ତପେନ ଚାଟାର୍ଜୀ

ଭାରତୀୟ ଅଭିନେତା
(Tapen Chatterjeeରୁ ଲେଉଟି ଆସିଛି)

ତପେନ ଚାଟାର୍ଜୀ (୩ ସେପ୍ଟେମ୍ବର ୧୯୩୭ – ୨୪ ମଇ ୨୦୧୦) ଜଣେ ଭାରତୀୟ ଅଭିନେତା ଥିଲେ । ସେ ମୁଖ୍ୟତଃ ବଙ୍ଗଳା କଥାଚିତ୍ର ଜଗତରେ ସକ୍ରିୟ ଥିଲେ, ଯିଏକି ଜଣାଶୁଣା ସତ୍ୟଜିତ ରାୟଙ୍କ ଅନେକ କଥାଚିତ୍ରରେ କାମ କରିଥିଲେ । ତାଙ୍କ ଅଭିନୀତ କଥାଚିତ୍ରଗୁଡ଼ିକ ମଧ୍ୟରୁ ଗୋପୀ ଜ୍ଞାନୀ ଭାଗା ବ୍ୟାନୀ (୧୯୬୮), ହୀରକ୍ ରାଜାର ଦେଶେ (୧୯୮୦) ଏବଂ ଗୋପୀ ଭାଗା ଫିର୍ ଏଲି (୧୯୯୨)ରେ ତାଙ୍କ ଭୂମିକା ଗୋପୀ ଜ୍ଞାନୀ ପାଇଁ ସେ ଜଣାଶୁଣା ଥିଲେ । ୨୦୧୦ ମସିହାର ମଇ ୨୪ ତାରିଖରେ ଫୁସ୍‌ଫୁସ୍ ରୋଗରେ ପୀଡ଼ିତି ହୋଇ ୭୨ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା ।[]

ତପେନ ଚାଟାର୍ଜୀ
ଜନ୍ମ(1937-09-03)୩ ସେପ୍ଟେମ୍ବର ୧୯୩୭
ମୃତ୍ୟୁ୨୪ ମଇ ୨୦୧୦(2010-05-24) (ବୟସ ୭୨)[]
ଜାତୀୟତାଭାରତୀୟ
ବୃତ୍ତିଅଭିନେତା
ପ୍ରସିଦ୍ଧିଗୋପୀ ଜ୍ଞାନୀ ଭାଗା ବ୍ୟାନୀ (୧୯୬୮)
ହୀରକ୍ ରାଜାର ଦେଶେ (୧୯୮୦)
ଗୋପୀ ଭାଗା ଫିର୍ ଏଲି (୧୯୯୨)

ଇଞ୍ଜିନିୟରିଂ ପାସ୍ କରିବା ପରେ ସେ ରାଜସ୍ଥାନରେ ଚାକିରୀ କରୁଥିଲେ, ମାତ୍ର ପରେ ସେ ଚାକିରୀ ଛାଡ଼ି କଲିକତା ଫେରି ଆସିଥିଲେ ଏବଂ ନିର୍ଦ୍ଦେଶକ ସତ୍ୟଜିତ ରାୟଙ୍କଦ୍ୱାରା ପୁଣିଥରେ ଆରମ୍ଭ କରାଯାଇଥିଲା ବଙ୍ଗଳା କଥାଚିତ୍ର ପତ୍ରିକା ସନ୍ଦେଶରେ ଯୋଗ ଦେଇଥିଲେ । ସନ୍ଦେଶ ପତ୍ରିକାର ଶିଶୁ ବିଭାବର ବିଜ୍ଞାପନ ବିଭାଗରେ ସେ କାମ କରୁଥିଲେ ।

୧୯୬୩ ମସିହାରେ ସେ ବଙ୍ଗଳା କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ସତ୍ୟଜିତ ରାୟ ତାଙ୍କୁ ମହାନଗର କଥାଚିତ୍ରରେ ଏକ ଛୋଟ ଭୂମିକାରେ ଅଭିନୟ କରିବାର ସୁଯୋଗ ଦେଇଥିଲେ ଏବଂ ପରେ ୧୯୬୯ ମସିହାରେ ସେ ଗୋପୀ ଜ୍ଞାନୀ ଭାଗା ବ୍ୟାନୀ କଥାଚିତ୍ରରେ ଗୋପୀ ଜ୍ଞାନୀ ଭୂମିକରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର

ସମ୍ପାଦନା
ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୧୯୬୩ ମହାନଗର
୧୯୬୯ ଗୋପୀ ଜ୍ଞାନୀ ଭାଗା ବ୍ୟାନୀ ଗୋପୀ ଜ୍ଞାନୀ
୧୯୭୦ ରୂପସୀ ବଳରାମଙ୍କ ଭାଇ ହଣ୍ଡା []
୧୯୭୧ ଧ୍ୟାନୀ ମେୟେ ସାବିତ୍ରୀଙ୍କ ଭାଇ
୧୯୭୩ ଶ୍ରୀମାନ ପ୍ରୀତିରାଜ
ନାନୀଗୋପାଲର ବିୟେ ଦିଲୀପ
୧୯୭୪ ସଙ୍ଗିନୀ
ବିକେଲେ ଭୋରେର ଫୁଲ
ଥାଗିଣୀ
୧୯୭୭ ଭୋଲା ମୋଇର
ହାତେ ରାଇଲା ତିନ୍
୧୯୭୯ ଗଣଦେବତା ତର ନାପିଟ୍
୧୯୮୦ ଆଞ୍ଚଲ୍ ପ୍ରଯୋଜକ
ହୀରକ୍ ରାଜାର ଦେଶେ ଗୋପୀ ଜ୍ଞାନୀ
୧୯୯୧ ଗୋପୀ ଭାଗା ଫିର୍ ଏଲି ଗୋପୀ ଜ୍ଞାନୀ
୧୯୯୬ ରବିବାର
୧୯୯୭ ଶ୍ରୀମାନ ଭୂତନାଥ
୨୦୦୯ ନର୍କ ଗୁଲଜାର (ଅନ୍ତିମ କଥାଚିତ୍ର)
  1. Harris M. Lentz III (8 June 2011). Obituaries in the Performing Arts, 2010. McFarland. pp. 65–. ISBN 978-0-7864-8649-6.
  2. "Satyajit Ray's Goopy is no more". Hindustan Times (in English). Kolkata. 24 May 2010. Archived from the original on 28 May 2010. Retrieved 9 June 2023.{{cite news}}: CS1 maint: unrecognized language (link)
  3. http://www.gomolo.com/rupasi-movie-cast-crew/[permanent dead link]

ବାହାର ଲିଙ୍କ୍

ସମ୍ପାଦନା
  • ଇଣ୍ଟରନେଟ ମୁଭି ଡାଟାବେସରେ Tapan Chatterjee