ରୋହିତ ବଳ
ରୋହିତ ବଳ (୮ ମଇ ୧୯୬୧ – ୧ ନଭେମ୍ବର ୨୦୨୪) ଜଣେ ଭାରତୀୟ ଫେସନ ଡିଜାଇନର ଥିଲେ । ସେ ଉଭୟ ପୁରୁଷ ଓ ମହିଳାଙ୍କ ପରିଧାନ ଡିଜାଇନ କରୁଥିଲେ । ସେ ୧୯୮୬ ମସିହାରେ ସେ ନିଜ ଭାଇଙ୍କ ସହ ମିଶି ଅର୍ଚ୍ଚିଡ଼ ଓଭରସିଜ ପ୍ରା ଲି ନାମକ ସଂସ୍ଥାନ ପ୍ରତିଷ୍ଠା ସହିତ ନିଜର ଫେସନ ଡିଜାଇନ କାର୍ଯ୍ୟାରମ୍ଭ କରିଥିଲେ । ୧୯୯୦ ମସିହାରେ ସେ ନିଜର ସ୍ୱତନ୍ତ୍ର କାମ ଆରମ୍ବ କରିଥିଲେ । ସେ ଭାରତ ସରକାରଙ୍କ ଅଧିନରେ ଥିବା ଖଦି ଓ ଗ୍ରାମୋଦ୍ୟୋଗ ବିଭାଗ ସହଭାଗରେ ମଧ୍ୟ କାମ କରିଥିଲେ ।[୧] ଲୋକପ୍ରିୟ ଟେଲିଭିଜନ କାର୍ଯ୍ୟକ୍ରମ କୌନ ବନେଗା କରୋଡ଼ପତି ପାଇଁ ମଧ୍ୟ ସେ ପୋଷାକ ଡିଜାଇନ କରିଥିଲେ ।[୨]
ରୋହିତ ବଳ | |
---|---|
ଜନ୍ମ | ଶ୍ରୀନଗର, ଜମ୍ମୁ ଓ କଶ୍ମୀର, ଭାରତ | ୮ ମଇ ୧୯୬୧
ମୃତ୍ୟୁ | ୧ ନଭେମ୍ବର ୨୦୨୪ ନୂଆ ଦିଲ୍ଲୀ, ଭାରତ | (ବୟସ ୬୩)
ଶିକ୍ଷା | ଉଡ଼ଲାଣ୍ଡ୍ସ ହାଉସ ସ୍କୁଲ ବର୍ଣ୍ଣ ହଲ ସ୍କୁଲ ଦିଲ୍ଲୀ ପବ୍ଲିକ ସ୍କୁଲ ମଥୁରା ରୋଡ଼ |
ଶିକ୍ଷାନୁଷ୍ଠାନ | ଦିଲ୍ଲୀ ବିଶ୍ୱବିଦ୍ୟାଳୟ ରାଷ୍ଟ୍ରୀୟ ଫେସନ ପ୍ରାଦ୍ୟୋଗିକି ଅନୁଷ୍ଠାନ |
Label | ରୋହିତ ବଳ |
ୱେବସାଇଟ | www |
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
ସମ୍ପାଦନାରୋହିତ ୧୯୬୧ ମସିହା ମଇ ମାସ ୮ ତାରିଖରେ ଶ୍ରୀନଗରର ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୩][୪][୫]
ଶ୍ରୀନଗରର ଉଡ଼ଲାଣ୍ଡ୍ସ ହାଉସ ସ୍କୁଲ ଓ ବର୍ଣ୍ଣ ହଲ ସ୍କୁଲରୁ ସେ ଶିକ୍ଷାଲାଭ କରିଥିଲେ । ୧୯୭୦ ଦଶକରେ ତାଙ୍କ ପରିବାର କାଶ୍ମୀର ଛାଡ଼ିଥିଲେ ।[୬][୭] କାଶ୍ମୀର ଛାଡ଼ିବାପରେ ତାଙ୍କ ପରିବାର ନୂଆ ଦିଲ୍ଲୀରେ ବସବାର କରିଥିଲେ । ଦିଲ୍ଲୀ ପବ୍ଲିକ ସ୍କୁଲ ମଥୁରା ରୋଡ଼ରୁ ସେ ନିଜ ସ୍କୁଲ ଶିକ୍ଷା ସମାପ୍ତ କରି ସେଣ୍ଟ ଷ୍ଟିଫେନ୍ସ କଲେଜ, ଦିଲ୍ଲୀରୁ ଇତିହାସରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ।[୮] ରାଷ୍ଟ୍ରୀୟ ଫେସନ ପ୍ରାଦ୍ୟୋଗିକି ଅନୁଷ୍ଠାନରୁ ସେ ଫେସନ ଶିକ୍ଷାଲାଭ କରିଥିଲେ ଓ ସେହି ଅନୁଷ୍ଠାନରେ ଶିକ୍ଷକତା ମଧ୍ୟ କରିଥିଲେ ।[୯]
ବୃତିଗତ ଜୀବନ
ସମ୍ପାଦନା୧୯୮୬ ମସିହାରେ ରୋହିତ ନିଜ ଭାଇ ରାଜୀବଙ୍କ ସହିତ ମିଶି ଅର୍ଚ୍ଚିଡ଼ ଓଭରସିଜ ପ୍ରା ଲି ନାମରେ ଏକ ଫେସନ ଅନୁଷ୍ଠାନ ଗଢ଼ି କାର୍ଯ୍ୟାରମ୍ଭ କରିଥିଲେ । ୧୯୯୦ ମସିହାରେ ସେ ନିଜର ସ୍ୱତନ୍ତ୍ର କାମ ଆରମ୍ଭ କରିଥିଲେ । [୮]
ଭାରତ ସରକାରଙ୍କ ଖଦି ଓ ଗ୍ରାମୋଦ୍ୟୋଗ ବିଭାଗ, ନିଜ ପଞ୍ଚକୁଲା ପ୍ରକଳ୍ପରେ ରୋହିତଙ୍କୁ ସହଭାଗି କରିଥିଲା ।[୧୦] ରୋହିତ କୌନ ବନେଗା କରୋଡ଼ପତି କାର୍ଯ୍ୟକ୍ରମ ପାଇଁ ମଧ୍ୟ ପୋଷାକ ଡିଜାଇନ କରିଥିଲେ ।[୮]
ନୁଆ ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୁରୁ, ଅହମଦାବାଦ, କୋଲକାତ ଓ ଚେନ୍ନାଇ ଆଦି ସହରରେ ରୋହିତ ନିଜର ସୋ'ରୁମ ଖୋଲିଥିଲେ । ପୋଷାକ ଡିଜାଇନରେ ସଫଲତା ପରେ ରୋହିତ ଅଳଙ୍କାର ଡିଜାଇନ କ୍ଷେତ୍ରରେ ମଧ୍ୟ ପ୍ରବେଶ କରିଥିଲେ ।[୧୧]
ରୋହିତ, ପଦ୍ମ ଓ ମୟୁରର ମୂଳଭାବକୁ ନିଜ ଫେସନରେ ବହୁଳ ବ୍ୟବହାର କରିଥିଲେ । ସେ ଭେଲଭେଟ, ବ୍ରୋକେଡ଼ ଆଦି କପଡ଼ା ବ୍ୟବହାର କରି ନିଜର ଫେସନରେ ଭାରତୀୟ ରାଜକୀୟ ଐଶର୍ଯ୍ୟ ଦର୍ଶାଇବାରେ ସକ୍ଷମ ହୋଇଥିଲେ ।[୧୨][୧୩][୧୪] ବିବା ଆପାରେଲ ସହିତ ଅନୁବନ୍ଧନରେ ସେ ବିବା ବାୟ ରୋହିତ ବଳ ସୃଷ୍ଟି କରିଥିଲେ ।[୧୫][୧୬]
ସିଣ୍ଡି କ୍ରଫୋର୍ଡ଼, ପାମେଲା ଆଣ୍ଡରସନ ଓ ଉମା ଥ୍ରୁମାନଙ୍କ ଭଳି ଆନ୍ତର୍ଜାତିକ ବ୍ୟକ୍ତିତ୍ୱମାନେ ରୋହିତଙ୍କ ଡିଜାଇନ କରାଯାଇଥିବା କପଡା଼ ବ୍ୟବହାର କରୁଥିଲେ । ସେ ଓମେଗା ଘଡ଼ିର ବ୍ରାଣ୍ଡ ଆମ୍ବାସଡର ଥିଲେ ।[୧୭]
ଅସୁସ୍ଥତା ଓ ମୃତ୍ୟୁ
ସମ୍ପାଦନା୨୦୧୦ ମସିହାରେ ରୋହିତଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇଥିଲା ।[୧୮] ହୃଦୟ ଜନିତ ଅନୁସ୍ଥତା ପାଇଁ ୨୦୨୩ ମସିହାରେ ସେ ଗୁରୁଗାଁଓର ମେଦାନ୍ତ ହାସପାତାଲରେ ଭର୍ତ୍ତି ହୋଇଥିଲେ । ୨୦୨୪ ମସିହା ନଭେମ୍ବର ୧ ତାରିଖରେ ୬୩ ବର୍ଷ ବୟସରେ ରୋହିତଙ୍କର ହୃଦଘାତରେ ପରଲୋକ ଘଟିଥିଲା ।[୧୯][୨୦][୧୨][୨୧][୨୨][୨୩]
ସମ୍ମାନ ଓ ପୁରସ୍କାର
ସମ୍ପାଦନାଆଧାର
ସମ୍ପାଦନା- ↑ "Rohit Bal was chosen by the Khadi Gram Udyog, the largest handloom textile operation in Panchkula, to work with them – Photogallery". photogallery.indiatimes.com. Retrieved 5 June 2023.
- ↑ "Rohit Bal to design Big B's outfits for KBC". Hindustan Times (in ଇଂରାଜୀ). 5 May 2012. Retrieved 5 June 2023.
- ↑ "Even in troubled times, nothing can take away beauty of Kashmir: Rohit Bal" (in Indian English). Greater Kashmir. 31 January 2019. Archived from the original on 31 May 2023. Retrieved 10 June 2024.
It's a simple explanation. I come from Kashmir. I am a Kashmiri, I know what's happening in the state. I grew up in a free Kashmir and unfortunately now it's a warzone.
- ↑ Sinha, Sahil (1 November 2024). "Rohit Bal dies at 63: Celebrated Kashmiri designer who redefined Indian fashion" (in Indian English). India Today. Archived from the original on 1 November 2024. Retrieved 1 November 2024.
Born into a Kashmiri Pandit family on May 8, 1961, in Srinagar, Rohit Bal's journey in fashion began in 1986, when he co-founded Orchid Oversea Pvt. Ltd with his brother.
- ↑ "Ace Indian fashion designer Rohit Bal critical: Report" (in Indian English). Arabian Business. 1 November 2023. Archived from the original on 1 November 2024. Retrieved 1 November 2024.
The designer, born into a Kashmiri Pandit family in Srinagar, Bal earned a History degree from Delhi's St Stephen's College.
- ↑ Sharma, Shweta (2 November 2024). "Rohit Bal: Tributes pour in as iconic Indian fashion designer dies at 63". The Independent. Retrieved 2 November 2024.
- ↑ "India's top fashion designer Rohit Bal dies at age 63". Connected to India. 1 November 2024. Retrieved 2 November 2024.
- ↑ ୮.୦ ୮.୧ ୮.୨ ୮.୩ Dugal, Jasmeen. "Rohit Bal". Know Your Designers. Explosive Fashion. Archived from the original on 11 May 2012. Retrieved 14 May 2012.ଛାଞ୍ଚ:Better source needed
- ↑ "Rohit Bal is part of the BoF 500". The Business of Fashion (in ବ୍ରିଟିଶ୍ ଇଂରାଜୀ). 12 July 2019. Retrieved 14 August 2022.
- ↑ Kumar, Sheila (22 June 2013). "Khadi does the catwalk". The Hindu (in Indian English). ISSN 0971-751X. Retrieved 17 May 2020.
- ↑ Arora, Tony (2 July 2012). "India's Fashion 'Bad Boy'". Bangkok Post. Retrieved 7 June 2019.
- ↑ ୧୨.୦ ୧୨.୧ Tilak, Sudha G (1 November 2024). "Pioneering Indian designer Rohit Bal dies at 63". BBC Home.
- ↑ Ahuja, Shilpa. "Rohit Bal Autumn Winter 2015 Couture Fashion Show Review". Shilpa's Lifestyle Blog. Retrieved 6 August 2015.ଛାଞ୍ଚ:Better source needed
- ↑ "India Couture Week 2016: The finale by Rohit Bal was a showcase of opulence and grandeur". Indian Express. 25 July 2016. Retrieved 4 August 2016.
- ↑ Vasudev, Shefalee. "UNDERSTATEMENT: More Biba than Bal". Retrieved 30 January 2024.
- ↑ "Rohit Bal joins forces with brand BIBA". Retrieved 30 January 2024.
- ↑ "Rohit Bal is part of the BoF 500". The Business of Fashion (in ବ୍ରିଟିଶ୍ ଇଂରାଜୀ). 12 July 2019. Retrieved 10 May 2020.
- ↑ "Ace fashion designer Rohit Bal passes away at 63 following heart complications". The Indian Express (in ଇଂରାଜୀ). 1 November 2024. Retrieved 1 November 2024.
- ↑ "Fashion designer Rohit Bal passes away; FDCI says his legacy of artistry, innovation will live on".
- ↑ "Renowned fashion designer Rohit Bal dies after prolonged illness". India Today (in ଇଂରାଜୀ). 1 November 2024. Retrieved 1 November 2024.
- ↑ "Fashion industry bids tearful adieu to its visionary Rohit Bal". Indian Express.
- ↑ Miller, John (2 November 2024). "Iconic Indian Designer Rohit Bal Cause of Death". America Gist (in ଆମେରିକୀୟ ଇଂରାଜୀ). Retrieved 2 November 2024.
- ↑ "Ananya Panday in Rohit Bal's ensemble bring glam to grand finale of Lakme Fashion Week X FDCI 2024". ANI News. 14 October 2024.
- ↑ Vyavahare, Renuka (23 February 2012). "Rohit Bal to host Lakme Grand Finale". The Times of India. Archived from the original on 7 July 2012. Retrieved 14 May 2012.
- ↑ Alison (27 February 2020). "The India Fashion Awards Presented by Rajnigandha Silver Pearls: – World of Fashion & Technology". Asia Radio Sales (in ଆମେରିକୀୟ ଇଂରାଜୀ). Retrieved 12 September 2021.
ବାହ୍ୟ ଲିଙ୍କ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ରୋହିତ ବଳ
- Biba by Rohit Bal