାଦନା- ↑ BirdLife International (2012). "Calidris temminckii". Retrieved 26 November 2013.
{{cite journal}}
: Cite journal requires|journal=
(help); Invalid|ref=harv
(help) - ↑ "Calidris temminckii". Avibase.
- ↑ Beolens, Bo; Watkins, Michael (2003). Whose Bird? Men and Women Commemorated in the Common Names of Birds. London: Christopher Helm. pp. 335–336.
- ↑ Jobling, James A (2010). The Helm Dictionary of Scientific Bird Names. London: Christopher Helm. p. 84. ISBN 978-1-4081-2501-4.
- ↑ Jonsson, Lars (1996). "Mystery stint at Groote Keeten: First known hybrid between Little and Temminck's Stint?". Dutch Birding. 18: 24–28.
ଆହୁରି ପଢ଼ିପାରିବେ
ସମ୍ପାଦନା- Jonsson, Lars; Grant, Peter J. (1984). "Identification of stints and peeps". British Birds. 77 (7): 293–315.