ରସଗୋଲା

ଏକ ମିଠା
(Rasogolaରୁ ଲେଉଟି ଆସିଛି)


ରସଗୋଲା ଛେନାଚିନିରୁ ତିଆରି ଏକ ସିରାଯୁକ୍ତ ମିଠା ଓ ଏହା ଭାରତୀୟ ଉପମହାଦେଶ ଓ ଦକ୍ଷିଣ ଏସୀୟ ବଂଶୋଦ୍ଭବମାନେ ବାସ କରୁଥିବା ସ୍ଥାନଗୁଡ଼ିକରେ ଜଣାଶୁଣା ।[][][] ଏହା ପେଣ୍ଡୁ ଆକାରରେ ହୋଇଥାଏ ଏବଂ ଛେନା ଓ ସୁଜିରୁ ତିଆରି ହୋଇ ଚିନି ସିରାରେ ଛଣାଯାଇଥାଏ । ସିରାରେ ରସଗୋଲା ସମ୍ପୂର୍ଣ୍ଣ ଭରିଯିବାଯାଏ ଏହାକୁ ଛଣାଯାଇଥାଏ । ଏହା ପୂର୍ବ ଭାରତରେ ଜନ୍ମଲାଭ କରିଥିଲା ଓ ଏବେର ଓଡ଼ିଶାପଶ୍ଚିମବଙ୍ଗ ଏହାର ଜନ୍ମସ୍ଥାନ ବୋଲି ଅନେକ ଦାବୀ କରିଛନ୍ତି । ୨୦୧୬ ମସିହାରେ ଓଡ଼ିଶା ସରକାରଙ୍କଦ୍ୱାରା ସ୍ଥାପିତ ଏକ କମିଟି ରସଗୋଲାର ମୂଳ ଓଡ଼ିଶା ବୋଲି ପ୍ରମାଣ କରିଥିଲା ।[] ରଥଯାତ୍ରାର ଶେଷକୁ ବାହୁଡ଼ା ପରେ ନୀଳାଦ୍ରୀ ବିଜେ ବେଳେ ଜଗନ୍ନାଥଙ୍କ ନିକଟରେ ରସଗୋଲା ଲାଗି କରାଯାଇଥାଏ ।[] । ପଶ୍ଚିମବଙ୍ଗର କର୍ମକର୍ତ୍ତାମାନେ ଜଣାଇଥିଲେ ଯେ ସେମାନେ କେବଳ "ବଙ୍ଗଳାର ରସଗୋଲା" (ପଶ୍ଚିମବଙ୍ଗରେ ଜଣାଶୁଣା ଏକପ୍ରକାର ରସଗୋଲା) ଜିଓଗ୍ରାଫିକାଲ ଇଣ୍ଡିକେସନ ପାଇଁ ଆବେଦନ କରିଥିଲେ ।[] ସେମାନେ ଜଣାଇଥିଲେ ଯେ ଏହା କେବଳ ସେମାନଙ୍କ ଆଞ୍ଚଳିକ ରସଗୋଲାକୁ ରକ୍ଷାକରିବା ପାଇଁ ଓ ଓଡ଼ିଶା ସହ ସେମାନଙ୍କ କୌଣସି ଦ୍ୱନ୍ଦ ନାହିଁ । []

ଭୁବନେଶ୍ୱର ପାଖ ପାହାଳ ରସଗୋଲା
ଆରମ୍ଭ
ଅଲଗା ନାଆଁରସଗୋଲା, ଖିରମୋହନ
ମୂଳ ଜାଗାଓଡ଼ିଶା
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ମୂଳ ଉପାଦାନଛେନା, ଚିନି

୨୦୧୯ ମସିହା ଜୁଲାଇ ମାସ ୨୯ ତାରିଖରେ ଓଡ଼ିଶାର ରସଗୋଲା (Odisha Rasagola)କୁ ଓଡ଼ିଶାର ବୋଲି ଭୌଗଳିକ ଉପଦର୍ଶନ (ଜିଆଇ) ପ୍ରମାଣପତ୍ର ମିଳିଥିଲା ।[][]

ରସଗୋଲା

ଖାଦ୍ୟସାର

ସମ୍ପାଦନା
 
ରସଗୋଲା

୧୦୦ ଗ୍ରାମର ରସଗୋଲାରେ ୧୮୬ କାଲୋରି ଥାଏ, ଯେଉଁଥିରୁ ପଖାପାଖି ୧୫୩ କାଲୋରିର କାର୍ବୋହାଇଡ୍ରେଟ, ୧.୮୫ ଗ୍ରାମର ଫ୍ୟାଟ ଓ ୪ ଗ୍ରାମର ପ୍ରୋଟିନ ଥାଏ ।[୧୦]

ପ୍ରସ୍ତୁତ ପ୍ରଣାଳୀ

ସମ୍ପାଦନା

ରସଗୋଲା ତିଆାରି ପାଇଁ ସବୁଠାରୁ ମୁଖ୍ୟ ସାମଗ୍ରୀ ହେଉଛି ଛେନା [୧୧]। ଆଉ ଛେନା ସବୁବେଳେ ତାଜା ରହିଥିବ ଏହା ଉପରେ ଧ୍ୟାନ ଦିଆଯିବା ଆବଶ୍ୟକ । ଛେନାକୁ ପ୍ରଥମେ ମେସିନଦ୍ୱାରା କିମ୍ବା ହାତରେ ସାମାନ୍ୟ ଘିଅ ବାହରିଲା ଯାଏଁ ଚକଟା ଯାଇଥାଏ । ପୁଣି କିଛି ସମୟ ପରେ ଏଥିରେ ସାମାନ୍ୟ ଅଳେଇଚ ଗୁଣ୍ଡ ମିଶାଇ ଆଉ କିଛି ସମୟ ଚକଟା ଯାଇଥାଏ । ବେଳେ ବେଳେ ଏହି ସମୟରେ ଛେନା ସହ ମଇଦା, ଆରାରୋଟ୍, ସୁଜି ମିଶାଇବାର ନଜିର୍ ରହିଛି [୧୨]। ଏହାକୁ ସେପର୍ଯ୍ୟନ୍ତ ଚକଟାଯାଇଥାଏ ଯେପର୍ଯ୍ୟନ୍ତ ଏହା ଅଟା ଭଳି ହୋଇଯିବ । ଏହା ପରେ ଆବଶ୍ୟକ ଅନୁଯାୟୀ ଏହାର ଛୋଟ ଛୋଟ ଗୋଲା ତିଆାରି କରାଯାଏ । ଏହାପରେ ସିରା ତିଆରି ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଚିନିରେ ପାଣି ମିଶାଯାଇ ଏହାକୁ ଗରମ କରାଯାଇଥାଏ । ସିରା ଗରମ ହୋଇଗଲା ପରେ ଏଥିରେ ଛେନାରେ ତିଆରି ହୋଇଥିବା ଗୋଲାକୁ ପକାଯାଇଥାଏ । ଏହାପରେ ପ୍ରାୟ ୨୦ ମିନିଟ ପର୍ଯ୍ୟନ୍ତ ଏହାକୁ ସିରାପାଣିରେ ରନ୍ଧାଯାଇଥାଏ । ମଝିରେ ମଝିରେ ଅଳ୍ପ ଅଳ୍ପ ପାଣି ମିଶାଯାଇଥାଏ । ଓଡ଼ିଶାରେ ସାଧାରଣତଃ ଅମିଶା ଛେନାରୁ ରସଗୋଲା ତିଆରି କରଯାଏ ଏବଂ ଇଷତ ନାଲି ରଙ୍ଗ ସିଝିବାକୁ ଦିଆଯାଏ [୧୩]। ଯେତେବେଳେ ରସଗୋଲା ପ୍ରାୟ ନିଜ ଆକାରର ଦୁଇ ଗୁଣ ହୋଇଯାଏ, ବୁଝନ୍ତୁ ରସଗୋଲା ତିଆରି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରସଗୋଲାକୁ ସେହି ସିରା ଥଣ୍ଡା ହେବାକୁ ଦିଅନ୍ତୁ ।

ଇତିହାସ

ସମ୍ପାଦନା
 
ଭୁବନେଶ୍ୱରର ପାହାଳ ରସଗୋଲା

ଶ୍ରୀମନ୍ଦିର ପରମ୍ପରାରେ ରସଗୋଲାର ବ୍ୟବହାର ଅନେକ ଶତାବ୍ଦୀ ତଳୁ ହୋଇ ଆସୁଛି । [୧୪] ରଥଯାତ୍ରା ସମୟରେ, ଭାଇ ଭଉଣୀଙ୍କୁ ଜଗନ୍ନାଥ ସାଥିରେ ଧରି ଫେରିବା ବେଳକୁ ଲକ୍ଷ୍ମୀଙ୍କ ଅତିଶୟ କ୍ରୋଧିତ ଥାଆନ୍ତି । ଲକ୍ଷ୍ମୀଙ୍କର କ୍ରୋଧକୁ ଶାନ୍ତକରିବା ପାଇଁ, ଜଗନ୍ନାଥ ନିଜ ହାତରେ ରସଗୋଲା ତିଆରି କରି, ତାଙ୍କୁ ଖୁଆଇ ମାନଭଞ୍ଜନ କରନ୍ତି ।[୧୫] ଜଗନ୍ନାଥ ସଂସ୍କୃତି ସହ ରସଗୋଲା ଜଡ଼ିତ ରହିଥିବାରୁ, ରସଗୋଲାର ଜନ୍ମ ଓଡ଼ିଶାରେ ବୋଲି ଦାବି କରାଯାଏ । ବଳରାମ ଦାସଙ୍କ ଜଗମୋହନ ରାମାୟଣ ବା ଦାଣ୍ଡି ରାମାୟଣରେ ରସଗୋଲାର ଉଲ୍ଲେଖ ଦେଖାଯାଏ ।

ବିକଳାନନ୍ଦ କରଙ୍କ ସାଲେପୁର ରସଗୋଲା ଓ ପାହାଳରେ ପ୍ରସ୍ତୁତ ରସଗୋଲା ଭାରତ ତଥା ଭାରତ ବାହାରେ ମଧ୍ୟ ପରିଚିତ । ଉନ୍ନବିଂଶ ଶତାବ୍ଦୀର ଶେଷାର୍ଦ୍ଧ ବେଳକୁ "କେଳୁ ଚରଣ ବେହେରା", ପାହାଳଠାରେ ରସଗୋଲା ପ୍ରସ୍ତୁତକରି, ବ୍ୟବସାୟ ଆରମ୍ଭ କରିଥିଲେ । [୧୬]

ଓଡ଼ିଶାର ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଗୋଶାଲା ଛକ ଭଗବାନ ପାଣିଙ୍କ ରସଗୋଲା ପାଇଁ ପ୍ରସିଦ୍ଧ । ଏହି ରସଗୋଲା ସ୍ଥାନୀୟ ଅଂଚଳରେ ଗୋଶାଲା ମିଠା ନାମରେ ପରିଚିତ ।

କିମ୍ବଦନ୍ତୀ

ସମ୍ପାଦନା

ପାହାଳ ରସଗୋଲା ପାହାଳ ରସଗୋଲାକୁ ନେଇ କେତେକ ଲୋକକଥା ରହିଛି । ପାହାଳରେ ଅଧିକାଂଶ ଲୋକ ଗାଈ ପାଳୁଥିଲେ । ପ୍ରଚୁର କ୍ଷୀର ଉତ୍ପାଦନ ହେଉଥିଲା । ଖାଇବା ପରେ ଯାହା ବଳୁଥିଲା ତାକୁ ସ୍ଥାନୀୟ ବାସିନ୍ଦା ବାହାରେ ଫୋପାଡି ଦେଉଥିଲେ । ପୁରୀ ଜଗନ୍ନାଥ ମନ୍ଦିରର ଜଣେ ସେବାୟତଙ୍କ ନଜରରେ ଏହା ପଡିଥିଲା । ପ୍ରଚୁର କ୍ଷୀର ନଷ୍ଟ ହେଉଥିବାରୁ ଦେଖି ସେବାୟତ ଜଣକ ଲୋକଙ୍କୁ ସେଥିରୁ ଛେନା ଓ ଛେନାରୁ ତିଆରି ବିଭିନ୍ନ ଖାଦ୍ୟ ପ୍ରସ୍ତୁତି ଶିଖାଇଥିଲେ । ସେବେଠୁ ପାହାଳରେ ଛେନାରୁ ରସଗୋଲା ତିଆରି ହୋଇ ଆସୁଛି ।

ଭୌଗଳିକ ଉପଦର୍ଶନ ମାନ୍ୟତା (ଜିଆଇ)

ସମ୍ପାଦନା
 
ଓଡ଼ିଶା ରସଗୋଲାକୁ ମିଳିଥିବା ଭୌଗଳିକ ଉପଦର୍ଶନ ପ୍ରମାଣପତ୍ର

୨୦୧୮ ମସିହାରେ ଓଡ଼ିଶା ସରକାର ଓଡ଼ିଶାର ରସଗୋଲାକୁ ଜିଆଇ ମାନ୍ୟତା ଦେବାକୁ ଆବେଦନ କରିଥିଲେ । ୨୦୧୯ ମସିହା ଜୁଲାଇ ମାସ ୨୯ ତାରିଖରେ ଏହାକୁ ସ୍ୱୀକୃତି ମିଳିଥିଲା । ଓଡ଼ିଶାର କ୍ଷୁଦ୍ର ଶିଳ୍ପ କର୍ପୋରେସନ ଲିମିଟେଡ (ଏକ ଓଡ଼ିଶା ସରକାରଙ୍କ ସଂସ୍ଥା) ଏବଂ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତିଙ୍କ ନାମରେ ମିଳିତ ଭାବରେ ଭୌଗଳିକ ଉପଦର୍ଶନ ପ୍ରମାଣପତ୍ର ମିଳିଥିଲା ।[୧୭][୧୮]

