ତାରା
ଦେବୀ ତାରା ଦଶ ମହାବିଦ୍ୟା ମଧ୍ୟରେ ଅନ୍ୟତମ । [୧] ଜୀବଜଗତକୁ ତ୍ରାଣ କରୁଥିବାରୁ ଦେବୀ ତାରା ନାମରେ ନାମିତ । ସେ ନୀଳବର୍ଣ୍ଣା ଓ ନୀଳନୟନା । ସେ ଭୟଙ୍କରୀ ହେଲେ ମଧ୍ୟ ସୁଖ ଓ ମୋକ୍ଷ ପ୍ରଦାନକାରିଣୀ । ଦେବୀ ତାରାଙ୍କ ତିନୋଟି ରୂପ ରହିଛି – ଏକଜଟା ତାରା, ନୀଳସରସ୍ୱତୀ, ଉଗ୍ରତାରା । ଦେବୀ ମୁକ୍ତକେଶୀ ଏବଂ ରିଦ୍ର ତାଙ୍କର ଜଟା ହୋଇଥିବାରୁ ସେ ଏକଜଟା ନାମରେ ପରିଚିତା । ଉଗ୍ର ଆପଦରୁ ତ୍ରାଣ କରନ୍ତି ବୋଲି ଉଗ୍ରତାରା । ଦେବୀ ଚୋଳନ ହ୍ରଦରୁ ନୀଳବର୍ଣ୍ଣ ରୂପରେ ଆବିର୍ଭୂତା ହୋଇଥିବାରୁ ନୀଳ ସରସ୍ୱତୀ ନାମରେ ପରିଚିତା । [୨]
ତାରା | |
---|---|
Devanagari | तारा |
Sanskrit Transliteration | Tārā |
Affiliation | ଦେବୀ, ମହାବିଦ୍ୟା, ଦୁର୍ଗା |
Mantra | oṁ aīṁ hrīṁ strīṁ tārāyai hūṁ phaṭ svāhā
(the above is her most important mantra as Dasa Mahavidya) oṁ tāre tuttāre ture svāhā ( This was given by a famous Tara worshiper and it is also known as a powerful mantra for making her manifest before her worshiper . ) |
Weapon | ଖଡ୍ଗ, ଖଣ୍ଡା, |
ସ୍ୱାମୀ/ସ୍ତ୍ରୀ | ଶିବ |
Mount | Shiva in inert or corpse-like form |
ସାଧନମାଳା ଗ୍ରନ୍ଥରେ ତାରାଙ୍କୁ ବୌଦ୍ଧ ଦେବୀରୂପରେ ବର୍ଣ୍ଣନା କରାଯାଉଛି ।[୩][୪]ଏହି ଗ୍ରନ୍ଥରେ ସାତ ପ୍ରକାର ତାରାଙ୍କର ଉଲ୍ଲେଖ ମିଳେ । ସେମାନେ ବାମହସ୍ତରେ ଉତ୍ପଳ ଧାରଣ କରିଛନ୍ତି ଏବଂ ଦକ୍ଷିଣ ହସ୍ତରେ ବରଦମୁଦ୍ରା ପ୍ରଦର୍ଶନ କରିଛନ୍ତି । ଆଉ ମଧ୍ୟ ଉକ୍ତ ଗ୍ରନ୍ଥରେ ତାରାଙ୍କୁ ଦୁଇଭାଗରେ ବିଭକ୍ତ କରାଯାଇଛି । ଯଥା- ସାଧାରଣ ତାରା ଓ ଅସାଧାରଣ ତାରା । ଖଦୀରବଣି, ବଷ୍ୟତାରା, ମାରିଚୀ, ଆର୍ଯ୍ୟତାରା, ଏକଜଟା, ମହତ୍ତୋରିତାରା, ବରଦତାରା, ଅଷ୍ଟମହାଭୟ ତାରା, ମୃତ୍ୟୁବଞ୍ଚନ ତାରା, ସୀତାତାରା ବା ବଜ୍ରତାରା ସାଧାରଣ ତାରା ଶ୍ରେଣୀର ଅନ୍ତର୍ଭୁକ୍ତ । ପଦ୍ମାସନା, ଚତୁର୍ଭୁଜା, ଦୁର୍ଗତିତାରିଣୀ ତାରା, ଚତୁର୍ଭୁଜା ଅଷ୍ଟଦେବୀ ପରିବେଷ୍ଟିତା, ଧ୍ୟାନୀବୁଦ୍ଧ ଅମୋଘସିଦ୍ଧିଭୂଷିତା ଧନଦତାରା, ଚତୁର୍ଭୁଜା ଜାଙ୍ଗୁଳା, ଷଡ୍ଭୁଜା ତ୍ରିମୁଖ, ପନ୍ନଶବରୀ ଅସାଧାରଣ ତାରା ପର୍ଯ୍ୟାୟର ଅନ୍ତର୍ଭୁକ୍ତ ।[୫] ତାରା ହେଉଛନ୍ତି ଦେବଗୁରୁ ବୃହଷ୍ପତିଙ୍କ ଆରାଧ୍ୟା ଦେବୀ । ଶତ୍ରୁନାଶ, ବାକ୍ଶକ୍ତିର ପ୍ରାପ୍ତି ତଥା ଭୋଗ, ମୋକ୍ଷର ଉପଲବ୍ଧି ପାଇଁ ତାରା ଅଥବା ଉଗ୍ରତାରାଙ୍କ ସାଧନା କରାଯାଇଥାଏ । ତାରାଙ୍କୁ ମହାବିଦ୍ୟାମାନଙ୍କରେ ଅଭୂତ ପ୍ରଭାବଶାଳୀ ତଥା ସର୍ବକାର୍ଯ୍ୟର ଅଧିଷ୍ଠାତ୍ରୀ ଦେବୀ ଭାବରେ ପୂଜା କରାଯାଇଥାଏ ।[୬]
