ରାଜନାଥ ସିଂହ

ଭାରତୀୟ ରାଜନୀତିଜ୍ଞ
(Rajnath Singhରୁ ଲେଉଟି ଆସିଛି)

ରାଜନାଥ ସିଂହ (ଜନ୍ମ ୧୦ ଜୁଲାଇ, ୧୯୫୧ ବାରଣାସୀ, ଉତ୍ତର ପ୍ରଦେଶ) ଭାରତର ଜଣେ ରାଜନିତୀଜ୍ଞ ଏବଂ ଭାରତୀୟ ଜନତା ପାର୍ଟିର ସଭାପତି । [୨] ସେ ପ୍ରଥମେ ଭାରତୀୟ ଯୁବ ମୋର୍ଚା ଏବଂ ନିଜର ଗୃହରାଜ୍ୟ ଉତ୍ତର ପ୍ରଦେଶ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ (୧୯୯୭-୯୯) ଥିଲେ । ଭୌତିକ ବିଜ୍ଞାନ ଅଧ୍ୟାପକ ଭାବେ ବୃତ୍ତି ଆରମ୍ଭ କରିଥିବା ରାଜନାଥ ସିଂହ ଦୀର୍ଘ ଦିନ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସହିତ ଜଡ଼ିତ ଥିଲେ । ସେ ଉତ୍ତର ପ୍ରଦେଶ ରାଜ୍ୟର ଶିକ୍ଷାମନ୍ତ୍ରୀ (୧୯୯୧-୯୨) ମୁଖ୍ୟମନ୍ତ୍ରୀ[୩][୪](୨୦୦୦-୨୦୦୨), ତତ୍କାଳୀନ ଏନଡିଏ ସରକାରରେ କ୍ୟାବିନେଟ ମନ୍ତ୍ରୀ[୫] ଏବଂ ଭାରତର ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି (୨୦୦୫-୨୦୦୯)[୬][୭] ଥିଲେ ।[୮]

ରାଜନାଥ ସିଂହ
ବ୍ୟକ୍ତିଗତ ସବିଶେଷ
ଜନ୍ମଭାଭୋରା,ବାରଣାସୀ, ଉତ୍ତର ପ୍ରଦେଶ, ଭାରତ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀସାବିତ୍ରୀ [୧]
ସମ୍ପର୍କରାମ ବଦନ ସିଂହ (ପିତା)
ଗୁଜରାତି ଦେବୀ (ମାତା)
ପେଷାରାଜନୈତିକ ନେତା, ଅଧ୍ୟାପକ
ୱେବସାଇଟhttp://rajnathsingh.in/

ପ୍ରାରମ୍ଭିକ ଜୀବନ ସମ୍ପାଦନା

ରାଜନାଥ ସିଂହଙ୍କ ଜନ୍ମ ଭାରତର ଉତ୍ତର ପ୍ରଦେଶସ୍ଥିତ ବାରଣାସୀ ଜିଲ୍ଲାର ଏକ ଛୋଟ ଗ୍ରାମ ଭାଭୋରାରେ ହୋଇଥିଲା। ତାଙ୍କ ପିତାଙ୍କ ନାମ ରାମ ବଦନ ସିଂହ ଏବଂ ମାତାଙ୍କ ନାମ ଗୁଜରାତୀ ଦେବୀ । ସେ ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଗୋରଖପୁର ବିଶ୍ୱବିଦ୍ୟାଳୟରୁ ଭୌତିକ ବିଜ୍ଞାନ ବିଭାଗରେ ସ୍ନାତକୋତର ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ ହୋଇଥିଲେ । ସେ ୧୩ ବର୍ଷ ବୟସରୁ (୧୯୬୪ ମସିହା) ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସହିତ ଜଡ଼ିତ ଥିଲେ । ମିର୍ଜାପୁରଠାରେ ଭୌତିକ ବିଜ୍ଞାନ ଅଧ୍ୟାପକ ଭାବରେ କାର୍ଯ୍ୟରତ ଥିବା ସମୟରେ ମଧ୍ୟ ସେ ସଂଘ ସହିତ ସମ୍ପର୍କ ରଖିଥିଲେ । ୧୯୭୪ ମସିହାରେ ତାଙ୍କୁ ଭାରତୀୟ ଜନସଂଘର ସଚିବ ନିଯୁକ୍ତ କରାଗଲା ।

ରାଜନୈତିକ ଜୀବନ ସମ୍ପାଦନା

୧୯୭୫ ମସିହାରେ ୨୪ ବର୍ଷ ବୟସରେ ରାଜନାଥ ସିଂହ ଜନସଂଘର ଜିଲ୍ଲା ସଭାପତି ଭାବେ ନିଯୁକ୍ତ ହୋଇଥିଲେ । ସେ ମିର୍ଜାପୁର ବିଧାନ ସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପରେ ସେ ଭାରତୀୟ ଜନତା ପାର୍ଟିର ଯୁବାମୋର୍ଚାର ନେତୃତ୍ୱ ନେଇଥିଲେ । ୧୯୮୪ ମସିହାରେ ସେ ଭାରତୀୟ ଯୁବା ମୋର୍ଚାର ରାଜ୍ୟ ସଭାପତି ହୋଇଥିଲେ । ୧୯୮୬ ମସିହାରେ ରାଜନାଥ ସିଂହ ଜାତୀୟ ଭାରତୀୟ ଯୁବ ମୋର୍ଚାର ସାଧାରଣ ସମ୍ପାଦକ ଓ ୧୯୮୮ ମସିହାରେ ଯୁବମୋର୍ଚାର ଜାତୀୟ ସଭାପତି ହୋଇଥିଲେ । ୧୯୯୧ ମସିହାରେ ସେ ଉତ୍ତର ପ୍ରଦେଶ ରାଜ୍ୟର ପ୍ରଥମ ବିଜେପି. ସରକାରରେ ଶିକ୍ଷାମନ୍ତ୍ରୀ ହୋଇଥିଲେ । ଶିକ୍ଷାମନ୍ତ୍ରୀ ଭାବରେ ତାଙ୍କର ପ୍ରମୁଖ କାର୍ଯ୍ୟକଳାପ ମଧ୍ୟରେ ଇତିହାସ ଗ୍ରନ୍ଥ ଗୁଡ଼ିକର ପୁନଲେଖନ ଓ ପାଠ୍ୟକ୍ରମରେ ବୈଦିକ ଗଣିତକୁ ଅନ୍ତର୍ଭୁକ୍ତ କରିବା ଇତ୍ୟାଦି ଅନ୍ତର୍ଭୁକ୍ତ । ୧୯୯୪ ଅପ୍ରେଲରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଉଦ୍ୟୋଗ ପରାମର୍ଶଦାତା ସମିତି (୧୯୯୪-୧୯୯୬), କୃଷି ମନ୍ତ୍ରଣାଳୟ ପରାମର୍ଶଦାତା ସମିତି, ବ୍ୟାପାର ପରାମର୍ଶଦାତା ସମିତି, ଆବାସ ସମିତି ଏବଂ ମାନବ ସଂସାଧନ ବିକାଶ ସମିତି ସହିତ ଜଡ଼ିତ ହୋଇଥିଲେ ।

୧୯୯୭ ମାର୍ଚ୍ଚ ୨୫ରେ ସେ ଭାରତୀୟ ଜନତା ପାର୍ଟି ଉତ୍ତର ପ୍ରଦେଶ ରାଜ୍ୟର ସଭାପତି ହୋଇଥିଲେ । ୧୯୯୯ ମସିହାରେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ଭୁପୃଷ୍ଠ ମନ୍ତ୍ରଣାଳୟ ବିଭାଗରେ କ୍ୟାବିନେଟ ମନ୍ତ୍ରୀ ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ । ରାଜନାଥ ସିଂହ ୨୦୦୦ ଅକ୍ଟୋବର ୨୮ରୁ ୨୦୦୨ ମାର୍ଚ୍ଚ ୮ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ ।

୨୦୦୫ ଡିସେମ୍ବର ୨୪ ତାରିଖରେ ଲାଲକୃଷ୍ଣ ଆଡଭାନୀଙ୍କ ଇସ୍ତଫା ପରେ ରାଜନାଥ ସିଂହ ଭାରତୀୟ ଜନତା ପାର୍ଟିର ଜାତୀୟ ସଭାପତି ହୋଇଥିଲେ । ନଭେମ୍ବର ୨୦୦୬ ମସିହାରେ ସେ ପୁଣିଥରେ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ । ୨୦୦୯ ମସିହାରେ ସେ ଶ୍ରୀ ନୀତିନ ଗଡକରୀଙ୍କୁ ସଭାପତି ଦାୟିତ୍ୱ ହସ୍ତାନ୍ତର କରିଥିଲେ ।

୨୦୧୩ ଜାନୁଆରୀ ୨୪ ତାରିଖରେ ନୀତିନ ଗଡକରୀଙ୍କ ଇସ୍ତଫା ପରେ ରାଜନାଥ ସିଂହ ପୁନର୍ବାର ଭାରତୀୟ ଜନତା ପାର୍ଟିର ଜାତୀୟ ସଭାପତି ହୋଇଥିଲେ ।

ଆଧାର ସମ୍ପାଦନା

  1. http://www.indianexpress.com/news/learning-email-to-debating-2g-welcome-to-bjp-wives-club/757029/0
  2. Lambert M Surhone; Mariam T Tennoe; Susan F Henssonow (29 September 2010). Rajnath Singh. VDM Publishing. ISBN 978-613-3-16071-2. Retrieved 21 July 2012.
  3. Mahendra Gaur. Indian affairs. Gyan Publishing House. pp. 781–. ISBN 978-81-7835-539-9. Retrieved 21 July 2012.
  4. Jason A. Kirk (1 October 2011). India and the World Bank: The Politics of Aid and Influence. Anthem Press. pp. 86–. ISBN 978-0-85728-412-9. Retrieved 21 July 2012.
  5. India. Parliament. House of the People (August 2003). Lok Sabha debates. Lok Sabha Secretariat. Retrieved 21 July 2012.
  6. Pratiyogita Darpan (January 2007). Pratiyogita Darpan. Pratiyogita Darpan. pp. 25–. Retrieved 21 July 2012.
  7. Mahendra Gaur (2006). Indian Affairs Annual 2006. Gyan Publishing House. pp. 263–. ISBN 978-81-7835-533-7. Retrieved 21 July 2012.
  8. Aditi Phadnis (2009). Business Standard Political Profiles of Cabals and Kings. Business Standard Books. pp. 93–. ISBN 978-81-905735-4-2. Retrieved 21 July 2012.