ସବିଶେଷ ତଥ୍ୟ

ସମ୍ପାଦନା
ବିଷୟ ତଥ୍ୟ
ଆବେଦନ ତାରିଖ ୨୩ ଫେବୃୟାରୀ ୨୦୧୮
ଭୌଗଳିକ ଉପଦର୍ଶନ ସଂଖ୍ୟା ୬୧୨
ପ୍ରମାଣପତ୍ର କ୍ରମାଙ୍କ ୩୪୫
ଭୌଗଳିକ ଉପଦର୍ଶନ (ଜିଆଇ) ନାମ ଓଡ଼ିଶା ରସଗୋଲା (Odisha Rasagola)
ଶ୍ରେଣୀ ଖାଦ୍ୟ ପଦାର୍ଥ
ଶ୍ରେଣୀ ସଂଖ୍ୟା ୩୦
ପ୍ରମାଣପତ୍ର ବୈଧତା ୨୨ ଫେବୃୟାରୀ ୨୦୨୮[୧୯]


  1. "ଫୁଡ ଆଣ୍ଡ ବେଭେରେଜ ନିଉଜ". ଜୁନ ୧୬, ୨୦୦୯. {{cite web}}: Check date values in: |date= (help)
  2. ମୁନୁସ ଶଙ୍କର (୨୦୦୯). "ଭାରତୀୟ ମିଠା". Archived from the original on 2016-03-04. Retrieved 2011-03-28.
  3. Woo your love with rasgullas not chocolates
  4. "Panel seal on rasgulla's Odisha origin". Retrieved 2016-10-02.
  5. Sarat Chandra Mahapatra (1994). Car Festival of Lord Jagannath, Puri. Sri Jagannath Research Centre.
  6. "Our Claim Only On A Variety Of Rasogolla, No Dispute With Odisha: West Bengal". Retrieved 2016-10-02.
  7. "Our Claim Only On A Variety Of Rasogolla, No Dispute With Odisha: West Bengal". NDTV. Press Trust Of India. 27 July 2016. Retrieved 24 August 2016.
  8. "Battle Over Origin of 'Rasgulla' Contines, After Odisha Files Petition Demanding Change of GI Tag". News18. Retrieved 2019-07-29.
  9. "Sweet success: Odisha's Rasagola gets GI tag". The Indian Express (in Indian English). 2019-07-29. Retrieved 2019-07-29.
  10. "Nutrition Information for Rasgulla".
  11. CNN IBNlive YouTube video
  12. Rasgulla Sweet Making YouTube
  13. ପାଣିଗ୍ରାହୀ, ଶୁଭାଶିଷ (୩୦ ଜୁଲାଇ ୨୦୧୫). "ରସଗୋଲାର ଅନ୍ତୁଡ଼ିଶାଳ ଓଡ଼ିଶା". ସମାଜ.
  14. "www.ifood.tv: Rasgulla: National Sweet of India". Archived from the original on 2013-05-08. Retrieved 2012-02-18.
  15. Mohanty, Asit. "ରସଗୋଲା; ନୀଳାଦ୍ରି ବେଜେର ନୈବେଦ୍ୟ". Utkala Prasanga (July 2016): 176–181. Retrieved 4 August 2016.
  16. ସମ୍ବାଦ ୨୨/୦୧/୨୦୧୫ ପୃଷ୍ଠା ୧୫
  17. "Odisha Finally Gets Geographical Indication Tag For 'Odishara Rasagola'". www.outlookindia.com/. Retrieved 2019-07-29.
  18. "Battle Over Origin of 'Rasgulla' Contines, After Odisha Files Petition Demanding Change of GI Tag". News18. Retrieved 2019-07-29.
  19. Bureau, O. B. (2019-07-29). "Finally, GI Tag For Odisha Rasagola". ODISHA BYTES (in ଆମେରିକୀୟ ଇଂରାଜୀ). Retrieved 2019-07-29.

ବାହାର ଲିଙ୍କ

ସମ୍ପାଦନା