ଭାରତରେ ସର୍ବପ୍ରଥମ ମହର୍ଷି ବଶିଷ୍ଠ ତାରାଙ୍କୁ ବୈଦିକ ରୀତିରେ ଆରାଧନା କରିବା ଆରମ୍ଭ କଲେ। ଏହି ବୈଦିକ ରୀତିରେ ତିନିଥର ଆରାଧନା କଲା ପରେ ବି ତାହା ସଫଳ ହୋଇପାରିଲା ନାହିଁ । ଶେଷରେ ବଶିଷ୍ଠଙ୍କୁ ଅଦୃଶ୍ୟ ଶୂନ୍ୟବାଣୀ ହେଲା ଯେ ସେ ତାନ୍ତ୍ରିକ ପଦ୍ଧତିଦ୍ୱାରା ତାରାଙ୍କୁ ଆରାଧନା କରନ୍ତୁ। ଯେତେବେଳେ ବଶିଷ୍ଠ ବୈଦିକ ରୀତି ତ୍ୟାଗ କରି ତାନ୍ତ୍ରିକ ପଦ୍ଧତିଦ୍ୱାରା ତାରାଙ୍କୁ ଆରାଧନା କଲେ ସେତେବେଳେ ତାଙ୍କୁ ସିଦ୍ଧି ମିଳିଲା । ରାଜଶ୍ରୀ ବଶିଷ୍ଠରୁ ବ୍ରହ୍ମଶ୍ରୀ ବଶିଷ୍ଠ ହୋଇ ପାରିଥିଲେ। ବିହାରର ସହରସା ଜିଲ୍ଲାର ପ୍ରସିଦ୍ଧ ମହିଷା ଗ୍ରାମରେ ଉଗ୍ରତାରାଙ୍କ ସିଦ୍ଧ ପୀଠ ରହିଛି । କୁହାଯାଏ ଯେ, ମହର୍ଷି ବଶିଷ୍ଠ ଏହିଠାରେ ତପସ୍ୟା କରି ସିଦ୍ଧିପ୍ରାପ୍ତି ହୋଇଥିଲେ ।
ଆଧାର
ସମ୍ପାଦନା- ↑ "Tara Mahavidya". gurushakti.org.in. Retrieved 30 January 2016.
- ↑ "II. Mahavidya –Tara". creative.sulekha.com. Retrieved 30 January 2016.
- ↑ Reflections on the Tantras. S̄udhakar Chattopadhyaya. p. 76.
- ↑ The social function of art by Radhakamal Mukerjee. Philosophical Library. 1954. p. 151.
- ↑ ଓଡ଼ିଶାର ଦେବଦେବୀ,ତୃତୀୟ ଭାଗ, ପୃଷ୍ଠା-୧୪୨
- ↑ "II. Mahavidya –Tara". creative.sulekha.com. Retrieved 30 January 2016.
ବାହାର ତଥ୍ୟ
ସମ୍ପାଦନାତାରା ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
ଉଇକିଅଭିଧାନରେ ଶବ୍ଦାର୍ଥମାନ ଖୋଜନ୍ତୁ | |
କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ | |
ଉଇକିମହାବିହାରରେ ଶିକ୍ଷଣ ଆଧାରମାନ ଖୋଜନ୍ତୁ | |
ଉଇକିସମ୍ବାଦରେ ସମ୍ବାଦ ଲେଖାମାନ ଖୋଜନ୍ତୁ | |
ଉଇକିକଥାରୁ ଢଗଢମାଳି ଓ କଥାମାନ | |
ଉଇକିଉତ୍ସରୁ ମୂଳାଧାର ଲେଖାମାନ | |
ଉଇକିପୋଥିରେ ପଢ଼ାବହିମାନ |
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |