ନେତ୍ରପଟଳ ସ୍ଖଳନ
ନେତ୍ରପଟଳ ସ୍ଖଳନ ଏକ ଚକ୍ଷୁ ରୋଗ ଯେଉଁଥିରେ ଚକ୍ଷୁର ରେଟିନା ତାହାର ପାର୍ଶ୍ୱବର୍ତ୍ତୀ ବର୍ଣ୍ଣକଣା ସ୍ତରଠାରୁ ସ୍ଖଳିତ ହୋଇଯାଏ ।[୧] ଏହି ରୋଗ ହେଲେ ଆଖିରେ ଭାସମାନ ପଦାର୍ଥ (floaters) ଦୃଶ୍ୟ ହୁଏ, ଫୋଟୋପ୍ସିଆ (flashes of light) ହୁଏ ଓ ଦୃଷ୍ଟିକ୍ଷେତ୍ରର ପରିଧି ଇଲାକା ଦୃଶ୍ୟ (outer part) ଉତ୍ତମ ରୂପେ ଦେଖାଯାଏ ନାହିଁ ।[୨][୧] ଦୃଷ୍ଟିକ୍ଷେତ୍ରର ଏକ ଅଂଶ ଚାଦର ଆବୃତ ହୋଇଯିବା ଭଳି ବର୍ଣ୍ଣନା କରାଯାଏ ।[୨] ପ୍ରାୟ ୭% ରୋଗୀଙ୍କର ଉଭୟ ଆଖିରେ ଏହି ରୋଗ ଥାଏ ।[୩] ଚିକିତ୍ସା ନ ପାଇଲେ ସ୍ଥାୟୀ ଦୃଷ୍ଟିହାନୀ ହୁଏ ।[୪]
ନେତ୍ରପଟଳ ସ୍ଖଳନ | |
---|---|
ଇଂରାଜୀରେ Detached retina | |
ବିଭାଗ | ଚକ୍ଷୁ ବିଭାଗ |
ଆଇସିଡ଼ି-୧୦ | H33. |
ଆଇସିଡ଼ି-୯-ସିଏମ୍ | 361 |
ରୋଗ ଡାଟାବେସ | 11417 |
ମେଡ଼ିସିନ-ପ୍ଲସ | 001027 |
ଇ-ମେଡ଼ିସିନ | oph/504 |
Patient UK | ନେତ୍ରପଟଳ ସ୍ଖଳନ |
MeSH | D012163 |
ସାଧାରଣତଃ ରେଟିନା ବା ନେତ୍ରପଟଳରେ ଛିଦ୍ର ହୁଏ ଓ ଏହା ଫଳରେ ଭିଟ୍ରିଅସ ହ୍ୟୁମର (fluid in the eye) ରେଟିନା ପଛକୁ ବୋହିଯାଏ । ଚକ୍ଷୁ ପ୍ରଦାହ, ଆଘାତ ଓ ପୃଷ୍ଠ ନେତ୍ରପଟଳ ସ୍ଖଳନ (posterior vitreous detachment) ଯୋଗୁ ଛିଦ୍ର ହୁଏ । ନିକଟ ଦୃଷ୍ଟି ଓ ପୂର୍ବତନ ପରଳ ଅପରେଶନ ମଧ୍ୟ ସଙ୍କଟଦାୟକ ଅବସ୍ଥା ହୋଇପାରେ । କରଏଡାଲ ଅର୍ବୁଦ (choroidal tumor) ଯୋଗୁ କ୍ୱଚିତ ନେତ୍ରପଟଳ ସ୍ଖଳନ ହୁଏ ।[୧] ଅଫଥାଲମୋସ୍କୋପ (ophthalmoscope) ସାହାଯ୍ୟରେ ଚକ୍ଷୁର ପୃଷ୍ଠଦେଶ ପରିଦର୍ଶନ କରି ବା ଅଲଟ୍ରାସାଉଣ୍ଡ (ultrasound) କରି ରୋଗ ନିର୍ଣ୍ଣୟ କରାଯାଏ ।[୧][୪]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ Fraser, S; Steel, D (24 November 2010). "Retinal detachment". BMJ clinical evidence. 2010. PMID 21406128.
- ↑ ୨.୦ ୨.୧ "Facts About Retinal Detachment". National Eye Institute. October 2009. Retrieved 26 July 2016.
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;Mit2010
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ ୪.୦ ୪.୧ Gelston, CD (15 October 2013). "Common eye emergencies". American family physician. 88 (8): 515–9. PMID 24364572.